• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Waqf Bill

ଆଉ ଦେଖିବାକୁ ମିଳୁନି ମେଳି
Naveen’s Political Strategy: ମିଳେଇ ଗଲାଣି ମେଳି...ନବୀନଙ୍କ ଟାଇମ୍ କିଲିଂ ଅସ୍ତ୍ରରେ ପରାହତ ଅସନ୍ତୁଷ୍ଠ ନେତା

ୱାକଫ୍ ବିଲ୍‌ରେ ଭୋଟ ହେବାର ପ୍ରାୟ ଏକ ସପ୍ତାହ ପରେ ନବୀନ ମୁଁହ ଖୋଲିଥିଲେ । ପାଣ୍ଡିଆନ୍‌ଙ୍କର କୌଣସି ଭୂମିକା ନାହିଁ ବୋଲି କହିଥିଲେ । ଏହା ସହିତ ସେ ଘୋଷଣା କରିଥିଲେ ଯେ ଦ୍ୱୈତ ଭୋଟ୍ ବା ବିଭାଜିତ ମତଦାନ ସମ୍ପର୍କରେ ସେ ତଦନ୍ତ କରିବେ ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ମୁର୍ସିଦାବାଦ ହିଂସା
Murshidabad Violence: ମୁର୍ସିଦାବାଦ ହିଂସା ପୀଡିତଙ୍କ ଗୁହାରି...ଆମେ ପଛେ ଉପାସରେ ରହିଯିବୁ, ଆମ ଛୁଆଙ୍କ ମୁହଁରେ ଆହାର ଦିଅନ୍ତୁ

ୱକଫ ସଂଶୋଧନ ବିଲକୁ ବିରୋଧ କରି ମୁର୍ସିଦାବାଦରେ ହିଂସାର ନିଆଁ ଜଳୁଛି । ଏହି ହିଂସାର ନିଆଁକୁ ଦେଖି ଘରଦ୍ୱାର ଛାଡ଼ି ଲୋକେ ପଳାୟନ କରୁଛନ୍ତି । ହେଲେ ଏହି ପୀଡିତମାନେ ପରିବାର ସହ କୁଆଡେ ଯାଇଥିବେ ? କେଉଁଠି ରହିଥିବେ ? କ’ଣ ଖାଉଥିବେ ?

Waqf Bill
Article 142 and Vice President Jagdeep Dhankhar: କ’ଣ ଏହି ଧାରା ୧୪୨: କାହିଁକି ଏହାକୁ ନ୍ୟୁକ୍ଲିୟର ମିସାଇଲ ବୋଲି କହିଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ?

ଏହି ଧାରା ନ୍ୟାୟପାଳିକାକୁ ବିବେକାଧିକାର କ୍ଷମତା ପ୍ରଦାନ କରିଥାଏ ଯାହାର ଅର୍ଥ ହେଉଛି କୋର୍ଟ ଯେ କୌଣସି ମାମଲାରେ ତାର ବିଚାରବୋଧ ଅନୁସାରେ ନିଷ୍ପତ୍ତି ନେଇପାରିବେ । ଏହି ଧାରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୂର୍ଣ୍ଣ ନ୍ୟାୟ ସୁନିଶ୍ଚିତ କରିବା। ଏହି ଧାରା ବିଭିନ୍ନ ପରିସ୍ଥିତିରେ କୋର୍ଟକୁ ନମନୀୟ କରାଇଥାଏ ।

West Bengal Violence
West Bengal Violence: ଜଳୁଛି ୱାକଫ୍‌ ନିଆଁ, ପଶ୍ଚିମବଙ୍ଗରେ ଲାଗୁ ହେବ କି ରାଷ୍ଟ୍ରପତି ଶାସନ ?

