ପଦ୍ମନାଭପୁର ସ୍କୁଲରେ ଅଭିଭାବକଙ୍କ ହୋହଲ୍ଲା, ଧାରଣା ଦେଲେ । ଆସନ୍ତାକାଲି ପରିବାର ଥାନାରେ ଅଭିଯୋଗ କରିବାକୁ ନିଷ୍ପତ୍ତ ।
ଗୁଳିମାଡରେ ଜଣେ ଗୁରୁତର ହୋଇଥିବା ବେଳେ ଆଉ ଦୁଇ ଜଣ ଆହତ ହୋଇଛନ୍ତି ।
ଭୁବନେଶ୍ୱରରୁ ମାଲକାନଗିରି ଯାଉଥିଲା ଦିଲଖୁସ ବସ୍ । ସେପଟେ ଆସିକା ଆଡ଼କୁ ଆସୁଥିବା ହ୍ୱାଇଟ ହର୍ସ ନାମକ ଆଉ ଯାତ୍ରୀବାହୀ ବସ ସହ ଏହା ମୁହାଁମୁହିଁ ଧକ୍କା ହୋଇଥିଲା ।
କିଏ ଦୁଇ ଥରର ବିଧାୟକ ତ କିଏ ଥରେ । କିଏ ବିଜେଡି ଆରମ୍ଭରୁ ଅଛନ୍ତି ତ ଆଉ କିଏ ୧୮ ବର୍ଷ ଧରି ଦଳ ସହ ଜଡିତ । ଗଞ୍ଜାମ ଜିଲ୍ଲାର ଲୋକ ପ୍ରତିନିଧି, ବିଜୁ ଜନତା ଦଳର ବରିଷ୍ଠ ନେତା ।
ପେଟର ଭୋକ ମେଣ୍ଟାଇବା ପାଇଁ, ଜାଡ଼ର ମାଡ଼କୁ ପିଠି ପତେଇ ଦେଇଛି ଗରିବ ଖଟିଖିଆ । ଶୀତୁଆ ରାତିକୁ ବେଖାତିର କରି ଯାତ୍ରୀ ଅପେକ୍ଷାରେ ରେଶମ ସହରର ରିକ୍ସାବାଲା । କିଏ ଚାଦର ଭିତରେ ଜାକିଜୁକି ହୋଇ ଶୋଇଛି, ତ କିଏ ଗାମୁଛା ଖଣ୍ଡେ ଘୋଡ଼େଇ ରାତିସାରା ଥରୁଛି ।
ବିଭିନ୍ନ ସ୍ଥାନରେ 5T ସ୍କୁଲ ରୂପାନ୍ତରଣକୁ ନେଇ ଅସନ୍ତୋଷ । ନିମ୍ନମାନର ନିର୍ମାଣ କାମକୁ ନେଇ ଆସିଲା ଅଭିଯୋଗ ।
ଗଞ୍ଜାମ ଜିଲ୍ଲାର ଅଧିକାଂଶ ବ୍ଲକରେ ଏବେ ଏଭଳି ଅବସ୍ଥା । ମଣ୍ଡି ଖୋଲିବାରେ ବିଳମ୍ବ, ଦିନ ଦିନ ଧରି ଖଳାରେ ପଡି ରହିବାର ଭୟ ଏବଂ ଅଭାବୀ ବିକ୍ରି ଆଶଙ୍କାରେ କମ୍ ଦାମରେ ଆନ୍ଧ୍ର ବେପାରୀଙ୍କୁ ଧାନ ଟେକି ଦେଉଛନ୍ତି ଚାଷୀ ।
ସକାଳ ହେଉ ହେଉ ଆଗ ପଛ ହୋଇ ଘରର ମହିଳା ପୁରୁଷ ବାହାରି ପଡ଼ନ୍ତି ଜାହାଡା ହଜକୁ । ଗଭୀର ପାଣି ଭିତରେ ପଶି ମହୁନାଡକୁ ସଂଗ୍ରହ କରନ୍ତି ।
ଭଳିକି ଭଳି ମୁଆଁ ତିଆରିରେ ବ୍ୟସ୍ତ କାରିଗର । ସ୍ପେଶାଲ ମୁଆଁ, ଘିଅ ଓ କାଜୁ ମୁଆଁର ରହିଛି ଡିମାଣ୍ଡ । ବନ୍ଧୁ ପରିଜନଙ୍କ ପାଖକୁ ମୁଆଁ ପଠାଇବାକୁ ଲାଗିଲାଣି ଲୋକଙ୍କ ଭିଡ଼ ।
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଆଛୁଲି ପଞ୍ଚାୟତରୁ ଆସିଛି ଅବ୍ୟବସ୍ଥାର ଭିନ୍ନ କାହାଣୀ । 5T ନାଁକୁ ନେଇ ନାନା ଅସୁଧା ଭୋଗୁଛନ୍ତି ଚଢ଼ିଆପଲ୍ଲୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ।
ଗଞ୍ଜାମ ଜିଲ୍ଲା କଣ୍ଟେଇପଲ୍ଲୀ ଠାରୁ ସୋରଡ଼ାକୁ ସଂଯୋଗ କରୁଥିବା ନିତିଦିନିଆ ରାସ୍ତା ପାଲଟିଛି ମରଣଯନ୍ତା । ଲୋକଙ୍କ ଗମନାଗମନର ସୁବିଧା ଲାଗି ସରକାର ୨୦୨୧ ମସିହାରେ ୨୧ କିଲୋମିଟର ଯାଏଁ ରାସ୍ତା ନିର୍ମାଣ ପାଇଁ ୩୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମଞ୍ଜୁର କରିଥିଲେ ।
ଡିସେମ୍ବର ୧ ତାରିଖରୁ ସମୁଦ୍ରରେ ପବନ ବହିବ । ତେଣୁ ସମୁଦ୍ରକୁ ନ ଯିବାକୁ ଧୀବରଙ୍କୁ ପରାମର୍ଶ ଦିଆଯାଇଛି ।
ଯଦି ଓଡିଶାର କେହି ତାମିଲନାଡୁରେ ଏଭଳି ଭାବେ ଗୋଟିଏ ଉଚ୍ଚସ୍ଥାନରେ ରହିପାରିଥାନ୍ତେ, ତାହେଲେ ଆମେ ଖୁସି ହୋଇଥାନ୍ତୁ ବୋଲି କହିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ।
ଶେଷରେ ବସନ୍ତ ଆଚାର୍ଯ୍ୟ ସହ ଡିଲ୍ ଫାଇନାଲ୍ ହୋଇଥିଲା ଏବଂ ପ୍ରମାଣକୁ ଲୁଚାଇବାକୁ ଯାଇ ସେହି ସିମକୁ ନଷ୍ଟ କରିବା ସହ ଫୋପାଡ଼ି ଦେଇଥିଲା ଅଭିଯୁକ୍ତ । ଏସବୁ ତଥ୍ୟ କଲ୍ ଡିଟେଲ୍ସ ରେକର୍ଡ-CDRରେ ଥିବା କହିଛି ଗଞ୍ଜାମ ପୋଲିସ୍ ।
ରେକର୍ଡ ହେଲା ୧୬୪ ଧାରାରେ ବୟାନ । ସାପକୁ ଅସ୍ତ୍ର ଭାବେ ବ୍ୟବହାର ଘଟଣାରେ ପିସିସିଏଫ୍ଙ୍କ ତଦନ୍ତ ନିର୍ଦ୍ଦେଶ ।
କବିସୂର୍ଯ୍ୟନଗର ଅଢ଼େଇବର ଗାଁରେ କେ. ଗଣେଶ ପାତ୍ର ନିଜ ସ୍ତ୍ରୀ ଓ ଝିଅକୁ ସାପ ସହାୟତାରେ ହତ୍ୟା କରିଥିବା ଅଭିଯୋଗ ଆସିଛି। ଗତ ଅକ୍ଟୋବର ୭ ତାରିଖରେ ଘରେ ମାଆ ଝିଅଙ୍କ ମୃତଦେହ ମିଳିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ।
ଗତ ଅକ୍ଟୋବର ୭ ତାରିଖରେ ଘଟିଥିଲା ଏ ଅଭାବନୀୟ ଘଟଣା । ଘର ଭିତରୁ ମାଆ ଝିଅଙ୍କ ମୃତଦେହ ମିଳିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଗଣେଶ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ କହିଛି ।
ଆସିକା ପାଟପୁର ଥାନା ପୋଡ଼ାମାରି ବସ୍ ଷ୍ଟାଣ୍ଡରେ ଦୁର୍ଘଟଣା...ବସ୍ କୁ ଅପେକ୍ଷା କରିଥିବା ବେଳେ ହଠାତ୍ ମାଡ଼ିଗଲା କାର୍..
