ଏହି ଲେଖାରେ ଯୁରୋପ ଓ ଆମେରିକାରେ ବୋନସ ମଦରର ଧାରାକୁ ବ୍ୟାଖ୍ୟା କରାଯାଇଛି । କିଏ ଏହାର ଉପଯୋଗ କରୁଛନ୍ତି, ବୋନସ ମଦର ଓ ଷ୍ଟେପ ମଦର ମଧ୍ୟରେ ପାର୍ଥକ୍ୟ କ’ଣ, କେବେ ଏହି ପ୍ରବୃତ୍ତି ଆରମ୍ଭ ହେଲା, କେଉଁଠି ଏଭଳି ପରିବାର ଦେଖାଯାଉଛି– ଏ ସମସ୍ତ ପ୍ରଶ୍ନର ଉତ୍ତର ଏହି ଲେଖାରେ ରହିଛି।
ମାର୍ଚ୍ଚ ୨୦୨୩ ରିପୋର୍ଟ ଅନୁସାରେ, ଅନୁମାନ କରାଯାଉଛି ପ୍ରାୟ ୧.୩୪ ଲକ୍ଷ ଭାରତୀୟ ଶିଶୁଙ୍କ ପରିବାର ଗ୍ରୀନ କାର୍ଡ ପାଇବା ପୂର୍ବରୁ ସେମାନଙ୍କର ଆଶ୍ରିତ ଭିସା ଅବଧି ଶେଷ ହୋଇ ଯାଇପାରେ । ଟେକ୍ସାସର ଏକ ଅଦାଲତ ଡେଫର୍ଡ ଆକ୍ସନ ଫର ଚାଇଲଡହୁଡ ଆରାଇଭାଲ୍ସ (DACA) ଅନୁସାରେ ନୂତନ ଆବେଦନକାରୀଙ୍କ ୱର୍କ ପରମିଟ ଦେବା ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି ଯେଉଁଥିପାଇଁ ଦ୍ୱନ୍ଦ୍ୱ ଆହୁରି ବଢିଯାଇଛି ।
ଜୟଶଙ୍କର ଟ୍ରମ୍ପଙ୍କ ବିଷୟରେ ପୂର୍ବରୁ ଯାହା କହିଥିଲେ, ଆଜି ତାହା ସତ୍ୟ ପ୍ରମାଣିତ ହୋଇଛି । ଜୟଶଙ୍କର ଟ୍ରମ୍ପଙ୍କୁ କହିଥିଲେ ସେ ଜଣେ ‘ଆମେରିକାକ ରାଷ୍ଟ୍ରବାଦୀ’ ନେତା, ଯିଏ କେବଳ ନିଜ ଦେଶର ହିତକୁ ସର୍ବାଗ୍ରେ ପ୍ରାଥମିକତା ଦେଇଥାନ୍ତି । ଏଥସହିତ ଅନାବଶ୍ୟକ ବିଦେଶୀ ଖର୍ଚ୍ଚକୁ ନେଇ ମଧ୍ୟ ସେ ବହୁତ ସତର୍କ ଏବଂ ସଚେତନ ।
ୟୁଏସ୍ ବର୍ଡର ପାଟ୍ରୋଲ୍ ପୋଲିସ (USBP) ମୁଖ୍ୟ ମାଇକେଲ୍ ଡବ୍ଲୁ. ବ୍ୟାଙ୍କସ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି, 'USBP ଏବଂ ଏହାର ଅଂଶୀଦାରମାନେ ସଫଳତାର ସହ ଅବୈଧ ବିଦେଶୀମାନଙ୍କୁ ଭାରତ ଫେରାଇ ଆଣିଛନ୍ତି। ଯଦି କେହି ବେଆଇନ ଭାବରେ ସୀମା ପାର କରନ୍ତି, ତେବେ ସେମାନଙ୍କୁ ବାହାର କରିଦିଆଯିବା ନେଇ ପରୋକ୍ଷ ଚେତାବନୀ ଦିଆଯାଇଛି।
