ବଦଳି ଯାଇଛି ମାଳା ବିକାଳି ମୋନାଲିସାଙ୍କ ଭାଗ୍ୟ। ତାଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି। ବର୍ତ୍ତମାନ ତାଙ୍କ ପାଇଁ ବଲିଉଡ୍ରେ କାମ ମଧ୍ୟ ମିଳିଯାଇଛି। ସେ ଆଉ ଛୋଟମୋଟ ଲୋକଙ୍କ ସହିତ ବୁଲୁ ନାହାନ୍ତି, ବଲିଉଡ୍ ସେଲିବ୍ରେଟିଙ୍କ ସହିତ ବୁଲୁଛନ୍ତି।
ତାଙ୍କ ପାଖରେ ନା ଥିଲା ମୋବାଇଲ୍ ଫୋନ୍ ନା ସେ କାହା ସହ ହିନ୍ଦି ବା ଇଂରାଜୀରେ କଥାବାର୍ତ୍ତା କରିପାରୁଥିଲେ । ବେସାହାରା ହୋଇଯାଇଥିଲେ । ଅସହାୟ ଅବସ୍ଥାରେ ମନସ୍ତାପରେ ଥିଲେ । କାହାକୁ କହିବେ କ’ଣ କହିବେ, କିଛି ଭାବି ପାରୁନଥିଲେ । ତାଙ୍କ ସହ ଯାଇଥିବା ପରିବାରର ଅନ୍ୟ ସଦସ୍ୟମାନେ ବି ତାଙ୍କୁ ଖୋଜୁଥିଲେ । କିନ୍ତୁ ପାଉନଥିଲେ । ଲକ୍ଷ ଲକ୍ଷ ଲୋକଙ୍କ ଭିତରେ ଖୋଜି ପାଇବା ବି କଷ୍ଟକର ଥିଲା ।
ସୋସିଆଲ ମିଡ଼ିଆରେ ମମତା କୁଲକର୍ଣ୍ଣୀ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ କହିଛନ୍ତି, ମହାମଣ୍ଡଳେଶ୍ୱର ହେବାକୁ ନେଇ ଯେଉଁମାନେ ଆପତ୍ତି ଉଠାଇଥିଲେ ସେହି ଲୋକଙ୍କ ବିଷୟରେ ସେ କିଛି କହିବେ ନାହିଁ। ଦୀର୍ଘ ୨୫ ବର୍ଷ ହେବ ସେ ସାଧ୍ୱୀ ହୋଇଥିଲେ। ଏବେ ସେମିତି ସାଧ୍ୱୀ ହୋଇ ରହିବେ।
ପୁଣି ଭାଇରାଲ୍ ହେଲା ମୋନାଲିସାଙ୍କ ନୂଆ ଭିଡିଓ। ମୋନାଲିସା ହାତରେ ସିଲଟ୍-ଖଡି ଧରିଛନ୍ତି ଆଉ ପାଠ ପଢୁଛନ୍ତି। ସେ ଶିଖୁଛନ୍ତି ଅ-ଆ। ତାଙ୍କ ଗୁରୁ ସାଜିଛନ୍ତି ସିନେମା ନିର୍ମାତା। ଆସନ୍ତୁ ପୂରା ଜାଣିବା…
ମହାକୁମ୍ଭରୁ ଏକ ଭିଡିଓ ସାମ୍ନାକୁ ଆସିଛି ଯାହା କାହାକୁ ବି ନାଚିବାକୁ ବାଧ୍ୟ କରିବ। ଏହି ଭିଡିଓରେ ଜଣେ ସାଧୁ ବାବା ଭୋଜପୁରୀ ଗୀତରେ ବହୁତ ଉତ୍ସାହର ସହ ନାଚୁଥିବାର ନଜର ଆସିଛନ୍ତି।
ବହୁ ରାଜନେତା ପ୍ରତିଶ୍ରୁତି ଦେଇ ନିର୍ବାଚନ ପରେ ଭୁଲିଯାଆନ୍ତି । ଥରେ କ୍ଷମତାକୁ ଆସିଲେ ଲୋକଙ୍କ କଥା ଆଉ ମନେ ପଡେନି । ଗତ ନିର୍ବାଚନ ସମୟରେ ଗୋପାଳପୁର ବିଧାୟକ ଲୋକଙ୍କୁ କଥା ଦେଇଥିଲେ ରାଜ୍ୟ ବାହାରକୁ ବୁଲାଇ ନେବେ । ନିର୍ବାଚନ ଜିତି ମନ୍ତ୍ରୀ ହେଲେ । ଏବେ ତାଙ୍କ ଅଞ୍ଚଳର ଲୋକଙ୍କୁ ନେଉଛନ୍ତି ମହାକୁମ୍ଭକୁ ।
ମହାକୁମ୍ଭରେ ସବୁଠାରୁ ବଡ଼ ଆକର୍ଷଣର କେନ୍ଦ୍ର ହେଉଛନ୍ତି ନାଗା ସାଧୁ। ସମସ୍ତେ ଜାଣନ୍ତି ଯେ ନାଗା ସାଧୁମାନେ ବିନା ପୋଷାକରେ କେବଳ ସେମାନଙ୍କ ଦେହରେ ପାଉଁଶ ବୋଳି ଥାଆନ୍ତି ଏବଂ ଲମ୍ବା ଲମ୍ବା ମୋଟା ଜଟ କରିଥାନ୍ତି। ତେବେ ଆସନ୍ତୁ ଜାଣିବା ନାଗା ସାଧୁଙ୍କର କିପରି ହୁଏ ଅନ୍ତିମ ସଂସ୍କାର ?
ତ୍ରିବେଶୀ ସଙ୍ଗମରେ ମାଘି ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଲାଣି। ଭିଡ଼ ନିୟନ୍ତ୍ରଣ ଓ ମାଘ ପୂର୍ଣ୍ଣିମା ସ୍ନାନ ପାଇଁ ବ୍ୟବସ୍ଥା କରିବାକୁ ପ୍ରୟାଗରାଜ ସଙ୍ଗମ ଷ୍ଟେସନକୁ ବନ୍ଦ କରାଯାଇଥିବା ନର୍ଥ ସେଣ୍ଟ୍ରାଲ୍ ରେଲୱେ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରୟାଗରାଜରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ରାଷ୍ଟ୍ରପତି ସକାଳୁ ସଂଗମ ସ୍ଥଳୀରେ ପହଞ୍ଚି, ତ୍ରିବେଣୀ ସଂଗମରେ ବୁଡ଼ ପକାଇବେ ।
ମୋଦି ପକାଇଲେ ଆସ୍ଥା ଓ ବିଶ୍ୱାସର ବୁଡ଼। ମହାକୁମ୍ଭ ୧୩ ଜାନୁଆରୀରେ ଆରମ୍ଭ ହୋଇଥିଲା ଏବଂ ୨୬ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ଭକ୍ତମାନେ ସଙ୍ଗମରେ ସ୍ନାନ କରିପାରିବେ। ଏଥର ମହାକୁମ୍ଭ ୧୪୪ ବର୍ଷ ପରେ ଅନୁଷ୍ଠିତ ହେଉଛି। ତଥାପି ପ୍ରୟାଗରାଜରେ ପ୍ରତି ୧୨ ବର୍ଷରେ ଥରେ କୁମ୍ଭ ଆୟୋଜନ କରାଯାଏ।
ଜାନୁଆରୀ ୧୩ରୁ ଆରମ୍ଭ ହୋଇଥିବା ମହାକୁମ୍ଭ ଫେବ୍ରୁଆରୀ ୨୬ ମହାଶିବରାତ୍ରୀ ଯାଏଁ ଚାଲିବ। ମହାକୁମ୍ଭରେ ୩ଟି ଯାକ ଅମୃତ ସ୍ନାନ ସରିଥିବା ବେଳେ, ଏଯାବତ୍ ୩୮ କୋଟିରୁ ଅଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ସଙ୍ଗମରେ ବୁଡ଼ ପକାଇଲେଣି । ମହାକୁମ୍ଭରେ ଦଳାଚକଟା ହେବା ପରଠାରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସସପେନ୍ସ ଲାଗି ରହିଥିଲା।
