• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Farmer Plight

ଚାଷୀଙ୍କ ଭରସା ଜିତିବା ଜରୁରୀ
Odisha Politics: ସରକାର ବଦଳିବା ପରେ ବି ମଣ୍ଡି ପ୍ରତାରଣାର ଶିକାର ହେଉଛନ୍ତି ଚାଷୀ 

ଚାଷୀମାନଙ୍କ ଏଭଳି ସ୍ଥିତିକୁ ନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ୮ଦଫା ଦାବୀ ନେଇ ପ୍ରତିବାଦ ଅନଶନ କରିବା ଘଟଣା ଦେଖାଦେଲା । ଏଭଳି କି ଜିଲ୍ଲାରେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଖୋଦ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଛଦ୍ମବେଶରେ ଚାଷୀର ପରିଚୟ ଦେଇ ସ୍ଥିତି ପରଖିଲେ । ବାସୁଦେବପୁର ବ୍ଲକର ବିଭିନ୍ନ ମଣ୍ଡିସ୍ଥଳ ବୁଲି ଦେଖି ଅଭିଯୋଗରେ ସତ୍ୟତା ବାରିବା ସହିତ ନୋଟିସ ଜାରି କରିଥିଲେ । 

ଅଦିନିଆ ବର୍ଷା ବିଗାଡ଼ିଦେଲା ଚାଷ
Farmers in Plight: ଖୋଲା ଆକାଶ ତଳେ ପଡିରହିଛି ସୁନାର ଫସଲ...ଚାଷୀକୁ ବର୍ଷା ଚିନ୍ତା...

ଖୋଲା ଆକାଶ ତଲେ ପଡିରହିଛି ଚାଷୀର ବସ୍ତା ବସ୍ତା ଧାନ । ସହର ପାଖରେ ଥିବାରୁ, ନେତା, ମନ୍ତ୍ରୀ ଓ ଅଫିସର ଏହି ମଣ୍ଡିକୁ ଘନ ଘନ ଗସ୍ତ କରୁଛନ୍ତି । କିନ୍ତୁ ଠିକଠାକ ଉଠିପାରୁନି ଚାଷୀର ଧାନ । ଏବେ ଅଦିନିଆ ବର୍ଷା ଯୋଗୁଁ, ବାହାରେ ପଡିରହିଥିବା ବସ୍ତା ବସ୍ତା ଧାନ ଭିଜିବାରେ ଲାଗିଛି । ପଲିଥିନ ଢାଙ୍କି ଚାଷୀ ଧାନକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରି ବିଫଳ ହେଉଛି ।

After 10 years of Phailin, hundreds of farmers are still in pain
ସୁନାର ଫସଲ ଦେଉଥିବା ଜମି ପାଲଟିଛି କାଶତଣ୍ଡି ବଣ; ଚିନ୍ତାରେ ଚାଷୀ

ଫାଇଲିନ ବାତ୍ୟାକୁ ବିତିଗଲା ୧୦ ବର୍ଷ। କିନ୍ତୁ ବଦଳିଲାନି ଚାଷୀଙ୍କ ଜମିର ଚିତ୍ର। ଯେଉଁଠି ଦିନେ ସୁନାର ଫସଲ ଫଳୁଥିଲା ତାହା ଏବେ ପାଲଟିଛି କାଶତଣ୍ଡି ବଣ। ଚାଷ କାମ ହରାଇ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ। ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ଅଞ୍ଚଳରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ।

farmer worried for harvesting raw grain
ବାତ୍ୟା ‘ଗୁଜବ’ : କଞ୍ଚା ଧାନ କାଟି ଚିନ୍ତାରେ ଚାଷୀ

ଆସିଲା ସିତ୍ରାଙ୍ଗ ‘ଗୁଜବ’। ଡରିଗଲେ ଚାଷୀ। କାଟି ପକେଇଲେ କଞ୍ଚା ଧାନ। ଏବେ କପାଳରେ ହାତ ଦେଇ କାନ୍ଦିବା ହୋଇଛି ସାର। କିଏ ଦେବ ତାଙ୍କ କ୍ଷତିପୂରଣ? ଏନେଇ ରାଜ୍ୟ ସରକାର ସମୀକ୍ଷା କରିବା ଜରୁରୀ ନୁହେଁ କି?