ମହାମାରୀ କରୋନା ଯୋଗୁ ସାରା ବିଶ୍ୱରେ ସ୍ୱାସ୍ଥ୍ୟ ସେବାରେ ବିପର୍ଯ୍ୟୟ ସୃଷ୍ଟି ହୋଇଛି। କରୋନା ସ୍ୱାସ୍ଥ୍ୟସେବା ପାଇଁ ଖର୍ଚ୍ଚାନ୍ତ ହୋଇ ବିଶ୍ୱର ୫୦ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ ଭିତରକୁ ଠେଲି ହୋଇ ଯାଇଛନ୍ତି।
ରାଜ୍ୟରେ ଦୈନିକ ସଂକ୍ରମଣ କିଛିଦିନ ହେଲା ଏକ ହଜାର ତଳେ ରହୁଛି କିନ୍ତୁ ସେଥିମଧ୍ୟରୁ ୧୮ ବର୍ଷରୁ କମ୍ ବୟସ୍କ କିଶୋର ଓ ଶିଶୁଙ୍କ ସଂଖ୍ୟା ୧୦୦ ଉପରେ ରହୁଛି। ତେଣେ ଅଡିଟ୍ ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଆଉ ୬୯ ଜଣଙ୍କ କୋଭିଡ୍ରେ ମୃତ୍ୟୁ ହୋଇଥିବା ଦର୍ଶାଇଛି, ଯେଉଁଥିରେ ୨ ଜଣ ଶିଶୁ ଅଛନ୍ତି।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଡବଲ୍ ଡୋଜ୍ ପରେ ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରୁ ୭ ହଜାର ୯୨୪ ଜଣ ଦ୍ୱିତୀୟ ଡୋଜ୍ ନେବାର ୧୪ ଦିନ ପରେ ପଜିଟିଭ ବାହାରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ଡିଏମ୍ଇଟିଙ୍କ କହିବା କଥା- ଟିକା ଶତ ପ୍ରତିଶତ ସୁରକ୍ଷା ଦେଇପାରିବନି କିନ୍ତୁ ଟିକା ନେବା ପରେ ସଂକ୍ରମିତ ହେଉଥିବା ଲୋକଙ୍କ ସଂଖ୍ୟା ନଗଣ୍ୟ ଓ ଖୁବ୍ କମ୍ ରୋଗୀ ଗୁରୁତର ହେଉଛନ୍ତି।
ରାଜ୍ୟରେ ଆଉ ୫୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଗତକାଲି କରୋନା କରୋନା ସଂକ୍ରମଣ ଗ୍ରାଫ୍ ତଳକୁ ଖସିଥିବା ବେଳେ ଆଜି ୨ ହଜାର ପାର କରିଛି।
ରାଜ୍ୟରେ ଲଗାତର ୪ ଦିନ ହେଲା ପୁଣି ବଢୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୨ ହଜାର ୨୧୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ କ୍ୱାରେଣ୍ଟିନରୁ ୧ ହଜାର ୨୭୨ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୯୪୩ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି