ଘଣ୍ଟେଶ୍ୱର ଜୋନକୁ ଯାଉଥିବା ବେଳେ ପୋଲିସ ଉପସ୍ଥିତିରେ ଏହି ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏନେଇ ପୋଲିସ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।
ବିଜେଡି ଯଦି ସ୍ୱଚ୍ଛ ତେବେ ଟଙ୍କା କାହିଁକି ବାଣ୍ଟୁଛି, ହିଂସା କାହିଁକି ସୃଷ୍ଟି କରୁଛି ବୋଲି ପ୍ରଶ୍ନ କରିନ୍ତି ପ୍ରଦୀପ ।
ଦ୍ୱିତୀୟ ଦଫା ଲଢ଼େଇରେ ୫ ସଂସଦୀୟ କ୍ଷେତ୍ର ଓ ୩୫ ବିଧାନସଭା କ୍ଷେତ୍ରରେ ମତଦାନ ।
ବୁଥ୍ ଭିତରେ ବିଜେଡି କର୍ମୀ ରିଗିଂ ଉଦ୍ୟମ କରୁଥିବା ଅଭିଯୋଗ ବେଳେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି ।
ରାଜ୍ୟରେ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ। ସକାଳ ୭ରୁ ଭୋଟଗ୍ରହଣ ଆରମ୍ଭ ହୋଇଛି। ସକାଳୁ ସକାଳୁ ବୁଥରେ ଲାଗିଛି ଗହଳି।
ଭୋଟ୍ ଦେଉଛି ଓଡ଼ିଶା। ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ। ୫ଟି ସଂସଦୀୟ କ୍ଷେତ୍ର
ତନରଡା ନିକଟରେ ପୋଲିସ ଗାଡି ଚେକିଂ ଚାଲିଥିଲା। ଏହି ସମୟରେ ଆସୁଥିବା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡିକୁ ଚେକିଂ ପାଇଁ ପୋଲିସ ଅଟକାଇ ଥିଲେ । ହେଲେ ମନ୍ତ୍ରୀ ଆରୁଖ ହଠାତ୍ ଗାଡ଼ିରୁ ଓହ୍ଲାଇ ପୋଲିସକୁ ଚଢ଼ା ଗଳାରେ ଗାଡି ଚେକ୍ କର ବୋଲି କହିଥିଲେ ।
ନିର୍ବାଚନୀ ହିଂସାର ହବ୍ ପାଲଟିଥିବା ଗଞ୍ଜାମ ଜିଲ୍ଲାରେ ଏଥର ଖଲ୍ଲିକୋଟ କାଣ୍ଡକୁ ନେଇ ହଇଚଇ । ୪୮ ଘଣ୍ଟା ପୁରିଲା । ବିଜେପି କର୍ମୀଙ୍କୁ ହତ୍ୟାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କ ପାଖରେ ନା ପହଞ୍ଚି ପାରିଲା ପୋଲିସ, ନା ଶୋକସନ୍ତପ୍ତ ପରିବାରକୁ ଦେଇଛି ନ୍ୟାୟ ।
ଖଲ୍ଲିକୋଟ ହିଂସାକାଣ୍ଡ ଓ ହତ୍ୟାର ତଦନ୍ତ ପାଇଁ ଗଠନ ହେଲା SIT । ଏସଆଇଟି ହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ । ମାମଲାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବ ଏସ୍ଆଇଟି ।
ରତ୍ନଭଣ୍ଡାର ଚାବି ପାଣ୍ଡିଆନ୍ ଲୁଚାଇଛନ୍ତି। କମିଶନ ତଦନ୍ତ କଲେ, ଏବେବି ତଦନ୍ତ ସରୁନି। ୧୦ ଜୁନ୍ ପୂର୍ବରୁ ସେ ଚାବି ଫେରାନ୍ତୁ, ନହେଲେ ଆମେ ଖୋଜି ବାହାର କରିବୁ ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଞ୍ଜାମରେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରିବା ପାଇଁ ଅନୁମୋଦନ ଦେଇଛନ୍ତି ।
ଭୋଟ୍ ପୂର୍ବରୁ ରକ୍ତରଞ୍ଜିତ ହେଲା ଗଞ୍ଜାମ । ଖଲ୍ଲିକୋଟରେ ଗଡ଼ିଛି ବିଜେପି କର୍ମୀଙ୍କ ମୁଣ୍ଡ । ବ୍ୟାନର ମରାକୁ କେନ୍ଦ୍ର କରି ଜଣେ ବିଜେପି କର୍ମୀଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି ।
ବିଜେପି ଲୋକସଭା ସଂଯୋଜକ ଯଜ୍ଞ ନାରାୟଣ ଦାଶଙ୍କ କହିବା ଅନୁସାରେ ଗତକାଲି ରାତିରେ ରାଣୀଙ୍କ ବଙ୍ଗଳାରେ ଭୋଜିଭାତ ଚାଲିଥିଲା । ଆଉ ସେଠାରୁ ହିଂସାକାଣ୍ଡ ଲାଗି ଯୋଜନା ହୋଇଥିଲା ।
ପୋଲିସ ଗାଡ଼ିକୁ ଘେରିବା ସହ ଗାଡ଼ି ଉପରକୁ ପଥର ମାଡ଼ ସହ ପାଣି ବୋତଲ ମାଡ଼ କରିଛନ୍ତି ଲୋକ । ଲୋକଙ୍କ ପଥର ମାଡ଼ରେ ପୋଲିସ ଭ୍ୟାନ୍ର କାଚ ଭାଙ୍ଗିଛି ।
ଗଞ୍ଜାମ ଖଲ୍ଲିକୋଟରେ ରାଜନୈତିକ ହିଂସାକାଣ୍ଡ ଘଟଣାରେ ୮ ଗିରଫ । ଆକ୍ରମଣକାରୀଙ୍କ ମଧ୍ୟରୁ ୮ ଜଣଙ୍କୁ ଗିରଫ କରିଛି ପୋଲିସ । ଗତକାଲି ଖଲ୍ଲିକୋଟ ଶ୍ରୀକୃଷ୍ଣ ଶରଣପୁର ଗାଁରେ ବିଜେପି କର୍ମୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା ।
ବିଜେପିରେ ଭୋଟ ଦେବା ଓ ବିଜେପିକୁ ସମର୍ଥନ କରି ପ୍ରଚାରରେ ବୁଲିବାରୁ ଗାଁ ଦାଣ୍ଡକୁ ଡାକି କଙ୍ଗାରୁ କୋର୍ଟ ଦ୍ୱାରା ଜରିମାନା ଆଦାୟ କରାଯାଇଛି।
ଖଲ୍ଲିକୋଟ୍ ଶ୍ରୀକୃଷ୍ଣଶରଣପୁର ଗାଁରେ ବିଜେଡି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ନେଇ ଅଭିଯୋଗ ହୋଇଥିଲା । ଗାଁରେ ବିଜେପି କର୍ମୀ ବ୍ୟାନର ମାରୁଥିବା ଏହାକୁ ବିରୋଧ କରି ସେମାନଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଥିଲା ।
ମତଦାନ ପାଇଁ ଭିଟାମାଟିକୁ ଫେରିପାରୁ ନାହାନ୍ତି ଦାଦନ ଶ୍ରମିକ । ନବୀନଙ୍କ ନିର୍ବାଚନମଣ୍ଡଳୀ କଣ୍ଟାବାଞ୍ଜିରେ ୫ଦିନ ପରେ ଭୋଟ୍ ।
ନବୀନଙ୍କର ଆଉ ଆବଶ୍ୟକତା ନାହିଁ । ଓଡ଼ିଶା ଲୋକ ନବୀନଙ୍କୁ ଟାଟା, ବାଏ ବାଏ କହିଲେଣି । ଓଡ଼ିଶାରେ ଏବେ ବିଜେପି ସରକାର ଗଠନ ହେବାକୁ ଯାଉଛି ବୋଲି ଦୋହରାଇଛନ୍ତି ଅମିତ୍ ଶାହ ।
ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ । ନବରଙ୍ଗପୁର ଡଙ୍ଗରଭେଜା ଗାଁର ବ୍ୟବସାୟୀ ସୁନୀଲ ସାହୁଙ୍କ ଘରୁ ଏବଂ ଜଣେ ଶିକ୍ଷୟିତ୍ରୀଙ୍କୁ ଭଡାରେ ଦେଇଥିବା ଘରୁ ଡକାୟତି ହୋଇଥିବା ଅଭିଯୋଗ ହୋଇଛି ।
ଆଜିଠୁ ଦୁଇ ଦିନିଆ ଓଡ଼ିଶାଗସ୍ତରେ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଭୁବନେଶ୍ବରରେ ଆୟୋଜିତ ଏକ ମହିଳା ସମାବେଶରେ ନଡ୍ଡା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆଜି ବଲାଙ୍ଗିର ଗସ୍ତରେ ଆସୁଛନ୍ତି କଂଗ୍ରେସର ଷ୍ଟାର କ୍ୟାମ୍ପେନର ରାହୁଲ ଗାନ୍ଧି।
ବ୍ରହ୍ମପୁର ଏମକେସିଜି ମେଡିକାଲରେ ରୁଣ୍ଡ ହୋଇଥିଲେ ପ୍ରଦୀପଙ୍କ ଶତାଧିକ ସମର୍ଥକ । ଭିତରେ ପ୍ରଦୀପଙ୍କ ଚିକିତ୍ସା ଚାଲିଥିବା ବେଳେ ବାହାରେ ପିଣ୍ଟୁଙ୍କ ଗିରଫ ଦାବିରେ କରିଥିଲେ ନାରାବାଜି। ଗୋଷାଣିନୂଆଗଁ ଥାନା ଆଗରେ ପିଣ୍ଟୁଙ୍କ ସମର୍ଥକ ବି ତାଙ୍କ ନେତାଙ୍କୁ ଛାଡ଼ିବା ଦାବିରେ ଗହଳି କରିଥିଲେ।
ବିଜେଡି ନେତ୍ରୀଙ୍କ ନାଁ ଅପୂର୍ବ ଅପରୂପା ଏବଂ ସେ ଜଣେ ବିଜେଡି ପ୍ୟାନେଲିଷ୍ଟ ବୋଲି ଜଣାପଡ଼ିଛି ।
ଶିବଶଙ୍କର ଦାସଙ୍କ ସମର୍ଥକ ମାନେ ବୁଥ ରିଗିଂ ଅଭିଯୋଗ କରୁଥିବା ବେଳେ ପ୍ରଦୀପଙ୍କ ସମର୍ଥକ ମାନେ ଇ ଭି ଏମ ସିଲ କୁ ନେଇ ପାଟିତୁଣ୍ଡ କରିବାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି।
ବିଭିନ୍ନ ବୁଥରେ ମୁହାଁମୁହିଁ ବିଜେଡି-ବିଜେପି କର୍ମୀ । ପରିସ୍ଥିତି ସମ୍ଭାଳିବାକୁ ପୋଲିସର ଲାଠି ଚାଳନା ।