Advertisment

Munaf Patel's Match Fine Controversy: ମ୍ୟାଚ ଫିର ୨୫ ପ୍ରତିଶତ ହରାଇଲେ ମୁନାଫ, ଜାଣନ୍ତୁ କାହିଁକି

ଆଇପିଏଲ ୨୦୨୫ର ପ୍ରଥମ ସୁପର ଓଭର ବୁଧବାର ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ଆଚରଣ ସଂହିତା ଉଲ୍ଲଂଘନ କରିଥିବା ଅଭିଯୋଗରେ ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂ କୋଚ୍‌ ମୁନାଫ ପଟେଲଙ୍କୁ ତାଙ୍କ ମ୍ୟାଚ୍‌ ଫିର ୨୫ ପ୍ରତିଶତ ଜରିମାନା କରାଯାଇଛି। ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚକୁ ସୁପର ଓଭରରେ ଜିତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ।

author-image
Saroj Kumar Jena
ଅଦ୍ୟତନ ହୋଇଛି
munaf

munaf

ଆଇପିଏଲ ୨୦୨୫ର ପ୍ରଥମ ସୁପର ଓଭର ବୁଧବାର ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ଆଚରଣ ସଂହିତା ଉଲ୍ଲଂଘନ କରିଥିବା ଅଭିଯୋଗରେ ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂ କୋଚ୍‌ ମୁନାଫ ପଟେଲଙ୍କୁ ତାଙ୍କ ମ୍ୟାଚ୍‌ ଫିର ୨୫ ପ୍ରତିଶତ ଜରିମାନା କରାଯାଇଛି। ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚକୁ ସୁପର ଓଭରରେ ଜିତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ନିର୍ଦ୍ଧାରିତ ସମୟରେ ଦିଲ୍ଲୀ କ୍ୟାପିଟାଲ୍ସ ୫ ୱିକେଟରେ ୧୮୮ ରନ କରିଥିଲା। ଜବାବରେ ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୪ ୱିକେଟ ହରାଇ ୧୮୮ ରନ କରିଥିଲା। ମ୍ୟାଚ ସୁପର ଓଭରକୁ ଯାଇଥିବା ବେଳେ ରାଜସ୍ଥାନ ମାତ୍ର ୧୧ ରନ କରିଥିଲା। ଜବାବରେ ଦିଲ୍ଲୀ ୪ ବଲ ମଧ୍ୟରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।

Advertisment

ଅଧିକ ପଢନ୍ତୁ:ଇଣ୍ଟରନେଟରେ ହୃଦୟ ଜିତିଲେ ଶ୍ରେୟସ ଆୟର, ଫ୍ୟାନଙ୍କ ସହିତ ନେଲେ ସେଲଫି

ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ପକ୍ଷରୁ ଅଭିଷେକ ପୋରେଲ ସର୍ବାଧିକ ୪୯ ରନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଲୋକେଶ ରାହୁଲ ୩୮ ରନ କରିଥିଲେ। ଶେଷ ଭାଗରେ ଅଧିନାୟକ ଅକ୍ଷର ପଟେଲ ଓ ଟ୍ରିଷ୍ଟାନ ଷ୍ଟବ୍ସ ୩୪ ରନ ଲେଖାଏ ସ୍କୋର କରିଥିଲେ। ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର ୨, ୱନିନ୍ଦୁ ହସରଙ୍ଗା ଓ ମହୀଷ ତୀକ୍ଷଣା ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

Advertisment

୧୮୯ ରନ ଲକ୍ଷ୍ୟର ପିଛା କରୁଥିବା ରାଜସ୍ଥାନ ଦୃଢ ଭାବେ ଇନିଂସ ଆରମ୍ଭ କରିଥିଲା। ସଞ୍ଜୁ ସାମସନ ୩୧ ଓ ଯଶସ୍ସୀ ଜୟସ୍ବାଲ ୫୧ ପ୍ରଥମ ୱିକେଟରେ ୬୭ ରନ ଯୋଡିଥିଲେ। ତେବେ ମାଂଶପେଶୀ ଟାଣି ହେବା କାରଣରୁ ସାମସନଙ୍କୁ ପଡିଆ ଛାଡିବାକୁ ପଡିଥିଲା। ଏହାପରେ ରାଜସ୍ଥାନର ବ୍ୟାଟିଂ ସାମାନ୍ୟ ଦିଗହରା ହୋଇଥିଲା। ତେବେ ନୀତିଶ ରାଣା ୨୮ ବଲରୁ ୫୧ ରନ କରି ବିଜୟ ଆଶା ସଞ୍ଚାର କରିଥିଲେ। ମାତ୍ର ୧୮ ‍ବଲରୁ ୩୦ ରନ ଆକଶ୍ୟକ ଥିବେ ବେଳେ ରାଣା ଆଉଟ ହେବାରୁ ରାଜସ୍ଥାନ ସଙ୍କଟରେ ପଡିଥିଲା। ଶେଷ ଭାଗରେ ଧ୍ରୁବ ଜୁରେଲ ୨୬ ଓ ସିମରନ ହେଟମେୟର ୧୫ ରନ କରିଥିଲେ ମଧ୍ୟ ବିଜୟୀ କରି ପାରି ନ ଥିଲେ। ଦିଲ୍ଲୀ ପକ୍ଷରୁ ମିଚେଲ ଷ୍ଟାର୍କ, କୁଲଦୀପ ଯାଦବ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

ମୁନାଫ ପଟେଲଙ୍କୁ ଫାଇନ ହୋଇଥିବା ବେଳେ ତାଙ୍କୁ ଏକ ଡିମେରିଟ୍ସ ପଏଣ୍ଟ ମଧ୍ୟ ମିଳିଛି। ମୁନାଫ ଆଚରଣ ସଂହିତାର ଧାରା ୨.୨୦ ଉଲ୍ଲଂଘନ କରିଥିଲେ। ଭାରତର ପୂର୍ବତନ ପେସ୍‌ ବୋଲର ତାଙ୍କ ଭୁଲ୍‌ ସ୍ବୀକାର କରିନେବାରୁ ଶୁଣାଣିର ଆବଶ୍ୟକ ପଡ଼ି ନ ଥିଲା।

ମ୍ୟାଚ ମଝିରେ ଜଣେ ଖେଳାଳିଙ୍କ ଜରିଆରେ ପଡ଼ିଆ ମଧ୍ୟକୁ ଏକ ବାର୍ତ୍ତା ପଠାଇବାକୁ ଚାହୁଁଥିଲେ। ମାତ୍ର ତାଙ୍କୁ ଅନୁମତି ନ ମିଳିବାରୁ ମ୍ୟାଚ ଅଫିସିଆଲଙ୍କ ବାଉଣ୍ଡ୍ରି ରୋପ ସାଇଡରେ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହି କାରଣ ପାଇଁ ତାଙ୍କୁ ଦଣ୍ଡିତ କରାଯାଇଛି। ଏହି ଘଟଣାର ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅଧିକ ପଢନ୍ତୁ:ସୁପର ଓଭରରେ ଜିତିଲା କ୍ୟାପିଟାଲ୍ସ, କୋଟଲାରେ ପ୍ରଥମ ବିଜୟ

IPL Rajasthan Royals Delhi Capitals IPL 2025
Advertisment
Advertisment