Advertisment

40 Hours of Torture: ପ୍ରବାସୀ ବଖାଣିଲେ ଲୋମଟାଙ୍କୁରା କାହାଣୀ: ୪୦ ଘଣ୍ଟାର ଯନ୍ତ୍ରଣା...ହାତ ଗୋଡ଼ ଓ ଅଣ୍ଟାରେ କଡ଼ି

ୟୁଏସ୍ ବର୍ଡର ପାଟ୍ରୋଲ୍ ପୋଲିସ (USBP) ମୁଖ୍ୟ ମାଇକେଲ୍ ଡବ୍ଲୁ. ବ୍ୟାଙ୍କସ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି, 'USBP ଏବଂ ଏହାର ଅଂଶୀଦାରମାନେ ସଫଳତାର ସହ ଅବୈଧ ବିଦେଶୀମାନଙ୍କୁ ଭାରତ ଫେରାଇ ଆଣିଛନ୍ତି। ଯଦି କେହି ବେଆଇନ ଭାବରେ ସୀମା ପାର କରନ୍ତି, ତେବେ ସେମାନଙ୍କୁ ବାହାର କରିଦିଆଯିବା ନେଇ ପରୋକ୍ଷ ଚେତାବନୀ ଦିଆଯାଇଛି।

author-image
Puspanjali Panda
ଅଦ୍ୟତନ ହୋଇଛି
ଶିକୁଳିରେ ବନ୍ଧା ସେଇ ୪୦ ଘଣ୍ଟା

ଶିକୁଳିରେ ବନ୍ଧା ସେଇ ୪୦ ଘଣ୍ଟା

ଆମେରିକାରୁ ଅବୈଧ ଭାବେ ପ୍ରବେଶ କରିଥିବା ଭାରତୀୟ ପ୍ରବାସୀ ଫେରିବା ପରେ ସେମାନଙ୍କ କାହାଣୀ ଯନ୍ତ୍ରଣାଦାୟକ ଥିଲା। ପାଖାପାଖି ୪୦ ଘଣ୍ଟା କାଳ ୧୦୪ ଭାରତୀୟଙ୍କ ଗୋଡ଼, ହାତ ଓ ଅଣ୍ଟାରେ କଡ଼ି ପଡ଼ିଥିଲା। ଶୌଚାଳୟକୁ ଯିବା ସମୟରେ ବି ଏସବୁ ପଡ଼ିଥିଲା। ଖାଇବା ସମୟରେ ସମାନ ସ୍ଥିତି। ଯେତେ ଅନୁରୋଧ କରିଥିଲେ ମଧ୍ୟ ଏଗୁଡ଼ିକ ଖୋଲାଯାଇନଥିଲା। ଅକଥନୀୟ ନିର୍ଯାତନା ଦିଆଯାଇଥିଲା। ଭାରତରେ ଏହି ପ୍ରବାସୀମାନେ ପହଞ୍ଚିବା ପରେ ଜାତୀୟ ଗଣମାଧ୍ୟମରେ ସେମାନଙ୍କ ଯନ୍ତ୍ରଣାଦାୟକ ଯାତ୍ରା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି।

Advertisment

କିଏ କିଏ ଆସିଲେ ଆମେରିକୀୟ ବିମାନରେ

ଫେବୃଆରୀ ୫ ତାରିଖରେ ୧୦୪ ଜଣ ଭାରତୀୟଙ୍କୁ ନେଇ ଏକ ଆମେରିକୀୟ ସେନାର ସି-୧୭ ଗ୍ଲୋବମାଷ୍ଟର ସାମରିକ ପରିବହନ ବିମାନ ଭାରତର ପଞ୍ଜାବ ରାଜ୍ୟ ଅମୃତସରରେ ରାମଦାସଜୀ ଅନ୍ତରାଷ୍ଟ୍ରୀୟ ବୀମାନବନ୍ଦରରେ ଅବତରଣ କରିଥିଲା। ଦିନ ପ୍ରାୟ ଗୋଟାଏ ୫୫ ମିନିଟରେ ଏହି ବିମାନ ପହଞ୍ଚିଥିଲା। ଏହି ବିମାନରେ ୨୩ ମହିଳା, ୧୨ ଶିଶୁ, ୭୯ ଜଣ ପୁରୁଷ ଥିଲେ। ଏମାନଙ୍କ ମଧ୍ୟରେ ୧୦ ବର୍ଷରୁ ୪୧ ବର୍ଷର ବ୍ୟକ୍ତି ଥିଲେ। ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଗଣ ନିର୍ବାସନ ଅଭିଯାନ ଅଧୀନରେ ଆମେରିକୀୟ ସେନା ମାଧ୍ୟମରେ ଅବୈଧ ପ୍ରବାସୀମାନଙ୍କୁ ସେମାନଙ୍କ ଦେଶକୁ ଫେରାଇ ଦିଆଯାଉଛି।

