ଭାରତୀୟ ଦଳରେ ନିଜ ଭବିଷ୍ୟତକୁ ନେଇ ଏହି ଖେଳାଳି ବର୍ତ୍ତମାନ ସନ୍ଦେହରେ ଅଛନ୍ତି। ଆଇପିଏଲରେ ଏହି ଖେଳାଳି ମାନଙ୍କ ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଥିବା ବେଳେ ଭାରତୀୟ ଟି୨୦ ସ୍କ୍ବାଡରୁ ଏମାନଙ୍କୁ ବାଦ ଦିଆ ଯାଇପାରେ।
ଏହା ଏକ ଷଡ଼ଯନ୍ତ୍ର। ରାଜନୈତିକ କାରଣରୁ ମ୍ୟାଚ୍ ସ୍ଥାନାନ୍ତରିତ କରାଯାଇଛି । ବର୍ଷା କେବଳ ଏକ ବାହାନା ।’ବୋଲି ଅରୂପ ବିଶ୍ୱାସ କହିଛନ୍ତି ।
ଡାନିଏଲ୍ ଭିଟୋରି କହିଛନ୍ତି, ହେଡ୍ କରୋନା ପଜିଟିଭ୍ ହୋଇଛନ୍ତି, ଯେଉଁଥି ପାଇଁ ସେ ଭାରତ ଆସିପାରିଲେ ନାହିଁ । ଆମେ ଆଶା କରୁଛୁ ଯେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପରବର୍ତ୍ତୀ ମ୍ୟାଚ୍ରେ ଦଳରେ ଯୋଗଦେବେ’।
ଅପରେସନ ସିନ୍ଦୂର ପରେ ସ୍ଥଗିତ ରହିଥିବା IPL ମ୍ୟାଚ ଆଜିଠୁ ପୁଣି ଆରମ୍ଭ ହେବ। ଆଜି ବେଙ୍ଗାଲୁରୁରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ ହେବ।
ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, IPL ୨୦୨୫ର ବାକି ଥିବା ମ୍ୟାଚ୍ଗୁଡ଼ିକ ଏବେ ୪ଟି ସ୍ଥାନରେ ଖେଳାଯାଇପାରେ । ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ୍ ସହିତ ଆରମ୍ଭ ହୋଇପାରେ ।
ଆଇପିଏଲ୍ ୨୦୨୫ରେ ଭାରତର କେତେକ ନବାଗତ ବ୍ୟାଟର୍ଙ୍କୁ ନେଇ ଖୁବ୍ ଚର୍ଚ୍ଚା । ନିଜ ପ୍ରତିଭାର ପରାକାଷ୍ଠା ଦେଖାଇ ସେମାନେ କରିଛନ୍ତି ପ୍ରଭାବିତ । ଭାରତୀୟ ଟିମ୍ରେ ସୁଯୋଗ ପାଇବା ସ୍ଥଳେ ସେମାନେ ବଦଳାଇ ଦେବେ କି ଟି-୨୦ କ୍ରିକେଟ୍ର ରୂପ?