ଇଏ ଅମୃତର ବୁଡ଼... ଆସ୍ଥାର ବୁଡ଼... ଆଧ୍ୟାତ୍ମିକ ବୁଡ଼...। ଜନ୍ମଜନ୍ମାନ୍ତରରୁ ମୋକ୍ଷ ଦେବ... ଏ ଅନ୍ତିମ ସୁଯୋଗ ଆଉ ଏ ଜନ୍ମରେ ଫେରିବନି... ପୁଣି ୧୪୪ ବର୍ଷ ପରେ ଆସିବ।
ଅମୃତର ବୁଡ଼... ଆସ୍ଥାର ବୁଡ଼... ଆଧ୍ୟାତ୍ମିକ ବୁଡ଼...। ଜନ୍ମଜନ୍ମାନ୍ତରରୁ ମୋକ୍ଷ ଦେବ...ଅନ୍ତିମ ସୁଯୋଗ ଆଉ ଏ ଜନ୍ମରେ ଫେରିବନି... ପୁଣି ୧୪୪ ବର୍ଷ ପରେ ଆସିବ।
ତ୍ରିବେଣୀ ସଙ୍ଗମରେ ମହାର୍ଘ୍ୟ ମୁହୂର୍ତ୍ତରେ ବୁଡ଼ ପକାଇଲେ ଲକ୍ଷ ଲକ୍ଷ ସାଧୁସନ୍ଥ ଓ ଶ୍ରଦ୍ଧାଳୁ। ହରହର ମହାଦେବ ଓ ଜୟ ଗଙ୍ଗାମୈୟା ଧ୍ବିନୀରେ ପ୍ରକମ୍ପିତ ହୋଇଥିଲା ତ୍ରିବେଣୀ ସଙ୍ଗମ।
ଜାଣନ୍ତୁ ମହାକୁମ୍ଭ ମେଳାରେ ବୁଲୁଥିବା ବାଇକ୍ ବାବାଙ୍କ ବିଷୟରେ....
ମହାକୁମ୍ଭରେ ପ୍ରୟାଗରାଜ ସଙ୍ଗମରେ ମା’, ପୁଅ, ଜେଜେବାପା ଏବଂ ନାତି ଏକାଠି ହୋଇ ପବିତ୍ର ବୁଡ଼ ପକାଇଥିବା ଦେଖିବାକୁ ମିଳୁଛି। ଆହୁରି ମଧ୍ୟ ଦେଖିବାକୁ ମିଳୁଛି ଯେ, ଜଣେ ପୁଅ ନିଜ କର୍ତ୍ତବ୍ୟ ପାଳନ କରୁଥିବାବେଳେ ଜଣେ ଜେଜେମା’ ନାତୁଣୀକୁ କାନ୍ଧରେ ବସାଇ ପ୍ରୟାଗରାଜ ସଙ୍ଗମରେ ପହଞ୍ଚୁଛନ୍ତି। ଦେଖନ୍ତୁ ଏହିସବୁ ଫଟୋ।
ଯଦିଓ ଆଜିକାଲି ମେଳାରେ କେହି ହଜିବାର କାହାଣୀକୁ ନେଇ ଫିଲ୍ମ ହେଉନି, ତଥାପି ଏଭଳି ଘଟଣା ବାସ୍ତବ ଜୀବନରେ ଘଟୁଛି। ନିକଟରେ କୁମ୍ଭମେଳାକୁ ଆସିଥିବା ଜଣେ ବୃଦ୍ଧ ବ୍ୟକ୍ତି ଏମିତି ଏକ ଘଟଣାର ସମ୍ମୁଖୀନ ହୋଇଛନ୍ତି ଆଉ କାହାଣୀକୁ ମଜ୍ଜାଳିଆ ଢଙ୍ଗରେ କହୁଛନ୍ତି।
ଆସନ୍ତା ବସନ୍ତ ପଞ୍ଚମୀରେ ପ୍ରୟାଗରାଜରେ ରହିଛି ଶେଷ ଅମୃତ ସ୍ନାନ । ଏଥିପାଇଁ କୁମ୍ଭ ନଗରୀକୁ ଛୁଟିଲାଣି ଶ୍ରଦ୍ଧାଳୁଙ୍କ ସୁଅ ।
କୋଟି କୋଟି ଭକ୍ତ, କିଲୋମିଟର କିଲୋମିଟର ମେଳା, ସାଧୁସନ୍ଥରେ ଭର୍ତ୍ତି ଅଂଚଳ। ଦେଖନ୍ତୁ ଆଜି ତ୍ରିବେଣୀ ସଙ୍ଗମର କିଛି ରୋଚକ ଦୃଶ୍ୟ।
ମହାକୁମ୍ଭରେ ଦଳାକଟକଣା ପରେ VVIPଙ୍କ ପାସ୍ ଓ ଗାଡ଼ିକୁ ସମ୍ପୂର୍ଣ୍ଣ ବାରଣ କରିଛନ୍ତି ଯୋଗୀ ସରକାର। ୨ଟି ରୁଟ୍ ବଦଳରେ ଗୋଟିଏ ରୁଟ୍ରେ ଶ୍ରଦ୍ଧାଳୁ ଯିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି।
