• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Opinion Updates

Shaheen malik acid attack survivor
ଏସିଡ୍‌ ପୀଡ଼ିତାଙ୍କ ସାହା ଭରସା; ସାହିନ ଓ ତାଙ୍କ 'ଅପନା ଘର୍'

ସାହିନ୍ ମଲିକଙ୍କ ଦ୍ୱାରା ପ୍ରତିଷ୍ଠିତ ଦିଲ୍ଲୀସ୍ଥିତ 'ଅପନା ଘର୍' ଆଶ୍ରମ ଏସିଡ୍‌ ପୀଡ଼ିତାଙ୍କ ସାହା ଭରସା ପାଲଟିଛି। ଏଠି ପହଞ୍ଚିଗଲେ ସେମାନଙ୍କୁ ଆଦରରେ ଆପଣେଇ ନିଆଯାଏ। ଖାଲି ସେତିକି ନୁହେଁ, ସେମାନଙ୍କୁ ବିନା ମୂଲ୍ୟରେ ରହିବା-ଖାଇବାର ସୁବିଧା ସହ ଚିକିତ୍ସା ପାଇଁ ମଧ୍ୟ ସହଯୋଗ ଯୋଗାଇ ଦିଆଯାଏ।

The Saudi government withdrawn the restrictions on women
ସାଉଦି ମହିଳାଙ୍କ ଠାରେ ଲାଗିଲା ଡେଣା; ଚଲାଇବେ ଟ୍ରେନ୍, ପ୍ଲେନ୍

ମହିଳାଙ୍କ ଉପରେ ଲାଗିଥିବା କଟକଣା ଏବେ ସାଉଦି ସରକାର ଉଠେଇଛି। ଏଣିକି ସାଉଦିରେ ମହିଳାଙ୍କୁ ଡ୍ରାଇଭିଂ କରିବାର ଦେଖିବାକୁ ମିଳିବ। ଏହା ଆଣି ଦେଇଛି ମହିଳାଙ୍କ ପାଇଁ ଏକ ଭଲ କ୍ୟାରିଅର ସୁଯୋଗ।

Treatment of black Spot on face after acne
Health Tips: ଆକନି ହାଇପର-ପିଗମେଣ୍ଟେସନ୍: ମୁଖବ୍ରଣ ପର କଳାଦାଗର ଚିକିତ୍ସା

ମୁହଁରେ ବ୍ରଣ ହେବା ଓ ଏହା ଭଲ ହେବା ପରେ କଳାଦାଗ ହେବା ଏକ ସାଧାରଣ କଥା। ସାଧାରଣତଃ କେତେକ କ୍ଷେତ୍ରରେ ଏହି ଦାଗ ୬ -୧୨ ମାସ ମଧ୍ୟରେ ଆପେଆପେ କମିଯାଉଥିବା ବେଳେ ଆଉ କେତେକ କ୍ଷେତ୍ରରେ ଏହା ୪-୫ ବର୍ଷ ମଧ୍ୟ ରହିଯାଏ। କାହିଁକି ଏପରି ହୁଏ, କ’ଣ ଏହାର ଚିକିତ୍ସା ଆସନ୍ତୁ ଜାଣିବା।

Can India win the Hockey World Cup crown after 47 years?
୪୭ ବର୍ଷ ପରେ ହକି ବିଶ୍ୱକପ୍ ମୁକୁଟ ଜିତିପାରିବ କି ଭାରତ

ଭାରତ ଶେଷଥର ୧୯୭୫ରେ ମାଲେସିଆର କୁଆଲାଲମ୍ପୁର ଠାରେ ଆୟୋଜିତ ପୁରୁଷ ହକି ବିଶ୍ୱକପ୍‌ରେ ଚାମ୍ପିଅନ୍ ହୋଇଥିଲା। ଏହା ପରଠାରୁ ଭାରତକୁ ଆଉ କେବେ ଏହି ସମ୍ମାନଜନକ ଟ୍ରଫି ଉଠାଇବାର ସୌଭାଗ୍ୟ ମିଳି ନାହିଁ। ୪୭ ବର୍ଷ ପରେ ବିଶ୍ୱକପ୍ ଟାଇଟଲ୍ ଜିତିପାରିବ କି ଭାରତ? ଆୟୋଜକ ଟିମ୍ ଏଥିପାଇଁ କେତେ ପ୍ରସ୍ତୁତ?

Western Odisha Ganaparba Puspuni
କାହିଁକି ପାଳନ ହୁଏ ‘ଛେର୍‌ଛେରା’, କ’ଣ ଏହାର ଅର୍ଥ

ପଶ୍ଚିମ ଓଡ଼ିଶାର ଗଣପର୍ବ ପୁଷ୍‌ପୁନି। ଏହାର ଅନ୍ୟ ନାମ ‘ଛେରଛେରା’ପର୍ବ। ଏହି ପର୍ବରେ କୌଣସି ଇଷ୍ଟ ଦେବତା ବା ଦେବୀଙ୍କୁ ପୂଜା କରାଯାଏ ନାହିଁ କି ଧର୍ମ, ଓଷା ପୂଜାର ବ୍ରତ ଘଟିତ କଥା ବା ଉପାଖ୍ୟାନ ଏଥିରେ ନାହିଁ। ମଉଜ ମଜଲିସ୍‌ରେ ଏହି ପର୍ବ ପାଳନ କରାଯାଏ। ଆସନ୍ତୁ ଜାଣିବା କାହିଁକି ଏମିତି ନାଁ…

Where to put the sofa, where to set window in the drawing room
Vastu Tips: ଡ୍ରଇଂରୁମ୍‌ର କେଉଁଠି ପକାଇବେ ସୋଫା, କେଉଁଠି ରଖିବେ ଝରକା

ଘରର ଆଭ୍ୟନ୍ତରୀଣ ସାଜସଜ୍ଜାକୁ ଯଦି ବାସ୍ତୁର ନିୟମରେ କରାଯାଏ ତେବେ ଅନେକ ଶୁଭଫଳ ମିଳେ। ବୈଠକ ଘରର ସାଜସଜ୍ଜା ପ୍ରତି ମଧ୍ୟ ବିଶେଷଣ ଧ୍ୟାନ ଦେବା କଥା। ଏନେଇ ଆସନ୍ତୁ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରତି ଧ୍ୟାନ ଦେବା।

why an insulting statement
ଅପମାନଜନକ ବୟାନ କ’ଣ ଚର୍ଚ୍ଚାରେ ରହିବା ପାଇଁ...

ଦେଶରେ ଚାଲିଛି ଅପମାନଜନକ ଓ ଅଭଦ୍ରୋଚିତ ବୟାନର ଖେଳ। ସେ ସାଧୁ ସନ୍ଥ ହୁଅନ୍ତୁ କି ରାଜନେତା ସମସ୍ତଙ୍କ ମୁହଁରୁ ଏଭଳି ଭାଷା ଶୁଣାଯାଉଛି। ନିଜକୁ ଜଣେ ସାଧୁ କହୁଥିବା ବାବା ରାମଦେବ ମଧ୍ୟ ଏଥିରୁ ମୁକ୍ତି ପାଇ ନାହାନ୍ତି। ହେଲେ ଏମିତି ବୟାନ କାହିଁକି…

Social Consciousness in Odia Bhagabat
ସାମାଜିକ ଜୀବନଧାରାର ସୁଦୃଢ଼ ଭିତ୍ତିଭୂମି ହେଉଛି ଓଡ଼ିଆ ଭାଗବତ

