କ'ଣ ହୁଏ ଯଦି ଆମେ ଜାଣତରେ ହେଉ କି ଅଜାଣତରେ, ପ୍ରଭୁ ଶିବଙ୍କୁ ଅସମ୍ମାନ ହେଲାପରି କିଛି କରିବସନ୍ତି? ପ୍ରଭୁ ଶିବଙ୍କ ପୂଜାନୀତି ଏବଂ ଓଷାବ୍ରତ ସଂପର୍କରେ ଥରେ ମାତା ପାର୍ବତୀ ତାଙ୍କୁ ପଚାରି ବସିଲେ। ପ୍ରତ୍ୟୁତ୍ତରରେ ପ୍ରଭୁ ଶିବ ତାଙ୍କୁ ଏକାଦିକ ପୌରାଣିକ ଘଟଣାର ବର୍ଣ୍ଣନା କରିଥିଲେ। ଶୁଣନ୍ତୁ ଏହି ସୁନ୍ଦର କାହାଣୀଟି, ଯାହା ଜଣେ ଋଷିଙ୍କୁ ନେଇ।
କାହିଁକି ଉଠେ ମହାଦୀପ? ଏହି ସମୟରେ କାହିଁକି ପାଳନ ହୁଏ ମହାଶିବରାତ୍ରୀ? ପ୍ରଭୁ ଶିବଙ୍କର ୧୪ଟି ଯାତ୍ରା ମଧ୍ୟରୁ ମହାଶିବରାତ୍ରୀ କାହିଁକି ସବୁଠାରୁ ପ୍ରିୟ? ପୁରାଣର କେଉଁ କାହାଣୀ କହିଥାଏ ମହାଶିବରାତ୍ରୀର କଥା? କେଉଁ ବିଧିରେ ଶିବଙ୍କୁ ପୂଜିଲେ ସେ ସନ୍ତୁଷ୍ଟ ହୁଅନ୍ତି? ଜାଣନ୍ତୁ ପୂରା ତଥ୍ୟ ଏହି ଲେଖାରୁ।
ସବୁ ଦେବତା ଭଲ ବେଶ ପୋଷାକ ଧାରଣ କରି, ଶରୀରରେ ସୁଗନ୍ଧିତ ଅତର ଛିଞ୍ଚି ବୁଲୁଥିବା ବେଳେ, ପ୍ରଭୁ ଶିବ କିନ୍ତୁ ଦେହରେ ଭସ୍ମ ପାଉଁଶ ବୋଳି, ମୁଣ୍ଡରେ ଗୋଟେ ଖଣ୍ଡିଆ ଚନ୍ଦ୍ର ଲଗେଇ, ଶ୍ମଶାନରେ ଯାଇ ରୁହନ୍ତି। ଦିନେ ଏହି କଥା ସ୍ୱାମୀଙ୍କୁ ପଚାରିଦେଲେ ମାତା ପାର୍ବତୀ। ପଢ଼ନ୍ତୁ ଏହାର କି ଉତ୍ତର ଦେଲେ ପ୍ରଭୁ ଶିବ।
ଆଗକୁ ଆସୁଛି ମହାଶିବରାତ୍ରୀ। ଉତ୍ସବମୁଖର ହୋଇପଡ଼ିବ ଶୈବପୀଠ। ଏହି ପରିପ୍ରେକ୍ଷୀରେ ଆସନ୍ତୁ ଜାଣିବା କାହିଁକି ପାଳନ ହୁଏ ମହାଶିବରାତ୍ରୀ। ପୁରାଣରେ ଏହାକୁ ନେଇ ଅନେକ କୌତୂହଳୀ କାହାଣୀ ରହିଛି। ମାତା ପାର୍ବତୀ ଜାଣିବାକୁ ଚାହିଁଥିଲେ, ଅଜାଣତରେ ଯଦି ଜଣେ ଶିବରାତ୍ରୀର ନୀତି କରିଥାଏ ତାହେଲେ ସେ ମଧ୍ୟ ପ୍ରଭୁଙ୍କ କୃପା ଲାଭ କରିଥାଏ। ପଢ଼ନ୍ତୁ ଏହି ସୁନ୍ଦର କାହାଣୀ।
ମହା ଶିବରାତ୍ରୀରେ ଆଜି ଭକ୍ତିମୟ ପରିବେଶ। ରାଜ୍ୟର ସବୁ ଶୈବପୀଠରେ ଲାଗିଛି ଗହଳି ଚହଳି। ବିଶେଷ କରି ପ୍ରଭୁ ଲିଙ୍ଗରାଜ, ଲୋକନାଥ, କପିଳାସ, ଧବଳେଶ୍ୱର ଓ ବାବା ଆଖଣ୍ଡଳମଣି ମନ୍ଦିରରେ ପ୍ରବଳ ଗହଳି ଦେଖିବାକୁ ମିଳିଛି।