ଏହି ସଂକଳ୍ପ ପତ୍ରରେ ମହିଳାମାନଙ୍କୁ ଗୁରୁତ୍ୱ ଦେଇଛି ବିଜେପି। ୨୦୨୪ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାରକୁ ଆସିଲେ ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନା ଆରମ୍ଭ କରିବ ବୋଲି ସଂକଳ୍ପ ପତ୍ରରେ ପ୍ରତିଶ୍ରୁତି ଦେଇଛି ।
ନାରୀ ସଶକ୍ତିକରଣ, ନାରୀ ଜାଗରଣ ଭଳି ଅନେକ ଯୋଜନା ସତ୍ତ୍ୱେ ଅନେକ ସମୟରେ ନାରୀମାନେ କେବଳ ଯୌ ନ ଉତ୍ପୀଡ଼ନ ନୁହେଁ ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ମାନସିକ ନିର୍ଯାତନାର ମଧ୍ୟ ସାମ୍ନା କରନ୍ତି। ଏନେଇ ଅଧିନିୟମ, ୨୦୧୩ ପ୍ରଣୟନ କରାଯାଇଛି। ପ୍ରତ୍ୟେକ ମହିଳା ଏହା ଜାଣିବା ଜରୁରୀ।
ପ୍ରତିବର୍ଷ ୧୫ ଅକ୍ଟୋବରରେ ସାରା ବିଶ୍ୱରେ ‘ଆନ୍ତର୍ଜାତୀୟ ଗ୍ରାମୀଣ ମହିଳା ଦିବସ’ ପାଳନ କରାଯାଏ। ‘ଆନ୍ତର୍ଜାତୀୟ ଗ୍ରାମୀଣ ମହିଳା ଦିବସ’ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ କୃଷିରେ ବିକାଶ, ଗ୍ରାମାଞ୍ଚଳର ବିକାଶ, ଖାଦ୍ୟ ନିରାପତ୍ତା ଏବଂ ଗ୍ରାମାଞ୍ଚଳର ଦାରିଦ୍ର ଦୂରୀକରଣରେ ମହିଳାଙ୍କ ମହତ୍ତ୍ୱ ବିଷୟରେ ଅବଗତ କରାଇବା
ଆଜିବି ସମାଜରେ ମହିଳାମାନଙ୍କ ସ୍ଥିତିକୁ ନେଇ ଅସମାନତା ଦେଖାଯାଏ। ପୁରୁଷଙ୍କ ତୁଳନାରେ ମହିଳାଙ୍କ ପାଇଁ ଲୋକଙ୍କ ମନରେ ଏକ ଦ୍ୱନ୍ଦ୍ୱାତ୍ମକ ମାନସିକତା ଦେଖିବାକୁ ମିଳେ। ଆଜି ବି ସମାଜରେ ମହିଳାମାନେ ପୁରୁଷଙ୍କ ପରି ସମାନ ଅଧିକାର ପାଇବାରୁ ବଞ୍ଚିତ ହେବା ଦେଖାଯାଏ।
ବିଶ୍ୱର ଅନ୍ୟ ଦେଶ ଅପେକ୍ଷା ଭାରତୀୟ ମହିଳାଙ୍କ ଅବସ୍ଥା ବହୁତ ଭଲ। ଭାରତର ଆଇନ ଏବଂ ସମ୍ବିଧାନ ମହିଳାମାନଙ୍କୁ କିଛି ଅଧିକାର ଦେଇଛି ଯାହା ସେମାନଙ୍କୁ ସଶକ୍ତ କରିଥାଏ। ଭାରତୀୟ ମହିଳାମାନେ ଏସବୁ ବିଷୟରେ ଜାଣିବା ଜରୁରୀ।
ଇତିହାସରେ ଏମିତି ଅନେକ ଘଟଣା ଘଟିଛି ଯାହାକି ନାରୀଟିଏ ନିଜର ଆତ୍ମସମ୍ମାନ ଏବଂ ସ୍ୱାଭିମାନ ପାଇଁ ନିଜକୁ ସୁଦୃଢ କରି ଛିଡା ହେବାର ସାହସ ଦେଖେଇଛି। ସେ ଭିତରୁ ଫାତିମା ବେଗମ ଜଣେ। ସ୍ୱାମୀ କରିଦେଲେ ପର। ଆରମ୍ଭ ହେଲା ସଂଘର୍ଷ। ହେଇଗଲେ ପ୍ରଥମ ନାରୀ ଅଭିନେତ୍ରୀ ଓ ନିର୍ଦ୍ଦେଶିକା। ଆସନ୍ତୁ ଜାଣିବା ତାଙ୍କ କାହାଣୀ।
ସ୍ୱାବଲମ୍ବୀ ଗାଁର ମହିଳା...ଧୂପକାଠି ତିଆରି କରି ସଫଳତାର ସିଡ଼ି ଚଢୁଛନ୍ତି ମହିଳା
ଦୃଢ଼ ଇଚ୍ଛାଶକ୍ତି ଓ ବିପଦକୁ ସାମ୍ନା କରିବାର ଅଦମ୍ୟ ସାହସ ଜୀବନର ସବୁ ଅନ୍ଧକାରକୁ ପାର କରିଦିଏ। ଏହା ପାଖରେ ଥିଲେ ବିପଦକୁ ବି ସମ୍ପଦରେ ପରିଣତ କରିପାରେ ମଣିଷ। ଆଉ ବିପଦ ସହ ଲଢେଇରେ ଜୟଯୁକ୍ତ ବି ହୋଇପାରେ। ଆଜି ସେଇଭଳି ଦୁଇ ସାହସୀ ମହିଳାଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା।
ଏବେ ବିଭିନ୍ନ କ୍ଷେତ୍ରରେ ଚମକିଲେଣି ଓଡ଼ିଆ ଝିଅ। ଯେଉଁକ୍ଷେତ୍ରରେ କେବଳ ପୁରୁଷମାନଙ୍କ ପ୍ରବେଶ ଥିଲା ଏବେ ସେଠି ମଧ୍ୟ ସଫଳତାର ସହ ପହଞ୍ଚିସାରିଲେଣି ଝିଅମାନେ। ସେଥିମଧ୍ୟରୁ ମଲ୍ଲଖମ୍ବ ଖେଳ ମଧ୍ୟ ରହିଛି। ଏହାକୁ ନିଜର କରି ଓଡ଼ିଆ ଝିଅ ରେକିପ୍ରଭା ଦେଶ ବିଦେଶରେ ଅନେକ ସୁନାମ ଆଣିଛନ୍ତି। ଆସନ୍ତୁ ଜାଣିବା ତାଙ୍କ କାହାଣୀ।
ଭାରତୀୟ ସ୍ଥଳସେନାଠାରୁ ଆରମ୍ଭ କରି ବାୟୁସେନା ଓ ନୌସେନାରେ ମଧ୍ୟ ମହିଳାମାନେ କାମ କଲେଣି । ଯାହା ଆପଣ ପୂର୍ବରୁ ଜାଣି ସାରିଛନ୍ତି ।
ସେଦିନର ଅସୁସ୍ଥତା ସୁଜାତା ସାହୁଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା। ସେଦିନ ସେ ଯେଉଁ ଗାଁରେ ଆଶ୍ରୟ ନେଇଥିଲେ ସେ ଗାଁକୁ ଗାଡ଼ିରେ ଯିବା ପାଇଁ କୌଣସି ରାସ୍ତା ନଥିଲା। ଏହାପରେ ସେ କ’ଣ କରିଥିଲେ ଆସନ୍ତୁ ଜାଣିବା।
ପ୍ରାକୃତିକ ବିପର୍ଯ୍ୟୟ ସମୟର ପ୍ରତିକୂଳ ପରିସ୍ଥିତିରେ ଅସୀମ ସାହସ ପ୍ରଦର୍ଶନ କରି ବହୁ ଧନ ଜୀବନ ରକ୍ଷା କରିଥିବା ଯୋଗୁଁ ତାଙ୍କୁ 'ଏୟାର ଫୋର୍ସ ମେଡାଲ୍ (ଗାଲାଣ୍ଟ୍ରି)' ବା 'ବାୟୁସେନା ମେଡାଲ(ବୀରତା)' ପ୍ରଦାନ କରାଯାଇଛି। ଏହି ଶୌର୍ଯ୍ୟ ତଥା ବୀରତା ସମ୍ମାନ ପାଇବାର ଗୌରବ ଅର୍ଜନ କରିବାରେ ଦୀପିକା ମିଶ୍ରା ହେଉଛନ୍ତି ଦେଶର ପ୍ରଥମ ମହିଳା ବାୟୁସେନା ଅଧିକାରୀ।
ଦୁଇ ହାତ ସିନା ନାହିଁ ପାଟିରେ ବ୍ରସ୍ ଧରି ସ୍ୱପ୍ନିକା ଆଙ୍କିପାରନ୍ତି ଭଳି କି ଭଳି ଚିତ୍ର, ଆଉ ଚମକାଇ ଦିଅନ୍ତି ସମସ୍ତଙ୍କୁ ନିଜ କଳାରେ। ଖାଲି ସେତିକି ନୁହେଁ, ସ୍ୱପ୍ନିକା ସୋସିଆଲ୍ ମିଡିଆରେ ନିଜର ବିଭିନ୍ନ ଡ୍ୟାନ୍ସ ରିଲ୍ ବି ପୋଷ୍ଟ୍ କରିଥାନ୍ତି। ଆଉ ସୋସିଆଲ୍ ମିଡିଆରେ ତାଙ୍କର ବେଶ୍ ସଂଖ୍ୟାରେ ଫଲୋଅର୍ ବି ଅଛନ୍ତି।
ପୁରୁଷ ପ୍ରଧାନ ଇଣ୍ଡଷ୍ଟ୍ରିରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ଓ ସ୍ଥାନ ସୃଷ୍ଟି କରିପାରିଛି ଭାରତର ପ୍ରଥମ ସ୍ୱୟଂସମ୍ପୂର୍ଣ୍ଣ ମହିଳା ହିପ୍ ହପ୍ ଗ୍ରୁପ୍ 'ୱାଇଲ୍ଡ୍ ୱାଇଲ୍ଡ୍ ୱିମେନ୍'। ଏଥିରେ ଅଛନ୍ତି ୬ ଜଣ କଳାକାର। କେମିତି ଆରମ୍ଭ ହେଲା ଏହି ଗ୍ରୁପ୍ ଆସନ୍ତୁ ଜାଣିବା।
ବର୍ଷ ବର୍ଷ ଧରି ଜଳାଭାବ ସମସ୍ୟା ଦେଇ ଗତି କରୁଥିଲା ଗାଁ। ଗାଁର ଲୋକମାନେ ନିତିଦିନିଆ କାମ ପାଇଁ ଆବଶ୍ୟକ ମାତ୍ରାରେ ପାଣି ପାଇ ପାରୁ ନଥିଲେ କି ସ୍ଥାନୀୟ କୃଷକମାନେ ନିଜ କ୍ଷେତରେ ଜଳସେଚନର ସୁବିଧା ପାଉଥିଲେ। ଶାରଦା ବ°ଶକାରଙ୍କ ଉଦ୍ୟମରେ ସମାଧାନ ହେଲା ସମସ୍ୟା, ଜମିରେ ମାଡିଲା ପାଣି।
ଝିଅମାନଙ୍କ ସ୍ୱପ୍ନ ସାଜିଛି ରାଜକୁମାରୀ ରତ୍ନାବତୀ ବାଳିକା ବିଦ୍ୟାଳୟ। ଏଇ ବିଦ୍ୟାଳୟ ସ୍ଥାନୀୟ ବାଳିକା ଶିଶୁ ତଥା ସେମାନଙ୍କ ପିତାମାତାଙ୍କ ପାଇଁ ଆଶାର ଆଲୋକ ସାଜିଛି। ଏହା କେବଳ ଝିଅମାନଙ୍କ ଶିକ୍ଷାର ସାଧନ ସାଜି ନାହିଁ ବରଂ ସେମାନଙ୍କୁ ଦେଇଛି ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସ୍ୱପ୍ନ ଦେଖିବାର ସାହସ।
ଏକ ରିପୋର୍ଟ ପ୍ରସ୍ତୁତି କାମରେ ତ୍ରିବେଣୀ ଆଚାର୍ଯ୍ୟ ଯାଇଥା'ନ୍ତି ସହରର କୁଖ୍ୟାତ କାମାଥିପୁରା ଗଳିକୁ। ସେଇଠାରେ ସେ ଦେଖିବାକୁ ପାଇଲେ ଦେହ ବ୍ୟବସାୟରେ ଲଗାଯାଇଥିବା ଅନେକ ଝିଅଙ୍କ ଦୁର୍ଦ୍ଦଶା। ସେବେଠାରୁ ସେ ମନେମନେ ପଣକଲେ, ସେଭଳି ଝିଅମାନଙ୍କୁ ସେଇ ରେଡ୍ ଲାଇଟ୍ ନାମକ ନର୍କରୁ ଉଦ୍ଧାର କରିବେ। ଆଉ ତା ପରେ…
ବର୍ଷା ରାଇକର, କମ୍ୟୁନିଟି ରେଡିଓ 'ରେଡିଓ ବୁନ୍ଦେଲଖଣ୍ଡ'ର ଏକମାତ୍ର ମହିଳା ଜକି। ମଧ୍ୟପ୍ରଦେଶର ଓର୍ଚ୍ଛା ସହର ଓ ତା'ର ଆଖପାଖ ଅଞ୍ଚଳରେ ଏଇ ଝିଅଜଣଙ୍କର ସ୍ୱର ସମସ୍ତଙ୍କର ଅତି ପରିଚିତ। ୨୦୧୭ ମସିହାରୁ ଏଇ ସ୍ୱରଟି ଆଖପାଖ ଶହେରୁ ଅଧିକ ଗାଁର ଲୋକମାନଙ୍କୁ ପରିବେଶର କ୍ଷୟକ୍ଷତି ଓ ତା'ର ସୁରକ୍ଷା ନେଇ ସଚେତନ କରାଇ ଆସୁଛି। ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ…
ଭାରତରେ ଏ ପର୍ଯ୍ୟନ୍ତ ଅଧିକାଂଶ ଲୋକ ଜାଣି ନଥିବା ଲନ୍ ବୋଲ୍ସ ଗେମ୍ର ୱିମେନ୍ସ ଫୋରସ୍ ଫର୍ମାଟ୍ରେ ପ୍ରଥମଥର ଲାଗି ପଦକ ଜିତି ମହିଳାମାନେ ଇତିହାସ ରଚନା କରିଥିଲେ। ବର୍ମି°ହାମ୍ ଗେମ୍ସରେ ଭାରତ ମୋଟ୍ ୬୧ଟି ପଦକ (୨୨ଟି ସ୍ୱର୍ଣ୍ଣ, ୧୬ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ୍ ) ହାସଲ କରିଥିଲେ ମଧ୍ୟ ଏଇ ମେଡାଲ୍ଟିକୁ ଜିତିବାର ଆନନ୍ଦ ଥିଲା ଭିନ୍ନ।
ମହିଳାମାନଙ୍କ ଦ୍ୱାରା ବ୍ୟବହୃତ ପ୍ୟାଡ୍ରୁ ବାହାରୁଥିବା ପ୍ଲାଷ୍ଟିକ୍ ଆବର୍ଜନା ବର୍ଷ ବର୍ଷ ଧରି ବିଘଟିତ ନ ହୋଇ ଆମ ପରିବେଶକୁ ଦୂଷିତ କରିଚାଲେ। ଏହି ସମସ୍ୟାକୁ ଏଡେଇବା ନେଇ ପଦକ୍ଷେପ ନେଇଛନ୍ତି ତାମିଲନାଡୁର ପ୍ରୀତି ରାମଦୋସ। ଜାଣନ୍ତୁ ସେ କ’ଣ କରିଛନ୍ତି…
ଆମେ ବ୍ୟବହାର କରୁଥିବା ଅନେକ ଜିନିଷରୁ କେତେକ ଅଦରକାରୀ ପଦାର୍ଥ ମଧ୍ୟ ବାହାରେ। ଏହା ବେଳେ ବେଳେ ପରିବେଶ ପାଇଁ ଘାତକ ହୋଇଥାଏ। କିନ୍ତୁ ଏହି ଅଦରକାରୀ ପଦାର୍ଥ ମଧ୍ୟ ପରିବେଶକୁ ସୁରକ୍ଷା ଦେଇପାରେ। ଆସନ୍ତୁ ଜାଣିବା…
ଭାରତର ଦୁଇ ଜଣ ଯଶସ୍ୱିନୀ ନ୍ୟାୟ ରକ୍ଷିକା। ଉଭୟ ପ୍ରାକ୍ ସ୍ୱାଧୀନତା ସମୟର। ଜଣେ ଭାରତର ପ୍ରଥମ ମହିଳା ଜଷ୍ଟିସ୍ ଓ ପ୍ରଥମ ହାଇକୋର୍ଟ ଜଷ୍ଟିସ୍। ଅନ୍ୟ ଜଣେ ଆମ ଦେଶର ପ୍ରଥମ ମହିଳା ସୁପ୍ରିମକୋର୍ଟ ଜଜ୍। ଯେତେବେଳେ ମହିଳାଙ୍କୁ ଘର ବାହାରକୁ ଯିବା ଲଗାମ ଥିଲା ସେତେବେଳେ ଏହି ଦୁଇ ମହିଳା କିପରି ଏହି ସଫଳତା ପାଇଲେ ଆସନ୍ତୁ ଜାଣିବା।
ସାହିନ୍ ମଲିକଙ୍କ ଦ୍ୱାରା ପ୍ରତିଷ୍ଠିତ ଦିଲ୍ଲୀସ୍ଥିତ 'ଅପନା ଘର୍' ଆଶ୍ରମ ଏସିଡ୍ ପୀଡ଼ିତାଙ୍କ ସାହା ଭରସା ପାଲଟିଛି। ଏଠି ପହଞ୍ଚିଗଲେ ସେମାନଙ୍କୁ ଆଦରରେ ଆପଣେଇ ନିଆଯାଏ। ଖାଲି ସେତିକି ନୁହେଁ, ସେମାନଙ୍କୁ ବିନା ମୂଲ୍ୟରେ ରହିବା-ଖାଇବାର ସୁବିଧା ସହ ଚିକିତ୍ସା ପାଇଁ ମଧ୍ୟ ସହଯୋଗ ଯୋଗାଇ ଦିଆଯାଏ।
ସେମାନେ ଭାରତର ଦୁଇ ପ୍ରତିଭା। ଉଭୟ ଡାଉନସିଣ୍ଡ୍ରୋମରେ ପୀଡ଼ିତ। ଉଭୟ ମାନସିକ ଓ ଶାରୀରିକ ସ୍ତରରେ ଭିନ୍ନକ୍ଷମ ହେଲେ ବି ଏମାନଙ୍କୁ ସଫଳତା ହାସଲ କରିବାରେ କେହି ବାଧା ଦେଇପାରିନାହାଁନ୍ତି। ଆସନ୍ତୁ, କିଛି ଜାଣିବା ସେମାନଙ୍କ ବିଷୟରେ।
ସବାଇ ଘାସ ତିଆରି ସାମଗ୍ରୀ ..ପକେଇଲେ ଭାଙ୍ଗିବନି କି ଧୋଇଲେ ନଷ୍ଟ ହେବନି...ଘାସରେ ତିଆରି ସାମଗ୍ରୀକୁ ବିକି ଭଲ ରୋଜଗାର କରୁଛନ୍ତି ମହିଳା