Advertisment

Night Skin Care: ରାତିରେ କେମିତି ନେବେ ତ୍ୱଚାର ଯତ୍ନ, ଜାଣନ୍ତୁ ଏହାର ସହଜ ଉପାୟ...

ପ୍ରାୟତଃ ସମସ୍ତେ କାର୍ଯ୍ୟକ୍ଷେତ୍ରକୁ ଯିବା ସମୟରେ କିମ୍ବା ଫେରିବା ପରେ କିମ୍ବା ବ୍ୟୁଟି ପାର୍ଲର ଯିବା ସମୟରେ ହିଁ ତ୍ବଚାର ଯତ୍ନ ବିଷୟରେ ସଚେତନ ହୋଇ ଉଠନ୍ତି। କିନ୍ତୁ ଜାଣନ୍ତି ରାତିରେ ଶୋଇବା ପୂର୍ବରୁ ତ୍ବଚାର ଯତ୍ନର କେତୋଟି ସରଳ ଉପାୟ ନିୟମିତ ଭାବରେ ପାଳନ କଲେ, ତ୍ବଚା ସୁନ୍ଦର ଏବଂ ଉଜ୍ଜ୍ୱଳ ହେବା ସହ ବୟସ ଜନିତ ପ୍ରଭାବକୁ ମଧ୍ୟ ନିୟନ୍ତ୍ରିତ କରିହେବ। ଏହାକୁ Night Skin Care Routine କୁହାଯାଏ।

author-image
Ipsita Pradhan
ଅଦ୍ୟତନ ହୋଇଛି
skin care

skin care

ଉତ୍ତମ ସ୍ବାସ୍ଥ୍ୟ, ମାନସିକ ସ୍ତିତି, ସ୍ମରଣଶକ୍ତି ଏବଂ ଏକାଗ୍ରତା ପାଇଁ ରାତିରେ ସୁଖ ନିଦ୍ରା ନିହାତି ଆବଶ୍ୟ। କିନ୍ତୁ ରାତିର ଭୋଜନ ପରଠୁ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ସମୟରେ ଯେ କେବଳ ମଣିଷ ମସ୍ତିଷ୍କ ଆରାମ କରେ କିମ୍ବା ସୁସ୍ଥ ହେବାକୁ ସମୟ ପାଏ ତା’ ନୁହେଁ କିନ୍ତୁ ରାତିରେ ମଣିଷର ତ୍ବଚା ମଧ୍ୟ ନିଜକୁ ସଜାଡିବା ପାଇଁ ଏବଂ ସୁସ୍ଥ ହେବା ପାଇଁ ସମୟ ପାଇଥାଏ। ନିଶ୍ଚିତ ଭାବରେ ଉତ୍ତମ ପୁଷ୍ଟିକର ଖାଦ୍ୟ ଓ ଛ’-ସାତ ଘଣ୍ଟାର ସୁଖ ନିଦ୍ରା ତ୍ବଚାକୁ ସୁସ୍ଥ ରହିବା ପାଇଁ ସାହାଯ୍ୟ କରେ, କିନ୍ତୁ ଏହା ବ୍ୟତୀତ ଅନ୍ୟ କିଛି ସାଧାରଣ ଉପାୟ ମଧ୍ୟ ତ୍ବଚାକୁ ସୁସ୍ଥ ଓ age related ପରିବର୍ତ୍ତନକୁ ଧିମା କରିବାରେ ସାହାଯ୍ୟ କରେ।

Advertisment

ସୁସ୍ଥ ତ୍ବଚା ପାଇଁ ନାଇଟ୍ ସ୍କିନ୍ କେୟାର:

