ଇଂଲଣ୍ଡର ସିଟି ଅଫ୍ ବାଥ୍ ସହରରେ ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଉତ୍ସବ। ଏଥିପାଇଁ ଇଂଲଣ୍ଡର ସିଟି ଅଫ୍ ବାଥରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ଉତ୍ସବମୁଖର ହୋଇ ଉଠିଥିଲା ।
ଆଜି ମହାବିଷୁବ ସଂକ୍ରାନ୍ତି। ଓଡ଼ିଆ ନୂଆବର୍ଷ, ତା ସାଙ୍ଗକୁ ହନୁମାନ ଜୟନ୍ତୀ। ଘରେ ଘରେ ପବିତ୍ର ପରିବେଶ। ସବୁଠି ପଣାର ମହକ। ସେହିପରି ଆଜି ଝାମୁଯାତ୍ରା ଓ ଦଣ୍ଡଯାତ୍ରା ବି ସଂପନ୍ନ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଦଣ୍ଡପାଟୁଆମାନେ ଭକ୍ତି ଓ ନିଷ୍ଠାର ପ୍ରଦର୍ଶନ ସ୍ବରୂପ ରଡ ନିଆଁରେ ଚାଲିଛନ୍ତି।
ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ୨୦ରୁ ଅଧିକ ଶ୍ରଦ୍ଧାଳୁ ଆହତ । ପଣା ସଂକ୍ରାନ୍ତିରେ ଶିବ ମନ୍ଦିରକୁ ଯାଇଥିବା ବେଳେ ଗୋଡାଇ ଗୋଡାଇ ମାରିଲେ ମହୁମାଛି ।
#ସୁରକ୍ଷା_ବଳୟରେ_ସମ୍ବଲପୁର ସମ୍ବଲପୁରରେ ଖୁବ ଧୁମଧାମରେ ପାଳିତ ହେଉଛି ହନୁମାନ ଜୟନ୍ତୀ। ବୄକ୍ସହିଲସ୍ଥିତ ହନୁମାନ ମନ୍ଦିର ସମେତ ବିଭିନ୍ନ ହନୁମାନ ମନ୍ଦିରରେ ଚାଲିଛି ପୂଜାର୍ଚ୍ଚନା ଓ ହନୁମାନ ଚାଳିଶା ପାଠ। ଅପରାହ୍ନରେ ହନୁମାନ ଜୟନ୍ତୀ ଶୋଦ୍ଭାଯାତ୍ରା ବାହାରିବ। ଏଥିପାଇଁ ସୁରକ୍ଷା ଦୃଷ୍ଟିରୁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। କେନ୍ଦ୍ରୀୟ ଫୋର୍ସ ସହ ଓଡ଼ିଶା ପୋଲିସର ପ୍ରାୟ ୫୩ ପ୍ଲାଟୁନ ସୁରକ୍ଷା କର୍ମୀ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି। ପୋଲିସ ପକ୍ଷରୁ ଶୋଭାଯାତ୍ରା ପାଇଁ ଏକ ରୁଟ ଚାର୍ଟ ପ୍ରସ୍ତୁତ ହୋଇଛି। ସମ୍ବେଦନଶୀଳ ସ୍ଥାନ ମଧ୍ୟ ଚିହ୍ନଟ କରାଯାଇଛି।
#ବାଲୁକା_କଳାରେ_ଓଡ଼ିଆ_ନବ_ବର୍ଷ ବାଲୁକା କଳାରେ ଓଡ଼ିଆ ନବ ବର୍ଷ ଏବଂ ହନୁମାନ ଜୟନ୍ତୀର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ଅଜୟ କୁମାର ଘୋଷ। ବାଲୁକା କଳାରେ ସଂକ୍ରାନ୍ତି ପୁରୁଷ ବ୍ୟାସ କବି ଫକୀର ମୋହନ ସେନାପତି, ବସୁନ୍ଧରା ମାଆ, ତୁଳସୀ ଚୌରା, ମାଟି କଳସୀକୁ ଅପରୂପ ସ୍ଥାନିତ କରିଛି।
ପରମ୍ପରା ବଞ୍ଚାଇ ରଖିବା ପାଇଁ ଭିନ୍ନ ଏକ ପ୍ରୟାସ । ପଣା ସଂକ୍ରାନ୍ତିରେ ମନସ୍କାମନା ପୂରଣ ଲାଗି ପଡିଛନ୍ତି କୁମ୍ଭକାର ପରିବାର । ପରିଶ୍ରମ ଅନୁସାରେ ଲାଭ ମିଳୁନଥିଲେ ବି ମାଟି ଘୋଡା ଓ ମାଟି ବଡା ତିଆରି କରି କୌଳିକ ବୄତ୍ତି ବଞ୍ଚାଇ ରଖିବାକୁ ପ୍ରୟାସ କରୁଛନ୍ତି ।
ଓଡ଼ିଆ ପରମ୍ପରା ଅନୁଯାୟୀ ପଣା ସଂକ୍ରାନ୍ତି ଠାରୁ ନୂଆ ବର୍ଷ ଆରମ୍ଭ ହୋଇଥାଏ। ଏହି ଦିନକୁ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଇଥାଏ। ଏହି ଦିନ ବେଲ ଆଦି ପଣା ତିଆରି କରି ପିଆଯାଏ। ଆସନ୍ତୁ ଜାଣିବା ଏହା ପଛରେ ଥିବା ବୈଜ୍ଞାନିକ କାରଣ।
ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ କେନ୍ଦ୍ରାପଡ଼ାରେ ବିଭିନ୍ନ ସଂଗଠନ ପକ୍ଷରୁ ହିନ୍ଦୁ ଏକତା ଶୋଭାଯାତ୍ରା ଆୟୋଜନ କରାଯାଇଛି। ଏହି ଶୋଭାଯାତ୍ରାରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ସାମିଲ ହୋଇଛନ୍ତି।
ରାମ ଭକ୍ତ ହନୁମାନଙ୍କ ପାଖରେ ଅତୁଳନୀୟ ପରିଚାଳନା ଦକ୍ଷତା ରହିଛି। ସମଗ୍ର ରାମଚରିତ ମାନସରେ ଏବଂ ହନୁମାନଜୀଙ୍କୁ ଉତ୍ସର୍ଗୀକୃତ ସୁନ୍ଦରକଣ୍ଡରେ ଏପରି ଅନେକ ଘଟଣା ଉଲ୍ଲେଖ କରାଯାଇଛି, ଯେଉଁଠାରେ ହନୁମାନ ଶକ୍ତି ଏବଂ ବୁଦ୍ଧିର ଏକ ଉତ୍କୃଷ୍ଟ ସନ୍ତୁଳନ ପ୍ରଦର୍ଶନ କରିଛନ୍ତି।
ଆଜି ପବିତ୍ର ପଣା ସଂକ୍ରାନ୍ତି। ଓଡ଼ିଆ ପରମ୍ପରାନୁଯାୟୀ ଏହି ଦିନଠାରୁ ନୂଆ ବର୍ଷ ଆରମ୍ଭ ହୋଇଥାଏ। ଏହାଛଡ଼ା ଏହି ଦିନକୁ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଇଥାଏ। ଏହି ଦିନ ବେଲ ଆଦି ପଣା ତିଆରି କରି ପିଆଯାଏ। ଆସନ୍ତୁ ଜାଣିବା ଏହା ପଛରେ ଥିବା ବୈଜ୍ଞାନିକ କାରଣ।
ଏପ୍ରିଲ ୧୪ ପଣା ସଂକ୍ରାନ୍ତି । ପଣା ସଂକ୍ରାନ୍ତି କେବେ ପାଳନ ହେବ, ହଟିଲା ସଂଶୟ । ଏପ୍ରିଲ ୧୪ ତାରିଖରେ ପାଳନ ହେବ ମହାବିଷୁବ ପଣା ସଂକ୍ରାନ୍ତି । ପଣା ସଂକ୍ରାନ୍ତି ନେଇ ମୁକ୍ତି ମଣ୍ଡପ ପଣ୍ଡିତ ସଭାର ମୋହର ।
ପଣା ସଂକ୍ରାନ୍ତି- ଓଡ଼ିଆ ନବବର୍ଷ । ସେଇଠୁ ପ୍ରଚଳନ ହୁଏ ବର୍ଷକ ପାଇଁ ଓଡ଼ିଆ ପଞ୍ଜିକା, ଯାନିଯାତ୍ରା ପର୍ବପର୍ବାଣୀ ପାଇଁ ଦିନ ଧାର୍ଯ୍ୟ ବି ହୁଏ । ହେଲେ ଏଥର ପଣା ସଂକ୍ରାନ୍ତି ଏପ୍ରିଲ ୧୩ କି ୧୪ରେ ପଡ଼ିବ ତାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି ।
ଏଥର ପଣା ସଂକ୍ରାନ୍ତି କେବେ ? ଏପ୍ରିଲ ୧୩ ନା ୧୪ ତାରିଖ ?.. ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷକୁ ନେଇ ଉପୁଜିଛି ଦ୍ୱନ୍ଦ୍ୱ । ଏ ଦ୍ୱନ୍ଦ୍ୱ ଏଥିପାଇଁ ଯେ, ବିଭିନ୍ନ ପଞ୍ଜିକାରେ ପଣା ସଂକ୍ରାନ୍ତିକୁ ନେଇ ରହିଛି ଭିନ୍ନ ଭିନ୍ନ ତାରିଖ ।
ଓଡ଼ିଆ ନୂଆବର୍ଷକୁ କେବଳ ଓଡ଼ିଶାରେ ନୁହେଁ, ଏହାକୁ ଅନ୍ୟ ରାଜ୍ୟ ଓ ବିଦେଶରେ ମଧ୍ୟ ପାଳନ କରାଯାଇଛି। ବାହାରିନ ଓଡିଆମାନେ ଓଡିଆ ନୂଆ ବର୍ଷ ଏବଂ ପଣା ସଂକ୍ରାନ୍ତି ପାଳନ କରିଛନ୍ତି। ବାହାରିନ ଓଡିଆ ସମାଜ ଏହାକୁ ପାଳନ କରିଛି।
ଆଜି ହେଉଛି ଓଡ଼ିଆ ନବ ବର୍ଷର ପ୍ରଥମ ଦିନ ମହା ବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି। ବିଭିନ୍ନ ସ୍ଥାନରେ ଝାମୁ ଯାତ୍ରା ସାଙ୍ଗକୁ ଦଣ୍ଡପର୍ବ ମଧ୍ୟ ଅନୁଷ୍ଠିତ ହୋଇଛି।
