ନିର୍ବାଚନ ବିପର୍ଯ୍ୟୟ ପରେ ବଢୁଛି ବିଜେଡି କନ୍ଦଳ। ନେତା ଖୋଲୁଛନ୍ତି ନିର୍ବାଚନ ପରାଜୟର ଗୁମର। ନବୀନଙ୍କ ନିଜ ଜିଲ୍ଲା ଗଞ୍ଜାମରେ କିପରି ବିଜେଡିକୁ ହରାଇବା ପାଇଁ ଆସ୍କା ସାଂସଦ ପ୍ରାର୍ଥିନୀ ରଞ୍ଜିତା ସାହୁ ଯୋଜନା କରିଥିଲେ ତାର ପୋଲ୍ ଖୋଲିଛନ୍ତି ପୂର୍ବତନ ବିଧାୟିକା ଲତିକା ପ୍ରଧାନ।
ଗଞ୍ଜାମ ବିଜେଡିରେ ବଡ଼ ହଲଚଲ୍ । ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ ବିଧାୟିକା ଲତିକା ପ୍ରଧାନ ।
ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ବିଧାୟକ ହୋଇଥିଲେ । ୨୦୦୪ରୁ ୨୦୧୪ ଯାଏଁ ବିଧାୟକ ହୋଇଥିଲେ ନିରଞ୍ଜନ ।
ପୋଲିସ କିମ୍ବା ସଂପୃକ୍ତ ଯୁବତୀଙ୍କ ପରିବାର ପକ୍ଷରୁ କୌଣସି ପ୍ରତିିକ୍ରିୟା ମିଳିପାରିନି।
ଭଙ୍ଗା ଦଦରା କ୍ୱାର୍ଟରରେ ପଡ଼ିଛନ୍ତି କର୍ମଚାରୀ । ନୂଆ ସରକାରଙ୍କୁ ସୂତାକଳ ଚଳାଇବାକୁ ନିବେଦନ ।
ପ୍ରବଳ ବର୍ଷା ନେଇ ଆଜି ସକାଳ ସାଢେ ୮ଟା ଯାଏଁ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। କିଛି ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ମଧ୍ୟ ରହିଛି।
ଜନ୍ମକଲା ମା’ କହୁଛି... ଚାବି ଖୋଲିଦେ ମୁଁ ଥାନାକୁ ଯିବି । ମୁଁ ଆଉ କେତେ ନିର୍ଯାତନା ସହିବି... ମତେ ଆଉ କେତେ ଦୁଃଖ ଦେବୁ । କେତେ ଚାବି ପକେଇ ରଖିବୁ ।
ଦେବୀଙ୍କୁ ଲାଗି ପାଇଁ ଏମିତି ମୁଆଁ ତିଆରି କଲେ ଗାଁ ଲୋକ । ଲୋକଙ୍କ ମଙ୍ଗଳ ଓ ଭଲ ଫସଲ ପାଇଁ ମା'ଙ୍କୁ ପୂଜାର୍ଚ୍ଚନା ।
ପ୍ରବଳ ବର୍ଷା ଓ ବନ୍ୟା ସ୍ଥିତିକୁ ଦେଖି ସ୍କୁଲ ଛୁଟି ଘୋଷଣା । ଆଜି ପାଇଁ ମାଲକାନଗିରି ଓ ଗଂଜାମ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।
ପଞ୍ଚାୟତ ଭୋଟ୍ ପୂର୍ବରୁ ଗୋଠ ଏକାଠି ପାଇଁ ନବୀନଙ୍କ ନିର୍ଦ୍ଦେଶ । ସୁପ୍ରିମୋଙ୍କ ନିର୍ଦ୍ଦେଶ ପରେ କସରତ ଚଳାଇଛି ବିଜେଡି ।
ବଙ୍ଗୋପସାଗରରେ ଆଜି ଦାନା ବାନ୍ଧିବ ଲଘୁଚାପ କ୍ଷେତ୍ର। ଉତ୍ତର ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଉପକୂଳରେ ଏବେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।
‘ସମୂଦି ମୂଳ’ ମିଶାଇଥିବା ଅଭିଯୁକ୍ତର ସ୍ୱୀକାରୋକ୍ତି ନେଇ SPଙ୍କ ସୂଚନା । ପରୀକ୍ଷା ପାଇଁ ଯାଇଛି ଲ୍ୟାବ୍, ଭିସେରା ରିପୋର୍ଟକୁ ବି ଅପେକ୍ଷା ।
ପଦ୍ମ ଧରିଲେ ପୁରୁଷୋତ୍ତମପୁର NAC ଉପାଧ୍ୟକ୍ଷ । ପୁରୁଷୋତ୍ତମପୁର NACର ୧୦ କାଉନସିଲର ବି ମିଶିଲେ ବିଜେପିରେ ।
ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ଉଦବେଗ । ହିଞ୍ଜିଳିରେ ୨୪ ବର୍ଷରେ ଶହେ ହତ୍ୟାକାଣ୍ଡ ତଥ୍ୟକୁ ନେଇ ହଟଚମଟ ।
ଭିଜିଲାନ୍ସ ହାବୁଡ଼ରେ ଆଉ ଜଣେ କୁବେର ବାବୁ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଛତ୍ରପୁର ବିଇଓ ଗିରଫ ।
ଛତ୍ରପୁର ବିଇଓ ସୀତାରାମ ପାତ୍ରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ରେଡ୍ ଟିମ୍। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ରେଡ୍ ଚାଲିଛି।
ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ବି ନିର୍ଧୁମ ଛେଚିବ । ବିଶେଷ ଭାବେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ୫ ଜିଲ୍ଲାକୁ ଭୀଷଣ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।
ବଙ୍ଗୋପସାଗରରେ ୨୯ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ପୂର୍ବ କେନ୍ଦ୍ରୀୟ-ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସମ୍ଭାବନା । ଲଘୁଚାପ ପ୍ରଭାବରେ ୩୧ ତାରିଖ ଯାଏଁ ପ୍ରବଳ ବର୍ଷା ।
ଦିନେ କି ଅଧେ ନୁହେଁ, ମାସେ କି ବର୍ଷେ ବି ନୁହେଁ । ବର୍ଷ ବର୍ଷ ଧରି ବେଆଇନ ମଦର ପସରା ବସାଇ ଲୋକଙ୍କ ଜୀବନ ସହ ଖେଳୁଛନ୍ତି ମାଫିଆ ।
ଚିକିଟି ମଦ ବିଭୀଷିକାକୁ ନେଇ ହୁଲସ୍ତୁଲ୍ ବିଧାନସଭା । ଆକ୍ସନ ମୋଡ୍ ରେ ରାଜ୍ୟ ସରକାର । ରାଜ୍ୟବ୍ୟାପି ଜୋରଦାର ହେଲା ବେଆଇନ ମଦ ବିରୋଧୀ ଅପରେସନ୍ ।
ବ୍ରହ୍ମପୁର ସମରଝୋଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯାତ୍ରୀବାହୀ ବସ ଓ ତେଲ ଟ୍ୟାଙ୍କର ମଧ୍ୟରେ ଧକ୍କା ।
ସାଇକେଲଟି ସ୍ଥାନୀୟ ଲୋକେ ଉଦ୍ଧାର କରିଥିବାବେଳେ ଏଯାଏଁ ସାଇରାମର କୌଣସି ପତ୍ତା ମିଳିନି। ବ୍ରହ୍ମପୁରରେ ପ୍ରବଳ ବର୍ଷା ଯୋଗୁଁ ମୁକୁଳା ଡ୍ରେନରେ ପାଣିର ସୁଅ ଚାଲୁଥିଲା। ଏହି ସୁଅରେ ସାଇରାମ୍ ଭାସିଯାଇଥିବା ଆଶଙ୍କା କରାଯାଉଛି। ଖବର ପାଇ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛି।
ବିଧାନସଭାରେ ଚିକିଟି ମଦ ମୃତ୍ୟୁ ଘଟଣାରେ ବିଜେଡିର ହଟ୍ଟଗୋଳ । ଚୋରା ମଦ କାରବାର ବଢୁଥିବାରୁ ଚିକିଟିରେ ମଦ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ଏହାର RDC ସ୍ତରୀୟ ତଦନ୍ତ ଦାବି କରିଛି ବିଜେଡି।
ବିଷାକ୍ତ ଦେଶୀ ମଦ ପିଇ ଜଣକର ମୃତ୍ୟୁ ଓ ୨୦ ଜଣ ଅସୁସ୍ଥ ଘଟଣାରେ ୭ ଜଣ ଗିରଫ । କେ. ନୂଆଁଗାଁ ପୋଲିସ ଦ୍ୱାରା ୫ ଜଣ ଗିରଫ ହୋଇଥିବା ବେଳେ ଅବକାରୀ ବିଭାଗ ୨ ଜଣଙ୍କୁ ଗିରଫ କରିଛି ।
ଦେଶୀ ମଦ ପିଇବା ପରେ ୧୫ରୁ ଅଧିକ ଅସୁସ୍ଥ । ୨ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁରର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।