/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740376963.jpg)
ପେଟ ଫାମ୍ପିବାର କାରଣ
ପେଟ ଫାମ୍ପିବା କ’ଣ: ପେଟ ଗୁମ୍ ହେଲାପରି ଲାଗି ଆଣ୍ଟ, ଭାରି ଓ ଭର୍ତ୍ତି ହେଲା ଲାଗିବା ସହ ଅଧିକାଂଶ ସମୟ ପେଟ ବେଲୁନ୍ ପରି ଫୁଲିଯିବାକୁ ପେଟ ଫାମ୍ପିବା କୁହାଯାଏ। ସାଧାରଣତଃ ଏହା ପେଟରେ ମାତ୍ରାଧିକ ବାୟୁ କାରଣରୁ ହୋଇଥାଏ। ଏଥିରେ ସାଧାରଣତଃ ପେଟ ବଡ଼ ବା ଫୁଲିଗଲା ପରି ଦେଖାଯାଏ। ଯଦିଓ ଅଧିକାଂଶ ସମୟରେ ଏହା ଆପେ କମିଯାଏ କିନ୍ତୁ ଅନେକ ସମୟରେ ମଧ୍ୟ ଦୀର୍ଘ ସମୟ ଲାଗି ରୁହେ ଏବଂ ଜଣେ ବ୍ୟକ୍ତିର ଦୈନନ୍ଦିନ କାର୍ଯ୍ୟରେ ବାଧା ଉପୁଯାଇଥାଏ।
ପେଟ ଫାମ୍ପିବାର ଲକ୍ଷଣ:
- ବାରମ୍ବାର ହେକୁଟି ଆସିବା
- ମାତ୍ରାଧିକ ଅପାନବାୟୁ, ଅନେକ ସମୟରେ ଦୁର୍ଗନ୍ଧ ମଧ୍ୟ ହୋଇଥାଏ
- ପେଟ ଭିତରୁ ଗୁଡଗୁଡ୍ ଶବ୍ଦ ସୃଷ୍ଟି ହେବା
- ପେଟ ଗୁମ୍ ଲାଗି, ଚଳପ୍ରଚଳ ହେବାରେ ଅସୁବିଧା ଭୋଗିବା
- ପେଟ ଫୁଲି ଯିବା, ବଡ ଦେଖାଯିବା
- ପେଟ ଯନ୍ତ୍ରଣା ହେବା
- ପତଳା ଝାଡା ହେବା
ପେଟ ଫାମ୍ପିବାର କାରଣ:
ଖାଦ୍ୟ ଖାଇବା କିମ୍ବା ଥଣ୍ଡା ମୃଦୁ ପାନୀୟ ଗ୍ରହଣ ସମୟରେ ଅଧିକ ମାତ୍ରାରେ ବାୟୁ ବା ଗ୍ୟାସ ଢୋକି ହୋଇଯିବା
ସାଧାରଣତଃ ବୃହଦ୍ ଅନ୍ତନଳୀରେ ଶର୍କରା ଜାତୀୟ ଦ୍ରବ୍ୟ ପାଚନ କରିବା ପାଇଁ ଖାଦ୍ୟନଳୀରେ ଥିବା ଜୀବାଣୁ Fermentation କରିଥାନ୍ତି। ଏହା ଦ୍ବାରା ବାୟୁ ନିର୍ଗତ ହୋଇଥାଏ। କିନ୍ତୁ କୌଣସି କାରଣରୁ ଯଦି ବୃହଦ୍ ଅନ୍ତନାଳୀ ପୂର୍ବରୁ ଶର୍କରା କମ୍ ମାତ୍ରାରେ ଅଧିଗ୍ରହଣ ହୋଇ ଅତ୍ୟଧିକ ମାତ୍ରାରେ ବୃହଦ୍ ଅନ୍ତନଳୀରେ ପହଞ୍ଚେ ତାହା ଅତ୍ୟଧିକ ବାୟୁ ଏବଂ ପେଟ ଫାମ୍ପିବାର କାରଣ ହୁଏ।
- ଡାଲି ଜାତୀୟ, ବିନ୍ସ ବା ବରବଟି ମଞ୍ଜି, ରାଜମା ପରି ଖାଦ୍ୟ ଅଧିକ ଗ୍ରହଣ କରିବା
- Irritable Bowel Syndrome ପରି chronic ଖାଦ୍ୟନଳୀର ରୋଗ ଭୋଗିବା, ଯେଉଁଥିରେ ପାଚନ ପ୍ରକ୍ରିୟା ବାଧା ପ୍ରାପ୍ତ ହୁଏ।
- କୋଷ୍ଠକାଠିନ୍ୟ ଏବଂ Intestinal obstruction
- ହଠାତ୍ ଓଜନ ବୃଦ୍ଧି
- ଶାରୀରିକ ବ୍ୟାୟାମର ଅଭାବ
- ହରମୋନ୍ କାରଣ: ଋତୁସ୍ରାବ କିମ୍ବା ଋତୁବିରତି ସମୟରେ ଶରୀରରେ ହରମୋନର ମାତ୍ରା ଅସ୍ଥିର ରହୁଥିବା କାରଣରୁ ପେଟ ଫାମ୍ପିଥାଏ
- କିଛି ପ୍ରକାରର ଜକୃତ, ବୃକକ୍ ଏବଂ ହୃଦୟ ରୋଗରେ ପେଟରେ ପାଣି ଜମା ହୋଇଯାଏ, ଯାହାକୁ ଏସାଇଟିସ୍ କୁହାଯାଏ, ଏଥିରେ ମଧ୍ୟ ପେଟ ଭାରି ଲାଗେ।
- ପାନକ୍ରିଆଜ୍ ଅନେକ ସମୟରେ ପାଚନକାରୀ ଏଞ୍ଜାଇମ୍ ସୃଷ୍ଟି କରେ ନାହିଁ, ଯାହା ପାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କରେ। ଖାଦ୍ୟ ହଜମ ନହୋଇ ପେଟ ଫାମ୍ପିଥାଏ।
- ପାକସ୍ଥଳୀର ସ°କ୍ରମଣ ଏବଂ କିଛି ପ୍ରକାର କର୍କଟ ରୋଗରେ ମଧ୍ୟ ପେଟ ଫାମ୍ପିଥାଏ।
ପେଟ ଫାମ୍ପିବାରୁ ମୁକ୍ତି:
ଅଧିକ ତନ୍ତୁଯୁକ୍ତ (fibrous food) ଖାଦ୍ୟ ଗ୍ରହଣ କରନ୍ତୁ। ସନ୍ଧ୍ୟାରେ ଉଷୁମ ପାଣିରେ ଭୁଷି ଭିଜାଇ ଖାଇବା ଦ୍ବାରା କୋଷ୍ଠକାଠିନ୍ୟ ଦୂର ହେବା ସହ ପେଟ ଫାମ୍ପିବା କମିଥିଏ।
ଅଦା, ଜୁଆଣି, ଜୀରା, ପାନମଧୁରୀ, ହଳଦୀ ଆଦିର ଚା’ ମଧ୍ୟ ଉପକାର ଦେଇଥାଏ।
ପିପରମେଣ୍ଟ ତୈଳ, ଆଣ୍ଟାସିଡ୍, ପ୍ରୋବାୟୋଟିକ୍ସ ଏବଂ ମ୍ୟାଗନେସିୟମ୍ ସପ୍ଲିମେଣ୍ଟସ୍ ମଧ୍ୟ ପେଟ ଫାମ୍ପିବା କମିବାରେ ସାହାଯ୍ୟ କରେ।
କେଉଁ ଖାଦ୍ୟ ଖାଇବା ଦ୍ବାରା ବଦହଜମି ହେଉଛି ଏବଂ ଅଧିକ ଅପାନବାୟୁ ହେଉଛି ଚିହ୍ନଟ କରି, ଧିରେଧିରେ ସେଗୁଡିକର ସେବନ ବନ୍ଦ କରନ୍ତୁ।
ନିୟମିତ ବ୍ୟାୟାମ, ସକାଳ-ସନ୍ଧ୍ୟା ଚାଲିବା ଆଦି ଅଭ୍ୟାସ ଅନ୍ତନାଳୀର ଗତି ଠିକ୍ ରଖିଥାଏ ଏବଂ ପେଟ ଫମ୍ପିବାରୁ ମୁକ୍ତି ମିଳେ।
ଛଣାଛଣି, ତେଲ ଜାତୀୟ, ଫାଷ୍ଟ ଫୁଡ୍ ଏବଂ ପ୍ରୋସେସ୍ଡ ଫୁଡରୁ ଦୂରେଇ ରୁହନ୍ତୁ।
ଆବଶ୍ୟକ ସ୍ଥଳେ ହରମୋନାଲ୍ ଥେରାପି ପେଟ ଫାମ୍ପିବାରୁ ମୁକ୍ତି ଦେଇଥାଏ।
ଅଧିକ ମାତ୍ରାରେ ପାଣି ଗ୍ରହଣ କରନ୍ତୁ।
ଲଗାତାର ଏବଂ ଦୀର୍ଘ ଦିନ ପର୍ଯ୍ୟନ୍ତ ପେଟ ଫାମ୍ପିବା ଲାଗି ରହିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)