• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ନୂଆ ବର୍ଷ, ନୂଆ ପାଞ୍ଜି । ଦୋଳରେ ମହାପ୍ରଭୁଙ୍କୁ ସମର୍ପଣ ହୋଇଥିଲା, ପ୍ରଥମେ ଶ୍ରୀମନ୍ଦିରରେ ଚଳିବା ସହ ଆଜିଠୁ ସାରା ରାଜ୍ୟ ପାଇଁ ପ୍ରଚଳନ ହେଲା । ଓଡ଼ିଆ ନବବର୍ଷ ପାଇଁ କ'ଣ କହୁଛି ନୂଆ ପଞ୍ଜିକା ଗଣନା ? ତାକୁ ନେଇ ସଭିଙ୍କ ମନରେ 
ଉତ୍କଣ୍ଠା । କିଭଳି ରହିବ ରାଜ୍ୟ ତଥା ଦେଶର ପାଣିପାଗ ଓ ଚାଷବାସ ? ବଦଳିବ କି ରାଜନୈତିକ ଦୃଶ୍ୟପଟ୍ଟ ? କେମିତି ରହିବ ରାଜ୍ୟର ସ୍ୱାସ୍ଥ୍ୟ ? ପ୍ରଥମେ ଦେଖିବା ରାଜ୍ୟର କୃଷି ଓ ପାଣିପାଗ । 

ଜ୍ୟୋତିର୍ବିଦ୍ ସରୋଜ ମହାରଣାଙ୍କ କହିବା କଥା, ପଞ୍ଜିକା ଅନୁସାରେ ସିଦ୍ଧାର୍ଥ ଶମ୍ବଶ୍ଚର ଯୋଗ ରହିଛି । ସେହି କାରଣରୁ ଏ ବର୍ଷ ଚାଷ କାମ ଭଲ ହେବ, ଅମଳ ବଢ଼ିବ । ତେବେ ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ରାଜ୍ୟରେ ମହାବନ୍ୟା ଭଳି ସ୍ଥିତି ଉପୁଜିପାରେ । ସେହିପରି ରାଜ୍ୟର ଦକ୍ଷିଣ ପଶ୍ଚିମ ଭାଗରେ ଅଗ୍ନିର ପ୍ରକୋପ ବି ଦେଖିବାକୁ ମିଳିବ । 
 

ରାଜନୈତିକ ସ୍ଥିତି କେମିତି ରହିବ ?  

ଜ୍ୟୋତିର୍ବିଦଙ୍କ କହିବା କଥା ଶାସକ ଦଳ ଏବେ ଏବେ କ୍ଷମତାରେ ଥିବାରୁ ବିଶେଷ କିଛି ବଦଳିବାର ନାହିଁ । ତେବେ ବିରୋଧୀ ଦଳଙ୍କ ପାଇଁ ସ୍ଥିତି ସେତେଟା ଅନୁକୂଳ ନାହିଁ । ବିରୋଧୀଦଳର ବହୁ ନେତା ଦଳ ବଦଳେଇବେ । ସେହିପରି ଜଣେ ଲୋକପ୍ରିୟ 
ରାଜନେତାଙ୍କ ବିୟୋଗ ରାଜ୍ୟବାସୀଙ୍କୁ ମର୍ମାହତ କରିପାରେ । 

ସ୍ବାସ୍ଥ୍ୟ କଥା ଦେଖିବାକୁ ଗଲେ ଚଳିତ ବର୍ଷ ଶେଷାର୍ଦ୍ଧରେ ଅର୍ଥାତ୍ ନଭେମ୍ବର ଶେଷ ଆଡ଼କୁ ସଂକ୍ରାମକ ରୋଗ ସ୍ଥିତି ବଢ଼ିପାରେ । ଭୟାବହ ସ୍ଥିତି ନହେଲେ ବି ସରକାରଙ୍କ ମୁଣ୍ଡବ୍ୟଥାର କାରଣ ହେବ, ଲୋକେ ହନ୍ତସନ୍ତ ହେବେ ।

ବୈଶ୍ୱିକ ସ୍ଥିତି କେମିତି ରହିବ ?

ସେହିପରି ନୂଆ ପଞ୍ଜିକା କହୁଛି, ବିଶ୍ବର ମୁସଲିମ୍ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଯୁଦ୍ଧ ସ୍ଥିତି ଅଧିକ ତୀବ୍ର ହେବ । ଏହାଯୋଗୁଁ ବିଶ୍ବର ଆର୍ଥିକ ସ୍ଥିତି ବିଗିଡ଼ିବ । ଭାରତ ସମେତ ବିଶ୍ବର ବିଭିନ୍ନ ରାଷ୍ଟ୍ରରେ ଭୂମିକମ୍ପ ଥରହର କରାଇବ । ପାଞ୍ଜି ଅନୁସାରେ, ଏଥର ହନୁମାନଙ୍କ ଲାଙ୍ଗୁଡ଼ରେ ଅଗ୍ନି ରହିବା କାରଣରୁ ଦକ୍ଷିଣପଶ୍ଚିମ ରାଷ୍ଟ୍ରଗୁଡ଼ିକରେ ଅଗ୍ନିର ପ୍ରକୋପ ଦେଖିବାକୁ ମିଳିବ । ଫଳରେ ବହୁ ଜୀବଜନ୍ତୁ ଓ ଜଙ୍ଗଲ ନଷ୍ଟ ହେବ । ବୈଶ୍ୱିକ କାରଣରୁ ଆମ ଦେଶର ଆର୍ଥିକ ସ୍ଥିତି ପ୍ରଭାବିତ ହେବ । ଦେଶରେ ଆୟ ବୃଦ୍ଧି ସତ୍ତ୍ୱେ ଅତ୍ୟଧିକ ବ୍ୟୟ ରାଜକୋଷକୁ ପ୍ରଭାବିତ କରିବ।


ନୂଆ ପଞ୍ଜିକା କହୁଛି, ସିଦ୍ଧାର୍ଥ ଶମ୍ବଶ୍ଚରରେ ଚଳିତ ବର୍ଷ ଶୁକ୍ର ଗ୍ରହର ବୃଷ ଓ ତୁଳା ରାଶି ଏବଂ ଶନି ଗ୍ରହର ମକର ଓ କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ଆୟ କମ୍ ରହିବ, ବ୍ୟୟ ଅଧିକ ରହିବ । ଅନ୍ୟ ସବୁ ରାଶିର ବ୍ୟକ୍ତିଙ୍କ ଆୟ ଅଧିକ ରହିବ ଓ ବ୍ୟୟ କମ୍ ରହିବ । 
ତେବେ ନୂଆ ପାଞ୍ଜିର ଗଣନା କେତେ ସତ ହେବ, ତାହା ଆଗକୁ ଜଣାପଡ଼ିବ