Advertisment

ଉଦଘାଟନ ବେଳେ ଅସନ୍ତୋଷ ! ଅନ୍ୟ ସ୍କୁଲ ଛାତ୍ରୀଙ୍କୁ ଡାକି ଚାଲିଥିଲା କାର୍ଯ୍ୟକ୍ରମ

ପଦ୍ମନାଭପୁର ସ୍କୁଲରେ ଅଭିଭାବକଙ୍କ ହୋହଲ୍ଲା, ଧାରଣା ଦେଲେ । ଆସନ୍ତାକାଲି ପରିବାର ଥାନାରେ ଅଭିଯୋଗ କରିବାକୁ ନିଷ୍ପତ୍ତ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
5T School

5T School

5T ଅଧୀନରେ ସ୍ମାର୍ଟ ସ୍କୁଲ ଉଦଘାଟନ ବେଳେ ଅସନ୍ତୋଷ। ଅନ୍ୟ ସ୍କୁଲର ଛାତ୍ରୀଙ୍କୁ ଡାକି କାର୍ଯ୍ୟକ୍ରମ କରିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଭାବକ। ଘଟଣା ଘଟିଛି ଦିଗପହଣ୍ଡି ପଦ୍ମନାଭପୁର ହାଇସ୍କୁଲରେ। ଆଜି ଅନଲାଇନରେ ମୁଖ୍ୟମନ୍ତ୍ରୀ ଏହି ସ୍କୁଲର ଉଦଘାଟନ କରିବାର ଥିଲା।

Advertisment

ତେବେ ସେହି ସ୍କୁଲକୁ ଦିଗପହଣ୍ଡି ବାଳିକା ହାଇସ୍କୁଲର ଛାତ୍ରୀଙ୍କୁ ଡାକରା ହୋଇଥିଲା। ଛାତ୍ରୀଙ୍କ ପରିବାର ଲୋକେ ସ୍କୁଲରେ ପିଲାଙ୍କୁ ନପାଇ ଖୋଜାଖୋଜି କରିଥିଲେ। ପରେ ଜଣାପଡିଥିଲା ଯେ, ସେମାନଙ୍କ ପିଲାଙ୍କୁ ପଦ୍ମନାଭପୁର ସ୍କୁଲକୁ ପଠାଯାଇଛି। ଅଭିଭାବକ ତୁରନ୍ତ ପଦ୍ମନାଭପୁର ସ୍କୁଲକୁ ଯାଇ ହୋହଲ୍ଲା କରିଥିଲେ। ସେମାନଙ୍କୁ ନଜଣାଇ କେମିତି ପିଲାଙ୍କୁ ୫ କିମି ଦୂରକୁ ନିଆଗଲା ଏବଂ ଯଦି କିଛି ଅଘଟଣ ଘଟେ, ଏଥିପାଇଁ କିଏ ଦାୟୀ ରହିବେ ବୋଲି ପ୍ରଶ୍ନ କରିଥିଲେ। ଧାରଣା ବି ଦେଇଥିଲେ। ପରେ ପୋଲିସ ସେମାନଙ୍କୁ ବୁଝାଇଥିଲା। ସେପଟେ ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

School 5T
Advertisment
Advertisment