ବନ୍ଧା ସରିଛି କୋକେଇ । ମଶାଣିରେ ଜୁଇ ବି ସଜଡ଼ା ଚାଲିଛି । ସର୍ବସ୍ବାନ୍ତ ହୋଇସାରିଛି ପରିବାର । କଳହ ନେଇଛି ତିନି ତିନି ଜଣଙ୍କ ଜୀବନ । ବିଷ ପିଇ ଏକା ବେଳେ ଆଖି ବୁଜିଦେଲେ ମା’ ସହ ପୁଅ ଝିଅ ।
ଚେତନ ଏଭଳି ପଦକ୍ଷେପ ନେବା ପୂର୍ବରୁ ନିଜ ପତ୍ନୀ, ପୁଅ ଓ ବୁଢ଼ୀ ମା‘ଙ୍କୁ ବିଷ ଦେଇ ମାରିଦେଲେ। ପରବର୍ତ୍ତୀ ସମୟରେ ନିଜେ ଝୁଲି ଆତ୍ମହତ୍ୟା କରିଛନ୍ତି। ଏ ନେଇ ବିଦ୍ୟାରଣ୍ୟପୁରମ୍ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ ପୁଲିସ ଅଧିକ ଖୋଳତାଡ଼ ଜାରି ରଖିଛି। ତେବେ ବୁଢ଼ୀ ମା‘ଙ୍କ ଶବ ସେ ରହୁଥିବା ଫ୍ଲାଟରୁ ମିଳିଥିବା ବେଳେ ଚେତନ ରହୁଥିବା ଫ୍ଲାଟରୁ ଚେତନ ସମେତ ପତ୍ନୀ ଓ ପୁଅର ଶବ ମିଳିଥିଲା।