ଅଶାନ୍ତ ଭୁବନେଶ୍ବରର ପଦ୍ମକେଶରୀପୁର ଗାଁ। ସୁଧ ଦେଇ ନପାରିବାରୁ ମିଳୁଛି ଶାସ୍ତି । ଜୁଲମ, ମାଡ଼ଗାଳି ଓ ଭଙ୍ଗାରୁଜା ସାଙ୍ଗକୁ ମରଣାନ୍ତକ ଆକ୍ରମଣ ପର୍ଯ୍ୟନ୍ତ ସଜ୍ଜା ।
ମହାଜନୀ କାରବାରର ମହାଜାଲରେ ଛନ୍ଦି ହୋଇଥିବା ରାଜଧାନୀ ଉପକଣ୍ଠ ପଦ୍ମକେଶରୀପୁରରେ ପୁଣି ଖଣ୍ଡଯୁଦ୍ଧ। ସୁଧ ବେପାର ଚଳାଉଥିବା ଗୋଷ୍ଠୀଙ୍କ ବୋମା ଆଉ କାଚ ବୋତଲ ମାଡ଼ରେ ପୁଣି ଥରହର ପଦ୍ମକେଶରୀପୁର।
ଗତବର୍ଷେ ଧରି ପଦ୍ମକେଶରୀପୁର ରକ୍ତରଂଜିତ ହେଉଥିବାବେଳେ କାହିଁକି ହୋଇପାରୁନି ଏହାର ସ୍ଥାୟୀ ସମାଧାନ? କାହା ଛତ୍ରଛାୟାରେ ରହି ସୁଧ ବେପାର ଚଳାଉଛନ୍ତି ନିର୍ଦ୍ଦିଷ୍ଟ ଗୋଷ୍ଠୀ ? ସେନେଇ ଲାଗିରହିଛି ନାନା ଚର୍ଚ୍ଚା।
ବାଲେଶ୍ବର ପୌରାଞ୍ଚଳରେ ଆଜିଠୁ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ। ସମସ୍ତ ସ୍କୁଲ କଲେଜ ଓ ଅଙ୍ଗନବାଡି କେନ୍ଦ୍ର ଖୋଲିବ। ଲ୍ୟାଣ୍ଡ ଲାଇନ୍ ଓ ବ୍ରଡବ୍ୟାଣ୍ଡରେ ସେବା ମିଳୁଥିବା ବେଳେ ଆଜିଠାରୁ ମୋବାଇଲରେ ଇଣ୍ଟରନେଟର ସୁବିଧା ମିଳିବ।
ଆଜି ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ କେବଳ ୪ ଘଣ୍ଟା ପାଇଁ ଦୋକାନ ବଜାର ଖୋଲା ରହିବ। ଏହି ସମୟ ମଧ୍ୟରେ ଲୋକେ ନିଜ ପାଇଁ ଆବଶ୍ୟକୀୟ ସାମଗ୍ରୀ କିଣିପାରିବେ ।
ଶାନ୍ତ ହେଉଛି ବାଲେଶ୍ବର ସହର, ଫେରୁଛି ସ୍ବାଭାବିକ ସ୍ଥିତି । ବାଲେଶ୍ୱର ପୌରାଞ୍ଚଳରେ ଆଜି ମଧ୍ୟରାତ୍ର ଯାଏଁ ବଳବତ୍ତର ରହିବ କର୍ଫ୍ୟୁ ।
ବାଲେଶ୍ବରରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ସ୍ଥିତି ନିୟନ୍ତ୍ରଣ ପାଇଁ ପୂରା ସହରରେ ଲାଗୁ ହେଲା କର୍ଫ୍ୟୁ। ସମଗ୍ର ବାଲେଶ୍ବର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି ହୋଇଛି ।
ପିପିଲିରେ ସମିତି ସଭ୍ୟଙ୍କୁ ମାଡ଼ । ମଙ୍ଗଳପୁର ପଞ୍ଚାୟତ ସମିତି ସଭ୍ୟଙ୍କୁ ଆକ୍ରମଣ, ୩ ଅଟକ । ସହଜପୁର ପଞ୍ଚାୟତ ସୁବୁଦ୍ଧିପଡ଼ାରେ ବିଜେଡି କର୍ମୀଙ୍କ ଆକ୍ରମଣ ଅଭିଯୋଗ ।
ଏହି ଘଟଣା ପରେ ଗାଁରେ ଲାଗି ରହିଛି ଉତ୍ତେଜନା। ଉତ୍ତ୍ୟକ୍ତ ଲୋକେ ଗାଡ଼ି ପୋଡାଜଳା କରିଥିବା ସୂଚନା ମିଳିଛି।
ଏକ ଖାଦ୍ୟ ଷ୍ଟଲକୁ ପାଣ୍ଡରା ଅଞ୍ଚଳର ପ୍ରାୟ ୮ ଜଣ ଯୁବକ ଖାଇବାକୁ ଯାଇଥିଲେ । ଏହି ସମୟରେ ଅପର ଗୋଷ୍ଠୀର ବ୍ୟକ୍ତି ଅଚାନକ ଆକ୍ରମଣ କରିଦେଇଥିଲେ।
ଗୁଳିମାଡରେ ଜଣେ ଗୁରୁତର ହୋଇଥିବା ବେଳେ ଆଉ ଦୁଇ ଜଣ ଆହତ ହୋଇଛନ୍ତି ।
ଦୁର୍ଘଟଣା କିପରି ଘଟିଲା ତାହା ଜଣାପଡ଼ିନାହିଁ । କୁହୁଡ଼ି ନା ଅନ୍ୟ କିଛି କାରଣରୁ ଏପରି ଘଟିଲା ତା’ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ।
