ଭବେଶ ରାୟଙ୍କୁ ହତ୍ୟା ଏବଂ ଏହା ପରେ ଦେଖା ଦେଇଥିବା ବିବାଦ ଭାରତ-ବାଂଲାଦେଶ ସମ୍ପର୍କକୁ ଏକ ନୂଆ ବିବାଦପୂର୍ଣ୍ଣ ମୋଡ଼ରେ ପହଞ୍ଚାଇ ଦେଇଛି । ଶେଖ ହସିନାଙ୍କୁ କ୍ଷମତାରୁ ହଟାଇବା ଏବଂ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳନୀ ସରକାର ଗଠନ ହେବା ଘଟଣାକୁ ଭାରତ ଆରମ୍ଭରୁ ସତର୍କତାର ସହ ଦେଖୁଛି ।
ଏହି ଗସ୍ତ ମଧ୍ୟ ଉଭୟ ଦେଶ ପାଇଁ ବେଶ ମହତ୍ୱ ରଖେ । କାରଣ ୨୦୧୨ ପରେ କୌଣସି ପାକ ବିଦେଶ ମନ୍ତ୍ରୀଙ୍କର ଏହା ପ୍ରଥମ ବାଂଲାଦେଶ ଗସ୍ତ ଅଟେ । ତେବେ ପାକିସ୍ତାନ ସହ ବାଂଲାଦେଶର ଏହି ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ନେଇ ଚିନ୍ତାରେ ପଡ଼ିଛି ଭାରତ । କାରଣ ପାକିସ୍ତାନ ସହ ବାଂଲାଦେଶର ସମ୍ପର୍କ ବଢୁଥିବା ବେଳେ ଭାରତ ସହ ତିକ୍ତତା ବୃଦ୍ଧି ପାଉଛି ।
ବାଂଲାଦେଶରୁ ଅନ୍ୟ ଦେଶକୁ ଜାହାଜ ଯୋଗେ ଭାରତୀୟ ସମୁଦ୍ରରେ ହେଉଥିବା ମାଲ୍ ପରିବହନ ହୋଇଥାଏ । ଭାରତ ସରକାର ମିତ୍ର ରାଷ୍ଟ୍ର ହିସାବରେ ବାଂଲାଦେଶକୁ ଏହି ସୁବିଧା ଦେଇଥିଲେ । ଏଣିକି ବାଂଲାଦେଶକୁ ଏହି ସୁବିଧା ମିଳିବନି । ଭାରତର ସାମୁଦ୍ରିକ ସୀମା ଦେଇ ଅନ୍ୟ ଦେଶକୁ ବାଂଲାଦେଶ ଆଉ ମାଲ୍ ପରିବହନ କରିପାରିବ ନାହିଁ । ୟୁରୋପ୍, ନେପାଳ, ଭୁଟାନ ଓ ଅନ୍ୟ କେତେକ ଦେଶକୁ ଏହି ରୁଟରେ ମାଲ୍ ପଠାଇଥାଏ ବାଂଲାଦେଶ ।
ସିଲିଗୁଡ଼ି କରିଡରକୁ ଚିକେନ୍ ନେକ୍ କରିଡର ବୋଲି ମଧ୍ୟ କୁହାଯାଏ। ଏହି ଅଞ୍ଚଳ ୬୦ କିଲୋମିଟର ଲମ୍ବା ଏବଂ ପ୍ରାୟ ୨୨ କିଲୋମିଟର ଚଉଡ଼ା । ଏହା ଦେଶର ମୁଖ୍ୟଭୂମିକୁ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ସହିତ ସଂଯୋଗ କରେ । ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ସଂଯୋଗ କରୁଥିବା ରାସ୍ତା ଏହି କରିଡର ଦେଇ ଯାଇଥାଏ । ଏହି କରିଡର କୁକୁଡ଼ାର ବେକ ପରି ପତଳା, ତେଣୁ ଏହାକୁ ଚିକେନ ନେକ କୁହାଯାଏ। ଏହି ଅଞ୍ଚଳକୁ ବହୁତ ସମ୍ବେଦନଶୀଳ ବୋଲି ବିବେଚନା କରାଯାଏ।