ପଶ୍ଚିମବଙ୍ଗରେ ଲାଗୁ ହେବ କି ରାଷ୍ଟ୍ରପତି ଶାସନ ? ୱାକଫ୍‌ ନିଆଁରେ ଜଳୁଛି ଦିଦିଙ୍କ ରାଜ୍ୟ । ଗଡ଼ୁଛି ଜନତାଙ୍କ ମୁଣ୍ଡ । ସବୁଠି ଚାଲିଛି ଜଳାପୋଡ଼ା-ଭଙ୍ଗାରୁଜା ।

waqf-bill
Supreme Court Waqf Case Hearing: ସୁପ୍ରିମକୋର୍ଟରେ ଆଜି 'ୱାକଫ' ଶୁଣାଣି

ମୁସଲିମଙ୍କ ପ୍ରତି ଭେଦଭାବ କରି ଏହି ଆଇନ ଅଣାଯାଇଥିବା କୋର୍ଟରେ ଆବେଦନ କରାଯାଇଛି । ଅନ୍ୟପକ୍ଷରେ ୱକଫ ନୂଆ ଆଇନ ଦ୍ୱାରା ସ୍ୱଚ୍ଛତା ରହିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।

ୱକଫ୍ ବିଲ୍ ଅସନ୍ତୋଷ
State Rights and Waqf Amendment: ୱକଫ ବିଲ୍ ଉପରେ ରୋକ୍ ଲଗାଇବାର ଅଧିକାର ରାଜ୍ୟ ସରକାରଙ୍କ ଅଛି କି ? କ’ଣ କହେ ସମ୍ବିଧାନ ?

କହିବାକୁ ଗଲେ, ପଶ୍ଚିମବଙ୍ଗରେ ୱାକଫ ବିରୋଧୀ ବିକ୍ଷୋଭ ହିନ୍ଦୁ ବିରୋଧୀ ହିଂସାରେ ପରିଣତ ହୋଇ ସାରିଛି । ମୁର୍ଶିଦାବାଦରେ ଶତାଧିକ ହିନ୍ଦୁ ପରିବାର ଆକ୍ରମଣର ଶିକାର ହେବା ପରେ ଘରଦ୍ୱାର ଛାଡି ପଳାଇଛନ୍ତି । ଏପରିକି ଦଙ୍ଗାକାରୀମାନେ ବିଏସଏଫ ଯବାନଙ୍କୁ ବି ଛାଡି ନାହାନ୍ତି । ଯବାନଙ୍କ ଉପରକୁ ପଥର ଫିଙ୍ଗିବା ସହ ଜଳୁଥିବା ବୋତଲ ମାଡ କରିଛନ୍ତି । ସାଂଘାତିକ ହୋଇପଡ଼ିଛି ପଶ୍ଚିମବଙ୍ଗ ସ୍ଥିତି ।

BJD hijack
BJD Hijack Speculation: କିଏ କରୁଛି ବିଜେଡିକୁ ହାଇଜାକ୍ ଉଦ୍ୟମ ? ନାଁ ନନେଇ ପାଣ୍ଡିଆନ୍ ଆଣ୍ଡ କୋ’ଙ୍କୁ ରାଜାଙ୍କ ଟାର୍ଗେଟ୍

କିଏ କରୁଛି ବିଜେଡିକୁ ହାଇଜାକ୍ ଉଦ୍ୟମ ? ନାଁ ନନେଇ ପାଣ୍ଡିଆନ୍ ଆଣ୍ଡ କୋ’ଙ୍କୁ ଟାର୍ଗେଟ୍ କଲେ ରାଜା ସ୍ବାଇଁ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ରାଜା ସ୍ବାଇଁଙ୍କ ଚିଠି । ସେପଟେ ୱକଫ୍‌ ପ୍ରସଙ୍ଗରେ ସୁଲତାଙ୍କୁ ଦେବାଶିଷଙ୍କ ପାଲଟା ନିଶାନା । ସୁପ୍ରିମୋ କହିବା ପରେ ବି ପୋଷ୍ଟ କରି ଶୃଙ୍ଖଳା ଭାଙ୍ଗୁଛନ୍ତି ଜୁନିୟର ସଭ୍ୟ ।

‘ବିବେକ‘ ଭୋଟ୍
Waqf Amendment Bill Controversy: ଥମୁନି ‘ବିବେକ’ ଝଡ଼...ଗୋଳମାଳିଆ ହେଉଛି BJD ରାଜନୀତି

ଏହାକୁ କେନ୍ଦ୍ରକରି ନେତାମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ, ଅସନ୍ତୋଷ ଓ ବିଦ୍ରୋହ ଦଳ ବିଭାଜନ ସ୍ଥିତି ସୃଷ୍ଟି ହେଲା । ତେବେ ଅନ୍ତିମ ସମୟରେ ଏଭଲି ନିଷ୍ପତ୍ତି ନେଲା କିଏ ଓ କାହିଁକି? ତାକୁ ନେଇ ଉଠିଥିବା ଝଡ ଥମିବାର ନା ଧରୁନି ।

ପଶ୍ଚିମବଙ୍ଗରେ ପ୍ରବଳ ହିଂସା
Protest Against Wakf Bill in Bengal: ୱକ୍‌ଫ ବିଲକୁ ବିରୋଧ କରି ପଶ୍ଚିମବଙ୍ଗରେ ହିଂସା, ଚାଲିଗଲା ୩ ଜୀବନ

ୱକଫ ବିଲକୁ ବିରୋଧ ଧରି ମୁର୍ସିଦାବାଦରେ ଆନ୍ଦୋଳନ ବେଳେ ପ୍ରବଳ ହିଂସାକାଣ୍ଡ ହୋଇଛି । ବ୍ୟାପକ ଭଙ୍ଗାରୁଜା ସହ ଗାଡ଼ି ପୋଡ଼ାଜଳା ବି କରିଛନ୍ତି ଆନ୍ଦୋଳନକାରୀ ।

waqf
Mamata Banerjee Challenges Waqf Bill: ରାଜ୍ୟରେ ୱକଫ ବିଲ ଲାଗୁ କରେଇ ଦେବୁନି, ସରକାରଙ୍କୁ ମମତାଙ୍କ ଚ୍ୟାଲେଞ୍ଜ

ସର୍ବଦା କେନ୍ଦ୍ର ସରକାରଙ୍କୁ ବିରୋଧ କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ରାଜ୍ୟରେ ୱକଫ ସଂଶୋଧନ ବିଲ ଲାଗୁ କରେଇ ନଦେବା ପାଇଁ ଚେତାବନୀ ଦେଇଛନ୍ତି। ଟିଏମସି ସରକାର ପଶ୍ଚିମବଙ୍ଗରେ ଏହି ଆଇନକୁ ଲାଗୁ କରିବ ନାହିଁ ବୋଲି ମମତା କହିଛନ୍ତି।

ୱକଫ୍ ବିଲ୍ ଖେଳ
Waqf Bill BJD Division: ଆଇନରେ ପରିଣତ ହେଲାଣି ୱକଫ୍ ବିଲ୍, ହେଲେ ବିଜେଡିରେ ତୁଟୁନି କଳି

କୁହାଯାଏ ଯେ ରାଜନୀତି ପାଣି ଭାରି ଗୋଳିଆ । ଆଉ ପଙ୍କିଳ ମଧ୍ୟ । ଏଥିରେ ପହଁରିବା ଏତେ ସହଜ ନୁହେଁ । ସମସ୍ତଙ୍କ ପକ୍ଷେ ସହଜ ନୁହେଁ ଏହି ପୋଖରୀରେ ଲମ୍ଫ ପ୍ରଦାନ କରି ମାଛ ମାରିବା । ଏହା ସତ ହୋଇପାରେ । କିନ୍ତୁ ନବୀନ ପଟ୍ଟନାୟକଙ୍କ ଭଳି ଏମିତି ବି ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ଏହି ଗୋଳିଆ ପାଣି ଓ ପଙ୍କିଳ ପୋଖରୀରୁ ବେଶ୍ ଅନାୟସରେ ମାଛ ମାରିପାରନ୍ତି ।

ୱକଫ୍ ବିଲ୍‌କୁ ପାକ୍ ସମର୍ଥନ
Pakistan Support for Waqf Amendment Bill: ଜିନ୍ନାଲାଣ୍ଡରେ ୱାକଫ ସଂଶୋଧନ ବିଲକୁ ନେଇ କାଉଣ୍ଟଡାଉନ: ବିଶେଷଜ୍ଞ କହିଲେ, ଗରିବ ମୁସଲମାନଙ୍କ ହିତ ପାଇଁ ଏହା ଉଦ୍ଦିଷ୍ଟ  

