ନିଜ ବିଭାଗର ମହିଳା ଅଫିସରଙ୍କୁ ଯଦି ନ୍ୟାୟ ଦେଇପାରୁନି ପୋଲିସ, ତେବେ ସାଧାରଣ ମହିଳାଙ୍କ କଥା ପଚାରେ କିଏ । ଗଞ୍ଜାମ ପାଟପୁରର ତତ୍କାଳୀନ ଥାନାବାବୁ ତଥା ବର୍ତ୍ତମାନର ଫିରିଙ୍ଗିଆ ଆଇଆଇସି ରମେଶ ପ୍ରଧାନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଆଜିକୁ ପାଞ୍ଚ ବର୍ଷ ଧରି ନ୍ୟାୟ ପାଇଁ ଲଢ଼େଇ କରୁଛନ୍ତି ଜଣେ ମହିଳା SI ।
୨୦୧୯ ମସିହାର କଥା। ସଂପୃକ୍ତ ମହିଳା ସବ ଇନିସପେକ୍ଟରଙ୍କ ଅଭିଯୋଗ ଥିଲା, ଥାନାବାବୁ ରମେଶ ପ୍ରଧାନ ନିଜ ସରକାରୀ କ୍ବାର୍ଟର୍ସରେ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ଏ ସଂପର୍କରେ ୨୦୧୯ ନଭେମ୍ବର ୯ ତାରିଖରେ ଗଞ୍ଜାମ ପାଟପୁର ଥାନାରେ ଏକ ଅଭିଯୋଗ କରିଥିଲେ ।
ବିଦା ହେଲେ ବୈପାରୀଗୁଡ଼ା IIC ...ସୁଶାନ୍ତ ଶତପଥୀଙ୍କୁ ଚାକିରୀରୁ ବହିଷ୍କାର କଲେ ଡିଜିପି...ଭିଜିଲାନ୍ସ ଜାଲରେ ଧରାପଡ଼ିବା ପରେ ଚାକିରୀରୁ ବହିଷ୍କୃତ..
ମଦ ବିରୋଧୀ ଅପରେସନକୁ ନେଇ ଖୋର୍ଦ୍ଧା ବେଗୁନିଆ ପୋଲିସର ଡବଲ୍ ରୋଲ୍ ଦେଖିବାକୁ ମିଳିଥିଲା । ଗୋଟିଏ ଗୋଷ୍ଠୀ ରେଡ୍ କରି ବାଣ ସହ ମଦ ଜବତ କରୁଥିବାବେଳେ ଆଉ ଏକ ଗୋଷ୍ଠୀ ସେହି ସାମଗ୍ରୀକୁ ଚୋରାଚାଲାଣ କରୁଥିଲା ।
ତତ୍କାଳୀନ ଫିରିଙ୍ଗିଆ ଥାନା IIC ତପନ କୁମାର ନାହାକଙ୍କ ନିର୍ଦ୍ଦେଶ କ୍ରମେ ଥାନାର ଦୁଇ ହୋମଗାର୍ଡ଼ ପ୍ରଶାନ୍ତ କୁମାର ପାତ୍ର ଓ ରବୀନ୍ଦ୍ର କୁମାର ନାୟକ ପୋଲିସ ଗାଡ଼ିରେ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା।
ଖୋର୍ଦ୍ଧା ବାଲିପାଟଣା IIC ନିଜ ନାଁରେ ମାମଲା ରୁଜୁ କଲେ । ନିଜ ବିରୋଧରେ ନିଜେ ମାମଲା ରୁଜୁ କଲେ ପୋଲିସ ବାବୁ ।
କଟକ ଡିଆଇବି ଏସିପି ଥିବା ସତ୍ୟରଂଜନ ମଲ୍ଲିକଙ୍କୁ IUCAWକୁ ବଦଳି କରାଯାଇଥିବା ବେଳେ ଇନ୍ସପେକ୍ଟର କୃଷ୍ଣପ୍ରସାଦ ଦାସଙ୍କୁ କଟକ ଡିଆଇବିକୁ ବଦଳି କରାଯାଇଛି ।
ପୁରୀ: ଥାନାରେ ଶାଶୁ ଓ ବୋହୂଙ୍କୁ ପିଟିବା ଘଟଣାରେ ନିମାପଡ଼ା IIC ମୃତ୍ୟୁଞ୍ଜୟ ସ୍ୱାଇଁଙ୍କୁ ଥାନାରୁ ଅପସାରଣ କରାଯାଇଛି। ତାଙ୍କୁ ପୁରୀ ହେଡକ୍ୱାର୍ଟରେ କାମ କରିବା ପାଇଁ ପଠାଯାଇଛି। ଏହି ମାମଲାର ତଦନ୍ତ ଶେଷ ଯାଏଁ ସେ ପୁରୀ ହେଡକ୍ୱାର୍ଟରରେ କାମ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ପୁରୀ ଅତିରିକ୍ତ ଏସ୍ପି ଏହି ଘଟଣାର ତଦନ୍ତ କରୁଛନ୍ତି। ସୂଚନାଥାଉ କି, ଘରୋଇ କଳିର ସମାଧାନ ପାଇଁ ଥାନାକୁ ଯାଇଥିବା ବେଳେ ନିମାପଡ଼ା ଥାନା ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁ […]