ପେଟର ଭୋକ ମେଣ୍ଟାଇବା ପାଇଁ, ଜାଡ଼ର ମାଡ଼କୁ ପିଠି ପତେଇ ଦେଇଛି ଗରିବ ଖଟିଖିଆ । ଶୀତୁଆ ରାତିକୁ ବେଖାତିର କରି ଯାତ୍ରୀ ଅପେକ୍ଷାରେ ରେଶମ ସହରର ରିକ୍ସାବାଲା । କିଏ ଚାଦର ଭିତରେ ଜାକିଜୁକି ହୋଇ ଶୋଇଛି, ତ କିଏ ଗାମୁଛା ଖଣ୍ଡେ ଘୋଡ଼େଇ ରାତିସାରା ଥରୁଛି ।
ଆକାଶ ମେଘମୁକ୍ତ ହେବା ପରେ ଆରମ୍ଭ ହୋଇଯାଇଛି ଶୀତ । କନ୍ଧମାଳରେ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଏଥିସହ ଓଡିଶାର କାଶ୍ମୀର ଦାରିଙ୍ଗବାଡ଼ିକୁ ଛୁଟୁଛି ପର୍ଯ୍ୟଟକଙ୍କ ଭିଡ । ସେପଟେ ଜଙ୍ଗଲ ପାହାଡ଼ ଘେରା ବଣାଇରେ ବି ବଢିଲାଣି ଶୀତ । ଦେଖନ୍ତୁ ଏହି ରିପୋର୍ଟ ।