ଟେକ୍ନୋଲୋଜି, ଉତ୍ପାଦନ ଏବଂ ନବସୃଜନ କ୍ଷେତ୍ରରେ ଜାପାନ ଏକ ବିଶ୍ୱସ୍ତରୀୟ ଅଗ୍ରଣୀ ଦେଶ । ଛୋଟ ଆକାର ସତ୍ତ୍ୱେ ଶ୍ରେଷ୍ଠ ୧୦ରେ ସ୍ଥାନ ସୁରକ୍ଷିତ କରେ । ଶକ୍ତିଶାଳୀ ଅର୍ଥନୀତି ପାଇଁ ଜଣାଶୁଣା ଜାପାନ ବିଶ୍ୱ ବାଣିଜ୍ୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଏବଂ ବୈଷୟିକ ପ୍ରଗତିରେ ଆଗେଇଥାଏ ।
ଭାରତୀୟ ଛାତ୍ରଛାତ୍ରୀ ଆମେରିକା ଯାଇ ସେଠିକାର ବିଶ୍ୱବିଦ୍ୟାଳୟରେ ବି ଡାକ୍ତରୀରେ ନାମ ଲେଖାଇପାରିବେ । ସବୁଠାରୁ ବଡ କଥା ହେଉଛି, ସେଠାରେ ଡାକ୍ତରୀ ପାଠ ପଢିବା ପାଇଁ ନିଟ ପରୀକ୍ଷା ଦେବାର ଆବଶ୍ୟକତା ନାହିଁ । ଯଦି ଆପଣ ବିଦେଶ ଯାଇ ମେଡିକାଲ ପଢିବା ପାଇଁ ଚାହୁଁଛନ୍ତି ତେବେ ଆମେରିକା ଏକ ବିକଳ୍ପ ନିଶ୍ଚୟ ହୋଇପାରିବ ।
ଲିଙ୍କନଙ୍କ ଏହି ଐତିହାସିକ ନିର୍ଣ୍ଣୟକୁ ନେଇ ଅନେକ ଲୋକ ଖୁସି ଥିଲେ, ଅନେକ ଖୁସି ବି ନ ଥିଲେ । ଯେଉଁମାନେ ଏହି ନିୟମକୁ ନେଇ ଖୁସି ନ ଥିଲେ, ସେମାନେ ନିଗ୍ରୋମାନଙ୍କୁ ସବୁବେଳେ ସେମାନଙ୍କ ଦାସ କରି ରଖିବା ସହ ଶୋଷଣ କରିବାକୁ ଚାହୁଁଥିଲେ । ଏହାକୁ ନେଇ ଲିଙ୍କନଙ୍କ ପାଖକୁ ଅନେକ ଧମକପୂର୍ଣ୍ଣ ଚିଠି ଆସୁଥିଲା । ହତ୍ୟା ଧମକ ବି ଆସୁଥିଲା । ଲିଙ୍କନ ଏହି ଚିଠି ସବୁକୁ ସାଇତି କରି ଏକ ଫାଇଲ ଭିତରେ ରଖି ଦେଉଥିଲେ ।
ଟ୍ରମ୍ପ ଭାରତ ବିରୋଧରେ ପ୍ରତ୍ୟକ୍ଷ ଭାବେ କୌଣସି ଘୋଷଣା କରିନଥିଲେ ସୁଦ୍ଧା ଭବିଷ୍ୟତରେ ଏପରି କରିବେ ନାହିଁ ବୋଲି କୁହାଯାଇପାରିବ ନାହିଁ । ମେକ୍ ଆମେରିକା ଗ୍ରେଟ୍ ଏଗେନ ଭିଜନ ସହ ସତ୍ତାକୁ ଆସିଥିବା ଟ୍ରମ୍ପ କୌଣସି ସମୟରେ କିଛି ବି ନିଷ୍ପତ୍ତି ନେଇପାରନ୍ତି । ସାରା ଗତିବିଧିକୁ ଆମେରିକାରେ କେନ୍ଦ୍ରିତ କରିବା ଲକ୍ଷ୍ୟରେ ସେ ହ୍ୱାଇଟ ହାଉସ ଫେରିଛନ୍ତି । ନିର୍ବାଚନ ପ୍ରଚାର ସମୟରେ ଆମେରିକାକୁ ଅଗ୍ରାଧିକାର ଦେବା ସହ ପ୍ରାଥମିକତା ହେବ ବୋଲି ଘୋଷଣା କରିଥିଲେ ଟ୍ରମ୍ପ ।
୨୦୧୬ ମସିହାରେ ଡୋନାଲ୍ଡ ଟ୍ରମ୍ପ ପ୍ରଥମେ ଥର ପାଇଁ ଯେତେବେଳେ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହୋଇଥିଲେ ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୪.୫ ବିଲିୟନ ଡ଼ଲାର ଥିଲା । ହେଲେ ତା’ଠାରୁ ଅନେକ ଅଧିକ ସମ୍ପତ୍ତିର ଅଧିକାରୀ ବୋଲି ନିଜେ ଟ୍ରମ୍ପ ପ୍ରକାଶ କରିଥିଲେ । ଏହା ପରେ ସେ ଯେତେବେଳେ ଆମେରିକାର ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିଥିଲେ ତାଙ୍କ ସମ୍ପତ୍ତିରେ ହଠାତ୍ ହ୍ରାସ ଘଟିଥିଲା ।
ଆମେରିକାରେ ପୁଣି ଚାଲିବ ଟ୍ରମ୍ପ ଶାସନ। ମିଷ୍ଟର ପ୍ରେସିଡେଣ୍ଟ ବନିବେ ଡୋନାଲ୍ଡ ଟ୍ରମ୍ପ। ହ୍ୱାଇଟ୍ ହାଉସରେ ଆରମ୍ଭ ହେବ ଦ୍ୱିତୀୟ ଇନିଂସ। ଏଥିପାଇଁ ଫ୍ଲୋରିଡାରୁ ୱାସିଂଟନ୍ ଅଭିମୁଖେ ପରିବାର ସହ ଉଡାଣ ଭରିଛନ୍ତି ଟ୍ରମ୍ପ।
ନିମନ୍ତ୍ରିତ ଅତିଥି ହୋଇଥିବା ସତ୍ତ୍ୱେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ସମାରୋହରେ ଯୋଗ ଦେବେନାହିଁ, ସେ ତାଙ୍କର ଜଣେ ପ୍ରତିନିଧୀଙ୍କୁ ପଠାଉଛନ୍ତି। ଭାରତ ପକ୍ଷରୁ ଏସ ଜୟଶଙ୍କର ଅଂଶଗ୍ରହଣ କରିବେ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ମଧ୍ୟ ଟ୍ରମ୍ପଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି କାର୍ଯ୍ୟକ୍ରମରେ ଟ୍ରମ୍ପଙ୍କ ଉପଦେଷ୍ଟା ଟେସଲା ଏବଂ ସ୍ପେସ୍ ଏକ୍ସର ସିଇଓ ଏଲୋନ୍ ମସ୍କ, ଆମାଜନ କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ୍ ଜେଫ୍ ବେଜୋସ୍ ଏବଂ ମେଟା ପ୍ଲାଟଫର୍ମର ସିଇଓ ମାର୍କ ଜୁକରବର୍ଗ ମଧ୍ୟ ଯୋଗ ଦେବେ ।
ଭାରତୀୟ ଯୁବକକୁ ୮ ବର୍ଷ ଜେଲ୍ ଦଣ୍ଡ ଶୁଣାଇଲେ ୟୁଏସ୍ ଡିଷ୍ଟ୍ରିକ୍ଟ କୋର୍ଟ । ନିଜେ ଟ୍ରକ ଚଳାଇ ହ୍ବାଇଟ ହାଉସ ପାଚେରୀ ଭାଙ୍ଗି ପ୍ରବେଶ ଉଦ୍ୟମ କରିଥିଲା ଏହି ଭାରତୀୟ ଯୁବକ । ଉପସ୍ଥିତ ପୋଲିସ ଓ ହ୍ବାଇଟ ହାଉସ ସୁରକ୍ଷାକର୍ମୀ ଅଭିଯୁକ୍ତକୁ ତୁରନ୍ତ କାବୁ କରିବା ପରେ ରାଷ୍ଟ୍ରପତିଙ୍କୁ ହତ୍ୟା ଉଦ୍ୟମରେ ଆକ୍ରମଣ ଥିଲା ବୋଲି ନିଜେ ସ୍ୱୀକାର କରିଥିଲା ଅଭିଯୁକ୍ତ ।
