ବୁଧବାର ବିଦ୍ରୋହ କରିଥିଲେ, ଗୁରୁବାର ଦଳରୁ ବିଦା ହୋଇଗଲେ । ଦଳ ବିରୋଧୀ କାର୍ଯ୍ୟ କରିଥିବା ଦର୍ଶାଇ ବିଜେଡିରୁ ବହିଷ୍କାର ଗଞ୍ଜାମ ଜିଲ୍ଲା ତଥା ଦିଗପହଣ୍ଡିର ଅନ୍ୟତମ ତୁଙ୍ଗ ନେତା ବିପିନ ପ୍ରଧାନ ।
ବ୍ଲକ ଅଫିସ ସାମ୍ନାରେ ହଙ୍ଗାମା କଲେ ବିପିନଙ୍କ ସମର୍ଥକ । ଦଳୀୟ କନ୍ଦଳର ଗୋହି ଖୋଳିଲେ ପୂର୍ବତନ ଅଧ୍ୟକ୍ଷଙ୍କ ଗୋଷ୍ଠୀ ।
ସେମାନଙ୍କ ପାଇଁ ସାତ ସପନ ପାଲଟିଛି ବିଜୁଳି ଆଲୁଅ । ଖୁଣ୍ଟରେ ସୀମିତି ବିଦ୍ୟୁତ ଆଲୋକ ସେବା ।
ରାଜରାସ୍ତାରେ ଧସ୍ତାଧସ୍ତି... ନାରାବାଜି ସହ ମୁହାଁମୁହିଁ... ତାହାରି ଭିତରେ ଗାଡ଼ିରେ ଫସିରହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଗାଡ଼ିକୁ ହୋଇଛି ଅଣ୍ଡା ମାଡ଼ । ଫିଙ୍ଗାଯାଇଛି ଟେକାପଥର । ପାଣି ବୋତଲ ବି ମାଡ଼ ହୋଇଛି । ଆଉ ଏହାକୁ ନେଇ ପ୍ରଦୀପ ପାଣିଗ୍ରାହୀଙ୍କ ଗୋଷ୍ଠୀ ଏବଂ ତାଙ୍କ ବିପକ୍ଷ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ ।
5T ସଚିବଙ୍କ କାର୍ଯ୍ୟକ୍ରମକୁ ସେ ଯାଉଥିବା ବେଳେ ତାଙ୍କୁ ବିରୋଧ କରାଯାଇଛି । ଗୋପାଳପୁର ବିଧାୟକ ଭାବେ ସେ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ ।
ଲାଞ୍ଜିପଲ୍ଲୀ NH ନିକଟରେ ତାଙ୍କୁ ବିରୋଧ କରିଛନ୍ତି ବିଜେଡି କର୍ମୀ । ଫଳରେ ରାସ୍ତା ଉପରେ ଦୀର୍ଘ ସମୟ ଧରି ଅଟକି ରହିଛନ୍ତି ବିଧାୟକ ।
ସରକାରୀ କାର୍ଯ୍ୟକ୍ରମରେ ୪ ହଜାର ପୋଲିସ ଜଗିବେ। ଓଡ଼ିଶା ଲୋକଙ୍କୁ କ’ଣ ଭାବୁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ।
ଜିଲ୍ଲା ଯୁବ ମୋର୍ଚ୍ଚା ସଂପାଦକ ଆଲୋକ ଶତପଥୀଙ୍କୁ ମଧ୍ୟ ଉଠାଇନେଇଛି । ଆଲୋକ ଶତପଥୀ ବେଗୁନିଆପଡ଼ାରେ ଛିଡ଼ା ହୋଇଥିବା ବେଳେ ଉଠାଇନେଲା ପୋଲିସ ।
ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା କହି ଗଂଜାମ ଜିଲ୍ଲାପାଳ, ଡିଆଇଜି ସତ୍ୟବ୍ରତ ଭୋଇଙ୍କ ଉପରେ ବି ବର୍ଷିଛନ୍ତି ପ୍ରଦୀପ ।
ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କଲା ପୋଲିସ୍ । ହତ୍ୟାରେ ସାନ ପୁଅର ବି ହାତ ଥିବା ସନ୍ଦେହ ।
ଆଜିଠାରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଏକାଧିକ ଜିଲ୍ଲାରେ ବିଜୁଳି ଘଡ଼ଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଗଞ୍ଜାମ ଭେଟନଇ-ଭେଜିପୁଟ ରାସ୍ତାରେ ଦୁର୍ଘଟଣା । ଘଟଣାସ୍ଥଳରେ ଜଣେ ଓ ମେଡିକାଲରେ ଆଉ ଜଣଙ୍କ ମୃତ୍ୟୁ ସୂଚନା ।
କନ୍ଦାଉଛି ପିଆଜ । ୨ ସପ୍ତାହରେ ବଢିଲାଣି ୧୦ ଟଙ୍କା । ସେପ୍ଟେମ୍ୱରରେ ୭୦ ଛୁଇଁବା ଆଶଙ୍କା । ରାଜଧାନୀରେ ପିଆଜ ଏବେ କିଲୋ ପିଛା ୩୫ରୁ ୪୦ ଟଙ୍କା ରହିଛି । କଟକରେ ବିକ୍ରି ହେଉଛି ୩୦ରୁ ୩୫ ଟଙ୍କାରେ ।
ପ୍ରେମିକକୁ ଦେଖା କରିବାକୁ ଆସିଥିବା ଯୁବତୀଙ୍କ ରହସ୍ୟଜନକ ମୃତ୍ୟୁ। ଗଞ୍ଜାମ ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି।
ଆନ୍ଧ୍ର ମାଛ ମାଫିଆଙ୍କ ଦାଦାଗିରି। ସମୁଦ୍ର ମଧ୍ୟରୁ ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀର ୫ ଜଣ ମତ୍ସ୍ୟଜୀବୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି।
ଆହୁରି ଦୁଇ ଦିନ ବଡ଼ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ଆଗାମୀ ୩ ଘଣ୍ଟା ପାଇଁ ଟ୍ୱିନ୍ ସିଟି ସମେତ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଗତ କିଛି ଦିନ ଧରି ଶୁଖିଲା ପାଗ ରହି ଥିବାବେଳେ ଆଜିଠୁ ପୁଣି ଥରେ ବର୍ଷା ଆରମ୍ଭ ହୋଇପାରେ। ଆଜି ମୁଖ୍ୟତଃ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରୋ
ରାସ୍ତାରୁ ଗୁରୁତର ଭାବେ ଉଦ୍ଧାର ହୋଇଥିବା କଲରାପତରିଆ ବାଘର ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ବାଘଟିକୁ ପଶୁ ଚିକିତ୍ସାଳୟକୁ ନେବା ସମୟରେ ମୃତ୍ୟୁ ହୋଇଥିଲା।
ମିଟର ରିଡିଂ କର୍ମଚାରୀଙ୍କୁ ହତ୍ୟା ପଛର କାରଣକୁ ନେଇ ଚର୍ଚ୍ଚା । କଂପାନୀକୁ ଦାୟୀ କରି ବର୍ଷିଲା ଉପଭୋକ୍ତା ମହାସଂଘ ।
ରାସ୍ତା ନୁହେଁ ବିଲ । ୪ କିମି ପର୍ଯ୍ୟନ୍ତ ଅବସ୍ଥା ପୂରା ଖରାପ । ଆମ୍ବୁଲାନ୍ସ ପଶିପାରୁନି କି ଗାଡି ବାହାରିପାରୁନି । ଭାରରେ ବୁହା ହେଉଛନ୍ତି ରୋଗୀ...ଅଭିଯୋଗ ହେଉଛି ହେଲେ ରାସ୍ତା ହେଉନି
୧୦୦ ବର୍ଷ ହେଲା...ସ୍କୁଲର ଉନ୍ନତି ହେଲାନି । ଅସରେ ବର୍ଷାରେ କାନ୍ଥ ବତୁରିଯାଉଛି...ଟିଣରୁ ପାଣି ପଡୁଛି । କଳା ଧୂଆଁରେ ଆକ୍ତାମାକ୍ତ ପିଲା । ପୁଣି ଗୋଟିଏ ଶ୍ରେଣୀରେ ଦୁଇଟି କ୍ଲାସ୍ର ପିଲା । ଏମିତି ସ୍ଥିତିରେ ପାଠ ପଢା ହେବ କେମିତି?
ନିବେଶ କର, ଆଉ ନେଇଯାଅ ୪ ଗୁଣା ଟଙ୍କା। ଟଙ୍କା ଚାରିଗୁଣା କରିଦେବାକୁ କହି ପୁରା ଗ୍ରାମବାସୀଙ୍କୁ ଚୁନ ଲଗାଇ ଦେଇଛନ୍ତି ସାଇବର ଠକ।
ପ୍ରେମିକ ନାଁରେ କଳଙ୍କ । ଯାହାକୁ ଭଲପାଉଥିଲା, ବିବାହର ପ୍ରତିଶ୍ରୁତି ଦେଇଥିଲା...ତା’କୁ ହିଁ ମାରିଦେଲା । ୨ ସହଯୋଗୀଙ୍କ ଗିରଫ ପରେ ପୂରା ଘଟଣାର ହେଲା ପର୍ଦ୍ଦାଫାଶ । ଭାଇ କହୁଛି ଭଉଣୀର ହତ୍ୟାକାରୀଙ୍କୁ ଦଣ୍ଡ ମିଳୁ।
ଭାଙ୍ଗିଗଲା ସ୍ୱପ୍ନ..ଚାଲିଗଲା ଜୀବନ..ପ୍ରେମିକ ପାଲଟିଲା ସୈତାନ୍
ଦୁବାଇରେ ବସ୍ ଦୁର୍ଘଟଣାରେ ଆହତ ଶ୍ରମିକ କୋମାରେ, ପୁଅର ଫଟୋ ଧରି ଘର ଦାଣ୍ଡ ପାହାଚରେ ବସିଛି ବୃଦ୍ଧ ବାପ, ଲାଗିଛି ଅଖଣ୍ଡ ଦୀପ, ପାଠ ହେଉଛି ଅନୁମାନ ଚାଳିଶା..