/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706328140.jpg)
Odisha Weather
କିଛି ଦିନର ବର୍ଷା ପରେ ପାଣିପାଗରେ ହୋଇଛି ପରିବର୍ତ୍ତନ । ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିବ । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଏହି ପୂର୍ବାନୁମାନ କରିଛି । ମେଘ ହଟିବା ସହ ପାଗ ଶୁଖିଲା ରହୁଥିବାରୁ ଉତ୍ତର ଓଡ଼ିଶାରେ ତାପମାତ୍ରା କମିବ ।
ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ ଭଳି ଜିଲ୍ଲାରେ ରାତିର ତାପମାତ୍ରା କମିବ । ସେପଟେ ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ ଭଳି ଜିଲ୍ଲାରେ ଘନ କୁହୁଡ଼ିର ସମ୍ଭାବନା ରହିଛି ।
ଗତ କିଛି ଦିନ ହେବ ରାଜ୍ୟରେ କୋହଲା ପାଗ ଲାଗି ରହିଥିଲା । କେତେକ ସ୍ଥାନରେ ବର୍ଷା ସହ ପବନ ମଧ୍ୟ ହୋଇଥିଲା । ଅଦିନିଆ ବର୍ଷା ସାଙ୍ଗକୁ କୋହଲା ପାଗରେ ଥରିଥିଲା ପୂରା ରାଜ୍ୟ । ଉତ୍ତର-ପଶ୍ଚିମା ପବନ ସାଙ୍ଗକୁ ଗୁରୁଚାପ ଏବଂ ନିମ୍ନରେଖା ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିଥିଲା ।
ଉତ୍ତର ଓ ଦକ୍ଷିଣ ଓଡ଼ିଶାର ୧୨ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗିବା ସହ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା । ସେପଟେ ଅଦିନିଆ ବର୍ଷାରେ ନଷ୍ଟ ହୋଇଛି ଚାଷୀର ପରିଶ୍ରମ । ନିଜର ପନିପରିବାକୁ ଦେଖି ମୁଣ୍ଡରେ ହାତ ଦେଇ ବସିଲାଣି ଚାଷୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)