ପ୍ରଦୀପ ପାଣିଗ୍ରାହୀ ପ୍ରସଙ୍ଗରେ କଣ୍ଟାବାଡ଼ରେ ଲୁଗା ପକାଇ ବିଜେଡି କରୁଛି କଳି !
ଲଘୁଚାପ ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା ସମ୍ଭାବନା । ଆସନ୍ତାକାଲି ଦକ୍ଷିଣ ଓଡ଼ିଶାରେ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ବେଆଇନ୍ ବାଣ ତିଆରି ଓ ବିକ୍ରି କରିବା କେତେ ଯେ ବିପଦପୂର୍ଣ୍ଣ ଇଏ ତାର ଏକ ଜ୍ୱଳନ୍ତ ଉଦାହରଣ । ପ୍ରତି ମୁହୂର୍ତ୍ତରେ ଜୀବନ ଚାଲିଯିବାର ଭୟ, ଆଶଙ୍କା ।
ମହିଳାଟିଏ ଗର୍ଭବତୀ ହେବା ପରଠୁ ତାର ସମସ୍ତ ଦାୟିତ୍ୱ ସ୍ୱାସ୍ଥ୍ୟ କର୍ମୀ ନେବେ ବୋଲି ସରକାର ଡିଣ୍ତିମ ପିଟୁଛନ୍ତି ।
କୌଣସି ବଜାର ନୁହେଁ, କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବାସଭବନ ଆଗରେ ପିଆଜ କେଜି ପିଛା ୮୦ ଟଙ୍କାରେ କିଣି ୨୦ ଟଙ୍କାରେ ବିକିଛି ଛାତ୍ର କଂଗ୍ରେସ । ପିଆଜ ଦରବୃଦ୍ଧି ନିୟନ୍ତ୍ରଣରେ ସରକାରଙ୍କ ବିଫଳତାକୁ ଦାୟୀ କରି ଏଭଳି ଢଙ୍ଗରେ ପ୍ରତିବାଦ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ ।
ବିଜେଡି ସାଂସଦ ସୁଜିତ କୁମାର କହିଛନ୍ତି ପାଣ୍ଡିଆନ ରାଜନୀତିକୁ ଆସିଲେ ଲୋକେ ଗ୍ରହଣ କରିବେ । ସେପଟେ ଗଞ୍ଜାମ ଜିଲ୍ଲା ବିଜେଡିର ସଭାପତି ରମେଶ ଚାଉପଟ୍ଟନାୟକ ଆଉ ପାଦେ ଆଗକୁ ଯାଇ କହିଛନ୍ତି, ପାଣ୍ଡିଆନ ଗଞ୍ଜାମରୁ ଛିଡା ହେଲେ ଆମେ ସ୍ୱାଗତ କରିବୁ । ତାଙ୍କ ପାଇଁ ବିପୁଳ ଜନସମର୍ଥନ ରହିଛି, ଏମିତି କି ଜିଲ୍ଲାର ୧୩ରୁ ୧୩ ନିର୍ବାଚନ ମଣ୍ଡଳୀ ଯେଉଁଠି ବି ଛିଡା ହେଲେ ଜିତିବେ ।
ଲାଲସିଂ ପଞ୍ଚାୟତରେ ଆଦର୍ଶ ମାର୍ଗ ରାସ୍ତା, ଅଙ୍ଗନବାଡି କେନ୍ଦ୍ର ଓ ରାମ ମନ୍ଦିର ଯିବା ରାସ୍ତା ଅତି ଶୋଚନୀୟ ସ୍ଥିତିରେ ରହିଛି । ଅଳିଆ ଆବର୍ଜନା ରାସ୍ତା କଡରେ ପଡୁଛି ଡ୍ରେନ ସବୁ ମୁକୁଳା ରହିଛି । ଫଳରେ ବର୍ଷା ହେଲେ ଡ୍ରେନ ପାଣି ରାସ୍ତାରେ ଜମିବା ସହ ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ ।