• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Tips For Beautiful Nails

ସୁସ୍ଥ କେଶ ଓ ନଖ ପାଇଁ ଜାଣିବା ଜରୁରୀ
Health Tips: ସୁସ୍ଥ କେଶ ଓ ନଖ ପାଇଁ କେଉଁ ଖାଦ୍ୟରୁ ପାଇବେ ‘ବାୟୋଟିନ୍’

ବିଗତ କିଛି ବର୍ଷ ମଧ୍ୟରେ ଯଦି କୌଣସି ଖାଦ୍ୟସାର ସପ୍ଲିମେଣ୍ଟସ୍ ବା ଟାବଲେଟ୍ସ ବଜାରରେ ସର୍ବାଧିକ ବ୍ୟବସାୟ କରିଥାଏ ତାହେଲେ ତା’ ଭିତରୁ ଅନ୍ୟତମ ହେଉଛି “ବାୟୋଟିନ୍”! ସୁନ୍ଦର ଲମ୍ବା, ସାଇନି କେଶ ଓ ସୁସ୍ଥ ନଖ ପାଇଁ ଅନେକ ପରିବାର, ପ୍ରତ୍ୟେକ ମାସରେ ହଜାର ହଜାର ଟଙ୍କାର ବାୟୋଟିନ୍ ଟାବଲେଟ୍ସ କିମ୍ବା କ୍ୟାପସୁଲ୍ କିଣି ବ୍ୟବହାର କରନ୍ତି। କିନ୍ତୁ କେବେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି ଏ ବାୟୋଟିନ୍ କ’ଣ, ପ୍ରତିଦିନ ଆପଣଙ୍କ ଶରୀର ପାଇଁ କେତେ ମାତ୍ରାରେ ଆବଶ୍ୟକ ଏବଂ ପ୍ରକୃତରେ ଶରୀର ପାଇଁ ଏହି ଟାବଲେଟ୍ସ ଖାଇବା ଜରୁରୀ ନା’ ଅନାବଶ୍ୟକ ?

କେଶ ଓ ନଖ ବଢ଼ିବା ଓ ଛିଡ଼ିବା ପଛର ବିଜ୍ଞାନ
Nail and Hair Care: କିଛି ଲୋକଙ୍କର କେଶ ଓ ଚୁଟି କାହିଁକି ଶୀଘ୍ର ବଢ଼ିଥାଏ ? କ’ଣ କହେ ବିଜ୍ଞାନ ?

ସାଧାରଣତଃ ଜଣେ ମଣିଷର ଚୁଟି ଗୋଟିଏ ମାସରେ ଗୋଟିଏ ସେଣ୍ଟିମିଟର ବଢିଥାଏ । ସେହିପରି ହାତ ଆଙ୍ଗୁଠିର ନଖ ମାତ୍ର ୩ ମିଲିମିଟର ବଢିଥାଏ । ଉଭୟ କେଶ ଏବଂ ଚୁଟି କେରାଟିନରେ ତିଆରି ହୋଇଥାଏ ଏବଂ ଉଭୟ ଶରୀର ଭିତରେ ଥିବା ମାଟ୍ରିକ୍ସ ସେଲରୁ ତିଆରି ହୋଇଥାନ୍ତି । ହେଲେ ଏମାନଙ୍କର ସେଲ ଫର୍ମେସନ ପଦ୍ଧତି ଭିନ୍ନ ହୋଇଥାଏ । ନଖର କୋଷିକା ଚମଡା ଭିତରେ ଥିବା ନଖର ମୂଳରୁ ତିଆରି ହୋଇଥାଏ ଏବଂ ବିଭାଜିତ ହୋଇଥାଏ । ଫଳରେ ପୁରୁଣା କୋଷିକା ଆଗକୁ ବାହାରି ଯାଇଥାଏ । ଯଦ୍ୱାରା ନଖ ବଢିଥାଏ ।