/odishatv-khabar/media/post_attachments/uploadimage/library/16_9/16_9_0/Accident_1705635672.jpg)
Accident
ଦୁର୍ଘଟଣାରେ ୫ ମୃତ, ଜଣେ ଗୁରୁତର। ଗଞ୍ଜାମ ଭଂଜନଗର କେଶରିପାଟଣା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସ୍କୁଟି ଏବଂ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୩ ଏବଂ ମେଡିକାଲରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଗୁରୁତର ଥିବା ଜଣଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏ ଦୁର୍ଘଟଣା ଘଟିଛି।
ସୂଚନା ଅନୁଯାୟୀ ୩ ଜଣ ବାଇକରେ ଯାଉଥିବା ବେଳେ ବୀପରିତ ଦିଗରୁ ସ୍କୁଟିରେ ଆସୁଥିବା ୩ ଜଣଙ୍କୁ ଧକ୍କା ଦେଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଁଚି ଛାନଭିନ୍ ଆରମ୍ଭ କରିଛି। ମୃତକ ମଧ୍ୟରେ ସୋରଡ଼ା ବିଦ୍ୟୁତ ବିଭାଗରେ ଦୁଇ କର୍ମଚାରୀ ଥିବା ଜଣାପଡ଼ିଛି ।
#ଦୁର୍ଘଟଣାରେ_୫_ମୃତ_ଜଣେ_ଗୁରୁତର
ଗଂଜାମ ଭଂଜନଗର କେଶରିପାଟଣା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସ୍କୁଟି ଏବଂ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୩ ଏବଂ ମେଡିକାଲରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।#Ganjam#Bhanjanagar#Accident#OTVpic.twitter.com/AiQyGsZNpc— ଓଟିଭି (@otvkhabar) January 19, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)