ଲଟେରୀ ଜିତିବା ପରେ ତାଙ୍କର ଜୀବନଶୈଳୀ ସମ୍ପୂର୍ଣ୍ଣ ବଦଳି ଯାଇଥିଲା । ଭଲରେ ରହିବା ପାଇଁ ଯାହା ଦରକାର ସବୁ କରିଥିଲେ ଏଡବିନ । ପ୍ରଥମେ ସେ ହଲିଉଡ ହିଲ୍ସୂ୍ରେ ନିଜ ପାଇଁ ୨୫.୫ ମିଲିଅନ ଡଲାର ଦେଇ ଏକ ଆଲିଶାନ ବଙ୍ଗଳା କିଣିଥିଲେ । ଏହାବ୍ୟତୀତ ୪ ମିଲିଅନ ଡଲାର ଦେଇ ନିଜ ମା’ ବାପା-ମା’ଙ୍କ ପାଇଁ ଏକ ଜାପାନୀ ଷ୍ଟାଇଲରେ ଭବ୍ୟ ବଙ୍ଗଳା କିଣିଥିଲେ । ପରେ ୪୭ ମିଲିଅନ ଡଲାର ଦେଇ ବେଲ ଏୟରରେ ଏକ ଛୋଟ ଘର କିଣିଥିଲେ ।
ଐତିହାସିକ ତଥ୍ୟରୁ ଜଣାଯାଏ, ୧୯୪୬ ମସିହାରେ ଆମେରିକାର ରାଷ୍ଟ୍ରପତି ହ୍ୟାରି ଟ୍ରୁ ମ୍ୟାନ ୧୦ କୋଟି ଡଲାର ଦେଇ ସେତେବେଳେ ଗ୍ରୀନଲାଣ୍ଡକୁ କିଣିବା ପାଇଁ ପ୍ରସ୍ତାବ ଦେଇଥିଲେ ଯାହା ଆଜି ୧.୩ ଅରବ ଡଲାର ସଙ୍ଗେ ସମାନ । ତେବେ ଗ୍ରୀନଲାଣ୍ଡର ରଣନୀତିକ ଅବସ୍ଥାନ, ଏଠାରେ ଥିବା ଅମୂଲମୂଲ ସଂପଦ ହିଁ ଏହାର ବିଶେଷତ୍ୱକୁ ଦର୍ଶାଇଥାଏ । ଅର୍ଥନୈତିଜ୍ଞ ତଥା ଗବେଷକମାନେ ଏହାର ମୂଲ୍ୟ ଶତାଧିକ ଅରବରୁ ଅଧିକ ହେବ ବୋଲି ଅନୁମାନ କରୁଛନ୍ତି ।
ବିଶ୍ୱର ବିଭିନ୍ନ ଦେଶରେ ନାଗରିକତା ପାଇଁ ଭିନ୍ନ ଭିନ୍ନ ନିୟମ ରହିଛି । ଉଦାହରଣ ସ୍ୱରୂପ, ଭାରତୀୟ ନାଗରିକଙ୍କ ପିଲାମାନଙ୍କୁ ଭାରତୀୟ ନାଗରିକ ବିବେଚନା କରାଯାଏ । ସେହିଭଳି ଆମେରିକୀୟ ନିୟମ ଅନୁସାରେ ଆମେରିକୀୟ ମାଟିରେ ଜନ୍ମ ହୋଇଥିବା ଯେକୌଣସି ବ୍ୟକ୍ତି ଆମେରିକାର ନାଗରିକ ଭାବରେ ବିବେଚିତ ହେବେ ।
କାରକେଡ୍ ସହ ଦୁର୍ଘଟଣା ଘଟିଥିବା କାର ବାଇଡେନ୍ଙ୍କ ଗାଡ଼ିଠାରୁ ମାତ୍ର ୧୩୦ ମିଟର ଦୂରରେ ଥିଲା । ସୁରକ୍ଷାକର୍ମୀ ତୁରନ୍ତ ବାଇଡେନ୍ ଓ ତାଙ୍କ ପତ୍ନୀଙ୍କୁ ଉଦ୍ଧାର କରି ଘଟଣା ସ୍ଥଳରୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ ।