କରୋନା ମହାମାରୀ ସମୟରେ ହଜାର ହଜାର ଭୋକିଲା ଶ୍ରମିକ ନିଜ ପିଲାଛୁଆମାନଙ୍କୁ ଧରି ଶହ ଶହ କିଲୋମିଟର ଚାଲୁଥିବାର ଦେଖାଯାଇଥିଲା। ଅନେକଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା। ଯଦି କେହି ଖାଦ୍ୟାଭାବରୁ ମୃତ୍ୟୁମୁଖରେ ପଡ଼େ ତେବେ କୁହାଯିବ ଯେ ସ୍ୱାଧୀନତାର ୭୫ବର୍ଷ ପରେ ମଧ୍ୟ ଦୁର୍ଭାଗ୍ୟ ଆମ ପିଛା ଛାଡୁ ନାହିଁ।
ଅଙ୍ଗେ ନିଭେଇଥିବା ମଣିଷ ହିଁ ବୁଝି ପାରେ ଭୋକର ଦୁଃଖ । ଏ ଭୋକ ବିଶେଷ କିଛି ଖୋଜେନି। ଖୋଜିଥାଏ ମୁଠାଏ ମାତ୍ର ଖାଦ୍ୟ। ତଥାପି ତାକୁ ସେତକ ମିଳି ନ ଥାଏ।