• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପଞ୍ଚଭୂତରେ ଲୀନ ହେଲେ ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓ । ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଖଲ୍ଲିକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହୋଇଥିବାବେଳେ ରାଣୀ ମା’ଙ୍କୁ ଝୁରୁଛି ପୂରା ଗଞ୍ଜମ ମାଟି ।

୧୦ ଥରର ବିଧାୟିକା ତଥା ଖଲ୍ଲିକୋଟ ରାଣୀ ହେଉଛନ୍ତି ଭି. ସୁଜ୍ଞାନ କୁମାରୀ ଦେଓ । ଗଂଜାମ ଖଲ୍ଲିକୋଟରେ ଥିବା ରାଜପରିବାରର ଶ୍ମଶାନ ଘାଟରେ ଆଜି ତାଙ୍କର ଶେଷକୃତ୍ୟ କରାଯାଇଛି । ଗତକାଲି ମଧ୍ୟରାତ୍ରିରେ ପାର୍ଥିବ ଶରୀରକୁ ପ୍ରଥମେ ରମ୍ଭା ରାଜପ୍ରାସାଦକୁ ନେଇ ପରେ ଖଲ୍ଲିକୋଟ ବାସଭବନକୁ ନିଆଯାଇଥିଲା । ସେଠାରେ ବହୁ ବିଧାୟକ, ମନ୍ତ୍ରୀ, ସମର୍ଥକ ଓ ଅଞ୍ଚଳବାସୀ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ ।

ଆଜି ସକାଳୁ ସକାଳୁ ରାଣୀ ମା’ ଙ୍କୁ ଶେଷ ଦର୍ଶନ କକରିଥିଲେ ବିଭିନ୍ନ ବୟସ ଓ ବର୍ଗର ଲୋକେ । ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ପାଇଁ ଶେଷ ଦର୍ଶନର ସୁଯୋଗ ରହିଥିଲା । ପରେ ଏକ ଶୋଭାଯାତ୍ରାରେ ନିଆଯାଇ ରାଜ ଶ୍ମଶାନରେ ଅନ୍ତ୍ୟେଷ୍ଟି କ୍ରିୟା କରାଯାଇଛି ।

ଗତକାଲି ତାଙ୍କ ମରଶରୀରକୁ ସ୍ୱତନ୍ତ୍ର ବିମାନରେ ଚେନ୍ନାଇରୁ ଭୁବନେଶ୍ୱର ଅଣାଯାଇଥିଲା । ବିମାନବନ୍ଦରରୁ ପାର୍ଥିବ ଶରୀରକୁ ପ୍ରଥମେ ବିଜେଡି କାର୍ଯ୍ୟାଳୟ ଅଣାଯାଇଥିଲା । ସେଠାରେ ଦଳୀୟ ନେତା ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶଙ୍ଖ ଭବନରେ ସୁଜ୍ଞାନ କୁମାରୀ ଦେଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହାପରେ ସୁଜ୍ଞାନଙ୍କ ପାର୍ଥିବ ଶରୀରକୁ ବିଧାନସଭା ପରିସରକୁ ନିଆଯାଇଥିଲା । ସେଠାରେ ବାଚସ୍ପତି ଓ ବିଧାୟକମାନେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପରେ ତାଙ୍କ ମର ଶରୀରକୁ ଖଲ୍ଲିକୋଟ ନିଆଯାଇଥିଲା ।

  • Reported by:
  • ASHOK BRAHMA