ଭାରତରେ ୱାକଫ ସଂଶୋଧନ ବିଲ ପାସ ହେବାର ପ୍ରଭାବ ପାକିସ୍ତାନରେ ଦେଖିବାକୁ ମିଳିଛି । ସେତିକି ନୁହେଁ, ପାକିସ୍ତାନର ଏକ ଗୋଷ୍ଠୀ ଏଠାରେ ଥିବା ୱାକଫଡ ବୋର୍ଡ ବିରୋଧରେ ସ୍ୱର ଉଠାଇଛନ୍ତି  । କହିବାକୁ ଗଲେ ଏହି ଦେଶରେ ୱାକଫ ବିରୋଧରେ ଏକ ଆନ୍ଦୋଳନ ଆରମ୍ଭ ହୋଇଗଲାଣି ।

BJD
Sasmit's Political Controversy: ଫୁଲ୍‌ ସସପେନ୍ସ ; ଫେରିଲେ ସସ୍ମିତ୍, କିନ୍ତୁ କହିଲେନି କିଛି

ୱକଫ୍ ବିଲ୍‌କୁ ସମର୍ଥନ କରିବା ପରେ ବିଦେଶ ଗସ୍ତରେ ପଳାଇଥିଲେ ସସ୍ମିତ। ତା’ ପରେ ବିଜେଡିରେ ସୃଷ୍ଟିହୋଇଥିଲା ତମ୍ବିତୋଫାନ। ଦଳୀୟ ନେତାଙ୍କ ମଧ୍ୟରେ ଚାଲିଥିଲା ବାକ୍ ଯୁଦ୍ଧ। ନବୀନ ନିବାସରେ ହୋଇଥିଲା ବରିଷ୍ଠନେତାଙ୍କ ମେଳି।

pandian
BJD Conflict : ବଢୁଛି ପାଣ୍ଡିଆନ୍ ବିପକ୍ଷବାଦୀ ଓ ସପକ୍ଷବାଦୀ ଫାଇଟ୍

ନବୀନ ବିଜେଡି ବନାମ ପାଣ୍ଡିଆନ ବିଜେଡି। ଅସଲ ବିଜେଡି କାହା ପାଖରେ? ରାଜ୍ୟସଭାରେ ୱକ୍‌ଫ ବିଲ୍ ବିବାଦକୁ ନେଇ ଦୁଇଫାଳ ଦଳ। କିନ୍ତୁ କାହିଁକି ଅସହାୟ ନବୀନ? କାର୍ଯ୍ୟାନୁଷ୍ଠାନରେ ବିଳମ୍ଭ କାହିଁକି? ଗତକାଲିଠୁ ଖୋଲାଖୋଲି ଆରମ୍ଭ ହୋଇଛି ପ୍ରୋ ପାଣ୍ଡିଆନ ଆଉ ଏଗେନଷ୍ଟ ପାଣ୍ଡିଆନ ଫାଇଟ୍। ସୋସିଆଲ ମିଡିଆ ଆଉ ଗଣମାଧ୍ୟମକୁ ଆସି ମତ ରଖୁଛନ୍ତି ଜଣକ ପରେ ଜଣେ ନେତା।ଶଙ୍ଖ ଭବନ ଆଉ ନବୀନ ନିବାସରେ ଆରମ୍ଭ ହୋଇଛି ଲବି।

naveen
BJD Conflict : ବିଭାଜିତ ହେବାରେ ଲାଗିଛି ବିଜେଡି

ୱକ୍‌ଫ ବିଲ୍ ଭୋଟିଂ ପରଠୁ ଦ୍ବନ୍ଦ୍ବ ଓ ଗୋଳମାଳରେ ଘାଣ୍ଟି ହେଉଛି ବିଜେଡି। ଦଳର ଷ୍ଟାଣ୍ଡରେ ହଠାତ୍ ୟୁ ଟର୍ଣ୍ଣକୁ ନେଇ ନିଇତି ଚାଲିଛି ନେତାଙ୍କ ବିଷୋଦଗାର ଓ ମେଳି । ଆଜି ବରିଷ୍ଠ ନେତାମାନେ ନବୀନ ନିବାସରେ ମୁଖିଆଙ୍କୁ ଭେଟିଥିବାବେଳେ, ଯୁବନେତା କବାଟ କିଳା ଆଲୋଚନା କରିଛନ୍ତି ।