ଜଗନ୍ନାଥ ଦାସଙ୍କ ଓଡିଆ ଭାଗବତ ଆଜି ଘରେ ଘରେ ପରିଚିତ। ଲୋକଟିଏ ବାଟ ହୁଡିଗଲେ ଏହା ହିଁ ପଥପ୍ରଦର୍ଶକ ହୋଇଯାଏ, ଅଶାନ୍ତିରେ ପୁଣି ଶାନ୍ତି ଆଣିଦିଏ। ଓଡିଆର ପ୍ରାଣ ଭାଗବତକୁ ଜଗନ୍ନାଥ କାହିଁକି ଓ କିପରି ପରିସ୍ଥିତିରେ ରଚନା କଲେ ଆସନ୍ତୁ ଜାଣିବା।

Attention seeking is a symptom of mental Disorder
Health Tips: ଦୃଷ୍ଟି ଆକର୍ଷଣର ଇଚ୍ଛା, ମାନସିକ ରୋଗର ଲକ୍ଷଣ ନୁହେଁ ତ?

ନିଜ ଚାରିପାଖର ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ବା ଆଟେନସନ୍ ପାଇବାର ଇଚ୍ଛାଟା ମଣିଷର ସହଜାତ। ବିଶେଷଜ୍ଞଙ୍କ ମତରେ କାର୍ଯ୍ୟକ୍ଷେତ୍ରରେ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ ନ କରି ପାରୁଥିବା ମଣିଷ, ସବୁଦିନ ଏବଂ ବାରମ୍ବାର ଗାଳି ବା ତାଚ୍ଛଲ୍ୟ ସହୁଥିବା ମଣିଷଠାରୁ ମଧ୍ୟ ଅଧିକ ମାନସିକ ଯନ୍ତ୍ରଣା ଭୋଗିଥାଏ।

Hardik Pandya tops the limited overs captaincy race
ସୀମିତ ଓଭର୍ ଅଧିନାୟକ ଦୌଡ଼ରେ ସର୍ବାଗ୍ରେ ହାର୍ଦ୍ଦିକ ପାଣ୍ଡ୍ୟା

ହ୍ୱାଇଟ୍ ବଲ୍ କ୍ରିକେଟ୍‌ରେ ରୋହିତ ଶର୍ମାଙ୍କ ସ୍ଥାୟୀ ଉତ୍ତରାଧିକାରୀ କରାଯିବା ଲକ୍ଷ୍ୟ ନେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ରେ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଏବେ ରୋହିତଙ୍କ ପାଇଁ ନିଜ ଅଧିନାୟକତ୍ୱ ବଞ୍ଚାଇବା ଏବଂ ହାର୍ଦ୍ଦିକଙ୍କ ପାଇଁ ସୁଯୋଗ ମିଳିବା ସ୍ଥଳେ ନିଜ ନେତୃତ୍ୱ-ଦକ୍ଷତାକୁ ବଳିଷ୍ଠ ଓ ପରିପକ୍ୱ କରିବାର ଆହ୍ୱାନ ରହିଛି।

Rules of selection of land in Vastu
Vastu: ଆପଣ ଘର ତିଆରି ପାଇଁ ଢାଲୁ ଜମି କିଣିଛନ୍ତି କି; ଏହା ଶୁଭ ନା ଅଶୁଭ ଜାଣନ୍ତୁ

ନୂଆ ଘରଟିଏ ପାଇଁ ନୂଆ ଜାଗାଟିର ବାସ୍ତୁ ସ୍ଥିତିକୁ ପ୍ରଥମେ ଦେଖାଯାଏ। ଏହା ଭିତରେ ଭୂମିର ଉଚ୍ଚା-ନିଚ୍ଚାକୁ ମଧ୍ୟ ଦେଖାଯାଏ। ଢାଲୁ ଜାଗା ଦିଗ ଅନୁସାରେ ଶୁଭ ଓ ଅଶୁଭ ଫଳ ଦେଇଥାଏ। ଜାଗା କେଉଁ ଦିଗକୁ ଢାଲୁ ହେଲେ କେଉଁ ଫଳ ଦିଏ ଆସନ୍ତୁ ଜାଣିବା।

Sensitivity of President's Prisoner under sentence
ବିଚାରାଧିନ କଏଦୀଙ୍କ ପ୍ରତି ରାଷ୍ଟ୍ରପତିଙ୍କ ସମ୍ବେଦନଶୀଳତା

ସମ୍ବିଧାନ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନ୍ୟାୟପାଳିକା ଗରୀବ ଆଦିବାସୀମାନଙ୍କ ପାଇଁ କିଛି କରିବା ପାଇଁ ପରାମର୍ଶ ଦେଇଥିଲେ। ଏହା ସହ ଜେଲ୍‌ରେ ଅଧିକ କଏଦୀଙ୍କୁ ରଖାଯିବା ଏବଂ ଅଧିକ ଜେଲ୍ ନିର୍ମାଣ କରାଯିବା ପ୍ରସଙ୍ଗରେ ଆଲୋଚନା ବେଳେ କହିଥିଲେ ଯେ ଆମେ ବିକାଶ ଆଡକୁ ଅଗ୍ରସର ହେଉଛେ, ଏଭଳି ସମୟରେ ଅଧିକ ଜେଲ୍ ନିର୍ମାଣର ଆବଶ୍ୟକତା କ’ଣ?

What are the benefits of the DASH diet?
Nutrients: ଆପଣ ଉଚ୍ଚ ରକ୍ତଚାପରେ ପୀଡିତ କି; ଆପଣାନ୍ତୁ ଏହି ଟିପ୍ସ

ଆଜିକାଲି ହାଇ ବ୍ଲଡ୍ ପ୍ରେସର ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏହା ପଛରେ ରହିଛି ଏକ ବିଶୃଙ୍ଖଳିତ ଜୀବନଶୈଳୀ, ଯେଉଁଥିରେ ଖାଦ୍ୟ ଏକ ମୁଖ୍ୟ ଉପାଦାନ। ଏଥିରେ ଲଗାମ୍ ଦେବା ପାଇଁ ‘ଦାସ୍ ଡାଏଟ୍’ ହେଉଛି ଏକ ଉତ୍ତମ ମାଧ୍ୟମ। ଏହା କ’ଣ ଆସନ୍ତୁ ଜାଣିବା।

Success Despite Down Syndrome
ଡାଉନସିଣ୍ଡ୍ରୋମ୍ ସତ୍ତ୍ୱେ ସଫଳତା: ଜଣେ ଯୋଗ ଗାର୍ଲ ଆଉ ଜଣେ ମଡେଲ୍

ସେମାନେ ଭାରତର ଦୁଇ ପ୍ରତିଭା। ଉଭୟ ଡାଉନସିଣ୍ଡ୍ରୋମରେ ପୀଡ଼ିତ। ଉଭୟ ମାନସିକ ଓ ଶାରୀରିକ ସ୍ତରରେ ଭିନ୍ନକ୍ଷମ ହେଲେ ବି ଏମାନଙ୍କୁ ସଫଳତା ହାସଲ କରିବାରେ କେହି ବାଧା ଦେଇପାରିନାହାଁନ୍ତି। ଆସନ୍ତୁ, କିଛି ଜାଣିବା ସେମାନଙ୍କ ବିଷୟରେ।

Snoring: A Serious Health Problem
Health Tips: ଘୁଙ୍ଗୁଡ଼ି: ଜଟିଳ ସ୍ୱାସ୍ଥ୍ୟ ସମସ୍ୟା କି?

ପ୍ରାୟ ସବୁ ଲୋକ ବେଳେ ବେଳେ ଟିକେଟିକେ ଘୁଙ୍ଗୁଡ଼ି ମାରନ୍ତି, କିନ୍ତୁ କିଛି ଲୋକଙ୍କ ପାଇଁ ଏହା ନିୟମିତ ଏବଂ ଅନିୟନ୍ତ୍ରିତ ହୋଇଥାଏ। ପ୍ରାୟତଃ ଘୁଙ୍ଗୁଡ଼ି ମାରୁଥିବା ମଣିଷଟି ଅପେକ୍ଷା ପାଖରେ ଶୋଇଥିବା ମଣିଷ ଅଧିକ ସମସ୍ୟା ଭୋଗିଥାଏ। ପରବର୍ତ୍ତି ସମୟରେ ଘୁଙ୍ଗୁଡ଼ି ମାରୁଥିବା ବ୍ୟକ୍ତି ମଧ୍ୟ ଅନେକ ଜଟିଳ ସମସ୍ୟାର ସମ୍ମୁଖିନ ହୋଇପାରେ।

Two legendary players - Sain Tendulkar and Lionel Messi
ଦୁଇ କିମ୍ବଦନ୍ତୀ ତେନ୍ଦୁଲକର - ମେସୀଙ୍କ ବଡ ଉପଲବ୍ଧି ଓ ସମାନତା

ଦୁଇ କିମ୍ବଦନ୍ତୀ ଖେଳାଳି - କ୍ରିକେଟର୍ ସଚିନ ତେନ୍ଦୁଲକର ଓ ଫୁଟ୍ବଲର୍ ଲିଓନେଲ୍ ମେସୀଙ୍କ ସବୁଠାରୁ ବଡ଼ ଉପଲବ୍ଧି ମଧ୍ୟରେ ସମାନତାକୁ ନେଇ ଏବେ ଚର୍ଚ୍ଚା। କ୍ୟାରିଅର୍ରେ ବ୍ୟାପକ ସଫଳତା ସତ୍ତ୍ୱେ ଉଭୟ ତେନ୍ଦୁଲକର ଓ ମେସୀଙ୍କର ଏକ ଅଧୁରା ସ୍ୱପ୍ନ ରହିଥିଲା - ଦୁହେଁ ବିଶ୍ୱକପ୍ ଟ୍ରଫି ଜିତି ନ ଥିଲେ। କିନ୍ତୁ ଉଭୟ ନିଜ ନିଜ ଶେଷ ବିଶ୍ୱକପ୍ରେ ଏହି ସ୍ୱପ୍ନକୁ ସାକାର କରିଥିଲେ।

Trees touching the house and its influence
Vastu: ଆପଣଙ୍କ ଘରର କାନ୍ଥକୁ କୌଣସି ଗଛଲତା ସ୍ପର୍ଶ କରୁଛି କି? ଜାଣନ୍ତୁ କ’ଣ ହେବ…

ସାଧାରଣତଃ ଘର ଚାରିପଟେ ଗଛ ରହିଲେ ଏହା ପରିବେଶକୁ ସୁସ୍ଥ ରଖିବା ସହ ସୁନ୍ଦର ମଧ୍ୟ କରିଥାଏ। କିନ୍ତୁ ଘର ପାଖରେ ଥିବା ଗଛ ଯଦି କାନ୍ଥରେ ଲାଗେ ତେବେ ଅନେକ ସମସ୍ୟା ଆଣିପାରେ। ଜାଣନ୍ତୁ ଏହା ଦ୍ୱାରା କେଉଁସବୁ ସମସ୍ୟାର ସମ୍ମୁଖିନ ହେବାକୁ ପଡେ।

Why tea become an addiction
Nutrients: କାହିଁକି ଚା’ ପିଇବା ଏକ ନିଶା ପାଲଟିଯାଏ ?

