• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଓୟୋ ହୋଟେଲ ରୁମରେ ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ । ହତ୍ୟା ଅଭିଯୋଗ ମାମଲାରେ ପ୍ରେମିକକୁ ଅଟକ ରଖିଛି ପୋଲିସ । ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ସ୍ଥିତ ଓୟୋ ହୋଟେଲ ରୁମରୁ ଉଦ୍ଧାର ହୋଇଛି ଯୁବତୀଙ୍କ ମୃତଦେହ । ମୃତ ଯୁବତୀ ଜଣଙ୍କ ଘର ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅଞ୍ଚଳରେ ।

ସେ ଜଣେ ଅଙ୍ଗନବାଡ଼ି କର୍ମୀ ବୋଲି ସ୍ପଷ୍ଟ ହୋଇଛି । ଗତକାଲି ସେ ତାଙ୍କ ପ୍ରେମିକ ସଙ୍କେତ ସେନାପତିଙ୍କ ସହ ଭୁବନେଶ୍ୱରରୁ ଆସି ହଳଦିଆପଦର ସ୍ଥିତ ଓୟୋ ହୋଟେଲ ରୁମରେ ରହିଥିଲେ । ରାତି ପ୍ରାୟ ସାଢ଼େ ୧୦ଟାରେ ସେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ ।

ଡାକ୍ତର ସେଠାରେ ଯୁବତୀଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣାରେ ପୋଲିସ ସଙ୍କେତ ସେନାପତିଙ୍କୁ ଅଟକ ରଖିଛି । ସଙ୍କେତଙ୍କ ଘର ରାୟଗଡ଼ା ଜିଲ୍ଲାରେ । ସେ ଏକ ଟାୟାର କମ୍ପାନୀରେ ସେଲସ୍ ମ୍ୟାନେଜର ଭାବେ ଭୁବନେଶ୍ୱରରେ କାମ କରୁଥିଲେ । ସୋସିଆଲ ମିଡିଆରୁ ସଙ୍କେତଙ୍କ ସହ ଯୁବତୀଙ୍କ ପ୍ରେମ ହୋଇଥିଲା । ଗତକାଲି ସଙ୍କେତଙ୍କ ଜନ୍ମଦିନ ସେଲିବ୍ରେସନ୍ ପାଇଁ ଭୁବନେଶ୍ୱର ଯାଉଥିବା ଯୁବତୀ ତାଙ୍କ ମାଆଙ୍କୁ କହିଥିଲେ ।

ରାତି ସାଢ଼େ ୧୦ଟାରେ ସଙ୍କେତ କଲ୍ କରି ତାଙ୍କ ମାଆଙ୍କୁ ଯୁବତୀଙ୍କ ଦେହ ଭଲ ନଥିବା କହିଥିଲେ । ସେମାନେ ବ୍ରହ୍ମପୁର ଏମକେସିଜିକୁ ଆସିବା ବେଳେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ ପରିବାର ଲୋକେ ।

ତେବେ ଝିଅକୁ ଦୁଷ୍କର୍ମ ସହ ହତ୍ୟା କରାଯାଇଥିବା ନେଇ ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏକ ଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି ।

  • Reported by:
  • ASHOK BRAHMA