ବେଆଇନ ଭାବେ ପଶିଲେ ବାହାର କରିବାକୁ ଧମକ

ୟୁଏସ୍ ବର୍ଡର ପାଟ୍ରୋଲ୍ ପୋଲିସ (USBP) ମୁଖ୍ୟ ମାଇକେଲ୍ ଡବ୍ଲୁ. ବ୍ୟାଙ୍କସ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି, 'USBP ଏବଂ ଏହାର ଅଂଶୀଦାରମାନେ ସଫଳତାର ସହ ଅବୈଧ ବିଦେଶୀମାନଙ୍କୁ ଭାରତ ଫେରାଇ ଆଣିଛନ୍ତି। ଯଦି କେହି ବେଆଇନ ଭାବରେ ସୀମା ପାର କରନ୍ତି, ତେବେ ସେମାନଙ୍କୁ ବାହାର କରିଦିଆଯିବା ନେଇ ପରୋକ୍ଷ ଚେତାବନୀ ଦିଆଯାଇଛି।

Advertisment

ପାଇଖାନାକୁ ଘୁଷୁରି ଘୁଷୁରି ଯାଉଥିଲେ

ଆମେରିକାକୁ ଅବୈଧ ଭାବେ ପ୍ରବେଶ କରି ଧରାପଡ଼ିଥିବା ଭାରତୀୟଙ୍କୁ ୪୦ ଘଣ୍ଟା କାଳ ହାତକଡ଼ି ବାନ୍ଧି ରଖାଯାଇଥିଲା। ତାଙ୍କ ଗୋଡକୁ ବି ଶିକୁଳିରେ ବନ୍ଧା ଯାଇଥିଲା। ସେମାନଙ୍କୁ ଚାଲିବାକୁ ଅନୁମତି ନଥିଲା। ଏମିତିକି ଶୌଚାଳୟ ଯିବାକୁ ଅନୁମତି ବି ନଥିଲା। ବାରମ୍ବାର ଅନୁରୋଧ କରିବା ପରେ ଭାରତୀୟଙ୍କୁ ଶୌଚାଳୟ ଯିବାକୁ ଅନୁମତି ଦିଆଯାଇଥିଲା। କିନ୍ତୁ ହାତ ଓ ଗୋଡ଼ରେ କଡ଼ା ଲାଗିଥିଲା। ପାଇଖାନା ନିକଟକୁ ଘୁଷୁରୁ ଘୁଷୁରି ଯାଇଥିଲେ। କ୍ରୁ ସଦସ୍ୟମାନେ ପାଇଖାନା ଦ୍ବାର ଖୋଲି ଶୌଚାଳୟ ଭିତରକୁ ଠେଲି ଦେଉଥିଲେ। ଖାଇବାକୁ ଦିଆଯିବା ସମୟରେ ମଧ୍ୟ ହାତ କଡ଼ି ପଡ଼ିଥିଲା। ହାତ କଡ଼ି ଖୋଲିବାକୁ ଯେତେ ଅନୁରୋଧ କରିଥିଲେ ମଧ୍ୟ କଡ଼ି ଖୋଲିନଥିଲା।