ମିଡିଆ ରିପୋର୍ଟ ଅନୁସାରେ, ମହମ୍ମଦ ୟୁନୁସଙ୍କର ଲକ୍ଷ୍ୟ ଥିଲା ପ୍ରଥମେ ଦିଲ୍ଲୀ ଆସିବେ । ଏଥିପାଇଁ ତାଙ୍କ ପକ୍ଷରୁ ଅନୁରୋଧ ପଠାଯାଇଥିଲା । ହେଲେ ଭାରତ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ନ ମିଳିବା କାରଣରୁ ସେ ଚୀନ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ । ଭାରତ ପ୍ରତି ଯେ ୟୁନୁସଙ୍କ ମନୋଭାବରେ ପରିବର୍ତ୍ତନ ଆସୁଛି ଏଥିରୁ ସ୍ପଷ୍ଟ ହେଉଛି ।
ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ଓ ରାଜନୈତିକ ଅସ୍ଥିରତା ଚର୍ଚ୍ଚା । ସେନା ଅଧିକାରୀ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଗୁପ୍ତ ବୈଠକ ଚର୍ଚ୍ଚା ।
ଆସାମ ସୀମାରେ ଅନାୟସରେ ବାଂଲା ଅନୁପ୍ରବେଶକାରୀ ଭାରତରେ ପଶୁଛନ୍ତି । ଏହା ପରେ ବିଭିନ୍ନ ସ୍ଥାନକୁ ଟ୍ରେନରେ ଯାଇ ସେଠାରେ ରହି ଯାଉଛନ୍ତି । କିଛି ଦିନ ରହି କାମ କରିବା ପରେ ଜାଲ୍ ସାର୍ଟିଫିକେଟ୍ ବାହାର କରି ଦେଉଛନ୍ତି ବୋଲି ପୋଲିସ୍ କହିଛି ।
ବାଂଲାଦେଶରେ ଦୀର୍ଘ ଦିନ ଧରି ଲାଗିରହିଛି ରାଜନୈତିକ ଅସ୍ଥିରତା । ଯେଉଁ ଛାତ୍ର ନେତାଙ୍କ ଯୋଗୁଁ ଶେଖ ହାସିନାଙ୍କ ସରକାରର ପତନ ଘଟିଥିଲା, ସେହି ନେତାମାନେ ଏବେ ଏକ ନୂତନ ରାଜନୈତିକ ଦଳ ଗଠନ କରିବା ନେଇ ଘୋଷଣା କରିଛନ୍ତି। ମିଳିଥିବା ରିପୋର୍ଟ ଅନୁସାରେ, ଗତବର୍ଷ, ବାଂଲାଦେଶରେ ସରକାରୀ ଚାକିରିରେ ସଂରକ୍ଷଣ ଉଚ୍ଛେଦ ପାଇଁ ଏକ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହି ଆନ୍ଦୋଳନକୁ ଦମନ କରିବା ପାଇଁ ହସିନା ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।
ନ୍ୟାସନାଲ କରିକୁଲମ ଆଣ୍ଡ ଟେକ୍ସଟ ବୁକ ବୋର୍ଡ(ଏନସିବିଟି) ପକ୍ଷରୁ ଏଭଳି କରାଯାଇଛି। ୪୪୧ଟି ପାଠ୍ୟ ପୁସ୍ତକରେ ଏଭଳି ପରିବର୍ତ୍ତନ କରାଯାଇଥିବା ଜଣାପଡିଛି। ସମୁଦାୟ ୪୦ ଲକ୍ଷ ପୁସ୍ତକର ମୁଦ୍ରଣ ହୋଇଥିବା ବେଳେ ୨୦୨୫ ଶିକ୍ଷା ବର୍ଷରୁ ଏହାକୁ ପାଠ୍ୟକ୍ରମରେ ସାମିଲ କରାଯାଇଛି।