କ୍ଲିଜି°: ତ୍ବଚାକୁ ସଫା କରିବା ପାଇଁ କ୍ଲିଜି°ର ଆବଶ୍ୟକତା ରହିଥାଏ। ତ୍ବଚା ଉପରେ ଜମା ହୋଇଥିବା ଝାଳ, ମଇଳା, ତୈଳ ଏବଂ ମେକ୍-ଅପକୁ ସଫା କରିବା ପାଇଁ ଏହି ଉପାୟ କରାଯାଏ। ହାଲୁକା ବା ମାଇଲ୍ଡ ଫୋମି° କିମ୍ବା ମିଲ୍କ କ୍ଲିଞ୍ଜର ବ୍ୟବହାର ଦ୍ବାରା ତ୍ବଚାର ପ୍ରାକୃତିକ ତୈଳ ନଷ୍ଟ ହୁଏ ନାହିଁ। ନିୟମିତ, ଅଧିକ ପ୍ରସାଧାନ କିମ୍ବା ମେକ୍-ଅପ୍ ବ୍ୟବହାର କରୁଥିଲେ ଡବଲ୍ କ୍ଲିଞ୍ଜର ବ୍ୟବହାର କରାଯାଏ। ଅଳ୍ପ ବସାଦହି ନେଇ ହାଲୁକା ମାଲିସ କରି ସଫା କଲେ ଭଲ କ୍ଲିଞ୍ଜର ଭାବରେ କାମ କରେ। ଏହାଦ୍ବାରା ତ୍ବଚାର ପ୍ରାକୃତିକ ତୈଳ ମଧ୍ୟ ନଷ୍ଟ ହୁଏ ନାହିଁ।

ଟୋନି°: କ୍ଲିଜି° ପରେ ତ୍ବଚାରେ ବଳକା ରହିଯାଇଥିବା ମେକ୍-ଅପ୍ ଏବଂ ମଇଳା ସଫା କରିବାରେ ଟୋନର ସାହାଯ୍ୟ କରିଥାଏ। ଏହାଛଡା ଟୋନର, କ୍ଲିଜି° ପରେ ତ୍ବଚାର ପ୍ରାକୃତିକ pH ରକ୍ଷା କରିଥାଏ। ଗୋଲାପ ଜଳ ଏବଂ କାକୁଡି ରସ ଯୁକ୍ତ ଟୋନର ତ୍ବଚାକୁ ସୁସ୍ଥ ରଖିବା ସହ ଆଦ୍ରତା ମଧ୍ୟ ସ°ରକ୍ଷିତ କରେ।

Advertisment

ସେରମ୍: ତ୍ବଚାରେ ଆଦ୍ରତା ସୁରକ୍ଷିତ ରଖିବା, ନରମ ରହିବା ଏବଂ ମସୃଣ ରହିବା ପାଇଁ ହାଇଲୁରେନିକ୍ ଏସିଡ୍ ଏବଂ ଗ୍ଲିସେରିନ୍ ଯୁକ୍ତ ସେରମ୍ ବ୍ୟବହାର କରନ୍ତୁ। ତ୍ବଚାକୁ ଫ୍ରି-ରାଡିକଲ୍ ଗୁଡିକର କୁପ୍ରଭାବରୁ ରକ୍ଷା କରିବା ପାଇଁ ଭାଇଟାମିନ୍ E ଏବଂ C ଯୁକ୍ତ ସେରମ୍ ବ୍ୟବହାର କରନ୍ତୁ। ଅତ୍ୟଧିକ ବ୍ଲାକହେଡ୍ ଏବଂ ମୁଖବ୍ରଣ କ୍ଷେତ୍ରରେ ସାଲିସିଲିକ୍ ଏସିଡ୍ ଯୁକ୍ତ ସେରମ୍ ଉପକାରୀ। ବ୍ରଣ ଦାଗ ଏବଂ ବୟସ ଜନିତ କଳାଦାଗ କ୍ଷେତ୍ରରେ ନିଆସିନ୍ ଯୁକ୍ତ ସେରମ୍ ବ୍ୟବହାର ଉପଯୁକ୍ତ। ସେରମ୍ ବ୍ୟବହାର ଦ୍ବାରା ତ୍ବଚାକୁ ସ°କ୍ରମଣ ଏବଂ ଅନ୍ୟାନ୍ୟ କାରଣରୁ ହୋଇଥିବା କ୍ଷେତକୁ ଭରିବାରେ ସାହାଯ୍ୟ ମିଳେ।

ମଏଶ୍ଚରାଇଜର୍: ତୈଳମୁକ୍ତ ହାଲୁକା ମଏଶ୍ଚରାଇଜର୍ ରାତିରେ ବ୍ୟବହାର ପାଇଁ ଉପଯୁକ୍ତ। ହାଇଲୁରେନିକ୍ ଏସିଡ୍, ସେରାମାଇଡ୍ ଏବଂ ଗ୍ଲିସେରିନ୍ ଯୁକ୍ତ ମଏଶ୍ଚରାଇଜର୍ ତ୍ବଚାର ଆଦ୍ରତା ବଜାୟ ରଖିବା ଏବଂ ନରମ ରଖିବାରେ ସାହାଯ୍ୟ କରେ। ଏହା ଦ୍ବାରା ତ୍ବଚା ଶୁଷ୍କ ହୁଏ ନାହିଁ। ଅତ୍ୟଧିକ ଶୁଷ୍କ ତ୍ବଚା କ୍ଷେତ୍ରରେ କ୍ରିମ୍-ବେସ୍ ମଏଶ୍ଚରାଇଜର୍ ବ୍ୟବହାର କରି ପାରନ୍ତି।

ଆଖିର ଯତ୍ନ: କାଫେନ୍ ଏବଂ କାକୁଡି ରସ ଯୁକ୍ତ କୁଲି° ଆଖି କ୍ରିମ୍ ଆଖି ଚାରିପାଖର କଳାଦାଗ ଏବଂ ଆଖି ତଳପତା ଫୁଲା କମାଇବା ପାଇଁ ଉପକାରୀ।

ଓଠର ଯତ୍ନ: ଓଠର ଉପରି ସ୍ତରରେ ଥିବା ଶୁଷ୍କ ଚମଡାକୁ ସ୍କ୍ରବ୍ କରି ସାରିବା ପରେ ଗୋଟିଏ ଭଲ ହାଇଡ୍ରେଟି° ଲିପ୍ ବାମ୍ ବ୍ୟବହାର କରିବା ଦ୍ୱାରା ଓଠ ଚିକ୍କଣ ଓ ନରମ ରୁହେ। ଦିନରେ ମଧ୍ୟ ଏସ୍ ପି ଏଫ୍ ୧୫ ଥିବା ଲିପ୍ ବାମ୍ ର ବ୍ୟବହାର ଦ୍ବାରା ଓଠର କଳା ପଡିବାକୁ ରୋକା ଯାଇ ପାରେ।

ଏକ୍ସଫୋଲିଏସନ୍: ସପ୍ତାହରେ ଅତି କମ୍ ରେ ଦୁଇ ଥର ଗ୍ଲାଇକୋଲିକ୍ ଏସିଡ୍ କିମ୍ବା ସାଲିସିଲିକ୍ ଏସିଡ୍ ପରି କେମିକାଲ୍ ଏକ୍ସଫୋଲିଏଟର୍ କିମ୍ବା ସ୍କ୍ରବର ପରି ଫିଜିକାଲ୍ ଏକ୍ସଫୋଲିଏଟର୍ ବ୍ୟବହାର ଦ୍ବାରା ତ୍ବଚାର ମୃତ ଚର୍ମ କୋଷରୁ ମୁକ୍ତି ଦେବା ସହ, ନୂତନ ଚର୍ମକୋଷ ନିର୍ମାଣରେ ସାହାଯ୍ୟ କରେ। କିନ୍ତୁ ତ୍ବଚା ଶୁଷ୍କ ହୋଇଥିଲେ ଅତ୍ୟଧିକ ଏକ୍ସଫୋଲିଏସନ୍ ମୁଖବ୍ରଣ ସମସ୍ୟା ସୃଷ୍ଟି କରିପାରେ।

ରାତ୍ରି ଭୋଜନ: ହାଲୁକା ଭୋଜନ କରନ୍ତୁ। ଶ୍ବେତସାର ଏବଂ ସ୍ନେହସାର ଅପେକ୍ଷା ଅଧିକ ପନିପରିବା, ସାଲାଡ୍ ଆଦି ଗ୍ରହଣ କରନ୍ତୁ। ପେଟ ହାଲୁକା ରହିଲେ ନିଦ୍ରା ଭଲ ହୁଏ। କଫି କିମ୍ବା ଚା’ ସେବନ କରନ୍ତୁ ନାହିଁ। ୩-୪ ଘଣ୍ଟା ପାଣିରେ ଭିଜା ଯାଇଥିବା ଚିଆ ସିଡ୍ସ ଏବଂ ଭୁଷି ମଧ୍ୟ ରାତ୍ରିରେ ସେବନ କରିବା ସ୍ବାସ୍ଥ୍ୟ ପାଇଁ ଭଲ। ଉପଯୁକ୍ତ ମାତ୍ରାର ପାଣି ସେବନ କରନ୍ତୁ।

Health Tips Night Sleep Skin Care
Advertisment
Advertisment