Advertisment

Naxalite Transformation of Innocent Tribal Youth: ନିରୀହ ଆଦିବାସୀ ଝିଅ କିପରି ସାଜିଲା ହାର୍ଡକୋର ମାଓବାଦୀ ? କେମିତି ହେଲା ଏନକାଉଣ୍ଟର ?

ପୋଲିସ ଜ୍ୟୋତିର ଘରେ ପହଞ୍ଚିବା ପରେ ଦେଖିଥିଲା, ଘରେ କେବଳ ଥିଲା ତା’ର ଟିକି ଭଉଣୀ, ଯିଏ ଘର ପାଖ ଏକ ଗଛକୁ ମହୁଲ ଗୋଟାଇବାକୁ ଯାଇଥିଲା । ଆଉ ଜ୍ୟୋତିର ମା’ ମହୁଲ ଫୁଲ ସଂଗ୍ରହ କରିବାକୁ ଅନ୍ୟ ମହିଳାଙ୍କ ସହିତ ଘଞ୍ଚ ଜଙ୍ଗଲକୁ ଯାଇଥିଲେ । ତା’ର ବାପା ଏବଂ ଜଣେ ଭାଇ ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିଲେ । ଅନ୍ୟପକ୍ଷରେ ଜ୍ୟୋତିର ଅନ୍ୟ ଦୁଇ ଭାଇ ବିଜାପୁରର ଏକ ଆଶ୍ରମ ସ୍କୁଲରେ ପାଠପଢ଼ୁଥିବା ବେଳେ ବିବାହୀତ ବଡ଼ ଭଉଣୀ ଅନ୍ୟ ଏକ ଗାଁରେ ରହେ ।

author-image
Pragyan Paramita Behera
ଅଦ୍ୟତନ ହୋଇଛି
ଆଦିବାସୀ ଝିଅର କାହାଣୀ

ଆଦିବାସୀ ଝିଅର କାହାଣୀ

ମାଓବାଦୀ ନାଁ ଶୁଣିଲେ ମନରେ ଭୟ ସଂଚାର ହୁଏ । ଆଦିବାସୀ ଅଧ୍ୟୁସିତ ଅଞ୍ଚଳରେ ଚାଲେ ଏମାନଙ୍କ ରାଜ୍‌ । ଘଞ୍ଚ ଜଙ୍ଗଲରେ ରହିବା ସହ ଏମାନଙ୍କ ଟାର୍ଗେଟରେ ଥାଆନ୍ତି ସରଳ, ନୀରିହ ଜଙ୍ଗଲୀ ମଣିଷ । ସେମାନଙ୍କୁ ଲାଲବାହିନୀରେ ସାମିଲ ହେବାପାଇଁ ଏମାନେ ଏକପ୍ରକାର ବାଧ୍ୟ କରନ୍ତି । ହେଲେ ମନରେ ପ୍ରଶ୍ନ ଆସେ ସରଳ ଆଦିବାସୀମାନେ କାହିଁକି ମାଓବାଦୀ ହୁଅନ୍ତି ? ଜଙ୍ଗଲରୁ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ନିଜର ଗୁଜୁରାଣ ମେଣ୍ଟାନ୍ତି । ଚାଷବାସ କରନ୍ତି ଆଉ ଯଦି କାହାର ଦେହ ଖରାପ ହୁଏ ଗାଁ ଠାକୁରାଣୀ ଆଉ ଚେରମୂଳି ଔଷଧ ଦିଅନ୍ତି । ସେମାନେ ତ ଆଧୁନିକ ଚିକିତ୍ସା ପଦ୍ଧତିରେ ବିଶ୍ୱାସ କରନ୍ତି ନାହିଁ । କାହିଁକି ସେମାନେ ଏଭଳି ପଥ ଆପଣେଇ ନିଅନ୍ତି ? ଆଉ ସମାଜର ମୁଖ୍ୟସ୍ରୋତରୁ ଦୂରେଇ ଯାଆନ୍ତି ?

Advertisment

ପ୍ରକୃତ କାରଣ ସମ୍ପର୍କରେ ହୁଏତ ଅନେକ ଜାଣିନଥିବେ । ଦୁର୍ନୀତି, ଦରଦାମ ବୃଦ୍ଧି, ବେରୋଜଗାର, ଦମନ, ବିସ୍ଥାପନ, ଜଙ୍ଗଲ ଜମିପଟ୍ଟା ଦାବି ଆଳରେ ନୀରିହ ଆଦିବାସୀଙ୍କୁ ଭୁଲେଇଭାଲେଇ ନିଜ ସଂଗଠନରେ ସାମିଲ କରିଥାଆନ୍ତି ମାଓବାଦୀ । ମାଓ ନୀତି ଦ୍ୱାରା ପ୍ରଭାବିତ ହୋଇ ହେଉ କି ଭୟ ପାଇଁ ହେଉ ମାଓ ସଂଗଠନରେ ମିଶନ୍ତି ପଛୁଆ ଅଞ୍ଚଳର ଲୋକେ । ହେଲେ ଏବେ ମାଓବାଦୀଙ୍କ ବିରୋଧରେ କେନ୍ଦ୍ର ସରକାର ଚଳାଇଥିବା ଅପରେସନରେ ଅନେକ ମାଓନେତା ପ୍ରାଣ ହରାଇଥିବା ବେଳେ ଅନେକ ଆତ୍ମସମର୍ପଣ କରୁଥିବା ଖବର ଆସୁଛି । ଏହାରି ମଧ୍ୟରେ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ୧୯ ବର୍ଷିୟ ଜ୍ୟୋତି କୁମାରୀଙ୍କ କାହାଣୀ ସାମ୍ନାକୁ ଆସିଛି । ଗତ ମାସ ପୋଲିସ ଗୁଳିରେ ବିଜାପୁରରେ ୩୧ ମାଓବାଦୀ ନିହତ ହୋଇଥିଲେ, ଏଥିରେ ଜ୍ୟୋତି ନାମକ ଜଣେ ଯୁବତୀ ମଧ୍ୟ ସାମିଲ ଥିଲେ ।

ପ୍ରଶ୍ନ ଉଠେ କିଛି ବର୍ଷ ପୂର୍ବରୁ ବିଜାପୁରର ଏକ ସରକାରୀ ସ୍କୁଲରେ ପଢ଼ୁଥିବା ଜଣେ ଯୁବତୀ କିପରି ଇନ୍ଦ୍ରାବତୀର ଜଙ୍ଗଲରେ ପହଞ୍ଚିଥିଲା? ଏନକାଉଣ୍ଟର ପରଠାରୁ ଜ୍ୟୋତିଙ୍କ ପରିବାର ଲୋକ ଏହି ପ୍ରଶ୍ନବାଣର ଶିକାର ହେଉଛନ୍ତି । ଫେବୃଆରୀ ୧୧ରେ ପୋଷ୍ଟମର୍ଟମ୍ ପରେ ପରିବାର ଲୋକ ଜ୍ୟୋତିଙ୍କ ମୃତଦେହ ଘରକୁ ନେବା ପାଇଁ ଜିଲ୍ଲା ହସ୍ପିଟାଲରେ ଅପେକ୍ଷା କରିଥିଲେ । ଆଉ ଜ୍ୟୋତିଙ୍କ ମୃତ ଶରୀର ଦେଖି କକା ଭାଦ୍ରୁ ହେମଲା କଇଁ କଇଁ ହୋଇ କାନ୍ଦି ପକାଇଥିଲେ। ଜ୍ୟୋତି ଭାରି ଭଲ ଝିଅ ଥିଲା ବୋଲି ସେ କହିଥିଲେ । ସେ ବିଜାପୁରର ପୋର୍ଟାକ୍ୟାବିନ ସ୍କୁଲରେ ପଢ଼ୁଥିଲା ।

