• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଜିଠୁ ତାତିରୁ ମିଳିପାରେ ଆଶ୍ୱସ୍ତି । ପଶ୍ଚିମା ଝଡ଼ ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜିଠୁ ୨୬ ତାରିଖ ଯାଏ ବର୍ଷା ହେବାକୁ ଥିବାବେଳେ, ୨୪ ତାରିଖରେ ବର୍ଷାର ପରିମାଣ ବଢିପାରେ ।

ବିଶେଷ କରି କୋରାପୁଟ, ମୟୂରଭଂଜ, ଢେଙ୍କାନାଳ, ଖୋର୍ଦ୍ଧା, ବୌଦ୍ଧ, ଗଞ୍ଜାମ, କନ୍ଧମାଳ ଓ ପୁରୀରେ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଆହୁରି ବଢିବ ତାତି। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଆଉ କିଛି ଅଞ୍ଚଳରେ ତାତି ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ଗତକାଲି ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୩୬.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଟିଟିଲାଗଡ଼ରେ ୩୬, ଭବାନୀପାଟଣାରେ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ୧୫ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା ।

ସପଟେ ଗତ ୨୦ ତାରିଖ ଦିନ ମଧ୍ୟ ଅନେକ ସ୍ଥାନରେ ୩୫ ଡିଗ୍ରୀ ପାର୍ କରିଥିଲା ପାରଦ । ମାଘରେ ବାଘ ଜାଡ଼ ବଦଳରେ ତତଲା ପବନ ବହିଛି । ସିଝୁଛି ସାରା ଓଡ଼ିଶା । ରାଜ୍ୟର ୩୦ ଜିଲ୍ଲାରେ ୩୦ ଡିଗ୍ରୀ ଡେଇଁଲାଣି ତାପମାତ୍ରା । ଏବେଠୁ ଆଉଟୁ ପାଉଟୁ ହେଲେଣି ଲୋକେ ।

ରାଜଧାନୀ ଭୁବନେଶ୍ୱର ସମେତ ବୌଦ୍ଧ, ଝାରସୁଗୁଡ଼ା, ଭବାନୀପାଟଣା ଆଦି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଟପିଲାଣି । ଗତକାଲି ୩୭ ଡିଗ୍ରୀ ତାପମାତ୍ରା ସହ ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିବା ବେଳେ ଆଜି ଏଠାକାର ସର୍ବୋଚ୍ଚ ତାପମାତ୍ରା ରହିଛି ୩୬.୪ ଡିଗ୍ରୀ ସେଲସିୟସ୍ ।

  • Reported by:
  • ARACHANA SATPATHY