• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

କେବେ ଆରମ୍ଭ ହେବ ଜଟଣୀ ତଳଖେତା ଛକରୁ ହରିଭାଇନା ଛକକୁ ସଂଯୋଗ କରୁଥିବା ରାସ୍ତାର ସମ୍ପ୍ରସାରଣ କାମ । ସର୍ଭେକୁ ୬ ମାସ ବିତିଥିଲେ ମଧ୍ୟ ଆଗକୁ ବଢ଼ୁନି ଫାଇଲ । ଭୁବନେଶ୍ୱରରୁ ଜଟଣୀକୁ ସଂଯୋଗ କରୁଥିବା ରାସ୍ତା ସଙ୍କୁଚିତ ହୋଇଥିବାରୁ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ଅଟକି ରହୁଛି ଗାଡ଼ି । ବହୁ ଦୁର୍ଘଟଣା ମଧ୍ୟ ଘଟୁଛି । ଏହି ରାସ୍ତାକୁ ତୁରନ୍ତ ପ୍ରଶସ୍ତିକରଣ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଥିବା ବେଳେ ଜିଲ୍ଲାପାଳ କହିଛନ୍ତି ଭୂମି ଅଧିଗ୍ରହଣ ପରେ ଖୁବଶୀଘ୍ର କାମ ଆରମ୍ଭ ହେବ ।

ଅଧିକ ପଢ଼ନ୍ତୁ: ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତିରେ ବଡ଼ କେଳେଙ୍କାରୀ, ଗ୍ରେଡେସନ୍ ତାଲିକାରେ ରହିଛି ୫୮


ରାସ୍ତା ଜାମ୍ .. ହନ୍ତସନ୍ତ ଲୋକେ । ଏ ହେଉଛି ୧୬ ନମ୍ବର ଜାତୀୟ ରାଜପଥର ଦୃଶ୍ୟ । ଜଟଣୀ ତଳଖେତା ଛକରୁ ହରିଭାଇନା ଛକକୁ ସଂଯୋଗ କରୁଥିବା ୬ କିଲୋମିଟର ଲମ୍ବ ବିଶିଷ୍ଟ ରାସ୍ତା । ଭୁବନେଶ୍ବରରୁ ଜଟଣୀକୁ ସଂଯୋଗ କରୁଥିବା ମୁଖ୍ୟ ପ୍ରବେଶ ପଥ । ପ୍ରତିଦିନ ହଜାର ହାଜର ଗାଡ଼ି ଏହି ରାସ୍ତା ଦେଇ ଯାତାୟତ କରିଥାଏ । ମାତ୍ର ୭ ମିଟର ପ୍ରସ୍ତ ବିଶିଷ୍ଟ ଏହି ରାସ୍ତାରେ ଭାରିଯାନ ଯିବାବେଳେ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ ପରିସ୍ଥିତି ଉପୁଜୁଛି । ସିଙ୍ଗଲ ରାସ୍ତା ଏବଂ ଆଲୋକୀକରଣ ସୁବିଧା ନଥିବାରୁ ସନ୍ଧ୍ୟା ସମୟରେ ପ୍ରତିଦିନ ଲୋକେ ଦୁର୍ଘଟଣାର ସାମ୍ନା କରୁଛନ୍ତି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି । 


ଏଠି ଦୈନନ୍ଦିନ ଭିଡ଼ ହେବାର ମୁଖ୍ୟ କାରଣ, ରାସ୍ତା ମଝିରେ କାଳ ହୋଇ ଛିଡା ହୋଇଛି ଲୁହାଶଙ୍ଖ କେନାଲ । ଯାହା ଏହି ରାସ୍ତାକୁ ଆହୁରି ସଙ୍କୁଚିତ କରୁଛି । ରାସ୍ତାକୁ ପ୍ରଶସ୍ତିକରଣ କରିବାକୁ ସ୍ଥାନୀୟ ବାସିନ୍ଦା ବର୍ଷ ବର୍ଷ ଧରି ଦାବିକରି ଆସୁଛନ୍ତି । ବିଳମ୍ବରେ ହେଉ ପଛେ ପୂର୍ତ୍ତ ବିଭାଗ ପକ୍ଷରୁ ଏହାକୁ ୪ ଲେନ୍ ବିଶିଷ୍ଟ ରାସ୍ତା କରିବାକୁ ପ୍ରସ୍ତାବ ପଠାଯାଇଥିଲେ ମଧ୍ୟ କେବଳ ସର୍ଭେରେ ଅଟକିଛି ଫାଇଲ। ସର୍ଭେକୁ ୬ ମାସ ବିତିଯାଇଥିଲେ ସୁଦ୍ଧା ମଞ୍ଜୁର ହୋଇନାହିଁ ଅର୍ଥ । ସେପଟେ ଖୁବଶୀଘ୍ର ରାସ୍ତା କଡ଼ରୁ ଉଚ୍ଛେଦ ପ୍ରକ୍ରିୟା ପରେ ରାସ୍ତା ପ୍ରଶସ୍ତିକରଣ କରାଯିବ ବୋଲି ବିଧାୟକ କହିଥିବା ବେଳେ ଜିଲ୍ଲାପାଳ କହିଛନ୍ତି ଭୂମି ଅଧିଗ୍ରହଣ ପରେ ଶୀଘ୍ର ଏହାର କାମ ଆରମ୍ଭ ହେବ ।
 

ଅଧିକ ପଢ଼ନ୍ତୁ: ରାଜଧାନୀ ଛାତି ଉପରୁ ପିଲା ଚୋରି, ଏ ଯାଏ ପୋଲିସ୍ ହାତ ଖାଲି