Advertisment

NHSRCL Recruitment 2025 : ଭାରତୀୟ ରେଳବାଇରେ ଚାକିରି; ମାସିକ ଦରମା ୧ ଲକ୍ଷ ୬୦ ହଜାର

ଭାରତୀୟ ରେଳବାଇରେ ଚାକିରି ସୁଯୋଗ। ଏନେଇ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
NHSRCL Recruitment   2025 apply for 71 post

NHSRCL Recruitment 2025 apply for 71 post

ଭାରତୀୟ ରେଳବାଇରେ ଚାକିରି କରିବା ନେଇ ଅନେକଙ୍କର ସ୍ୱପ୍ନ ଥାଏ। ଆପଣ ଯଦି ରେଳବାଇରେ ଚାକିରି ଖୋଜୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ। ନ୍ୟାସନାଲ ହାଇ ସ୍ପିଡ୍ ରେଳ ନିଗମ ଲିମିଟେଡ୍ (NHSRCL) ଏହି ସୁଯୋଗ ନେଇଆସିଛି। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ଦେଶର ବୁଲେଟ୍ ଟ୍ରେନ୍ ପ୍ରୋଜେକ୍ଟ ସହିତ ଜଡିତ। ଏହି ନିଯୁକ୍ତି ମାଧ୍ୟମରେ ମ୍ୟାନେଜର ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଇଞ୍ଜିନିୟରିଂ କରିଥିବା ପ୍ରାର୍ଥୀମାନେ ଏହାର ସୁଯୋଗ ନେଇ ପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୭୧ଟି ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ବ୍ୟାଙ୍କର ଅଫିସିଆଲ୍ ୱେବ୍‌ସାଇଟ୍‌ nhsrcl.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ NHSRCL Recruitment 2025 apply for 71 post Notification ରେ କ୍ଲିକ୍ କରି ଦେଖିପାରିବେ।

Advertisment

ଅଧିକ ପଢ଼ନ୍ତୁ: ଚାକିରି ହରାଇ ଚାପରେ ଅଛନ୍ତି କି… ଏହି ସମୟରେ କ’ଣ କରିବେ ଜାଣନ୍ତୁ

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୬ ମାର୍ଚ୍ଚ ୨୦୨୫
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୪ ଏପ୍ରିଲ୍ ୨୦୨୫
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ଜୁନିଅର ଟେକ୍ନିକାଲ୍ ମ୍ୟାନେଜର୍‌ (ସିଭିଲ୍) – ୩୫ଟି ପୋଷ୍ଟ
  • ଜୁନିଅର ଟେକ୍ନିକାଲ୍ ମ୍ୟାନେଜର୍‌ (ଇଲେକ୍ଟ୍ରିକାଲ୍) – ୧୭ଟି ପୋଷ୍ଟ
  • ଜୁନିଅର ଟେକ୍ନିକାଲ୍ ମ୍ୟାନେଜର୍‌ (S&T) – ୦୩ଟି ପୋଷ୍ଟ
  • ଜୁନିଅର ଟେକ୍ନିକାଲ୍ ମ୍ୟାନେଜର୍‌ (ରୋଲିଂ ଷ୍ଟକ୍) – ୦୪ଟି ପୋଷ୍ଟ
  • ଜୁନିଅର ଟେକ୍ନିକାଲ୍ ମ୍ୟାନେଜର୍‌ (ଆର୍କିଟେକ୍ଚର୍) – ୦୮ଟି ପୋଷ୍ଟ
  • ଜୁନିଅର ଟେକ୍ନିକାଲ୍ ମ୍ୟାନେଜର୍‌ (ଡାଟାବେସ୍ ଆଡମିନ୍‌) – ୦୧ଟି ପୋଷ୍ଟ |
  • ଆସିଷ୍ଟାଣ୍ଟ୍ ମ୍ୟାନେଜର୍‌ (କ୍ରୟ) – ୦୧ଟି ପୋଷ୍ଟ
  • ଆସିଷ୍ଟାଣ୍ଟ୍ ମ୍ୟାନେଜର୍‌ (ସାଧାରଣ) – ୦୨ଟି ପୋଷ୍ଟ
  • ମୋଟ ପଦବୀ – ୭୧ଟି ପୋଷ୍ଟ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

  • ଇଞ୍ଜିନିୟର ପଦବୀ ପାଇଁ, ପ୍ରାର୍ଥୀ ସମ୍ପୃକ୍ତ କ୍ଷେତ୍ରରେ BE / B.Tech ଡିଗ୍ରୀ ହାସଲ କରିବା ଉଚିତ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବାଧିକ ବୟସ – ୩୫ ବର୍ଷ
  • ବୟସ ଗଣନା ୩୧।ମାର୍ଚ୍ଚ।୨୦୨୫ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ସର୍ବନିମ୍ନ ଦରମା – ୪୦,୦୦୦ ଟଙ୍କା
  • ସର୍ବାଧିକ ଦରମା – ୧,୬୦,୦୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • କମ୍ପ୍ୟୁଟର ଆଧାରିତ ପରୀକ୍ଷା
  • ସାକ୍ଷାତକାର
  • ମେଡିକାଲ୍ ଟେଷ୍ଟ୍
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଅଧିକ ପଢ଼ନ୍ତୁ: ଚାକିରି ହୋଇଯିବ ପକ୍କା, ଯଦି ଏହି ଗୋଟିଏ ପ୍ରଶ୍ନର ଠିକ୍ ଉତ୍ତର ଦେଇଦେବେ

Indian Railways Govt Jobs Job Search Job Seekers Job Opportunities
Advertisment
Advertisment