ଚାଷକୁ ଏ ବର୍ଷ ବଢ଼ିଆ ପାଗ । ଭଲ ଫସଲ ହେବ, ଅମଳ ବଢ଼ିବ । ହେଲେ ତା' ସାଙ୍ଗକୁ ମହାବନ୍ୟା ବିପତ୍ତି ବି ଅଛି । ପବିତ୍ର ପଣାସଂକ୍ରାନ୍ତିରେ ଆଜିଠୁ ପ୍ରଚଳିତ ନୂଆ ପଞ୍ଜିକା କିଛି ଏପରି କହୁଛି । ପାଞ୍ଜି ଗଣନାରୁ ଜ୍ୟୋତିର୍ବିଦଙ୍କ ମତରେ ରାଜ୍ୟ ରାଜନୈତିକ ସ୍ଥିତି ବି ବେଶ୍ ରୋଚକ ରହିବ । ଖାସ୍ କରି ବିରୋଧୀଦଳରୁ ବହୁ ନେତା ଦଳବଦଳ କରିବାର ସମ୍ଭାବନା ରହିଛି ।
ପାଞ୍ଜିକାରକୁ ନେଇ କାହିଁକି ପ୍ରତିକ୍ରିୟାଶୀଳ ହେଲେ ଶ୍ରୀମନ୍ଦିର ମୁକ୍ତିମଣ୍ଡପର ସ୍ଥାୟୀ ସଭାପତି ତଥା ଜଗଦଗୁରୁ ଶଙ୍କରାଚାର୍ଯ୍ୟ ? ତାଙ୍କ ଅସନ୍ତୋଷ ପଛରେ ରହିଛି କି ସତ୍ୟତା ?
ଉତ୍କଳୀୟ ନବବର୍ଷ ଅବସରରେ ଆଜିଠୁ ରାଜ୍ୟରେ ପ୍ରଚଳନ ହୋଇଛି ନୂଆ ପଞ୍ଜିକା। ଗ୍ରହ ଚଳନକୁ ଦୃଷ୍ଟିରେ ରଖି ଏ ବର୍ଷ ରାଜ୍ୟ, ଦେଶ ତଥା ବିଶ୍ୱର ଭାଗ୍ୟ ଭବିଷ୍ୟତ ନେଇ ଅନେକ ନୂଆ ସମାଚାର ଆଣିଛି ନୂଆ ପାଂଜିକା।
ଆଜିଠୁ ନୂତନ ପଞ୍ଜିକା ପ୍ରଚଳନ କରାଯାଇଥାଏ। ଦୋଳ ପୂର୍ଣ୍ଣିମାରେ ପଞ୍ଜିକା ପଠନ କରାଯାଇଥିଲା। ମୁକ୍ତିମଣ୍ଡପ ଓ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଦୁଇଟି ପଞ୍ଜିକାକୁ ସ୍ୱୀକୃତି ଦିଆଯାଇଛି।
ଭଲନାହିଁ ୨୦୨୨ର ଭବିଷ୍ୟତ। ଏସନ ପ୍ରବଳ ବର୍ଷିବ, ନିଆଁରେ ଜଳିପୋଡ଼ି ଏକାଧିକ ଅଂଚଳ ଛାରଖାର ହୋଇଯିବ। ଜାଣନ୍ତୁ କେଉଁ ଅଂଚଳରେ କ’ଣ ହେବ? କେବେ ହେବ ଏମିତି ସବୁ ଅଘଟଣ?