ୱକଫ୍ ବିଲ୍
Waqf Bill: ୱକଫ ବିଲ୍‌ : ମହିଳା ସଶକ୍ତିକରଣକୁ ଗୁରୁତ୍ୱ, ସଂପତ୍ତି ମାମଲାରେ ସରକାରୀ ନିୟନ୍ତ୍ରଣ

୨୦୦୧ରୁ ୨୦୧୨ ମଧ୍ୟରେ ୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ୱକଫ ସମ୍ପତ୍ତି ଘରୋଇ ପ୍ରତିଷ୍ଠାନକୁ ୧୦୦ ବର୍ଷ ପାଇଁ ଲିଜ୍‌ରେ ଦିଆଯାଇଛି। ଶେଷରେ ବେଙ୍ଗାଲୁରୁରେ ହାଇକୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଯାହାଦ୍ୱାରା ୬୦୨ ଏକର ଜମି ଅଧିଗ୍ରହଣକୁ ରୋକା ଯାଇଥିଲା। କଂଗ୍ରେସ ଏହି ବିଲ୍‌କୁ ଦୃଢ଼ ଭାବେ ବିରୋଧ କରୁଥିଲେ ବି ଦେଶବାସୀଙ୍କ ମଙ୍ଗଳ ପାଇଁ ଏହି ବିଲ୍‌ ଆଗତ କରାଯାଇଛି। ତେବେ ସମୟ ହିଁ କହିବ, ଏହି ପରିବର୍ତ୍ତିତ ବିଲ୍‌ ଲୋକଙ୍କ ହିତରେ ଆସୁଛି କି ନାହିଁ।

BJD
Waqf Bill Row In BJD: ୱକ୍‌ଫ ବିଲ୍ ପ୍ରସଙ୍ଗରେ ବର୍ଷିଲେ ବିଜୁ ଯୁବ ଜନତା ଦଳ ନେତା, କହିଲେ କିଏ କରିଛନ୍ତି ଡିଲ୍

Deal Allegation:ନବୀନ ପଟ୍ଟନାୟକଙ୍କ ଦୟାରେ ସେମାନେ ରାଜ୍ୟସଭାକୁ ଯାଇଛନ୍ତି । ବିଜେଡିରେ ପତିଆରା ବିସ୍ତାର କରିଛନ୍ତି । ବିଜେଡି ସରକାର କ୍ଷମତାରୁ ଯିବା ପଛରେ ମାନସଙ୍କର ହାତ ଥିବା ଅଭିଯୋଗ କରିଛନ୍ତି ନୀଳମାଧବ । ତାଙ୍କୁ ବହୁତ ଗୁରୁ ଦାୟିତ୍ୱ ନିର୍ବାଚନ ବେଳେ ଦିଆଯାଇଥିଲା । ସେ କଂଗ୍ରେସରୁ ଆସି ଏଠି ଦଲାଲ ସାଜିଥିବା ଅଭିଯୋଗ କରିଛନ୍ତି ନୀଳମାଧବ ।

Special Story: Congress MLA Sofia Firdous, MP Debashish Samantaray Face Off Over Waqf Bill
Waqf Bill Row: ୱାକଫ୍ ବିଲ୍‌କୁ ନେଇ ସୋଫିଆ-ଦେବାଶିଷ ମୁହାଁମୁହିଁ

ୱାକଫ୍ ବିଲକୁ ନେଇ ସୋଫିଆ ଦେବାଶିଷ ମୁହାଁମୁହିଁ । ସାଂସଦ ଦେବାଶିଷ ଜାଣିଶୁଣି ଭୋଟ ଦେଇନାହାନ୍ତି । ମିଛରେ କହୁଛନ୍ତି କଟକ-ବାରବାଟୀ ଲୋକଙ୍କ ପାଇଁ ଭୋଟ ଦେଇନି ।

BJD
BJD internal rift: 'ବିବେକ ଖେଳ'ରେ ବିଜେଡିରେ ହାହାକାର, ସବୁ ମୂଳରେ ନାହାଁନ୍ତି ତ ନବୀନ ?

କିଏ କରିଛି ରାଜ୍ୟସଭା ଖେଳ ? ୱାକଫ୍ ବିଲ୍‌କୁ ନେଇ ରାଜ୍ୟସଭାରେ ସସ୍ମିତ ପାତ୍ରଙ୍କ ପୋଷ୍ଟ ପରଠୁ ଦଳ ଭାଗଭାଗ ସ୍ଥିତିରେ ପହଞ୍ଚିବା ପରେ ମୁଖିଆ ନବୀନଙ୍କ ଅସମ୍ଭବ ନିରବତାକୁ ନେଇ ପ୍ରଶ୍ନ । ଏହା ଭିତରେ ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇ ଆଜି ବିସ୍ଫୋରକ ବୟାନ ଦେଇଛନ୍ତି । ନିଷ୍ପତ୍ତି କାହିଁକି ବଦଳିଲା ନବୀନ ସବୁ ଜାଣିଛନ୍ତି କହି ତାଙ୍କୁ ମୁହଁ ଖୋଲିବାକୁ ଆହ୍ୱାନ ଦେଇଛନ୍ତି ପ୍ରଫୁଲ୍ଲ ।

ବିଜେଡି ଦୁଇଫାଳ
Rift in BJD: ପାଣ୍ଡିଆନଙ୍କୁ ଦୋଷ ଦେବାରୁ ସହି ପାରିଲେନି... ସାରଙ୍କ ପାଇଁ ବାହାରିଲେ ଏହି ତିନି ସାଂସଦ..

ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲେ ୩ ସାଂସଦ । ଦେବାଶିଷ ସାମନ୍ତରାୟଙ୍କ ମନ୍ତବ୍ୟ ପରେ ପାଣ୍ଡିଆନଙ୍କ ପାଇଁ ଓକିଲାତି କଲେ ସାଂସଦ ନିରଞ୍ଜନ ବିଶି, ମାନସ ମଙ୍ଗରାଜ, ସୁଲତା ଦେଓ । ପାଣ୍ଡିଆନଙ୍କୁ ଅଯଥା ବଦନାମ କରାଯାଉଛି ବୋଲି ଲେଖିଲେ ।

Cuttack Politics
Sofia Targets Debashis : ୱକଫ୍ ସଂଶୋଧନ ବିଲକୁ ନେଇ କଟକ ରାଜନୀତି ସରଗରମ, ସୋଫିଆ-ଦେବାଶିଷ ମୁହାଁମୁହିଁ

ଦେବାଶିଷ ବାବୁ ବିଜେପିକୁ ସମର୍ଥନ କରିଛନ୍ତି । ଗୋଟିଏ ଭୋଟର ବି ମୂଲ୍ୟ ଥାଏ, ବିରୋଧରୁ ଗୋଟିଏ ଭୋଟ କମିଲା ମାନେ ବିଜେପିର ସଂଖ୍ୟା ଗଣିତରେ ଗୋଟିଏ ବଢିଲା । ଏହାଦ୍ୱାରା ବିଜେପିର ୱେଟେଜ୍ ବଢ଼ିଲା । ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି, ମୁଁ ମୋ ଦଳର ନିଷ୍ପତ୍ତି ବିରୋଧରେ ଯାଇଛି । କିନ୍ତୁ ଏହି ବିଲକୁ ମୁଁ କେବେ ବି ସମର୍ଥନ କରିନାହିଁ ।

BJD Conflict
BJD Internal Conflict: ଟ୍ୱିଟ୍ ପରଠୁ ଧରାଛୁଆଁ ଦେଉନାହାନ୍ତି ସସ୍ମିତ, ବିଷ ଉଗାଳିଲେ ମୁନା ଖାନ୍

ଦଳର ନିଷ୍ପତ୍ତି ବଦଳିଯିବା ସଂପର୍କରେ ସେ ସସ୍ମିତଙ୍କୁ ପଚାରିବାକୁ ଚାହୁଁଛନ୍ତି । କିନ୍ତୁ ପଚାରିପାରି ନାହାନ୍ତି । ମୁନାଙ୍କ ରାଗ ଏବେ ପଞ୍ଚମରେ । ସେ ସସ୍ମିତଙ୍କ ଉପରେ ରାଗି ପାଚିକି ଲାଲ୍ । ଦଳରେ ଦୋମୁହାଁ ନୀତି ଚଳିବ ନାହିଁ ବୋଲି ରୋକଠୋକ୍ କହିଛନ୍ତି ମୁନା ।

BJD
BJD Politics: 'ପାଣ୍ଡିଆନ୍ ହଟାଅ, ବିଜେଡି ବଞ୍ଚାଅ'

ନବୀନ ନିବାସରେ କମ୍ପିଲା 'ପାଣ୍ଡିଆନ୍‌ ଗୋ ବ୍ୟାକ୍‌ ନାରା' । 'ପାଣ୍ଡିଆନଙ୍କୁ ତଡ଼, ବିଜେଡି ବଞ୍ଚାଅ' ନାରା ଦେଲେ ମୁନ୍ନା ଖାନଙ୍କ ସମର୍ଥକ । ଏଥିସହ ତୁରନ୍ତ ସସ୍ମିତ ପାତ୍ରଙ୍କୁ ବିଜେଡିରୁ ନିଲମ୍ବନ ପାଇଁ ଦାବି କଲେ ।

BJD
Waqf Bill Row In BJD: ବିଜେଡି ନେତା ପ୍ରଫୁଲ୍ଲ ଘଡ଼େଇଙ୍କ ବିସ୍ଫୋରକ ବୟାନ, କହିଲେ ମାଲିକ ଦୂର କରନ୍ତୁ ଦ୍ୱନ୍ଦ୍ୱ

ଏକ ଅଭାବନୀୟ ପରିସ୍ଥିତି ଦଳରେ ସୃଷ୍ଟି ହୋଇଛି । ଏ ସବୁ ଦ୍ୱନ୍ଦ୍ୱ ଦୂର ହେବ ଓ ଉତ୍ତର ମିଳିଯିବ, ଯଦି ନବୀନ ବାବୁ ଏହା ଉପରେ ଉତ୍ତର ରଖିବେ ବୋଲି କହିଛନ୍ତି ପ୍ରଫୁଲ୍ଲ ଘଡେଇ । ସାଂସଦ ସସ୍ମିତ ପାତ୍ର କେମିତି ବାର୍ତ୍ତା ଦେଲେ, କେଉଁ ପରିପ୍ରେକ୍ଷୀରେ କହିଲେ, ଏ ସବୁ ନବୀନ ବାବୁ ଦଳକୁ ଓ ରାଜ୍ୟବାସୀଙ୍କୁ ଜଣାଇବା ଦରକାର ବୋଲି ସେ କହିଛନ୍ତି ।

ରାଜ୍ୟ ରାଜନୀତି
Game for Heir: ‘ବିବେକ’ ବାଟବଣା...ମହାସଂକଟର ସାମ୍ନା କରୁଛି BJD

ବିଜେଡିର ବରିଷ୍ଠନେତା ପ୍ରଫୁଲ୍ଲ ସାମଲ, ବଦ୍ରି ପାତ୍ର, ପ୍ରତାପ ଜେନା, ପ୍ରଭାତ ତ୍ରିପାଠୀ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଷଡଯନ୍ତ୍ର ହୋଇଥିବା ଦର୍ଶାଇ ଶ୍ରୀ ଜେନା ଓ ଶ୍ରୀ ସାମଲ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ସସ୍ମିତ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ବିଜେଡ଼ି ଏକ ଧର୍ମନିରପେକ୍ଷ ଦଳ ଓ ସଂଶୋଧିତ ବିଲ୍‌ରେ ସିଧାସଳଖ ସଂଖ୍ୟାଲଘୁମାନଙ୍କ ଅଧିକାର ଉପରେ ହସ୍ତକ୍ଷେପ କରାଯାଇଥିବାରୁ ଦଳ ଏହାକୁ ବିରୋଧ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।