ରାଜ୍ୟରେ ଏବେ ୩୫୧୦ ଗାଁରେ ନାହିଁ ମୋବାଇଲ ନେଟୱର୍କ । ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୦୬୨ ଗାଁରେ ନାହିଁ ମୋବାଇଲ ନେଟୱର୍କ ।
୮ହଜାରରୁ ଅଧିକ ଆଦିବାସୀ ଲୋକେ ଏଠାରେ ବସବାସ କରୁଛନ୍ତି। ଲୋକଙ୍କ ଜୀବନ ପ୍ରଣାଳୀ ଅତି ନିମ୍ନମାନର ହୋଇରହିଛି।
କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ଏ ଘରୋଇ କମ୍ପାନିରେ କାମ କରନ୍ତି ପି. ନୀତିନ ସୁବୁଦ୍ଧି । ଏବେ ୱାର୍କ ଫ୍ରମ୍ ହୋମ୍ରେ । ଘରେ ଇଣ୍ଟରନେଟ୍ ଆସୁ ନଥିବାରୁ ନିଜ ସିଫ୍ଟ ଆରମ୍ଭ ହେବା ମାତ୍ରେ ଦୌଡ଼ି ଆସୁଛନ୍ତି ଗଛ ମୂଳକୁ । ଏମିତିକି ରାତି ସିଫ୍ଟ ହେଲେ ବି ଏଠାକୁ ଆସି କାମ କରୁଛନ୍ତି ବୋଲି କହିଛନ୍ତି ନୀତିନ ।
ବାଃ ବାଃରେ ଡିଜିଟାଲ୍ ସେବା । ମୋବାଇଲ ଧରିବାକୁ ହେଲେ ଚଢିବାକୁ ପଡ଼ିବ ପାହାଡ...ଆମ୍ବୁଲାନ୍ସ ଡାକିବାକୁ ହେଲେ ଦଉଡିବାକୁ ପଡିବ ୩ କୋଷ ବାଟ । ଇଏ ଏମିତି ଏକ ଗାଁ ଯେଉଁଠି ଯାହା କଲେ ଚଢିବାକୁ ହୁଏ ପାହାଡ଼
ମୋବାଇଲ ଅଛି ହେଲେ ନେଟୱର୍କ ନାହିଁ । କଲ୍ ଯାଉନି କି କଲ୍ ଆସୁନି । 5G ଜମାନାରେ 2G ତ ଦୂରର କଥା ଲୋକେ ଟାୱାରଟିଏ ବି ପାଇ ପାରିନାହାନ୍ତି । ନେଟୱର୍କ ନଥିବାରୁ ଯୋଗାଯୋଗ, ଆମ୍ବୁଲାନ୍ସ କିମ୍ବା ଅନଲାଇନ୍ ପଠପଢ଼ା ହୋଇପାରୁନି । ଫଳରେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହୋଇଛନ୍ତି ମୟୂରଭଞ୍ଜ ଉଦଳାର ଶାଳମୁଣ୍ଡଳି ଗାଁ ଲୋକେ…
ଲକ ଡାଉନ ସମୟରେ ଅନଲାଇନ୍ କ୍ଲାସ ହେଲେ ଗାଁ ରେ ନାହିଁ ନେଟୱର୍କ । ଅନଲାଇନ୍ କ୍ଲାସ୍ ପାଇଁ ସୁନ୍ଦରଗଡ଼ ରଙ୍ଗାମାଟି ଗାଁର ପିଲାଙ୍କୁ ଚାଲିବାକୁ ପଡୁଛି ୩ କିମି ରାସ୍ତା ।