ସାରା ଗାଁକୁ ଚୁନା ଲଗାଇଦେଲେ ସାଇବର ଠକ ! ମୋବାଇଲ ଆପ୍ ଜରିଆରେ କୋଟିଏରୁ ଅଧିକ ଟଙ୍କାର ଠକେଇ ।
ଆଗାମୀ ୨ ଦିନ ଯାଏଁ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ
ବଙ୍ଗୋପସାଗରେ ସୃଷ୍ଟ ଘୂର୍ଣ୍ଣିବଳୟ ସକ୍ରିୟ । କୋରାପୁଟ, ମାଲକାନଗିରି, ଗଂଜାମ, ଗଜପତିକୁ ବର୍ଷା ୱାର୍ଣ୍ଣିଂ ।
ଶୁଭ୍ରଜିତ ସେଭଳି କୌଣସି ଡାକ୍ତରୀ ବିଦ୍ୟା ଅଧ୍ୟୟନ କରିନାହାଁନ୍ତି । ପାଠ ପଢ଼ିଛନ୍ତି ମାତ୍ର ପ୍ଲସ ଟୁ ଯାଏଁ । ସାନଖେମୁଣ୍ଡିରେ କ୍ଲିନିକ୍ କରି ନିଜ ନାଁ ସହ ଯୋଡ଼ିଛନ୍ତି ଲମ୍ବା ଚଉଡ଼ା ଡାକ୍ତରୀ ଶିକ୍ଷାଗତ ଯୋଗ୍ୟତା । କେବଳ ସାନଖେମୁଣ୍ଡି ନୁହେଁ, କଟକ ରାଣୀହାଟରେ ବି ଗତ ୨ ବର୍ଷ ହେଲା କ୍ଲିନିକ୍ କରିଛନ୍ତି ।
୧୫ ବର୍ଷ ହେଲାଣି ଆବାସ ଯୋଜନା ଲାଗି ଧାଇଁ ଧାଇଁ ନୟାନ୍ତ ହେଲେଣି । ଘର ଖଣ୍ଡିଏ ମିଳିପାରୁନି । ଶତପ୍ରତିଶତ ଦିବ୍ୟାଙ୍ଗ ହେବା ପରେ ବି ଯୋଜନାରେ ସାମିଲ କରାଯାଉନଥିବା ଅଭିଯୋଗ
ଦୁଇ-ଦୁଇଟି ପୁଅ...ମାଆର ଦେହ ଖରାପ ଶୁଣି ସାନ ଆସିଲା ବଡ ଆସିଲାନି । କିଛିଦିନ ସେବା ପରେ ସିଏ ବି ପଳାଇଲା । ଝିଅ ବି ମୁହଁ ଚାହିଁଲାନି । ୮ ଦିନ ହେଲାଣି ଘର ଦୁଆର ମୁହଁରେ ମୃତ୍ୟୁକୁ ସତେ ଯେମିତି ଅପେକ୍ଷା କରିଛି ବୁଢୀ ମାଆ
ଗ୍ରାମରୁ ବାସନ୍ଦ ପରିବାର ଉପରେ ରାଗ ସୁଝାଇବାକୁ ଗ୍ରାମବାସୀ ମିଟିଂ କରି ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ପିଲା ଛାଡୁନ ଥିବା ଅଭିଯୋଗ ହେଉଥିଲାବେଳେ କମିଟି ସଭାପତି କିନ୍ତୁ ବାସନ୍ଦ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ।
ଚାରିଆଡ଼େ ସବୁଜିମା, ବଣ ପାହାଡ଼ ଘେରା ପରିବେଶ ଭିତରେ ଛନଛନିଆ ଗଛ ଲତା। ଆଉ ତାହାରି ଭିତରେ ଫୁର୍ତ୍ତି କରୁଛନ୍ତି ମୃଗ ଆଉ ହରିଣ ବିଲୁପ୍ତପ୍ରାୟ ବିରଳ କୃଷ୍ଣସାର ମୃଗ ବି ଅଛନ୍ତି। ଖେଳୁଛନ୍ତି, ବୁଲୁଛନ୍ତି ବେଫିକର ହୋଇ। ଏଠି ନା ହିଂସ୍ରଜନ୍ତୁୁଙ୍କ ଡର ଅଛି ନା ଶିକାରୀଙ୍କ ରହିଛି ଲୋଲୁପ ଦୃଷ୍ଟି।
ମୃତକ ଖଲିକୋଟ କୁମଣ୍ଡ ଗାଁର ବିଜୟ ବେହେରା, ବିଜୟ ଝିଅର ଶାଶୁ ଘରକୁ ଆସିଥିବା ବେଳେ ଗୁଳିକାଣ୍ଡ
ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉପକୂଳ,ଉତ୍ତର ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ସମ୍ଭାବନା ।
ସୁରତରେ ମାତିଛନ୍ତି ହାଇଟେକ୍ ସାଇକେଲ ଚୋର । ସ୍କୁଲ, ଟ୍ୟୁସନ ବୁଲୁଛନ୍ତି ଓ ଚୋରି କରି ନେଉଛନ୍ତି ମହଙ୍ଗା ଓ ଷ୍ଟାଇଲିସ୍ ସାଇକେଲ୍ । ଗଞ୍ଜାମ ତିନି ଜଣିଆ ଗ୍ୟାଙ୍ଗକୁ ଧରିବା ପରେ ଏବେ ଅନେକ କଥା ସାମ୍ନାକୁ ଆସୁଛି । ...
ସମ୍ବଲପୁର ସହର ଭିତରେ ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସଙ୍କ ସମେତ ଅନେକ ନେତା ପ୍ରଣବଙ୍କୁ ସ୍ୱାଗତ କରିଥିଲେ।
ଗତ କିଛି ଦିନ ହେଲା ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ହେଲେ ଏହାରି ଭିତରେ ପୁଣି ଥରେ ବର୍ଷା ହେବା ସମ୍ଭାବନା ରହିଛି।
ରାଜ୍ୟରେ ପାଖାପାଖି ୧୬ ହଜାର ବସ୍ ଚଳାଚଳ କରୁଛି । ସେଥିମଧ୍ୟରୁ ୨ ହଜାର ସରକାରୀ ବସ୍ ହୋଇଥିବା ବେଳେ ପ୍ରାୟ ୧୪ ହଜାର ଘରୋଇ ବସ୍ । ଏହି ୧୪ ହଜାର ଘରୋଇ ବସ୍ ମଧ୍ୟରୁ ୨୫ ଭାଗ ବା ପ୍ରାୟ ୩ ହଜାର ୫ଶହ ବସ୍ ୧୫ ବର୍ଷରୁ ଅଧିକ ପୁରୁଣା ।
ଯେଉଁଠି ପୋଖରୀ ନାହିଁ ସେଠି ପୋଖରୀର ପୁନରୁଦ୍ଧାର ନାଁରେ ଟଙ୍କା ହଡପ୍ ପାଇଁ ମସୁଧା। ଏକ ଗୋଚର ଜମିରେ ପୋଖରୀ ଥିବା ଦର୍ଶାଇ ତାର ପୁନରୁଦ୍ଧାର ପାଇଁ ଆସିଛି ୮ ଲକ୍ଷ ଟଙ୍କା ଅନୁଦାନ। ଯାହାକୁ ବିରୋଧ କରିଛନ୍ତି ଗଞ୍ଜାମ ଆସିକା ବ୍ଳକର ଆମ୍ବପୁଆ ଗ୍ରାମବାସୀ
ଲୁହରେ ଭିଜିଲା ଖଣ୍ଡଦେଉଳି ଗାଁ, ଏକାଠି ଜଳିଲା ୩ ଜୁଇ । ଅକସ୍ମାତ୍ ଅଫେରା ରାଇଜର ପଥିକ ହୋଇଗଲେ ୧୧ ଆତ୍ମିୟ ।
ଦୁର୍ଘଟଣାକୁ ନେଇ ସ୍ତବ୍ଧ ରାଜ୍ୟ, ଚାଲିଛି କାରଣ ଖୋଜା । ଦୁର୍ଘଟଣାଗ୍ରସ୍ତ ଘରୋଇ ବସ୍ର ନଥିଲା ପରମିଟ୍ ।
ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠି ପକ୍ଷରୁ ସହାୟତା ଘୋଷଣା ହୋଇଛି ।
ଦୁର୍ଘଟଣାରେ ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କ ୧୧ ସମ୍ପର୍କୀୟଙ୍କ ମୃତ୍ୟୁ । ଖଣ୍ଡଦେଉଳି ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
ଅଳ୍ପକେ ବର୍ତ୍ତିଛନ୍ତି ବସର ଡ୍ରାଇଭର୍ । କହିଲେ, ସିଏ ଖୁବ୍ ଜୋରରେ ଆଣି ଲେଫ୍ଟରୁ ପିଟିଲା ।
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ସହାୟତା ରାଶି ଘୋଷଣା କରାଯାଇଥିବାବେଳେ ପ୍ରତି ମୃତକଙ୍କ ସଂପର୍କୀୟଙ୍କୁ ୩ ଲକ୍ଷ ଲେଖାଏଁ ସହାୟତା ଦିଆଯିବ ବୋଲି କୁହାଯାଇଛି ।
ଦୁର୍ଘଟଣାରେ ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁଡାରି ଠାରୁ ଭୁବନେଶ୍ୱର ଯାଉଥିବା OSRTC ବସ ଓ ବ୍ରହ୍ମପୁରରୁ ଏକ ଭୋଜି ପାଇଁ ଆସି ଖଣ୍ଡଦେଉଳି ଫେରୁଥିବା ଘରୋଇ ବସ ମଧ୍ୟରେ ଏହି ମୁହାଁମୁହିଁ ଧକ୍କା ହୋଇଛି ।
ଗୁଡ଼ାରି ଠାରୁ ଭୁବନେଶ୍ୱର ଯାଉଥିବା OSRTC ବସ ଓ ବ୍ରହ୍ମପୁରରୁ ଏକ ଭୋଜି ପାଇଁ ଆସି ଖଣ୍ଡଦେଉଳି ଫେରୁଥିବା ଘରୋଇ ବସ ମଧ୍ୟରେ ଏହି ମୁହାଁମୁହିଁ ଧକ୍କା ହୋଇଛି ।
ଏମିତି କେମିତି ହେଲା? ସକାଳେ ଫକ୍ଫକ୍ କିନା ଡେଉଁଥିଲେ, ସଂଧ୍ୟାରେ ମରିପଡିଲେ । ଆଖି ସାମ୍ନାରେ ଚାଷ ଉଜୁଡିଯିବାରୁ ପୋଖରୀ ହୁଡାରେ ବସି ଭୋ ଭୋ କାନ୍ଦିଲେ ଚାଷୀ ।
ଦିନେ ଦୁଇ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁପାରେ। ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ -ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି।