ତାଳଧ୍ୱଜ ରଥର ପଡ଼ିନାହାକା ଚକରେ ଫାଟ । ଫାଟିଛି ଦର୍ପଦଳନ ରଥର ବଡ଼ଉଛୁଳା ଚକ । ରଥନିର୍ମାଣ ବୈଷୟିକ ଟିମ୍ ପକ୍ଷରୁ ଆଜି ଯାଞ୍ଚବେଳେ ଜଳ ଜଳ ଦିଶିଥିଲା ବଡ଼ଠାକୁର ବଳବଦ୍ରଙ୍କ ରଥ ଚକରେ ଫାଟ ।
ଶ୍ରୀ ଗୁଣ୍ଡିଚା ମନ୍ଦିର ସାମ୍ନାରେ ଶୋଭାପାଉଛନ୍ତି ୩ ରଥ । ଗତକାଲି ରଥ ଟାଣିବାର ସୁଯୋଗ ପାଇନଥିବା ଭକ୍ତମାନେ ଆଜି ରଥାରୂଢ଼ ଶ୍ରୀଜିଉମାନଙ୍କୁ ଦର୍ଶନ କରୁଛନ୍ତି । ଦେଖନ୍ତୁ ଏହାର କିଛି ଝଲକ...
ହୁଳହୁଳି, ହରିବୋଲ ଓ ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ବଡ଼ଦାଣ୍ଡରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିଛି।
ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ଲାଗି ଚଳଚଞ୍ଚଳ ପୁରୀ। ଏଥର କରୋନା କଟକଣା ହଟିଥିବାରୁ ପୁଣି ଶ୍ରୀକ୍ଷେତ୍ର ମୁହାଁ ଅଗଣିତ ଭକ୍ତ। ରତ୍ନବେଦି ଛାଡ଼ି ଜନ୍ମବେଦିକୁ ଯାତ୍ରା କରିବେ ତିନି ଠାକୁର।
ପୁରୀ ସମୁଦ୍ରରେ ଦୁର୍ଘଟଣା ଜନିତ ଅଘଟଣ ରୋକିବା ପାଇଁ ୩୯ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ନେଇ ୩ଟି ସ୍ୱତନ୍ତ୍ର ଟିମ୍ କରାଯାଇଛି। ଏଥିସହ ୯୦ ଜଣ ଲାଇଫ୍ ଗାର୍ଡ ଓ ୩୦୦ ଜଣ ଘରୋଇ ଲାଇଫ୍ ଗାର୍ଡ ମୁତୟନ ହେବେ।
ଆଜି ମହାପ୍ରଭୁଙ୍କର ପବିତ୍ର ଭଉଁରୀ ଯାତ୍ରା । ଏହି ଦିନ କ’ଣ ହୁଏ? ଜଗନ୍ନାଥ ପରମ୍ପରାରେ କ’ଣ ରହିଛି ଏହାର ବିଧି ଆସନ୍ତୁ ଜାଣିବା…
କୁନି ହାତ ଶିଖୁଛି ରଥ ନିର୍ମାଣ କଳା। କୁନି ମୁଗୁର, କୁନି ନିହାଣ ଧରି ରୂପସଜ୍ଜା ଶିକ୍ଷାରେ ବ୍ୟସ୍ତ ଆଗାମୀ କାଲିର ରଥଶିଳ୍ପୀ। ବାପ ଅଜାମାନେ ହାତ ଧରେଇ ଶିଖଉଛନ୍ତି କଳା।
ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ବିଜେ ହେବେ ମହାବାହୁ। ଏଥିପାଇଁ ରଥଖଳାରେ ପ୍ରସ୍ତୁତ ତିନି ରଥ । ଆଜି ସକାଳ ଧୂପ ସରିଲେ ରଥଖଳାକୁ ବିଜେ ହେବ ଆଜ୍ଞମାଳ । ଏହା ପରେ ସିଂହଦ୍ୱାର ସାମ୍ନାରେ ବିଜେ ହେବେ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ । ଏପଟେ ଆଜି ରାତି ୮ଟାରୁ ୪୮ ଘଣ୍ଟା ଲାଗି ପୁରୀ ସହରରେ ଲାଗିବ କର୍ଫ୍ୟୁ । ତେଣୁ ଆଗୁଆ ଅତ୍ୟାବଶ୍ୟକ ସାମଗ୍ରୀ କିଣି ମହଜୁଦ ରଖିବାକୁ ପୁରୀ ବାସିନ୍ଦାଙ୍କୁ ପରାମର୍ଶ ଦେଇଛି ଜିଲ୍ଲା ପ୍ରଶାସନ ।
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
A spiritual talk show that tries to cleanse the souls and give a jump start to the day of the viewers. In this show experts discuss the process and the
A spiritual talk show that tries to cleanse the souls and give a jump start to the day of the viewers. In this show experts discuss the process and the