ଗୋଷ୍ଠୀ ସଂଘର୍ଷକୁ ବିତିଯାଇଛି ପ୍ରାୟ ୩ ମାସ । ମାମଲାରେ ୧୫୦ରୁ ଅଧିକଙ୍କୁ ଗିରଫ କରି ଜେଲ୍ ପଠାଇଛି ପୋଲିସ । ଅଥଚ ଶାନ୍ତି ଫେରାଇବାକୁ ନା କୌଣସି ଶାନ୍ତିକମିଟି ତିଆରି କରିଛନ୍ତି ରାଜ୍ୟ ସରକାର ନା କୋର୍ଟରେ କୌଣସି ଚାର୍ଜସିଟ ଦାଖଲ କରିଛି ପୋଲିସ ।
ଗାଁ ଜନଶୂନ୍ୟ। ଅଧିକାଂଶ ଘରେ ତାଲା। ରହି ଯାଇଛନ୍ତି କେବଳ କିଛି ବୟସ୍କ ଓ ଛୋଟ ଛୋଟ ପିଲା। କାହିଁକି ନା ଗୋଷ୍ଠୀ ସଂଘର୍ଷ ପରେ ଏବେ ବନ୍ଧା ହେବାର ଭୟ
ଗୋଷ୍ଠୀ ସଂଘର୍ଷ ମାମଲାରେ ଘରେ ଘରେ ପଶି ପୁରୁଷ ଓ ମହିଳାଙ୍କୁ ଗିରଫ କରିବା ପରେ ଏବେ ପୁରା ଗାଁ ଏବେ ଶୂନଶାନ୍ ।
ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଗାଁର ଦୁଇ ୱାର୍ଡବାସୀଙ୍କ ମଧ୍ୟରେ ପଥର ମାଡ଼ ସହ ବୋତଲ ମାଡ଼ ହୋଇଛି ।
ଜମିଜମା ବିବାଦକୁ ନେଇ ହୋଟେଲ ମାଲିକଙ୍କୁ ପ୍ରଥମେ ମରଣାନ୍ତକ ଆକ୍ରମଣ ଉଦ୍ୟମ ଓ ପରେ ଛୁରାମାଡ଼। ପରିସ୍ଥିତି ଏପରି ହୋଇଥିଲା ଯେ, ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ କିଛି ସମୟ ପାଇଁ ହସ୍ପିଟାଲ୍ ପରିସର ରଣକ୍ଷେତ୍ର ପାଲଟି ଥିଲା ।
କେଉଁଠି କମେଣ୍ଟମରାକୁ ନେଇ ହାତାହାତି ତ ଆଉ କେଉଁଠି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାର୍ପିଟ୍। କଟକ ଜିଲ୍ଲା ଆଠଗଡ଼ ଓ ବାଙ୍କିରେ ଗୋଷ୍ଠୀ ସଂଘର୍ଷ ଘଟି ୧୬ ଜଣ ଆହତ ହୋଇଛନ୍ତି।
ହରିୟାଣା ଗୋଷ୍ଠୀ ସଙ୍ଘର୍ଷରେ ମୃତ୍ୟୁସଂଖ୍ୟା ୪ କୁ ବୃଦ୍ଧି। ଦୁଇ ହୋମଗାର୍ଡଙ୍କ ସମେତ ଜଣେ ସାଧାରଣ ନାଗରିକ ଏବଂ ଜଣେ ଇମାମଙ୍କ ମୃତ୍ୟୁ ଘଟିଛି।
ରେକଡ ଡାନ୍ସରେ କମେଣ୍ଟ ମରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାମୁହିଁ ।
ତମାଣ୍ଡୋ ଛକରେ ଡ୍ରାଇଭର ସଂଘ ପକ୍ଷରୁ ଆନ୍ଦୋଳନ ହେଉଛି । ଗତକାଲିଠୁ ଚାଲିଥିବା ଏହି ଧାରଣା ଯୋଗୁଁ ବାହାର ରାଜ୍ୟରୁ ଆସିଥିବା ଶତାଧିକ ଟ୍ରକ ଅଟକି ରହିଛି । ଆଜି ଏମାନେ ଯିବାକୁ ଚେଷ୍ଟା କରିବା ପରେ ଏଭଳି ଉତ୍ତେଜନା ଦେଖାଦେଇଛି ।
୨ ତାରିଖ ଯାଏଁ ୧୪୪ ଧାରା ଜାରି କଲା ପ୍ରଶାସନ
ଗାଁ ମଝିରେ ଖଣ୍ଡା, ବାଡ଼ି, ଲାଠି ଧରି ଦୁଇ ଗୋଷ୍ଠୀର ଲୋକେ ଜଣେ ଅନ୍ୟ ଜଣଙ୍କ ଉପରକୁ ଆକ୍ରମଣ କରିଥିଲେ। ସର୍ବସମ୍ମୁଖରେ ଗାଁ ମଝିରେ ଏହି ଆତଙ୍କରାଜ ଚାଲିଥିଲା।
ଆଜି ମାଦ୍ରାସ ହାଇକୋର୍ଟ ଏଆଇଏଡିଏମକେର ଜେନେରାଲ କାଉନସିଲ୍ ବୈଠକ ପାଇଁ ସବୁଜ ସଙ୍କେତ ଦେବା ପରେ ପନିରସେଲଭମ୍ ଗୋଷ୍ଠୀ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ।