Advertisment

ବିପିନ୍‌ ପ୍ରଧାନଙ୍କ ଖୋଲାଖୋଲି ଧମକ, ବିଜେଡି ଟିକେଟ୍ ନ ମିଳିଲେ ଯିବେ ବିଜେପି !

ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବିପିନ ପ୍ରଧାନଙ୍କର ଦିଗପହଣ୍ଡି ରାଜନୀତିରେ ବେଶ୍ ଦବଦବା ରହିଛି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Bipin Pradhan Warns Of Switching To BJP

Bipin Pradhan

ବିଜେଡି ଟିକେଟ୍ ନ ମିଳିଲେ ବିଜେପିକୁ ଚାଲିଯିବେ କି ବିପିନ ପ୍ରଧାନ । କର୍ମୀଙ୍କ ଗହଣରେ ବିପିନଙ୍କ ଖୋଲାଖୋଲି ଧମକ ପରେ ଦିଗପହଣ୍ଡି ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ଆଉ ଏହି ଚର୍ଚ୍ଚା ପଛରେ ରହିଛି ଏକ ଭାଇରାଲ୍ ଭିଡିଓ। ନିଜ କର୍ମୀ ଓ ସମର୍ଥକଙ୍କ ଗହଣରେ ବିପିନ ଖୋଲାଖୋଲି କହିଛନ୍ତି, ତାଙ୍କର ପ୍ରଥମ ପସନ୍ଦ ବିଜେଡି ଟିକେଟ୍, ହେଲେ ସେଠୁ ନ ମିଳିଲେ ସେ ବିଜେପିକୁ ଚାଲିଯିବେ।

Advertisment

ସୂଚନା ଅନୁସାରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବିପିନ ପ୍ରଧାନଙ୍କର ଦିଗପହଣ୍ଡି ରାଜନୀତିରେ ବେଶ୍ ଦବଦବା ରହିଛି। ଏମିତିକି ଗତ ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନବେଳେ ତାଙ୍କ ପ୍ରାର୍ଥୀ ବିଜୟୀ ହୋଇଥିଲେ। ଦିବଂଗତ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର ଦେଇଥିବା ପ୍ରାର୍ଥୀଙ୍କୁ ବିପିନ ପ୍ରଧାନଙ୍କ ସମର୍ଥିତ ପ୍ରାର୍ଥୀ ହରାଇଥିଲେ। ଏହା ପରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡି, ବିପିନ ପ୍ରଧାନଙ୍କ ବିରୋଧରେ ଆକ୍ସନ ନେଇଥିଲା। ସେବେଠୁ ଦିଗପହଣ୍ଡି ବିଜେଡିରେ ବିପ୍ଲବ ପାତ୍ର ଗୋଷ୍ଠୀ ଓ ବିପିନ ପ୍ରଧାନ ଗୋଷ୍ଠୀ ମଧ୍ୟରେ ଛକାପଞ୍ଛା ଲାଗି ରହିଛି।

ଅଧିକ ପଢ଼ନ୍ତୁ: BJPରେ ମିଶିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

BJD BJP General Elections 2024
Advertisment
Advertisment