• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Budget Session

Gold Scam Alert In Odisha
Gold Sale Scam In Odisha: ସୁନା କିଣୁଥିଲେ ସାବଧାନ; ଗ୍ରାହକଙ୍କ ଚିନ୍ତା ବଢାଇଲା ବିଧାନସଭା ତଥ୍ୟ

ବିଧାନସଭାରେ ଏକ ତାରକା ପ୍ରଶ୍ନର ଉତ୍ତରରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ୨୦୧୯ ରୁ ଆଜିଯାଏଁ ଓଜନ ମାପରେ ଠକେଇ କରି ଧରା ପଡିଛନ୍ତି ୪୦ ଜଣ ବ୍ୟବସାୟୀ । ଏହି ବ୍ୟବସାୟୀଙ୍କ ଠାରୁ ଜରିମାନା ବାବଦକୁ ୫ ଲକ୍ଷ ୪୫ ହଜାର ୫୦୦ ଟଙ୍କା ଆଦାୟ ହୋଇଛି ।

Odisha Budget Session 2025
BJP MLA Slams Opposition: ବିରୋଧୀଙ୍କ ହଟ୍ଟଗୋଳ ଏବଂ ମୁଲତବୀକୁ ନେଇ ଏମିତି କହିଲେ ବିଜେପି ବିଧାୟକ

ବିଧାୟକ ଅମର ନାୟକ କହିଛନ୍ତି ଲକ୍ଷପତି ଦିଦି ସହାୟିକା ଯୋଜନା କରିଛନ୍ତି ସରକାର । ସରକାର ସୁଭଦ୍ରା ପରି ସବୁଠାରୁ ବଡ଼ ଯୋଜନା ମଧ୍ୟ କରିଛନ୍ତି । ସୁଭଦ୍ରା ଯୋଜନା ମାଧ୍ୟମରେ କୋଟିଏ ମହିଳାଙ୍କ ପାଖରେ ଋଣ ନୁହେଁ ସହାୟତା ପହଞ୍ଚିଛି ।

Odisha Education System
Odisha Education System: ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ବିପର୍ଯ୍ୟସ୍ତ ସ୍ଥିତି; ଅଷ୍ଟମ ଶ୍ରେଣୀ ପିଲା ଜାଣି ନାହାନ୍ତି ଫେଡ଼ାଣ ହରଣ

ବିଧାନସଭାରୁ ଆସିଲା ସାଙ୍ଘାତିକ ତଥ୍ୟ । ଅଷ୍ଟମ ଶ୍ରେଣୀ ପିଲା କରି ପାରୁନାହାନ୍ତି ଫେଡ଼ାଣ ହରଣ । କାହିଁକି ଏମିତି ସ୍ଥିତି ତାକୁ ନେଇ ତେଜିଛି ରାଜନୀତି ।

Arun Sahoo Vs Suryabanshi Suraj
Odisha Budget Session 2025: ବିଜେଡି ବିଧାୟକ ଅରୁଣ ସାହୁଙ୍କୁ ଅସ୍ମିତାର ଅର୍ଥ ବୁଝାଇଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ବିଧାନସଭାର ବଜେଟ୍‌ ଅଧିବେଶନର ଦ୍ବିତୀୟ ଦିନରେ ନୟାଗଡ଼ ବିଧାୟକ ଅରୁଣ ସାହୁ, ଓଡ଼ିଆ ଅଭିଧାନରେ ଅସ୍ମିତା ଶବ୍ଦର ଅର୍ଥ କଣ; ଓଡ଼ିଆ ଅସ୍ମିତାର ସମ୍ପୂର୍ଣ୍ଣ ବ୍ୟାଖ୍ୟା ସମ୍ପର୍କରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ ପଚାରିଥିଲେ । ଏହାପରେ ଲିଖିତ ଉତ୍ତର ରଖି ସ୍ପଷ୍ଟ ଭାବରେ ଅସ୍ମିତାର ଅର୍ଥ ବୁଝାଇଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

Engineering Student
Odisha Budget Session 2025: ଖାଲି ପଡ଼ିଛି ପ୍ରଫେସର ପଦବୀ...ଗେଷ୍ଟ ଫ୍ୟାକଲ୍‌ଟିରେ ଚାଲିଛି ବିଶ୍ୱବିଦ୍ୟାଳୟ

ଗେଷ୍ଟ ଫ୍ୟାକଲ୍‌ଟି ଭରସାରେ ବିଶ୍ୱ ବିଦ୍ୟାଳୟ ଚାଲିଥିବା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।

Odisha Budget Session
ଆସନ୍ତା ୧୭ ତାରିଖରେ ରାଜ୍ୟ ବଜେଟ୍

ଆସନ୍ତା ୧୭ ତାରିଖରେ ରାଜ୍ୟ ବଜେଟ୍। ଆଉ କାଲିଠୁ ଆରମ୍ଭ ହେଉଛି ମୋହନ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଅଧିବେଶନ। ଏଇ ଅଧିବେଶନରେ ସରକାରଙ୍କ ଉପରେ ଭାରି ପଡ଼ିପାରନ୍ତି ବିରୋଧୀ। କାହିଁକିନା ନୂଆ ସରକାରଙ୍କୁ ୟା ଭିତରେ ୮ ମାସ ପୂରି ଗଲାଣି। ତେଣୁ ପୂର୍ବଭଳି ଆଉ ପୂର୍ବ ସରକାରର ଦୋଷ ଦୁର୍ବଳତାର ଆଳରେ ଖସି ଯାଇ ହେବନି।

Odisha Budget Session
Odisha Budget Session: ବଜେଟ୍ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଚଳିତ ମାସ ୧୩ ତାରିଖରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭା ବଜେଟ୍ ଅଧିବେଶନ । ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଫେବୃଆରୀ ୧୨ ତାରିଖରେ ବସିବ ସର୍ବଦଳୀୟ ବୈଠକ । ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଦିନ ୧୧ଟାରେ ବୈଠକ ବସିବ ।