ଶୀତ କାକରରେ ସପ୍ତାହେ ଧରି ଅମଳ ଧାନ ସହ ମଣ୍ଡିରେ ପଡିରହିଥିବା ଚାଷୀ ଏବେ ସନ୍ଧି କରିଛି । ବର୍ଷକର ପରିଶ୍ରମ ବିକ୍ରି ନ ହେବାରୁ ବାଧ୍ୟ ହୋଇଛି ମିଲର ସହ ବୁଝାମଣା କରିବାକୁ।
ଅଦିନିଆ ବର୍ଷାରେ ହୋଇଥିବା ଫସଲ କ୍ଷୟକ୍ଷତି ପାଇଁ ଆଉ ଦୁଇ-ତିନି ଦିନ ଭିତରେ କ୍ଷତିପୂରଣ ପାଇବେ କ୍ଷତିଗ୍ରସ୍ତ ଚାଷୀ । ପଞ୍ଜୀକରଣ କରିଥିବା ବୀମାଭୁକ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରିବା ସରକାର ।
ନବୀନଙ୍କ ବିଲ ବୁଲାବେଳେ ହୋଇଥିଲା କି ଡ୍ରାମା ? ସାଲେପୁରରେ ପ୍ରାୟୋଜିତ ଟୁର୍ କରାଇଥିଲେ କି ସେଠିକାର ବିଜେଡି ନେତା ? ଚାଷୀଙ୍କୁ ଶୁଆ ଭଳି ପାଠ ପଢ଼ାଇ ସୃଷ୍ଟି କରିଥିଲେ କି ଇମୋସନାଲ୍ ନାଟକ ?
ସର୍ବସ୍ବାନ୍ତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ପ୍ରାକୃତିକ ବିପର୍ଯ୍ୟୟ ଭାବେ ବିବେଚିତ ହେବ ଅଦିନିଆ ବର୍ଷା । ସେଇ ଆଧାରରେ ଅନ୍ନଦାତାଙ୍କୁ ଦିଆଯିବ କ୍ଷତିପୂରଣ ।
ସର୍ବସ୍ବାନ୍ତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ପ୍ରାକୃତିକ ବିପର୍ଯ୍ୟୟ ଭାବେ ବିବେଚିତ ହେବ ଅଦିନିଆ ବର୍ଷା । ସେଇ ଆଧାରରେ ଅନ୍ନଦାତାଙ୍କୁ ଦିଆଯିବ କ୍ଷତିପୂରଣ ।
୩୩%ରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ଚାଷୀଙ୍କୁ ବିପର୍ଯ୍ୟୟ ସହାୟତା ମିଳିବ। ଏ ବର୍ଷ ଅଦିନିଆ ବର୍ଷାରେ ୬ ଲକ୍ଷ ୬୬ ହଜାର ୭ଶହ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି ।
କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବାକୁ କଟକ ଜିଲ୍ଲା ସାଲେପୁର କଟରପା ଗାଁକୁ ଯାଇଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନଙ୍କୁ ଦେଖି ଚାଷୀମାନେ ଆଖି ଛଳ ଛଳ କରି କାନ୍ଦିଥିଲେ। ହେଲେ ଏହା ପଛରେ କେମିତି ଥିଲା ବିଜେଡି ନେତା ଦେବୀ ମିଶ୍ର, ପ୍ରତାପ ଜେନା ଓ ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରସ୍ତୁତି ଆସନ୍ତୁ ଜାଣିବା...
କେମିତି ଚାଷୀ କରିବେ ପଞ୍ଜିକରଣ? ଫସଲ କ୍ଷତି ପଞ୍ଜିକରଣ ପାଇଁ କାଲି ରାତି ୧୨ ଡେଡଲାଇନ୍ । ଅନେକ ଏବେ ବି ଜାଣିନାହାନ୍ତି ପଞ୍ଜିକରଣ ପ୍ରକ୍ରିୟା । ଉଜୁଡ଼ା ଜମିରୁ ଧାନ ସାଉଁଟୁଛନ୍ତି ଚାଷୀ ।
