ଯଦି ଆଲୋଚନା ଚାହୁଁଛ ତେବେ ପ୍ରଥମେ ହାଫିଜ-ମାସୁଦକୁ ଭାରତକୁ ହସ୍ତାନ୍ତର କର। ନିଜ ମାଟିରେ ଚାଲିଥିବା ଆତଙ୍କବାଦୀ ଫ୍ୟାକ୍ଟ୍ରିକୁ ବନ୍ଦ କର । ଆଇଏନଏସ ବିକ୍ରାନ୍ତରୁ ଆଜି ପାକିସ୍ତାନକୁ ଏଭଳି କଡ଼ା ଚେତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।
ରାଜନାଥ କହିଛନ୍ତି, ଭାରତ ଖାଲି ଫ୍ଲାଇଟ୍ କି ମିସାଇଲ ପ୍ରସ୍ତୁତ କରୁନି । ନ୍ୟୁ ଏଜ୍ ୱାର୍ ଟେକ୍ନୋଲୋଜି ପାଇଁ ବି ଆମେ ପ୍ରସ୍ତୁତ । ୧୦ ବର୍ଷ ପୂର୍ବେ ଭାରତର ପ୍ରତିରକ୍ଷା ରପ୍ତାନୀ ହଜାରେ କୋଟିରୁ କମ୍ ରହିଥିଲା । ଯାହା ଏବେ ୨୩ ହଜାର ୫୦୦ କୋଟିକୁ ବୃଦ୍ଧି ପାଇଛି ।
‘ପିଓକେ ଲୋକମାନେ ଭାରତୀୟ ପରିବାରର ଅଂଶ । ସେହି ଦିନ ଆଉ ଦୂର ନୁହେଁ ଯେତେବେଳେ ସେମାନେ ସ୍ବେଚ୍ଛାକୃତ ଭାବେ ଆସି ଭାରତରେ ସାମିଲ ହେବେ ।
ଅପରେସନ ସିନ୍ଦୁର ଶେଷ ହୋଇନାହିଁ। ଇଏ ତ ଟ୍ରେଲର ହେ, ପୁରା ପିକ୍ଚର ବାକି ହେ। ଗୁଜରାଟର ଭୁଜ ଏୟାର ଫୋର୍ସ ଷ୍ଟେସନରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପାକିସ୍ତାନକୁ ଏଭଳି କିଛି କଡା ଚେତାବନୀ ଦେଇଛନ୍ତି ।
#ପାକ୍_ବାଣ୍ଟୁଛି_ସିନ୍ଦୂର_ରିଲିଫ୍ ଏବେ ପ୍ରୋବେସନରେ ପାକିସ୍ତାନ। ନିଜେ ସୁଧୁରିଯାଉ, ନହେଲେ ସୁଧାରିଦେବୁ। ଭୁଜ୍ ଏୟାରବେସରୁ ପାକିସ୍ତାନକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପୁଣି ଦେଇଛନ୍ତି କଡ଼ା ଚେତାବନୀ। କହିଛନ୍ତି, ବିଶ୍ବ ଟ୍ରେଲର୍ ଦେଖିଛି, ପୂରା ଫିଲ୍ମ ଏବେବି ବାକି ଅଛି।
#ଶ୍ରୀରାମଙ୍କ_ଆଦର୍ଶରେ_ଅପରେସନ୍_ସିନ୍ଦୂର ତ୍ରେତୟାରେ ମହାପ୍ରତାପୀ ଅଧର୍ମୀ ରାବଣର ବିନାଶ କରିଥିଲେ ରାମଚନ୍ଦ୍ର। ଆଉ ଏବେ ଧରାକୁ ରକ୍ତରେ ଭିଜାଉଥିବା ଆତଙ୍କୀ ରାଷ୍ଟ୍ର ପାକିସ୍ତାନର ଛାତିକୁ ମାରି ଘାଇଲା କରିଛି ଭାରତୀୟ ସେନା। ଶ୍ରୀରାମଙ୍କ ଆଦର୍ଶ, ପରାକ୍ରମକୁ ହିଁ ମୂଳ ଅସ୍ତ୍ର କରିଛି ଭାରତ। ‘ଅପରେସନ୍ ସିନ୍ଦୂର’ ଲଞ୍ଚ୍ ଠାରୁ ଭାରତର ପ୍ରତିଟି ଜବାବ୍ ରାମାୟଣ ଅନୁପ୍ରାଣିତ। ସେଥିପାଇଁ ତ ସେନାବାହିନୀର ଦମ୍ଭ ବଢ଼ାଇଲାବେଳେ ଆଜି ଓ ପୂର୍ବରୁ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ପାଟିରୁ ବାରମ୍ବାର ଆପେ ଆପେ ବାହାରି ଆସିଥିଲା ରାମଚରିତ ମାନସର ଗୋଟି ଗୋଟି ପଂକ୍ତି।
ବିଶ୍ବ ଆତଙ୍କୀକୁ ପାକିସ୍ତାନ ବାଣ୍ଟୁଛି 'ସିନ୍ଦୂର' ଝଡ଼ ରିଲିଫ୍ । ଜୈସ୍ ମୁଖ୍ୟ ମସୁଦ୍ ଅଜହରକୁ ମିଳିଛି ୧୪ କୋଟି ଅନୁକଂପା । ୧୪ ଜଣଙ୍କୁ ହରାଇଥିବାରୁ ୧୪ କୋଟି ଦେଇଛି ପାକିସ୍ତାନ ।
ଆମ_ଯୁଦ୍ଧାସ୍ତ୍ରର_ତାକତ_ବିଶ୍ବ_ଦେଖିଲା’ ବ୍ରହ୍ମୋସ ମିଜାଇଲ୍ ତାକତକୁ ତ ପାକିସ୍ତାନ ସ୍ବୀକାର କରିସାରିଛି । ବ୍ରହ୍ମୋସ ଘନ ଅନ୍ଧକାର ମଧ୍ୟରେ ପାକିସ୍ତାନକୁ ଆଲୋକ ଦେଖାଇଛି। ଏଣିକି ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ର ନିଜ ଚମକ ସମଗ୍ର ବିଶ୍ବକୁ ଦେଖାଇଛି । ଗୁଜରାଟ ଭୁଜ୍ ଏୟାରବେସରେ ଉଦବୋଧନ ଦେଇ ଏପରି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।
‘ #IMF_ନିଜ_ନିଷ୍ପତ୍ତିର_ପୁନର୍ବିଚାର_କରୁ’ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରୁ ଅର୍ଥ ଆଣି ପାକିସ୍ତାନ ସିଧାସଳଖ ଆତଙ୍କବାଦୀଙ୍କୁ ଦେଉଛି । ୧୪ କୋଟି ଟଙ୍କା କୁଖ୍ୟାତ ମାସୁଦ ଅଜହରକୁ ପ୍ରଦାନ କରିଛି । ତେଣୁ IMF ତାର ନିଷ୍ପତ୍ତି ପୁନର୍ବିଚାର କରିବା ଦରକାର । ଗୁଜରାଟ ଭୁଜ୍ ଏୟାରବେସରେ ଉଦବୋଧନ ଦେଇ ଏପରି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।
ଆତଙ୍କବାଦ ବିରୋଧରେ ଏ ଲଢେଇ ସରିନି, ଅପରେସନ ସିନ୍ଦୂର ଜାରି ରହିଛି କହି ନୂଆ ଭାରତର ଉଦାହରଣ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ !
ଗୁଜରାଟର ଭୁଜ୍ ଏୟାର ଫୋର୍ସ ଷ୍ଟେସନ ଉଡ଼ାଇ ଦେଇଛି ବୋଲି ଦାବି କରିଥିଲା ପାକିସ୍ତାନ। ଏହା ମିଛ ପ୍ରମାଣ କରି ଆଜି ଚରମବାଣୀ ଶୁଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। କହିଛନ୍ତି, ଅନ୍ତର୍ଜାତୀୟ ମୂଦ୍ରା ପାଣ୍ଠିରୁ ଅର୍ଥ ଆଣି ପାକିସ୍ତାନ ଆତଙ୍କବାଦୀଙ୍କୁ ଦେଉଛି।
ଅପରେସନ୍ ସିନ୍ଦୂର କେବଳ ନାଁ ନୁହେଁ ଏକ ପ୍ରତିବଦ୍ଧତା । ପହଲଗାମ ହମଲା କରି ଆତଙ୍କବାଦୀ ଆମ ମୁଣ୍ଡକୁ ଆଘାତ ଦେଲେ । ଆମେ ଛାତିକୁ ଚିରି ଶାସ୍ତି ଦେଇଛୁ । ଧର୍ମ ପଚାରି ମାରିଥିଲେ, ଆମେ କର୍ମ ଅନୁସାରେ ଦଣ୍ଡ ଦେଲୁ। ଆତଙ୍କୀଙ୍କୁ ପୋଷୁଥିବା ପାକିସ୍ତାନକୁ ଶ୍ରୀନଗର ମାଟିରୁ ଆଜି ଏଭଳି ଚରମବାଣୀ ଶୁଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ପାକିସ୍ତାନ ଭଳି ଏକ ଦାୟିତ୍ୱହୀନ ଓ ଖଳ ରାଷ୍ଟ୍ର ପାଖରେ ପରମାଣୁ ଅସ୍ତ୍ର ରହିବା ଠିକ୍ କି ବୋଲି ପ୍ରଶ୍ନ କରିଥିଲେ।
ଆତଙ୍କୀ ଭାରତର ମୁଣ୍ଡକୁ ଆଘାତ କଲେ। ଆମେ ସେମାନଙ୍କର ଛାତିକୁ ଚିରି ପ୍ରହାର କରିଛୁ । ଆମ ସେନା କେବଳ ଟାର୍ଗେଟ ଭେଦିଥାଏ, ଶବ ଗଣିଥାଏ ଶତ୍ରୁ । ପହଲଗାମରେ ଧର୍ମ ପଚାରି ନିର୍ଦ୍ଦୋଷଙ୍କୁ ମାରିଲେ ଆତଙ୍କୀ । ଆମେ କର୍ମ ଦେଖି ସେମାନଙ୍କୁ ମୃତ୍ୟୁଦଣ୍ଡ ଦେଇଛୁ ।
‘ପାକିସ୍ତାନ ହେଉଛି ଭିକାରୀଙ୍କ ସର୍ଦ୍ଦାର । ମାଗି ମାଗି ଜୀବନ ବିତାଉଛି। ସବୁବେଳେ ମାଗୁଛି। ଏବେ ବି ହାତ ପତାଉଛି। ଯୁଆଡ଼େ ଗଲା ହାତ ପତାଇଲା।’ ଏପରି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।
ଶ୍ରୀନଗର ଏୟାରବେସ୍ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରାଜନାଥଙ୍କ ସହ ଅଛନ୍ତି ଉପରାଜ୍ୟପାଳ ମନୋଜ ସିହ୍ନା ।
ବିଶ୍ୱରେ ଭାରତୀୟ ଯୁଦ୍ଧାସ୍ତ୍ରର ପ୍ରବଳ ଡିମାଣ୍ଡ । ୨୦୨୪-୨୫ ବର୍ଷରେ ୨୪ ହଜାର କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ରପ୍ତାନୀ ହୋଇଛି । ୨୦୨୯ ସୁଦ୍ଧା ଏହା ୫୦ ହଜାର କୋଟିରେ ପହଞ୍ଚିବ ବୋଲି ଲକ୍ଷ୍ୟ ରଖିଛି ପ୍ରତିରକ୍ଷା ବିଭାଗ ।
୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ଆବାସରେ ଚାଲିଛି ଏହି ବୈଠକ । ଏନଏସଏ ଅଜିତ ଡୋଭାଲ, ସିଡିଏସ ଅନୀଲ ଚୌହାନ ଏବଂ ତିନି ସେନାର ମୁଖ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉପସ୍ଥିତ ଅଛନ୍ତି ।
‘ଅପରେସନ ସିନ୍ଦୂର’ କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ । ଏହା ଆତଙ୍କବାଦ ବିରୋଧରେ ଦୃଢ଼ ଇଚ୍ଛାଶକ୍ତି, ସାମରିକ ଶକ୍ତିର କ୍ଷମତା । ଆଜି ଲକ୍ଷ୍ନୌରେ ବ୍ରହ୍ମୋସ ୟୁନିଟ୍ ଉଦ୍ଘାଟନ ବେଳେ ବଡ଼ ବୟାନ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ।
ଏନଏସଏ ଅଜିତ ଡୋଭାଲ, ସିଡିଏସ ଅନୀଲ ଚୌହାନ ଏବଂ ତିନି ସେନାର ମୁଖ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉପସ୍ଥିତ ଅଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ NSA ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଅଛନ୍ତି ।
ପାକିସ୍ତାନ ଓ ପାକିସ୍ତାନ ଅଧିକୃତ ଜମ୍ମୁ ଓ କାଶ୍ମୀରରେ ଭାରତୀୟ ଯବାନ ମାନେ ଯେଉଁ ଭଳି ବୀରତ୍ବର ସହ ଷ୍ଟ୍ରାଇକ କରିଛନ୍ତି ତାହା ପ୍ରଶଂସାର ପାତ୍ର ବୋଲି ରାଜନାଥ କହିଛନ୍ତି। ଯିଏ ଆମ ସହିତ ଲାଗିବ ସେ ମରିବ ବୋଲି ରାଜନାଥ କହିଥିଲେ।
ପାକିସ୍ତାନକୁ କେମିତି ଦିଆଯିବ ପହଲଗାମ ଆତଙ୍କବାଦୀ ଆକ୍ରମଣର କଡ଼ା ଜବାବ ? ପଡ଼ୋଶୀ ଶତ୍ରୁକୁ ଉଚିତ୍ ଶିକ୍ଷା ଦେବାକୁ କିଭଳି ରହିବ ରଣନୀତି ? ଏ ସଂପର୍କରେ ଆସନ୍ତାକାଲିର CCS ବୈଠକ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀଙ୍କ ବାସବଭବନରେ ବସିଛି ଉଚ୍ଚସ୍ତରୀୟ ବୈଠକ ।
ପାକିସ୍ତାନକୁ ପାନେ ଦେବାକୁ ଭାରତ କରୁଛି ବଡ଼ ଯୋଜନା। ନୂଆଦିଲ୍ଲୀରେ ବସୁଛି ଘନ ଘନ ହାଇ ଲେଭଲ ମିଟିଂ।
ପହଲଗାମ୍ରେ ହମ୍ଲା ପରେ ଏବେ ରାଗିଯାଇଛନ୍ତି ଦେଶବାସୀ । ଏହି ଆତଙ୍କୀ ହମଲା ସାରା ବିଶ୍ୱକୁ ଦୋହଲାଇ ଦେଇଛି । ଧର୍ମ ପଚାରି ହତ୍ୟା କରିବା ଘଟଣାକୁ ସବୁଠି କଡ଼ା ନିନ୍ଦା କରାଯାଉଛି ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆହୁରି କହିଛନ୍ତି, ‘ପହଲଗାମରେ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଏକ କାପୁରୁଷୋଚିତ କାର୍ଯ୍ୟ କରିଛନ୍ତି, ଯେଉଁଥିରେ ଅନେକ ନିର୍ଦ୍ଦୋଷ ଲୋକଙ୍କ ଜୀବନ ଯାଇଛି । ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ମୁଁ ସମବେଦନା ପ୍ରକାଶ କରୁଛି ।