ଭାରତ ପାକିସ୍ତାନ ଉତ୍ତେଜନା ସ୍ଥିତିରେ ସ୍ଥଗିତ ହେଲା IPL । ଦର୍ଶକଙ୍କ ସୁରକ୍ଷା ଦୃଷ୍ଟିରୁ BCCI ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆହୁରି ୧୬ ମ୍ୟାଚ୍ ବାକିଥିଲା।
ବାକି ଥିଲା ଆହୁରି ୧୬ଟି ମ୍ୟାଚ୍ । ଗତକାଲି ଧର୍ମଶାଳା ମ୍ୟାଚ୍ ଅଧାରୁ ବନ୍ଦ ହୋଇଥିଲା । ପଞ୍ଜାବ କିଙ୍ଗସ୍ ଓ ଦିଲ୍ଲା କ୍ୟାପିଟାଲସ ମଧ୍ୟରେ ଗତ କାଲି ମ୍ୟାଚ ଚାଲିଥିଲା । ତେବେ ଏୟାରଷ୍ଟ୍ରାଇକ କାରଣରୁ ଏହି ମ୍ୟାଚକୁ ଅଧାରୁ ବନ୍ଦ କରାଯାଇଥିଲା । ଅବଶିଷ୍ଟ ମ୍ୟାଚଗୁଡିକ ବର୍ତ୍ତମାନ ସମୟରେ ଖେଳାଯିବା ଠିକ୍ ନୁହେଁ । ତେଣୁ BCCI ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ବିହାରର ଯୁବ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୪ ବର୍ଷ ବୟସରେ ନିଜର ବ୍ୟାଟିଂ ଯୋଗୁ ପରିଚୟ ସୃଷ୍ଟି କରିଛନ୍ତି। ଆଇପିଏଲ୍ରେ ଶତକ ହାସଲ କରିବାରେ ଦ୍ରୁତତମ ଭାରତୀୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ବୈଭବଙ୍କ ପ୍ରତିଭା ଦେଖିବା ପରେ, ଅନେକ କିମ୍ବଦନ୍ତୀ ତାଙ୍କୁ ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି କହୁଛନ୍ତି। ସେହିଭଳି ସେ ଖୁବ୍ଶୀଘ୍ର ଟିମ୍ ଇଣ୍ଡିଆ ପାଇଁ ଖେଳିପାରନ୍ତି ବୋଲି କୁହାଯାଉଛି।
ଭାରତୀୟ ଦଳ ପକ୍ଷରୁ ଖେଳୁଥିବା ସମୟରେ ବିବାଦର ପୋଷ୍ଟର ବୟ ରହିଥିବା ଶ୍ରୀସନ୍ଥ ପୁଣି ଥରେ ବିବାଦ ଘେରରେ ଅଛନ୍ତି। ଚାମ୍ପିୟନ୍ସ ଟ୍ରଫିରେ ସଞ୍ଜୁ ସାମସନ ଭାରତୀୟ ଟିମରେ ସାମିଲ ହୋଇ ପାରି ନ ଥିଲେ। କେରଳ ଦଳ ପକ୍ଷରୁ ସଞ୍ଜୁଙ୍କୁ ବିଜୟ ହଜାରେ ଟ୍ରଫି ଦଳରେ ସାମିଲ କରା ଯାଇ ନ ଥିବା ବେଳେ ସେ ଭାରତୀୟ ଦଳରୁ ବାଦ ପଡିଥିଲେ।
କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦର ପ୍ଲେ ଅଫ ସମ୍ଭାବନା ପ୍ରବେଶ ମଧ୍ୟ କ୍ଷୀଣ ଲାଗୁଛି। ବର୍ତ୍ତମାନ ପ୍ଲେ ଅଫର ୪ଟି ସ୍ଲଟ ପାଇଁ ୮ ଦଳ ମଧ୍ୟରେ କଡା ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିବ।
ଡିଆରଏସ ନିଷ୍ପତ୍ତିକୁ ବିବାଦ ଦେଖା ଦେଇଥିଲା। ରାୟାନ ରିକେଲଟନଙ୍କ ସହିତ ଆଲୋଚନା କରି ରୋହିତ ରିଭ୍ୟୁ ନେଇଥିଲେ। ତେବେ ରିଭ୍ୟୁ ନେବା ବେଳକୁ ୧୫ ସେକେଣ୍ଡର ସମୟ ଅତିକ୍ରମ କରି ଯାଇଥିଲା।
କୋଲକାତା ନାଇଟ ରାଇଡର୍ସର ବୋଲର ସୁନୀଲ ନାରିନ ଏକ ନିଆରା ରେକର୍ଡ ନିଜ ନାମରେ କରିଛନ୍ତି। ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଡିଫେଣ୍ଡିଂ ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ ବିଜୟୀ ହୋଇଥିଲା। ଏହି ମ୍ୟାଚରେ ୩ ୱିକେଟ ନେଇ ପ୍ଲେୟର ଅଫ ଦ ମ୍ୟାଚ ବିବେଚିତ ହୋଇଥିବା ସୁନୀଲ ନାରିନ ଏକ ନିଆରା ରେକର୍ଡ ନିଜ ନାମରେ କରିଛନ୍ତି।
ଆଇପିଏଲ ଇତିହାସରେ ଏକ ନିଆରା ରେକର୍ଡ ନିଜ ନାମରେ କରିଛନ୍ତି ବିହାରର ଜଣେ ଯୁବ ଖେଳାଳି। ମାତ୍ର ୧୪ ବର୍ଷ ବୟସରେ ରାଜସ୍ଥାନ ରୟାଲ୍ସର ଏହି ଯୁବ ଖେଳାଳି ଡେବ୍ୟୁ କରିଛନ୍ତି। ଏହା ସହିତ ସେ ଆଇପିଏଲ୍ରେ ଡେବ୍ୟୁ କରିଥିବା ସବୁଠାରୁ କମ ବୟସ୍କ ଖେଳାଳି ପାଲଟିଛନ୍ତି।
ଆଇପିଏଲ ୨୦୨୫ର ପ୍ରଥମ ସୁପର ଓଭର ବୁଧବାର ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ଆଚରଣ ସଂହିତା ଉଲ୍ଲଂଘନ କରିଥିବା ଅଭିଯୋଗରେ ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂ କୋଚ୍ ମୁନାଫ ପଟେଲଙ୍କୁ ତାଙ୍କ ମ୍ୟାଚ୍ ଫିର ୨୫ ପ୍ରତିଶତ ଜରିମାନା କରାଯାଇଛି। ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚକୁ ସୁପର ଓଭରରେ ଜିତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ।
ଆଇପିଏଲ ୨୦୨୫ର ପ୍ରଥମ ସୁପର ଓଭର ବୁଧବାର ଦେଖିବାକୁ ମିଳିଛି। ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚକୁ ସୁପର ଓଭରକୁ ନାଟକୀୟ ଢଙ୍ଗରେ ଜିତି ନେଇଛି ଦିଲ୍ଲୀ।
ମଙ୍ଗଳବାର ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଇତିହାସର ସର୍ବନିମ୍ନ ସ୍କୋର ଡିଫେଣ୍ଡ କରିବାରେ ସଫଳ ହୋଇଛି ପଞ୍ଜାବ କିଙ୍ଗ୍ସ। କୋଲକାତା ନାଇଟ ରାଇଡର୍ସକୁ ୧୬ ରନରେ ପରାସ୍ତ କରିବା ସହ ରେକର୍ଡ ନିଜ ନାମରେ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ମାତ୍ର ୧୧୧ ରନରେ ଅଲଆଉଟ ହୋଇଥିଲା
ଆଇସିସି ପକ୍ଷରୁ ମାର୍ଚ୍ଚ ମାସ ପାଇଁ ପ୍ଲେୟର ଅଫ ଦ ମନ୍ଥ ପୁରସ୍କାର ତାଲିକା ଘୋଷଣା କରାଯାଇଛି। ମଙ୍ଗଳବାର ଆୟରଙ୍କ ନାମ ଘୋଷଣା କରିଛି ଆଇସିସି। ଚାମ୍ପିୟନ୍ସ ଟ୍ରଫିରେ ଶ୍ରେୟସ ଆୟର ଭାରତର ଟପ ସ୍କୋରର ରହିଥିଲେ। ୨୪୩ ରନ ସ୍କୋର କରିଥିବା ଆୟର ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ସର୍ବାଧିକ ସ୍କୋରର ମଧ୍ୟ ରହିଥିଲେ। ପ୍ଲେୟର ଅଫ ଦ ମନ୍ଥ ତାଲିକାରେ ଆୟର ନ୍ୟୁଜିଲାଣ୍ଡର ଜାକବ ଡଫି ଓ ରାଚିନ ରବୀନ୍ଦ୍ରଙ୍କୁ ପଛରେ ପକାଇଥିଲେ।