ଏଥର ମୌନି ଅମାବାସ୍ୟା ଜାନୁଆରୀ ୨୯ରେ ପଡ଼ୁଛି । ଏଥିପାଇଁ ତୀର୍ଥନଗରୀ ପ୍ରୟାଗରାଜକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ମହାକୁମ୍ଭକୁ ମୌନି ଅମାବାସ୍ୟା ଅବସରରେ କୋଟି କୋଟି ଶ୍ରଦ୍ଧାଳୁ ପ୍ରୟାଗରାଜ ପହଞ୍ଚି ସାରିଛନ୍ତି । ଏଥର ୧୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବେ । ଏଥିପାଇଁ ପ୍ରୟାଗରାଜରେ ଅସମ୍ଭାଳ ଭିଡ଼ ଲାଗି ରହିଥିବାବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୧୦ କୋଟି ଶ୍ରଦ୍ଧାଳୁଙ୍କ ପାଇଁ ୧୨ କିଲୋମିଟର ଲମ୍ବା ଘାଟ ନିର୍ମାଣ କରାଯାଇଛି ।
ମହାକୁମ୍ଭ ମେଳାରେ ଏକାଠି ହୋଇଛନ୍ତି ହଜାର ହଜାର ସାଧୁ ସନ୍ଥ। ସାଧୁଙ୍କ ପାଇଁ ରହିବାକୁ ଅନେକ ବ୍ୟବସ୍ଥା ହୋଇଛି। ତେବେ ଖାଲି ତ ରହିବେନି, ସେମାନେ ଦୈନିକ ଆହୁତି ଦେବାକୁ ତିଆରି ହୋଇଛି ଶହ ଶହ ଯଜ୍ଞକୁଣ୍ଡ। ଦେଖନ୍ତୁ ସେହି ଦୃଶ୍ୟ।
୪୫ ଦିନ ଧରି ଚାଲିଥିବା ପ୍ରୟାଗରାଜ ମହାକୁମ୍ଭ ମେଳାରେ ଶ୍ରଦ୍ଧାଳୁ ଭିଡ଼ ଜମୁଛି। ଗତକାଲି କିଛି ଶ୍ରଦ୍ଧାଳୁ ଡଙ୍ଗାରେ ସ୍ନାନ କରିବା ପାଇଁ ସଙ୍ଗମ ସ୍ଥଳକୁ ଯାଉଥିଲେ। ଏହି ସମୟରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।
୯୦ ଦଶକର ଟିମ୍ ଆଣ୍ଡ ହଟ୍ ଆକ୍ଟ୍ରେସ୍ ମମତା କୁଲ୍କର୍ଣ୍ଣି ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ହୋଇଛନ୍ତି। ସେ ମହାମଣ୍ଡଳେଶ୍ୱର ହେବା ସମୟର ଏକ ଭିଡ଼ିଓ ନିଜ ଅଫିସିଆଲ୍ ସୋସିଆଲ୍ ମିଡ଼ିଆରେ ସେୟାର କରିଛନ୍ତି।
ଦିନେ ନିଜର ଅପୂର୍ବ ସୌନ୍ଦର୍ଯ୍ୟ ପାଇଁ ବଲିଉଡ଼ର ଚର୍ଚ୍ଚିତ ହିରୋଇନ୍ ମମତା କୁଲକର୍ଣ୍ଣି ଆଜି ହଠାତ୍ ଗେରୁଆ ବେଶରେ ଉପନୀତ। କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ପଦରେ ଅଭିଷିକ୍ତ ହେଲେ ଅଭିନେତ୍ରୀ ମମତା କୁଲକର୍ଣ୍ଣି। ଏଥିପାଇଁ କିନ୍ନର ଆଖଡ଼ା ତରଫରୁ ପ୍ରୟାଗରାଜରେ ହୋଇଥିଲା ବିଶେଷ ଆୟୋଜନ।