ଆମେରିକାରେ ୭ ଲକ୍ଷ ଅବୈଧ ଭାରତୀୟ ପ୍ରବାସୀ

ସିଏନଏନର ଏକ ରିପୋର୍ଟ ଅନୁଯାୟୀ, ମାତ୍ର ଚାରି ବର୍ଷ ମଧ୍ୟରେ ବହୁ ସଂଖ୍ୟକ ଭାରତୀୟ ନାଗରିକ ଅବୈଧ ଭାବରେ ଆମେରିକାରେ ପହଞ୍ଚିଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ୨୦୧୮-୧୯ରେ ୮ ହଜାର ୨୭ ଜଣ ଭାରତୀୟ ବେଆଇନ ଭାବରେ ପ୍ରବେଶ କରିଥିଲେ। ୨୦୨୨-୨୩ ସୁଦ୍ଧା ଏହି ସଂଖ୍ୟା ୯୬ ହଜାର ୯୧୭ରେ ପହଞ୍ଚିଥିଲା। ଅନ୍ୟପଟେ ଜାତୀୟ ଗଣମାଧ୍ୟମର ତଥ୍ୟ ମୁତାବକ, ଆମେରିକାରେ ୭ ଲକ୍ଷ ୨୫ ହଜାର ଅବୈଧ ଭାରତୀୟ ପ୍ରବାସୀ ଅଛନ୍ତି। କାନାଡିଆନ ସୀମା ଦେଇ ଆମେରିକାରେ ପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି। ୨୦୨୪ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଆମେରିକା ସୀମା ପାଟ୍ରୋଲ୍ ପୋଲିସ କାନାଡା ସୀମାରୁ ୧୪ ହଜାରରୁ ଅଧିକ ଭାରତୀୟଙ୍କୁ ଗିରଫ କରିଥିଲା। ସେମାନେ ବେଆଇନ ଭାବରେ ଆମେରିକାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ଆମେରିକାରେ ଭାରତରୁ ଆସିଥିବା ଅଧିକାଂଶ ଅବୈଧ ପ୍ରବାସୀ ପଞ୍ଜାବ ଏବଂ ଗୁଜରାଟରର ବୋଲି ଜଣାପଡ଼ିଛି।

୪୦ ଲକ୍ଷରେ ଆମେରିକାରେ ପହଞ୍ଚାଇଦେଲା ଏଜେଣ୍ଟ

ପଞ୍ଜାବର କୁଲଜିନ୍ଦର କୌରଙ୍କ ସ୍ୱାମୀ ହରବିନ୍ଦର ସିଂହ ଜଣେ ଚାଷୀ ଥିଲେ। ସେ ଜଣେ ଏଜେଣ୍ଟଙ୍କୁ ୪୦ ଲକ୍ଷ ଟଙ୍କା ଦେଇ ଆମେରିକା ପହଞ୍ଚିଥିଲେ। ୧୫ ଦିନରେ ଆମେରିକାରେ ପହଞ୍ଚାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ପଞ୍ଜାବ ଛାଡ଼ିବା ପରେ, ହରବିନ୍ଦର ଟ୍ରକ୍, ଡଙ୍ଗା, ଭ୍ୟାନ୍ ଏବଂ ବିଭିନ୍ନ ପ୍ରକାରର ଯାନରେ ୧୦ ମାସ ପାଇଁ ବିଭିନ୍ନ ଦେଶ ଭ୍ରମଣ କରିଥିଲେ। ଶେଷରେ ଜାନୁଆରୀ ୧୫ ତାରିଖରେ ମେକ୍ସିକୋ ଦେଇ ଆମେରିକାରେ ପହଞ୍ଚିଲେ। ତାଙ୍କ ପତ୍ନୀ କୁଲଜିନ୍ଦର କୌର କୁହନ୍ତି ଯେ ହରବିନ୍ଦର ମେକ୍ସିକୋରୁ ଆମେରିକା ପହଞ୍ଚିବା ମାତ୍ରେ ସେ ପାଣି କିଣିବାକୁ ଯାଇଥିଲେ ଏବଂ ତା’ପରେ ସେନା କର୍ମୀମାନେ ତାଙ୍କୁ ଧରି ପକାଇଲେ। ଏବେ ତାଙ୍କୁ ଭାରତ ଫେରିବାକୁ ପଡିବ।

Torture United States Of America US President Donald Trump Nri
Advertisment
Advertisment