ମ୍ୟାଚ ଅଧାରେ ଅମ୍ପାୟାର ହଠାତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟ ନେଇ ଏହାକୁ ଏକ ବ୍ୟାଟ ଗଜ ସେପର ମଧ୍ୟରେ ଭର୍ତ୍ତି କରିଥିଲେ। ପୂର୍ବରୁ ଅନେକ ସମୟରେ ବଲର ଆକାର ଓ ଆକୃତି ସଠିକ ରହିଛି କି ନାହିଁ ତାହା ସମାନ ଉପାୟରେ ପରୀକ୍ଷା କରାଯାଉଥିଲା।qqq
ଋତୁରାଜଙ୍କ ସ୍ଥାନରେ ପୃଥ୍ବୀ ଶ ଓ ସଲମାନ ନିଜାରଙ୍କ ଭଳି ଖେଳାଳି ସାମିଲ ହେବା ନେଇ ରିପୋର୍ଟ ସାମ୍ନାକୁ ଆସିଥିଲା। ତେବେ ସମସ୍ତଙ୍କୁ ପଛରେ ପକାଇଛନ୍ତି ଏହି ୧୭ ବର୍ଷୀୟ ଭବିଷ୍ୟତର ଷ୍ଟାର।
କ୍ରମାଗତ ୫ ମ୍ୟଚର ପରାଜୟ ପରେ ଚେନ୍ନାଇ ସୁପର କିଙ୍ଗ୍ସ ବିଜୟ ଟ୍ରାକକୁ ଫେରିଥିବା ବେଳେ ୧୧ ବର୍ଷ ତଳର ଆଇପିଏଲ ରେକର୍ଡ ଭାଙ୍ଗିଛନ୍ତି ମହେନ୍ଦ୍ର ସିଂ ଧୋନୀ। ଆଇପିଏଲ ଇତିହାସର ବୟସ୍କ ଖେଳାଳି ଭାବରେ ଧୋନୀ ପ୍ଲେୟର ଅଫ ଦ ମ୍ୟାଚ ପୁରସ୍କାର ହାସଲ କରିଛନ୍ତି।
ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୪ ୱିକେଟ ହରାଇ ୧୭୩ ରନ କରିଥିଲା। ଜବାବରେ ଆରସିବି ୧୭.୩ ଓଭରରେ ୧ ୱିକେଟ ହରାଇ ମ୍ୟାଚକୁ ଜିତି ନେଇଥିଲା।
ଟି୨୦ କ୍ରିକେଟରେ ପ୍ରତିଦ୍ବନ୍ଦ୍ବିତାର ସ୍ତର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏପରି ସ୍ଥିତିରେ ଡଟ ବଲ ଖେଳିବା ଦ୍ବାରା ଖେଳାଳି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଜ ଦଳ ଉପରେ ଚାପ ସୃଷ୍ଟି କରିଥାନ୍ତି। ତେବେ ଆଇପିଏଲ ଇତିହାସର ସବୁଠୁ ସଫଳ ଖେଳାଳି ବିରାଟ କୋହଲି ଡଟ ବଲ ଖେଳିବା ମାମଲାରେ ଏକ ଅଲୋଡା ରେକର୍ଡ କରିଛନ୍ତି।
ଆଜି ରାତ୍ରି ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦ ଘରୋଇ ଗ୍ରାଉଣ୍ଡ୍ରେ ପଞ୍ଜାବ କିଙ୍ଗ୍ସକୁ ଭେଟିବାକୁ ଯାଉଛି । ୪ଟି ମ୍ୟାଚ ହାରି ସାରିଥିବା ଘରୋଇ ସନରାଇଜର୍ସ ବିଜୟ ଧାରାକୁ ଫେରିବା ପାଇଁ ବ୍ୟାକୁଳ । ମାତ୍ର ପଞ୍ଜାବ କିଙ୍ଗ୍ସ ବିଜୟ ଜାରି ରଖିବାକୁ ପ୍ରସ୍ତୁତ ।
ମ୍ୟାଚ ପରବର୍ତ୍ତୀ ରାହୁଲଙ୍କ ସେଲିବ୍ରେସନ ବେଶ ଆକର୍ଷଣୀୟ ଥିଲା। ୟଶ ଦୟାଲଙ୍କୁ ଛକା ମାରି ଷ୍ଟାଇଲରେ ମ୍ୟାଚ ଫିନିଶ କରିଥିବା ବେଳେ କାନ୍ତାରା ଫିଲ୍ମ ଷ୍ଟାଇଲରେ ସେଲିବ୍ରେଟ କରିଥିଲେ। ରାହୁଲଙ୍କ ଏଭଳି ସେଲିବ୍ରେସନକୁ ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ଆରସିବି ମ୍ୟାନେଜମେଣ୍ଟ ପାଇଁ ଏକ ଷ୍ଟେଟମେଣ୍ଟ ବୋଲି କହିଥିଲେ।