ଆଜି ପଣା ସଂକ୍ରାନ୍ତି ଅବସରରେ ପ୍ରତିଟି ଓଡ଼ିଆଙ୍କ ଘରେ ବିଭିନ୍ନ ପଣା ପ୍ରସ୍ତୁତ କରାଯାଇଥାଏ । ବୃନ୍ଦାବତୀ ମୂଳରେ ପଣା ପୂଜା କରାଯାଏ ।
ଆଜି ପବିତ୍ର ପଣା ସଂକ୍ରାନ୍ତି। ଓଡ଼ିଆ ପରମ୍ପରାନୁଯାୟୀ ଏହି ଦିନଠାରୁ ନୂଆ ବର୍ଷ ଆରମ୍ଭ ହୋଇଥାଏ। ଏହାଛଡ଼ା ଏହି ଦିନକୁ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଇଥାଏ। ଏହି ଦିନ ବେଲ ଆଦି ପଣା ତିଆରି କରି ସାହି ପଡିଶାରେ ବଣ୍ଟାଯାଏ। ତେବେ ଏଭଳି ପରମ୍ପରା ପଛର କାହାଣୀ ଜାଣନ୍ତୁ।
କେଉଁଠି ପୂଜାପାଠ, ହୋମଯଜ୍ଞ ତ ଆଉ କେଉଁଠି ଛତୁଆ ସାଙ୍ଗକୁ ପଣାର ମହକ । ପୁଣି କେଉଁଠି କୁସ୍ତିକସରତ ସହ ବନାଟି, ମାଲ ଖମ୍ବ, ମେଢ଼ ନାଚର ମଉଜ । ମହାମାରୀ ପାଇଁ ଦୁଇବର୍ଷ ଧରି ଫିକା ଥିବା ଓଡ଼ିଆ ନୂଆବର୍ଷକୁ ଆଜି ଖୋଲି କି ମନେଇଛି ସାରା ରାଜ୍ୟ ।
ଆଜି ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନୂଆବର୍ଷ, ତା ସାଙ୍ଗକୁ ହନୁମାନ ଜୟନ୍ତୀ । ଘରେ ଘରେ ପବିତ୍ର ପରିବେଶ । ସବୁଠି ପଣାର ମହକ । ଆଜିଠାରୁ ନୂଆ ପାଞ୍ଜି ମଧ୍ୟ ପ୍ରଚଳନ ହୋଇଛି ।
ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ। ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ। ଏହା ପଛରେ କ’ଣ ରହିଛି ମହତ୍ୱ, ଆସନ୍ତୁ ଜାଣିବା…
ଭୁବନେଶ୍ୱର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ସହ ପଣା ସଂକ୍ରାନ୍ତି, ଏବଂ ହନୁମାନ ଜୟନ୍ତୀ। ଏହାସହ ଆଜି ଓଡିଆ ନବବର୍ଷ ମଧ୍ୟ। ଶ୍ରୀମନ୍ଦିରରେ ପରମ୍ପରା ରୀତିନୀତିରେ ହନୁମାନ ଜୟନ୍ତୀ ପାଳନ କରାଯିବ। ସକାଳ ଧୂପ ପରେ ହନୁମାନଙ୍କୁ ଏକ ସ୍ୱତନ୍ତ୍ର ବିମାନରେ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରାଯାଇ ଆଜ୍ଞାମାଳ ପ୍ରଦାନ କରାଯିବ। ସେଠାରୁ ଚକ୍ରତୀର୍ଥ ଦରିଆ ମହାବୀର ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରାଯିବା ପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରାଯିବାର ବିଧିବିଧାନ ରହିଛି। ସେହିପରି ଶ୍ରୀକ୍ଷେତ୍ରରେ ମହାଆଡମ୍ବରରେ […]
ଭୁବନେଶ୍ୱର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି । ଓଡ଼ିଆ ନବବର୍ଷ। ଏଥିସହିତ ହନୁମାନ ଜୟନ୍ତୀ। ଏହି ପବିତ୍ର ପଣାସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣାରୁ ଏ କଠିନ ସମୟ ଶ୍ରୀଘ୍ର ଦୂର ହେବା ସହ ସମସ୍ତଙ୍କ ଜୀବନ ସୁଖ ସମୃଦ୍ଧିରେ ଭରି ଯାଉ ବୋଲି ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଓଡ଼ିଆ ନବବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]