ରାତି ପ୍ରାୟ ୯ଟା ୧୦ ମିନିଟ ସମୟରେ ହଠାତ୍ ଚେକ୍ ଇନ୍ କାଉଣ୍ଟର ପାଖ ଅଂଚଳରେ ନିଆଁ ଲାଗିଯାଇଥିଲା।
ତତ୍କ୍ଷଣାତ୍ ତାଙ୍କ ବ୍ୟାଗକୁ CISF ଅଧିକାରୀ ଜବତ କରିବା ସହ ସନ୍ଧାନୀ କୁକୁରକୁ ଅଣାଯାଇଥିଲା।
‘ମୋର ମରିବାର ନାହିଁ, ବିମାନରେ ବୋମା ଅଛି’ । ଏପରି କହି ଫୋନ୍ କାଟିଦେଲେ ।
ବେଙ୍ଗାଲୁରୁ ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଜଣେ ମହିଳା ଯାତ୍ରୀ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଚେକିଂ ନାଁରେ ଡ୍ରେସ୍ ଖୋଲିବାକୁ କୁହାଯାଇଥିବା ମହିଳା ଜଣକ ଅଭିଯୋଗ ଆଣିଛନ୍ତି।
କର୍ଣ୍ଣାଟକ ଗସ୍ତ ଅବସରରେ ଆଜି ପ୍ରଧାନମନ୍ତ୍ରୀ ମୋଦି ବେଙ୍ଗାଲୁର ସ୍ଥିତ କେମ୍ପେଗୌଡା ଆନ୍ତର୍ଜାତିକ ବିମାନ ବନ୍ଦରର ଦୁଇ ନମ୍ବର ଟର୍ମିନାଲକୁ ଉଦଘାଟନ କରିଛନ୍ତି । ପ୍ରାୟ ପାଞ୍ଚ ହଜାର କୋଟି ଟଙ୍କାରେ ନିର୍ମିତ ଏହି ଟର୍ମିନାଲ ଯୋଗୁଁ ଯାତ୍ରୀ ଗମନାଗମନ ଦୁଇଗୁଣ ବୃଦ୍ଧି ପାଇବ ବୋଲି ଆଶା କରାଯାଇଛି ।
ଜୟପୁରକୁ ଉଡାନ୍ ଯୋଜନାରେ ଇଣ୍ଡିଆ ଓ୍ୱାନ୍ ବିମାନ ସେବା ପ୍ରଦାନକାରୀ କମ୍ପାନୀ ବିମାନ ସେବା ଯୋଗାଇଦେବା ନେଇ ପୂର୍ବରୁ ଘୋଷଣା କରିସାରିଛି।
୩୩ କୋଟି ଟଙ୍କା ବ୍ୟୟରେ ୯୫ ହେକ୍ଟର ଜମିରେ ମାଲକାନଗିରିରେ ଏୟାରଷ୍ଟ୍ରିପ୍ ନିର୍ମାଣ ହେବ। ୨୦୨୩ ମସିହା ଡିସେମ୍ବରରେ କାର୍ଯ୍ୟ ସରିବାର ଅବଧି ରହିଛି।
ଧର୍ମ ପ୍ରତି ଭାରତୀୟଙ୍କ ଦୁର୍ବଳତା ସମସ୍ତେ ପ୍ରାୟ ଜାଣନ୍ତି। ବିଶେଷକରି ମହିଳାମାନେ ଧର୍ମ ପାଖରେ ଟିକେ ବେଶି ଭାବପ୍ରବଣ। ଟିଭି ପରଦାରେ ବା ଫିଲ୍ମରେ ରାମ, ଜଗନ୍ନାଥଙ୍କୁ ଦେଖିଲେ ମୁଣ୍ଡିଆ ମାରିବା, ମହାଭାରତ, ରାମାୟଣ ଧାରାବାହିକ ଆରମ୍ଭ ପୂର୍ବରୁ ଟିଭି ପରଦାକୁ ପୂଜା କରିବା ପରି ଅନେକ ସୁପର ନାଚୁରାଲ କାହାଣୀ ଶୁଣିଥିବେ।
ଦିଲ୍ଲୀ, ମୁମ୍ବାଇ ଓ ଅହମ୍ମଦାବାଦ ରେଲେଓ୍ୱ ଷ୍ଟେସନ୍ରେ ରହିବ କେଉଁସବୁ ଆଧୁନିକ ସୁବିଧା, ଜାଣନ୍ତୁ
ଭୁବନେଶ୍ୱର ଏୟାରପୋର୍ଟରେ ପ୍ରେମକୁ ନେଇ ହାଇଡ୍ରାମା । ପ୍ରେମୀଯୁଗଳଙ୍କୁ ଏସ୍କର୍ଟ କରି ଆଣିଲା ପୋଲିସ । ପାଠ ପଢିବା ବେଳେ ଯୁବକ-ଯୁବତୀଙ୍କ ମଧ୍ୟରେ ଗଢିଉଠିଥିଲା ପ୍ରେମ ସମ୍ପର୍କ ।
ଏୟାରପୋର୍ଟ ପାଇଁ ୯୫ ହେକ୍ଟର ଜମି ଅଧିଗ୍ରହଣ ଶେଷ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।
BMC ପକ୍ଷରୁ RTPCR ଟେଷ୍ଟ ଲାଗି ସବୁ ସୁବିଧା ଯୋଗାଇ ଦିଆଯାଇଛି । BMCର ନୂଆ ନିର୍ଦ୍ଦେଶନାମା ଅନୁସାରେ ଯେଉଁମାନେ ୭୨ଘଣ୍ଟା ମଧ୍ୟରେ RTPCR ପରୀକ୍ଷା କରିଥିବେ, ସେମାନଙ୍କର ଆଉ ବିମାନବନ୍ଦରରେ କୋଭିଡ ଟେଷ୍ଟ ହେବନି ।
ଆଜିର ଏହି ଉଡ୍ଡାନ ଉତ୍ସବରେ କୋଭିଡରେ ବାପାମାଆ ହରାଇଥିବା ୨୬ ଜଣ ବାଳକ-ବାଳିକା, ୨୦ ବରିଷ୍ଠ ନାଗରିକ, ୪ ଦିବ୍ୟାଙ୍ଗଙ୍କୁ ନେଇ ଉଡ଼ାଣ ଭରିଥିଲା ଜୟ ରାଇଡର ବିମାନ।
ଯବାନଙ୍କୁ ସାଲ୍ୟୁଟ୍ ମାରୁଛି ୪ ବର୍ଷର ଛୋଟ ଛୁଆ । ଗତ କିଛି ଦିନ ହେବ ସୋସିଆଲ୍ ମିଡିଆରେ ଏହି ଘଟଣାର ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । କର୍ଣ୍ଣାଟକର ବେଙ୍ଗାଲୁରୁ ବିମାନବନ୍ଦରରେ ଏକ ଛୋଟ ଛୁଆ ହଠାତ୍ ଜଣେ ସି.ଆଇ.ଏସ୍.ଏଫ୍ କର୍ମଚାରୀଙ୍କୁ ଦେଖି ସାଲ୍ୟୁଟ୍ ପ୍ରଦାନ କରିଛି
ଭାରତ ସୀମାରେ ଚୀନ୍ ନିର୍ମାଣ କରିବ ୩୦ଟି ବିମାନବନ୍ଦର । ସାମରିକ କାମକୁ ତ୍ୱରାନିତ କରିବା ପାଇଁ ଚୀନ୍ ଏଭଳି ପଦକ୍ଷେପ ନେଇଛି । ଯାହା ଦ୍ୱାରା ଭାରତ ସୀମାବର୍ତ୍ତୀ ଅଞ୍ଚଳ ଜିନଜିଆଙ୍ଗ ଓ ତିବ୍ଦତ ଅଞ୍ଚଳରେ ଥିବା ପାଶ୍ଚାତ୍ୟ ଥିଏଟର କମାଣ୍ଡକୁ ସୁବିଧା ସୁଯୋଗ ମିଳିପାରିବ ।
ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜିଆଇ ବିମାନବନ୍ଦର)କୁ ବୋମା ପକେଇ ଉଡେଇଦେବାକୁ ଅଲ୍କାଏଦା ଧମକ ଦେଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ପୋଲିସ ଶନିବାର ସନ୍ଧ୍ୟାରେ ଅଲ୍କାଏଦା ନାମରେ ଏକ ଇମେଲ ପାଇଥିଲା, ଯେଉଁଥିରେ ଆସନ୍ତା କିଛି ଦିନ ମଧ୍ୟରେ ଆଇଜି ବିମାନ ବନ୍ଦରକୁ ଉଡ଼ାଇ ଦିଆଯିବ ବୋଲି ଧମକ ଦିଆଯାଇଛି। ଧମକ ମିଳିବା ମାତ୍ରେ ବିମାନବନ୍ଦରର ସୁରକ୍ଷାକୁ ଆହୁରି କଡାକଡି କରାଯାଇଛି।