ଏହି ଜନଜାତି ହଜାର ହଜାର ବର୍ଷ ଧରି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛନ୍ତି। ସେମାନେ ଆଧୁନିକ ବିଶ୍ୱର ସାଧାରଣ ଭାଇରସ ସହିତ ଲଢ଼ିବା ପାଇଁ ମଧ୍ୟ ସକ୍ଷମ ନୁହଁନ୍ତି। ଥଣ୍ଡା କିମ୍ବା କାଶ ଭଳି ରୋଗ ଆମ ପାଇଁ ସାଧାରଣ ହୋଇପାରେ, କିନ୍ତୁ ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ । ଯଦି କୌଣସି ବାହାର ଲୋକ ସଂକ୍ରମଣ ନେଇ ଦ୍ୱୀପକୁ ଆସନ୍ତି, ତେବେ ଏହି ଲୋକମାନଙ୍କ ମଧ୍ୟରେ ରୋଗ ବ୍ୟାପିପାରେ। ସେମାନଙ୍କ ପାଖରେ ନା ଔଷଧ ଅଛି ନା ପରୀକ୍ଷା ନିରୀକ୍ଷା ସୁବିଧା, ଏପରି ପରିସ୍ଥିତିରେ ବାହ୍ୟ ସଂକ୍ରମଣ ଯୋଗୁଁ ସମଗ୍ର ସମ୍ପ୍ରଦାୟ ଧ୍ୱଂସ ପାଇଯିବାର ଆଶଙ୍କା ରହିଛି।
ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେଆରର ନୂଆ ନାମ ହୋଇଛି ଶ୍ରୀ ବିଜୟ ପୁରମ (Sri Vijaya Puram)। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏନେଇ ଘୋଷଣା କରିଛନ୍ତି ।
ଇଂରେଜ ଶାସନ ସମୟରେ ‘କଳା ପାଣି’ ଦଣ୍ଡ ଚର୍ଚ୍ଚିତ ଥିଲା। ସେଠାକୁ ଯେଉଁ କଏଦୀ ଭାବେ ଯାଏ, ସେ ଆଉ ଫେରେ ନାହିଁ। ସେଠାକାର ସେଲ୍ୟୁଲର ଜେଲ ଆଜି ବି କହୁଛି ସ୍ୱାଧୀନତା ସଂଗ୍ରାମୀଙ୍କ କାହାଣୀ। ବର୍ତ୍ତମାନ ଏହା ରାଷ୍ଟ୍ରୀୟ ସ୍ମାରକରେ ପରିବର୍ତ୍ତନ ହୋଇଥିଲେ ମଧ୍ୟ ସେଠାରେ ଥିଲା ଏମିତି ସବୁ...