Advertisment

ଛତିଶଗଡ଼ ସରକାର ୨୦୧୦ରେ ରାଜ୍ୟର ନକ୍ସଲ ହିଂସା ପ୍ରଭାବିତ ଅଞ୍ଚଳରେ ପିଲାଙ୍କ ପାଠପଢ଼ା ପାଇଁ ପୋର୍ଟାକ୍ୟାବିନ ସ୍କୁଲ ଆରମ୍ଭ କରିଥିଲେ । କାରଣ ମାଓବାଦୀ ଗତିବିଧି ପାଇଁ ସ୍କୁଲ ଗୁଡ଼ିକର ସ୍ଥିତି ଠିକ ନଥିଲା । ପୋର୍ଟାକ୍ୟାବିନ ସ୍କୁଲ ଆଜି ବି ଚାଲୁଛି, ଯେଉଁଥିରେ ବିଜାପୁରର ୨୮ ହଜାର ପିଲା ପାଠ ପଢ଼ୁଛନ୍ତି । ଜ୍ୟୋତି ହେମଲାଙ୍କ ମୃତ୍ୟୁ ପରେ ଅଧିକ ତଥ୍ୟ ପାଇଁ ବିଜାପୁର ଜିଲ୍ଲାର ତାଙ୍କ ଗାଁରେ ପହଞ୍ଚିଥିଲା ପୋଲିସ । ଜ୍ୟୋତିର ଗାଁ ସାନୱର ଗଙ୍ଗାଲୁରୁ ଅଞ୍ଚଳ ଅଧୀନରେ ଆସେ, ଆଉ ଏହାକୁ ମାଓବାଦୀଙ୍କ ନିଯୁକ୍ତି, ପ୍ରଶିକ୍ଷଣ ଓ ବୈଠକର ସେଣ୍ଟର କୁହାଯାଏ । ବିଗତ କିଛି ଦଶକରେ ଛତିଶଗଡ଼ ଓ ପଡ଼ୋଶୀ ରାଜ୍ୟରେ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ଅନେକ ମାଓବାଦୀ ଗଙ୍ଗାଲୁରୁର ଅଟନ୍ତି । ପୋଲିସ ସୂଚନା ଅନୁସାରେ ଗତ ୨ ବର୍ଷ ମଧ୍ୟରେ ଗଙ୍ଗାଲୁରୁର ଅନେକ ମାଓନେତା ଆତ୍ମସମର୍ପଣ ମଧ୍ୟ କରିଛନ୍ତି ।

ପୋଲିସ ଜ୍ୟୋତିର ଘରେ ପହଞ୍ଚିବା ପରେ ଦେଖିଥିଲା, ଘରେ କେବଳ ଥିଲା ତା’ର ଟିକି ଭଉଣୀ, ଯିଏ ଘର ପାଖ ଏକ ଗଛକୁ ମହୁଲ ଗୋଟାଇବାକୁ ଯାଇଥିଲା । ଆଉ ଜ୍ୟୋତିର ମା’ ମହୁଲ ଫୁଲ ସଂଗ୍ରହ କରିବାକୁ ଅନ୍ୟ ମହିଳାଙ୍କ ସହିତ ଘଞ୍ଚ ଜଙ୍ଗଲକୁ ଯାଇଥିଲେ । ତା’ର ବାପା ଏବଂ ଜଣେ ଭାଇ ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିଲେ । ଅନ୍ୟପକ୍ଷରେ ଜ୍ୟୋତିର ଅନ୍ୟ ଦୁଇ ଭାଇ ବିଜାପୁରର ଏକ ଆଶ୍ରମ ସ୍କୁଲରେ ପାଠପଢ଼ୁଥିବା ବେଳେ ବିବାହିତ ବଡ଼ ଭଉଣୀ ଅନ୍ୟ ଏକ ଗାଁରେ ରହେ ।

ଜ୍ୟୋତିଙ୍କ କାକା କୁହନ୍ତି, ୨୦୦୫ ମସିହା ଜୁନ ମାସରେ ଜ୍ୟୋତିର ଜନ୍ମ । ବିଜାପୁରର ପୋର୍ଟାକ୍ୟାନିବ ସ୍କୁଲରେ ଜ୍ୟୋତିର ପ୍ରାରମ୍ଭିକ ଶିକ୍ଷା ଆରମ୍ଭ ହୋଇଥିଲା, ହେଲେ ତୃତୀୟ ଶ୍ରେଶୀରେ ବାପାମା’ଙ୍କୁ ସାହାଯ୍ୟ କରିବାକୁ ସେ ପାଠ ଛାଡ଼ି ଦେଇଥିଲା । ଶେଷ ଥର ପାଇଁ ଜ୍ୟୋତିକୁ ୨୦୨୩ରେ ଦେଖିଥିବା କହିଛନ୍ତି ତାଙ୍କର ଜଣେ ସାଥୀ । ସେତେବେଳେ ସେ କିଛି ମାଓବାଦୀଙ୍କ ସହିତ ଗାଁକୁ ଆସିଥିଲା। ପାଠପଢ଼ା ଏବଂ ସ୍କୁଲରେ କିପରି ପାଠ ପଢ଼ା ହେଉଛି ସେ ବିଷୟରେ ପଚାରିଥିଲା। ତାକୁ ଆମ୍ବ ଭାରି ପସନ୍ଦ, ଏଥିପାଇଁ ଫେରିବା ସମୟରେ କିଛି ଆମ୍ବ ନେଇଯାଇଥିଲା। ସେ ମୋତେ ସଂଗଠନରେ ଯୋଗ ଦେବାକୁ କହି ନଥିଲା । କିନ୍ତୁ ତାକୁ ମାଓ ସଂଗଠନ ଛାଡିବାକୁ କହିବା ପରେ ସେ କହିଥିଲା ସେମାନେ ମୋତେ ଛାଡ଼ିବେ ନାହିଁ ।

ପୋର୍ଟା କ୍ୟାବିନ ସ୍କୁଲ ଛାଡ଼ିବାର କିଛି ବର୍ଷ ପରେ ଜ୍ୟୋତି ମାଓବାଦୀଙ୍କ ସମ୍ପର୍କରେ ଆସିଥିଲା ଓ ତାଙ୍କର ସାଂସ୍କୃତିକ ଶାଖା ଦ୍ୱାରା ପ୍ରଭାବିତ ଥିଲା । ତେବେ ମାଓ ସଂଗଠନରେ ମିଶିବା ପୂର୍ବରୁ ମାଓବାଦୀଙ୍କ ଦ୍ୱାରା ଚାଲୁଥିବା ଜନତାନା ସ୍କୁଲକୁ ଯାଉଥିଲା ଜ୍ୟୋତି । ପରିବାର ଲୋକ ଜ୍ୟୋତିକୁ ମାଓ ସଂଗଠନ ଠାରୁ ଦୂରେଇ ରହିବାକୁ ଅନେକ ଥର କହିଥିଲେ, କିନ୍ତୁ ସେ କାହା କଥା ଶୁଣୁନଥିଲା । ସେ କହୁଥିଲା, ଦିନେଶ ଭାଇ କହିଛନ୍ତି, ଯିଏ ଯାହା କହିଲେବି ସଂଗଠନ ଛାଡ଼ିବୁ ନାହିଁ । ଘଟଣାକ୍ରମେ ଚଳିତ ମାସ ଆରମ୍ଭରେ ମାଓନେତା ଦିନେଶ ଓ ତାଙ୍କ ସ୍ତ୍ରୀ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଛନ୍ତି ।

ଦିନେଶ ନାମରେ ୨୬ଟି ହତ୍ୟା ମାମଲା ରହିଛି ଏବଂ ସେ ୨୦୦୫ ଏବଂ ୨୦୧୭ ମଧ୍ୟରେ ସୁରକ୍ଷା ବାହିନୀ ଉପରେ ଦୁଇଟି ଆକ୍ରମଣରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି, ଯେଉଁଥିରେ ସାତ ଜଣ ଜବାନ ସହିଦ ହୋଇଥିଲେ । ଏନକାଉଣ୍ଟରର ଗୋଟିଏ ଦିନ ପରେ ଜାରି ହୋଇଥିବା ପ୍ରେସ ରିଲିଜ୍ ବିଷୟରେ ବିଜାପୁର ଏସପି ଜିତେନ୍ଦ୍ର ଯାଦବ କହିଛନ୍ତି, ଜ୍ୟୋତିକୁ ମାଓବାଦୀ ସଂଗଠନର ସଦସ୍ୟ ଭାବରେ ଚିହ୍ନଟ କରାଯାଇଥିଲା ଏବଂ ତା ମୁଣ୍ଡ ଉପରେ ୨ ଲକ୍ଷ ଟଙ୍କା ପୁରସ୍କାର ରଖାଯାଇଥିଲା। ନିହତ ୩୧ ଜଣଙ୍କ ମଧ୍ୟରେ ଜ୍ୟୋତି ସମେତ ୬ ଜଣ ୨୧ ବର୍ଷୀୟ ଏବଂ ଆଠ ଜଣ ୨୦ ବର୍ଷୀୟ ଯୁବକଯୁବତୀ ଅଛନ୍ତି ।

ପୋଲିସ ସୂଚନା ଅନୁସାରେ, ମାଓ ସଂଗଠନରେ ନୀରିହଙ୍କ ନିଯୁକ୍ତି ଚିନ୍ତାର ବିଷୟ । ବିଶେଷକରି ପଛୁଆ ଅଞ୍ଚଳର ଲୋକଙ୍କୁ ଟାର୍ଗେଟ କରି ସେମାନଙ୍କୁ ସଂଗଠନରେ ସାମିଲ ହେବାକୁ ବାଧ୍ୟ କରୁଛନ୍ତି ମାଓ ନେତା, ଯେଉଁଠାରେ ପ୍ରଶାସନ ପହଞ୍ଚି ପାରୁନାହିଁ । ଏପଟେ ଗ୍ରାମବାସୀଙ୍କ ପାଖରେ କୌଣସି ବିକଳ୍ପ ନାହିଁ। ପରିବାରରୁ ଅତି କମରେ ଗୋଟିଏ ପିଲା ମାଓ ସଂଗଠନରେ ଯୋଗ ଦେବାକୁ ମାଓବାଦୀମାନେ ବାଧ୍ୟ କରୁଥିବା ଜଣାପଡ଼ିଛି ।

ପୋଲିସ କହିବା ଅନୁସାରେ, ଗତ ଦୁଇ ବର୍ଷ ଧରି ଗଙ୍ଗାଲୁରର ଅନେକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ହେଲେ ମାର୍ଚ୍ଚ ୨୦ ତାରିଖରେ ଦକ୍ଷିଣ ଗଙ୍ଗାଲୁରରେ ୨୬ ଜଣ ମାଓବାଦୀଙ୍କୁ ଗୁଳି କରି ହତ୍ୟା କରାଯିବାର ଏକ ସପ୍ତାହ ପରେ ଶୁକ୍ରବାର ୨୮ ତାରିଖରେ ଏକ ପୋଲିସ ଶିବିର ନିକଟ ପାଲନାର ରାସ୍ତାରେ ୪୫ କିଲୋଗ୍ରାମର ଆଇଇଡି ଖଞ୍ଜାଯିବାରୁ ସେମାନଙ୍କର ଉପସ୍ଥିତି ସ୍ପଷ୍ଟ ବାରିହେଉଛି । ଏଥିରୁ ସ୍ପଷ୍ଟ ଏବେ ବି ମାଓ ଗତିବିଧି ଜାରି ରହିଛି ।

Maoist Tribal Development Hardcore Maoist Surrenders
Advertisment
Advertisment