• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଜେଲରୁ ମୁକୁଳିଲେ ସଂଯୁକ୍ତା ମହଲା । ୧୦ ଦିନ ଜେଲରେ ରହିବା ପରେ ଆଜି ସେ ସଂଧ୍ୟାରେ ଜେଲରୁ ମୁକୁଳିଛନ୍ତି । ଗତ ଫେବ୍ରୁଆରୀ ୧୪ ତାରିଖ ସନ୍ଧ୍ୟାରେ ତାଙ୍କୁ ଜେଲ୍ ପଠାଇଥିଲା କବିସୂର୍ଯ୍ୟନଗର ପୋଲିସ । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଘରେ ପଶିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ବିଧାୟକଙ୍କ ପତ୍ନୀ ଏବଂ ବାପାଙ୍କ ଏତଲା କ୍ରମେ କବିସୂର୍ଯ୍ୟନଗର ଥାନାରେ ସଂଯୁକ୍ତାଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ତାଙ୍କୁ ଗିରଫ କରି କୋଦଳା ଉପ-କାରାଗାରରେ ଭର୍ତ୍ତି କରାଯାଇଥିଲା ।

ପୂର୍ବରୁ ସ୍ତ୍ରୀର ସମ୍ମାନ ନମିଳିଲେ ଶ୍ରୀକାନ୍ତଙ୍କ ବାସଭବନ ଆଗରେ ବସିବା ପାଇଁ ଧମକ ଦେଇଥିଲେ ସଂଯୁକ୍ତା । ବିଧାୟକ ଶ୍ରୀକାନ୍ତଙ୍କ ଘର ଆଗରେ ବସି ରହିବା ସହ ଘର ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ ସଂଯୁକ୍ତା । ଖବର ପାଇ ବିଧାୟକଙ୍କ ଘର ଆଗରୁ ସଂଯୁକ୍ତାଙ୍କୁ ପୁଲିସ ଉଠାଇନେଇ ଗିରଫ କରିଥିଲା।

ପରେ ତାଙ୍କୁ ପୋଲସରା ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା । ଏହାପରେ କୋର୍ଟ ତାଙ୍କୁ କୋଦଳା ଜେଲ ହାଜତକୁ ପଠାଇଛନ୍ତି । ତାଙ୍କ ବିରୁଦ୍ଧରେ ହତ୍ୟା ଉଦ୍ୟମ, ଘରେ ଜୋର୍ ଜବରଦସ୍ତ ପଶିବା, ସୁନା ଅଳଙ୍କାର ଚୋରି କରିବା ଭଳି ସଂଗୀତ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ଆଜି କୋଦଳା ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରୁ ଜାମିନ ପାଇବା ପରେ କୋଦଳା ଜେଲରୁ ମୁକ୍ତ ହୋଇଛନ୍ତି ।

  • Reported by:
  • Silu Biswal