/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708592004.jpg)
5T Chairman VK Pandian
5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ପୁଣି ବିରୋଧ । ଆଜି ଭିକେ ପାଣ୍ଡିଆନଙ୍କୁ ପୁଣି ବିରୋଧ କରାଯିବା ସହ ତାଙ୍କ ଉପରକୁ ଟମାଟୋ ମାଡ଼ ହୋଇଛି । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ(Ama Odisha Nabin Odisha Program) ଜଣେ ଯୁବକ ପାଣ୍ଡିଆନ୍ଙ୍କୁ ଟମାଟୋ ଫିଙ୍ଗିଛନ୍ତି । ଟମାଟୋ ଫିଙ୍ଗିବା ସମୟରେ ସଂପୃକ୍ତ ଯୁବକକୁ ପୋଲିସ ଓ କିଛି BJD କର୍ମୀ ଆୟତ୍ତ କରିଛନ୍ତି । ପରେ ଯୁବକ ଜଣଙ୍କୁ BJD କର୍ମୀମାନେ ନିର୍ଧୂମ ମାଡ଼ ମାରିଛନ୍ତି ।
ଟମାଟ ମାଡ଼ କରିଥିବା ବ୍ୟକ୍ତି ଜଣକ କଂଗ୍ରେସର ବୋଲି କୁହାଯାଉଛି । ପୋଲିସ ଯୁବକକୁ ଉଠାଇ ନେବାବେଳେ BJD କର୍ମୀମାନେ ବିଧା ଗୋଇଠା ମାରୁଥିବା ଦେଖିବାକୁ ମିଳିଛି । ତେବେ 5T ଅଧ୍ୟକ୍ଷଙ୍କ ଏହି କାର୍ଯ୍ୟକ୍ରମରେ ପୋଲିସ ଉପସ୍ଥିତିରେ BJDର କର୍ମୀମାନେ ଯୁବକଙ୍କୁ ମାଡ଼ ମାରୁଛନ୍ତି ।
ଅନ୍ୟପଟେ ସଭା ମଞ୍ଚକୁ ଯାଇ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଞ୍ଚରେ କହିଛନ୍ତି, ଏଠାକୁ ସମ୍ମାନ ସହ ହାତ ମିଶାଇବାକୁ ଆସିଛି । ମୁଁ ଜାଣିଛି ୧୦ ଜଣଙ୍କ ଭିତରେ କିଏ ୨ରୁ ୩ଜଣ ମୋତେ ଅଣ୍ଡା ପକାଇବେ, ଟମାଟୋ ପକାଇବେ, କାଳି ପକାଇବେ, ଏବଂ ଚପଲ ପକାଇବେ । ହେଲେ କିଛି ଅସୁବିଧାନାହିଁ, ମୁଁ ଆସିବି ।
ସୂଚନା ଥାଉ କି, ଗତ ଅଗଷ୍ଟ ମାସ ୧୯ ତାରିଖରେ 5T ସଚିବ ଭି. କେ ପାଣ୍ଡିଆନ୍ଙ୍କ ଉପରକୁ କାଳିମାଡ଼ ହୋଇଥିଲା । ପୁରୀ ଜିଲ୍ଲା ସତ୍ୟବାଦୀ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ନିକଟ ପଡ଼ିଆରେ ଏହି କାଳିମାଡ଼ କରିଥିଲେ ଜଣେ ଯୁବକ । ସେହି ସମୟରେ 5T ସଚିବ ଦାୟିତ୍ୱରେ ଥିଲେ ଭି. କେ ପାଣ୍ଡିଆନ୍ ।
ପ୍ରଥମେ କାକଟପୁର, ନିମାପଡ଼ା ପରେ ପୁରୀରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଜନଶୁଣାଣିରେ ଯୋଗଦେବା ପରେ ସତ୍ୟବାଦୀ ଗସ୍ତ କରିଥିଲେ ଭି. କେ ପାଣ୍ଡିଆନ୍ । ତେବେ ସତ୍ୟବାଦୀ ଗସ୍ତ ବେଳେ ଏହି କାଳିମାଡ଼ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)