ପାକିସ୍ତାନର ପୂର୍ବତନ କିମ୍ବଦନ୍ତୀ ଫାଷ୍ଟ ବୋଲର ୱାସିମ ଆକ୍ରମ ଓ ୱାକାର ୟୁନିସଙ୍କୁ ମାନହାନି ମୋକଦ୍ଦମାର ଧମକ ଦେଇଛନ୍ତି ପୂର୍ବତନ ସାଥୀ କ୍ରିକେଟର ମୁସ୍ତାକ ଅହମଦ। ଉଭୟ ଖେଳାଳି ତାଙ୍କର ସମ୍ମାନହାନି କରିଥିବା ଅଭିଯୋଗ କରିବା ସହ ବର୍ତ୍ତମାନ ବାଂଲାଦେଶ ଦଳର ସ୍ପିନ ବୋଲିଂ କୋଚ ରହିଥିବା ମୁସ୍ତାକ ୩୫ କୋଟି ଟଙ୍କାର ମାନହାନି ମୋକଦ୍ଦମା କରିବେ ବୋଲି କହିଛନ୍ତି।
ଶେଖ ହାସିନାଙ୍କ ସରକାରକୁ ଭାଙ୍ଗିବା ପାଇଁ ଆନ୍ଦୋଳନର ନେତୃତ୍ୱ ନେଇଥିବା ଜାତୀୟ ନାଗରିକ ସମିତି ଏବଂ ଭେଦଭାବ ବିରୋଧୀ ଛାତ୍ର ଆନ୍ଦୋଳନ ଦେଶର ରାଜନୀତିରେ ପ୍ରବେଶ କରିବା ନେଇ ଘୋଷଣା କରିଛନ୍ତି। ରିପୋର୍ଟ ଅନୁସାରେ, ନୂତନ ଦଳ ଗଠନର ଘୋଷଣା ଶୁକ୍ରବାର (ବାଂଲାଦେଶୀ ସମୟ) ଅପରାହ୍ନ ୩ଟାରେ କରାଯିବ।
ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ୨୦୦ ୱିକେଟ କ୍ଲବରେ ସାମିଲ ହୋଇଛନ୍ତି। ଚାମ୍ପିୟନ୍ସ ଟ୍ରଫିର ଦ୍ବିତୀୟ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ଏହି ସଫଳତା ଅର୍ଜନ କରିଛନ୍ତି ଶାମି। ଏହି ମ୍ୟାଚ ପୂର୍ବରୁ ଶାମି ଦିନିକିଆ ଅନ୍ତର୍ଜାତୀୟରେ ୧୯୭ ଉଇକେଟ ନେଇଥିଲେ।
ଶେଖ୍ ମୁଜିବୁର୍ ରହମାନଙ୍କୁ ବାଂଲାଦେଶରେ "ଜାତିର ପିତା" ବୋଲି କୁହାଯାଏ । ସେ ବାଂଲାଦେଶର ପ୍ରଥମ ରାଷ୍ଟ୍ରପତି ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ବାଂଲାଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୭୧ ଏପ୍ରିଲ ୧୭ ରୁ ୧୯୭୫ ଅଗଷ୍ଟ ୧୫ ଯାଏ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ଅଗଷ୍ଟ ୧୫ରେ ତାଙ୍କୁ ହତ୍ୟା କରାଯାଇଥିଲା। ବାଂଲାଦେଶ ସ୍ୱାଧୀନତା ପଛରେ ତାଙ୍କର ଭୂମିକା ଅତୁଳନୀୟ।
ପୁଣି ଜଳିଲା ବାଙ୍ଗଲାଦେଶ, ମାତିଲା ଜେସିବି । ଏଥର ବାଙ୍ଗଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବାପଘରକୁ ଟାର୍ଗେଟ କରିଛନ୍ତି ଆନ୍ଦୋଳନକାରୀ। ଘରକୁ ନିଆଁ ଲଗାଇବା ସହ JCB ଲଗାଇ ଭାଙ୍ଗି ଦେଇଛନ୍ତି ।