ଆଜିକାଲି ଚା’ ଘରେ ଘରେ ପରିଚିତ। ପ୍ରତିଟି ସକାଳ ଯଦି ଚା’ରୁ ଆରମ୍ଭ ନ ହୁଏ ତେବେ ଦିନଟି ବେକାର ଲାଗେ। ଚା’ର ତ ଅନେକ ଉପକାରୀ ଗୁଣ ଅଛି, କିନ୍ତୁ ଆମେ ଯେମିତି ଭାବେ ଚା’ ପିଉ ତାହା କେତେ ଦୂର ଠିକ୍ ଜାଣିବା ପାଇଁ ପଢନ୍ତୁ।

Light period, normal or symbol
Health Tips: ଲାଇଟ୍ ପିରିୟଡ୍‌: ସାଧାରଣ ନା ସଙ୍କେତ

ଅନେକ ସମୟରେ ମହିଳାମାନେ ଋତୁସ୍ରାବ ସମୟରେ କମ୍ ରକ୍ତସ୍ରାବ ହେବା ବା ଲାଇଟ୍ ପିରିୟଡ୍‌ର ଅଭିଯୋଗ କରନ୍ତି। କିନ୍ତୁ ବେଳେବେଳେ କିଛି କାରଣ ନ ଥାଇ ଲାଇଟ୍ ପିରିୟଡ୍‌ ହେବା କୌଣସି ଚିନ୍ତାର କାରଣ ନ ହୋଇଥିବା ବେଳେ ଆଉ କିଛି ସମୟରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସଠିକ୍ କାରଣ ଜାଣି ଚିକିତ୍ସା କରିବା ସୁସ୍ଥ ଜୀବନ ପାଇଁ ଦରକାର କରେ।

Executive vs. Judiciary
‘ନିର୍ବାଚନ କମିଶନ ନିଯୁକ୍ତି କମିଟିରେ ସୁପ୍ରିମ୍‌କୋର୍ଟ ମୁଖ୍ୟ ବିଚାରପତିଙ୍କୁ ସାମିଲ କରାଯାଉ’

ନିର୍ବାଚନ କମିଶନ ନିଯୁକ୍ତି କମିଟିରେ ସୁପ୍ରିମ୍‌କୋର୍ଟ ମୁଖ୍ୟ ବିଚାରପତିଙ୍କୁ ସାମିଲ କରାଗଲେ ନିଯୁକ୍ତି ପ୍ରକ୍ରିୟା ଏବଂ ଚୟନରେ ସ୍ୱଚ୍ଛତା ଅଧିକ ରହିପାରିବ। ଏଭଳି ଜଣେ ବ୍ୟକ୍ତିଙ୍କୁ ସାମ୍ବିଧାନିକ ପଦରେ ଅବସ୍ଥାପିତ କରାଯିବ ଯିଏ ସରକାରଙ୍କ ଆଜ୍ଞା ପାଳନ କରିବାକୁ ବାଧ୍ୟ ହେବ ନାହିଁ ବା ପ୍ରଭାବିତ ହେବ ନାହିଁ।

Can Ishan secure the opener's spot in limited overs cricket?
ସୀମିତ ଓଭର୍ କ୍ରିକେଟ୍‌ରେ ଓପନର୍ ସ୍ଥାନ ସୁରକ୍ଷିତ କରିପାରିବେ କି ଈଶାନ ?

ଓପନର୍ ଈଶାନ କିଶନଙ୍କ ରୂପରେ ଟିମ୍ ଇଣ୍ଡିଆରେ ଏକ ନୂଆ ତାରକାର ଅଭ୍ୟୁଦୟ ହୋଇଛି। ଏଥିସହିତ ସୃଷ୍ଟି ହୋଇଛି ସୀମିତ ଓଭର୍ କ୍ରିକେଟ୍‌ରେ ଟିମ୍ ପାଇଁ ବଡ଼ ସମ୍ଭାବନା। ବାଦ୍ ପଡ଼ିବେ କି ଧାବନ୍?

The families like Raju are collapsed; but Steadfast Chif of State
ଉଜୁଡି ଯାଉଛି ରାଜୁ ପରି ନିରୀହଙ୍କ ପରିବାର; ସ୍ଥିର କିନ୍ତୁ ରାଜ୍ୟ ମୁଖିଆ

ଗୋଟିଏ ପଟେ ହକି ବିଶ୍ୱକପ୍ ପାଇଁ ରାଜଧାନୀ ସଜ ହେଉଥିବା ବେଳେ ସେପଟେ ଉଜୁଡି ଯାଉଛି କେତେକଙ୍କ ସଂସାର। ରାସ୍ତାକଡ ଦୋକାନ ଉପରେ ମାଡିଯାଉଛି ସରକାରୀ ବୁଲ୍‌ଡୋଜର୍। ପ୍ରଶ୍ନ ହେଉଛି ସରକାର ସେମାନଙ୍କ ରୋଜଗାର, ଜିବୀକା ଛଡାଇନେଇ ସେମାନଙ୍କ ପ୍ରତି ଅନ୍ୟାୟ କରୁ ନାହାଁନ୍ତି ତ… ଏଠାରେ ମାନବିକତାର ଉଲଙ୍ଘନ ହେଉ ନାହିଁ ତ…

Many dangers may come if Vastu is wrong in construction
Vastu: ଗୃହନିର୍ମାଣରେ ବାସ୍ତୁ ସିଦ୍ଧାନ୍ତ ନ ମାନିଲେ ଆସେ ଅନେକ ବିପଦ

ବାସ୍ତୁ ସିଦ୍ଧାନ୍ତକୁ ମାନିଲେ ବହୁମାତ୍ରାରେ ଏହାର ଶୁଭ ପ୍ରଭାବ ପଡିଥାଏ। ନିମ୍ନରେ କେତେଗୁଡିଏ ବାସ୍ତୁ ସିଦ୍ଧାନ୍ତ ଦିଆଗଲା, ଗୃହ ନିର୍ମାଣ ବେଳେ ଏଥି ପ୍ରତି ବିଶେଷ ଧ୍ୟାନ ଦେଲେ ଶୁଭ ଫଳ ମିଳିବ।

Women of Sundarbans are on the defensive
ହେନ୍ତାଳବଣ ସୁରକ୍ଷାରେ ଲାଗିଛନ୍ତି ସୁନ୍ଦରବନର ମହିଳା

ବାଘ ଆକ୍ରମଣରେ ଅନେକ ହେଲେଣି ବିଧବା। ଏନେଇ ସ୍ଥାନୀୟ ମହିଳାମାନଙ୍କ ଚିନ୍ତା ହେନ୍ତାଳବଣର ସୁରକ୍ଷା। ଏହା ହୋଇପାରିଲେ ରକ୍ଷାପାଇଯିବ ସେମାନଙ୍କ ସ°ସାର। ଏହି ଲକ୍ଷରେ ସେମାନେ ଲାଗିପଡିଛନ୍ତି। ଆସନ୍ତୁ ଜାଣିବା ଏନେଇ ସେମାନେ କ’ଣ କରୁଛନ୍ତି।

How to Get Rid of Mail Mood Swings
ମେଲ୍ ମୁଡ୍‌ ସ୍ୱିଙ୍ଗ୍‌ରୁ କିପରି ମିଳିବ ମୁକ୍ତି

ପୁରୁଷମାନେ ବି ‘ମୁଡ୍‌ ସ୍ୱିଙ୍ଗ’ର ଶୀକାର ହୋଇଥାନ୍ତି। ଅନେକ ସମୟରେ ସେମାନେ ତଥା ପରିବାରର ଲୋକେ ଏହାକୁ କାର୍ଯ୍ୟକ୍ଷେତ୍ରରେ ଅତ୍ୟଧିକ ଚାପ କାରଣରୁ ଏମିତି ଚିଡା ଲାଗିବା କିମ୍ବା କୌଣସି କାମରେ ସ୍ପୃହା ନ ରହିବା ପରି ଲାଗୁଛି ବୋଲି ଭାବିନିଅନ୍ତି। ଏହାକୁ ଡାକ୍ତରି ଭାଷାରେ "ମେଲ୍ ଇରିଟେବଲ୍ ସିଣ୍ଡ୍ରୋମ୍" କୁହାଯାଏ।