Advertisment

ଜଙ୍ଗଲରେ ତୋଳୁଥିଲେ ଖଲିପତ୍ର; ହଠାତ୍‌ ମହିଳାଙ୍କ ପେଟ୍‌ରେ ବାଜିଲା ଗୁଳି

ସନ୍ଧ୍ୟା ସମୟରେ ମା ଝିଅ ଦୁହେଁ ମିଶି ଖଲି ପତ୍ର ତୋଳି ପତ୍ର ବିଡା କରିବା ବେଳେ ଗୁଳିମାଡ଼ ହୋଇଥିଲା। ଗୁଳି କେମିତି ବାଜିଲା, ତାହା ଜଣାପଡ଼ିନାହିଁ।

author-image
Manoranjan Behera
ଅଦ୍ୟତନ ହୋଇଛି
Firing

Firing

ଜଙ୍ଗଲରେ ଖଲି ପତ୍ର ତୋଳୁଥିବା ବେଳେ ମହିଳାଙ୍କୁ ଗୁଳିମାଡ଼। ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ବେଡିଗୋବା ଗାଁ ନିକଟ ଜଙ୍ଗଲରେ ଏହି ଘଟଣା ଘଟିଛି। ଗୁଳିମାଡ଼ରେ ଆହତ ହୋଇଥିବା ମହିଳା ହେଲେ ସ୍ୱପ୍ନା ସାହୁ।

Advertisment

ଗତକାଲି ସନ୍ଧ୍ୟା ସମୟରେ ମା ଝିଅ ଦୁହେଁ ମିଶି ଖଲି ପତ୍ର ତୋଳି ପତ୍ର ବିଡା କରିବା ବେଳେ ଗୁଳିମାଡ଼ ହୋଇଥିଲା। ଗୁଳି ମାଡ଼ର କାରଣ ଜଣାପଡିନଥିବା ବେଳେ ଜନ୍ତୁ ଶିକାର ଯୋଗୁଁ ଏହି ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି।

ସ୍ୱପ୍ନାଙ୍କ ଶରୀରରେ ଗୁଳି କେମିତି ବାଜିଲା, ତାହା ଜଣାପଡ଼ିନାହିଁ। ଶିକାରୀମାନେ ତାଙ୍କୁ ଗୁଳି କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ଜଙ୍ଗଲରେ ଲୁଚିଥିବା ଶିକାରୀମାନେ ଏହି ଗୁଳି ଚଳାଇଥିବା ସନ୍ଦେହ କରାଯାଉଛି। ପୋଲିସ୍‌ ଘଟଣାର ତଦନ୍ତ କରୁଛି।

Advertisment

ସ୍ୱପ୍ନାଙ୍କ ମା’ କହିଛନ୍ତି, ହଠାତ୍ ସବୁ କିଛି ଘଟିଗଲା। ଆମେ କାମରେ ବ୍ୟସ୍ତ ଥିଲୁ। ସେତିକି ବେଳେ ଝିଅ ଦେହରେ ଗୁଳି ବାଜିଲା। ଗୁଳି କେଉଁ ଦିଗରୁ ଆସିଲା, କିଏ ମାରିଲା ଆମେ କିଛି ଜାଣିପାରିଲୁ ନାହିଁ।

Firing
Advertisment
Advertisment