ବାଂଲାଦେଶର ବିଦାୟୀ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପିତା ତଥା ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର ରେହମାନଙ୍କ ପୁରୁଣା ଘରେ ନିଆଁ ଲଗାଇ ଦେଇଛନ୍ତି ବିରୋଧୀ। ଏହି ଘଟଣାକୁ ବିଦାୟୀ ପ୍ରଧାନମନ୍ତ୍ରୀ ଶେଖ ହସିନା ନିନ୍ଦା କରିଛନ୍ତି। ହସିନା କହିଛନ୍ତି ଆପଣ ଗୋଟିଏ ବିଲ୍ଡିଂକୁ ନିଶ୍ଚହ୍ନ କରି ପାରିବେ ମାତ୍ର ଇତିହାସକୁ ପରିବର୍ତ୍ତନ କରିବା ଅସମ୍ଭବ।
ପଦ ଯିବା ପରେ ଶେଖ ହସିନା ଓ ତାଙ୍କ ଭଉଣୀ ରେହାନା ଯଦି ଆଉ ମାତ୍ର ୨୦-୨୫ ମିନିଟ୍ ବାଂଲାଦେଶରେ ରହିଥାନ୍ତେ ତେବେ ନିଶ୍ଚିତ ଭାବରେ ଷଡ଼ଯନ୍ତ୍ରର ଶିକାର ହୋଇ ମୃତ୍ୟୁବରଣ କରିଥାନ୍ତେ । ଏହାକୁ ନେଇ ବଡ଼ ଖୁଲାସା କରିଛନ୍ତି ଶେଖ ହସିନା।
ବାଂଲାଦେଶର ଅନ୍ତରୀଣ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପାସପୋର୍ଟ ରଦ୍ଦ କରିଛନ୍ତି। ଶେଖ୍ ହସିନାଙ୍କ ବ୍ୟତୀତ ୯୬ ଜଣଙ୍କ ପାସପୋର୍ଟ ବାତିଲ୍ କରାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଆୱାମୀ ଲିଗ୍ ସହ ଜଡ଼ିତ ନେତା ଓ ବ୍ୟବସାୟୀ। ଜୁଲାଇ ମାସରେ ବିକ୍ଷୋଭ ସମୟରେ ସେ ନିଖୋଜ କରିବା ଏବଂ ଲୋକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପାସପୋର୍ଟ ରଦ୍ଦ ପରେ ଯଦି ଶେଖ୍ ହସିନା ଭାରତ ଛାଡ଼ି ବାଂଲାଦେଶ ଯିବାକୁ ଚେଷ୍ଟା କରନ୍ତି ତେବେ ତାଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ସ୍ପଷ୍ଟ ହୋଇଛି।
ଦିନେ ପାକିସ୍ତାନଠାରୁ ଅଲଗା ହେବାକୁ ଭାରତର ସହାୟତା ନେଇଥିଲା ବାଂଲାଦେଶ। ଭାରତ ସହଯୋଗରେ ବିଶ୍ୱ ମାନଚିତ୍ର ସୃଷ୍ଟି ହୋଇଥିଲା ଏକ ନୂଆ ଦେଶ ବାଂଲାଦେଶ। ବାଂଲାଦେଶ ମୁକ୍ତି ଆନ୍ଦୋଳନ ବେଲେ ପାକିସ୍ତାନ ସେନା ୩୦ ଲକ୍ଷ ବାଂଲାଦେଶୀଙ୍କୁ ହତ୍ୟା କରିଥିଲେ। ଏବେ ସେଇ ପାକିସ୍ତାନର ଶରଣ ପଶିଛି ବାଂଲାଦେଶ।