ହଟିକଲଚର ବିଭାଗ ସହ ଯୋଗାଯୋଗ କରି କୁଇଣ୍ଟାଲ କୁଇଣ୍ଟାଲ ଆଳୁ ଆଣି ସବୁ ଗଜା କରାଇବା ସହ ଏକର ଏକର ଜମିରେ ଖତ ପକାଇ ପ୍ରସ୍ତୁତ କରିସାରିଛନ୍ତି, କିନ୍ତୁ ନିଇତି ସଞ୍ଜ ବାଜିବା କ୍ଷଣି ଏବେ ହାତୀ କ୍ଷେତ ମୁହାଁ ହେଉଛନ୍ତି। ଆଳୁ ଲଗାଇଲେ ନଷ୍ଟ ହବା ଥୟ ବୋଲି ଜାଣିବା ପରେ ଆଳୁ ଲଗାଇବାକୁ ଡ଼ରୁଛନ୍ତି ଚାଷୀ।
ହାତରେ ଉଜୁଡା ଫସଲ, ଆଖିରୁ ଝରୁଛି ଲୁହ। କାନ୍ଦି କାନ୍ଦି ସରକାରଙ୍କୁ ଗୁହାରି କରୁଛି ଚଷା ପୁଅ। ମତେ ରକ୍ଷା କର, ଋଣ ଛାଡ଼ କର। ଅଦିନିଆ ବର୍ଷାରେ ଧୋଇଯାଇଛି ଫସଲ। ଅଣ୍ଟା ସଳଖିବା ମୁସ୍କିଲ।
ହେଲିକପଟର ଯୋଗେ ପାରଳାଖେମୁଣ୍ଡି ସେଞ୍ଚୁରିଅନ୍ ପଡିଆରେ ପହଞ୍ଚିବା ପରେ ଗୋଷାଣୀ ବ୍ଲକ ଗୁରାଣ୍ଡି ଅଭିମୁଖେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ। ବିଲ ମୁଣ୍ଡରେ ଚାଷୀଙ୍କ ସହ ସିଧାସଳଖ ଆଲୋଚନା ଏବଂ ଉଜୁଡ଼ା ଫସଲ ଦେଖିଲେ ମୋହନ ।
ଖୋଲା ଆକାଶ ତଲେ ପଡିରହିଛି ଚାଷୀର ବସ୍ତା ବସ୍ତା ଧାନ । ସହର ପାଖରେ ଥିବାରୁ, ନେତା, ମନ୍ତ୍ରୀ ଓ ଅଫିସର ଏହି ମଣ୍ଡିକୁ ଘନ ଘନ ଗସ୍ତ କରୁଛନ୍ତି । କିନ୍ତୁ ଠିକଠାକ ଉଠିପାରୁନି ଚାଷୀର ଧାନ । ଏବେ ଅଦିନିଆ ବର୍ଷା ଯୋଗୁଁ, ବାହାରେ ପଡିରହିଥିବା ବସ୍ତା ବସ୍ତା ଧାନ ଭିଜିବାରେ ଲାଗିଛି । ପଲିଥିନ ଢାଙ୍କି ଚାଷୀ ଧାନକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରି ବିଫଳ ହେଉଛି ।
ଦୋହରା ବର୍ଷା ମାଡ଼ରେ ଦୋହଲିଗଲାଣି ଚାଷବାସର ସ୍ଥିତି। ଧାନବିଲରୁ ଧାନମଣ୍ଡି, ପରିବା କ୍ଷେତରୁ ପରିବା ହାଟ, ସ୍ଥିତି ବେହାଲ। ରାଜ୍ୟବ୍ୟାପି ଲଗାଣ ବର୍ଷାରେ ପୁଣି ବର୍ବାଦ ହେଲାଣି ବର୍ଷକର ଆହାର ।
ସରକାରୀ ଯୋଜନାରୁ ବାଦ ପଡିବେ ଅଣଚାଷୀ। ଜାନୁଆରୀରୁ ପଞ୍ଜିକରଣ ଆରମ୍ଭ। ଚାଷୀଙ୍କୁ ମିଳିବ ୧୪ଟିକିଆ ନମ୍ବର ବିଶିଷ୍ଟ ସ୍ୱତନ୍ତ୍ର ଆଇଡି ନମ୍ବର। ଡିଜିଟାଲ କୃଷକ କାର୍ଡ ବି ଯୋଗାଇ ଦେବେ ସରକାର।
ସରକାରୀ ଯୋଜନାରୁ ବାଦ ପଡିବେ ଅଣଚାଷୀ। ଜାନୁଆରୀରୁ ପଞ୍ଜିକରଣ ଆରମ୍ଭ। ଚାଷୀଙ୍କୁ ମିଳିବ ୧୪ଟିକିଆ ନମ୍ବର ବିଶିଷ୍ଟ ସ୍ୱତନ୍ତ୍ର ଆଇଡି ନମ୍ବର। ଡିଜିଟାଲ କୃଷକ କାର୍ଡ ବି ଯୋଗାଇ ଦେବେ ସରକାର।
ପୁଣି ପ୍ରତିଶ୍ରୁତି ପୂରଣ କଲେ ମୋହନ ସରକାର । ଅନ୍ନଦାତାଙ୍କ ଖାତାକୁ ଗଲା ୮ଶହ ଟଙ୍କାର ଇନପୁଟ୍ ସହାୟତା । ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାକୁ ଦୋହରାଇଲେ ପ୍ରତିଶ୍ରୁତି । ବରଗଡ଼ ସୋହେଲା ମଞ୍ଚରୁ ଗତ ବିଜେଡି ସରକାରକୁ ନିଶାନା । ଦଲାଲଙ୍କୁ ବି ଚେତାବନୀ ଶୁଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଚାଷୀଙ୍କ ଖାତାକୁ ଗଲା ଇନପୁଟ୍ ସହାୟତା ... ମଣ୍ଡିରେ ଧାନ ବିକି ଥିବା ଚାଷୀ ଡିବିଟି ମାଧ୍ୟମରେ କୁଇଣ୍ଟାଲ ପିଛା ପାଇଲେ ୩୧ଶହ ଟଙ୍କା ।