୧୯୭୧ ମସିହା ଭାରତ, ପାକିସ୍ଥାନ ଏବଂ ବାଂଲାଦେଶ ଇତିହାସ ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ବର୍ଷ ଭାରତ ପାକିସ୍ତାନକୁ ଯେଉଁ ଝଟକା ଦେଇଥିଲା ତାହା ଆଜି ବି ଭୁଲିନି ଇସଲାମାବାଦ। ପାକିସ୍ତାନର ବର୍ବରତାକୁ ଦମନ କରିବାକୁ ଭାରତ ନେଇଥିଲା କଡ଼ା ପଦକ୍ଷେପ । ଅତ୍ୟାଚାରୀ ଶାସନରୁ ବାଂଲାଦେଶକୁ ମୁକ୍ତ କରିବାକୁ ଭାରତୀୟ ସେନା ଆରମ୍ଭ କରିଥିଲା ଅଭିଯାନ ।
ବାଂଲାଦେଶ ଧୀରେ ଧୀରେ ଭାରତକୁ ଛାଡ଼ିବାକୁ ଭିତରେ ଭିତରେ ଯୋଜନା କରୁଛି। ବ୍ୟାବସାୟିକ ସଂପର୍କ ସଂକୁଚିତ କରୁଛି। ଏଥିପାଇଁ ସେ ନୂଆ ସାଥୀ ଖୋଜୁଛି। ଚିନି, ଆଳୁ ଓ ପିଆଜ ପାକିସ୍ତାନକୁ ଆଣିବାକୁ ଯୋଜନା କରୁଛି। କିନ୍ତୁ ମନେରଖିବାକୁ ହେବ ଯେ, ଭାରତର ଗୋଟିଏ ମାତ୍ର ଚାଲ୍ ବାଂଲାଦେଶକୁ ଭିକାରୀ କରିଦେଇପାରେ।
ଦିନେ ପାକିସ୍ତାନ ଅତ୍ୟାଚାରରୁ ବାଂଲାଦେଶକୁ ସ୍ୱାଧୀନ କରାଇଥିଲା ଭାରତ । ହେଲେ ସେଇ ବାଂଲାଦେଶ ମୁହଁରେ ଆଜି ଭାରତ ବିରୋଧୀ ସ୍ୱର ! ତେବେ ବିଏନପି ନେତା ଏମିତି କହିବା ପୂର୍ବରୁ ନିଜ ସ୍ଥିତିକୁ ବି ଥରେ ଦେଖି ନେବା କଥା । ଭାରତର ଶକ୍ତି ପାଖରେ ବାଂଲାଦେଶର ସାମରିକ ସ୍ଥିତି କ’ଣ ଆସନ୍ତୁ ଦେଖିବା ।
ପୂଜକ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କ ପାଇଁ ମିଳୁନାହାନ୍ତି ଓକିଲ । ମାସକ ପରେ ହେବ ପରବର୍ତ୍ତୀ ଶୁଣାଣି । ହିନ୍ଦୁ ସଂଖ୍ୟାଲଘୁଙ୍କ ସୁରକ୍ଷା ଦାବିରେ କରିଥିଲେ ବିକ୍ଷୋଭ ।
ପୁଣି ଅଶାନ୍ତ ବାଂଲାଦେଶ। ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ତେଜିଛି ବିବାଦ। ରାଷ୍ଟ୍ରପତିଙ୍କ ବହିଷ୍କାର ଦାବି କରିବା ସହ ଢାକାରେ ବିକ୍ଷୋଭ କରିଛନ୍ତି ହଜାର ହଜାର ବିକ୍ଷୋଭକାରୀ।
FIRରେ ଦର୍ଶାଯାଇଛି ଯେ ଆନ୍ଦୋଳନ ସମୟରେ ଗୁଳି ବାଜିବାରୁ ରୁବେଲ ଗୁରୁତର ଆହତ ହୋଇଥିଲେ । ପରେ ଦୁଇ ଦିନ ପରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ତାତିଲେ ହିନ୍ଦୁ... ହାତ ଯୋଡ଼ିଲା ବାଂଲା ସରକାର । ହିନ୍ଦୁଙ୍କ ଉପରେ ଅତ୍ୟାଚାର କରିବାକୁ ନେଇ ହାତଯୋଡ଼ି କ୍ଷମା ମାଗିଲା ।