କେଉଁଠି ଧାରଣା ତ କେଉଁଠି ରାସ୍ତାରୋକ। ଆଉ କେଉଁଠି ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଶାସନକୁ ଦାବିପତ୍ର। ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପରୁ ରବି ସିଜିନରେ ଧର୍ମଗଡ଼ ଓ କୋକସରା ଅଞ୍ଚଳକୁ ପାଣି ଦିଆଯିବନି ବୋଲି ହୋଇଥିବା ନିଷ୍ପତ୍ତି ପରେ ବିଭିନ୍ନ ସ୍ଥାନରେ ଏମିତି ପ୍ରତିକ୍ରିୟା ପ୍ରକାଶ ପାଇଛି।
କେଉଁ ହାରରେ ମିଳିବ ବାତ୍ୟା ପ୍ରଭାବିତ ଅଞ୍ଚଳର ଚାଷୀଙ୍କୁ ଖରିଫ ଧାନ ଫସଲର କ୍ଷତି ପୂରଣ ? ନୂଆ ନା ପୁରଣା ? ଏହାକୁ ନେଇ ଦ୍ବନ୍ଦ୍ବରେ ଅଛନ୍ତି ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦ୍ରାପଡା ଭଳି ବାତ୍ୟା ପ୍ରଭାବିତ ଅଞ୍ଚଳର ଚାଷୀ।
ଚାଷ ଜମିକୁ ଗିଳି ଚାଲିଛି ଶିଳ୍ପ, ନ୍ୟାୟ ପାଇଁ ପାଟି କରୁଛି ଚାଷୀ ହେଲେ ପ୍ରଶାସନ ନିରବ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଗପାଳ ପଞ୍ଚାୟତରେ ଥିବା "ଟେକ୍ନିମଣ୍ଟ" କମ୍ପାନି ବିରୋଧରେ ଆସିଛି ଏଭଳି ସଂଗୀନ ଅଭିଯୋଗ ।
କେବେ ଚାଷୀଙ୍କ ଚିନ୍ତା ହରିବ ଚିନ୍ତାଗୁଡ଼ା ପ୍ରକଳ୍ପ ? କେବେ ବାସ୍ତବତାର ରୂପ ନେବ ବହୁ ପ୍ରତୀକ୍ଷିତ ପ୍ରକଳ୍ପ ? ଓଡ଼ିଶାର ପାଣି ନେଇ ମାଲେମାଲ୍ ହେଉଛି ଆନ୍ଧ୍ର ପ୍ରଦେଶ ! ହେଲେ ଚିନ୍ତାଗୁଡ଼ା ବ୍ୟାରେଜ ପାଇଁ ପଡ଼ିପାରୁନି ମୂଳଦୁଆ ।
ଯନ୍ତ୍ରାଂଶରେ ଲାଗି ଯାଇଛି ଜଙ୍କ । ଆଉ ଚାଲିବା ଅବସ୍ଥାରେ ନାହିଁ ମେସିନ । ୧୦ ବର୍ଷ ଧରି ବନ୍ଦ ପଡ଼ିଛି ବଲାଙ୍ଗିର ବିଜୟାନନ୍ଦ ଚିନିକଳ । ଦିନେ ବଲାଙ୍ଗିର, ନୂଆପଡ଼ା ଓ ସୋନପୁରର ୮ରୁ ୯ ହଜାର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ପାଲଟିଥିବା ଚିନିକଳର ଏବେ ଭାଙ୍ଗିଯାଇଛି ମେରୁଦଣ୍ଡ ।
ଓଡ଼ିଶାର ପାଣି ନେଇ ମାଲେମାଲ୍ ହେଉଛି ଆନ୍ଧ୍ର ପ୍ରଦେଶ ! ହେଲେ ଚିନ୍ତାଗୁଡ଼ା ବ୍ୟାରେଜ ପାଇଁ ପଡ଼ିପାରୁନି ମୂଳଦୁଆ ।
ଦିନେ ବଲାଙ୍ଗିର, ନୂଆପଡ଼ା ଓ ସୋନପୁରର ୮ରୁ ୯ ହଜାର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ପାଲଟିଥିବା ଚିନିକଳର ଏବେ ଭାଙ୍ଗିଯାଇଛି ମେରୁଦଣ୍ଡ ।
ନୂଆଁଖାଇରେ ନୂଆ ଆରମ୍ଭ । କାଳିଆ ବଦଳରେ ସିଏମ୍ କିଷାନ୍ । ଚାଷୀଙ୍କ ଖାତାକୁ ଗଲା ସିଏମ୍ କିଷାନ୍ ସହାୟତାର ପ୍ରଥମ କିସ୍ତି ଟଙ୍କା।