କଂଗ୍ରେସ ୨୭ ତାରିଖରେ ଆନ୍ଦୋଳନ କରିବାକୁ ଥିବାରୁ, କୌଣସି ପ୍ରକାର ବିଧାନସଭା ଚଳାଇ ନଦେବାକୁ କୁଆଡ଼େ ଦିଲ୍ଲୀରୁ ନିର୍ଦ୍ଦେଶ ଆସିଛି।
'ଗୋଟିଏ ଗୋଟିଏ ଲୋକ ଯନ୍ତାରେ ପଡ଼ୁଛନ୍ତି। ଆଗକୁ ଆହୁରି ବହୁତ୍ ଲୋକ ସେ ଯନ୍ତାରେ ପଡ଼ିବେ। ଆଇନ୍ ଦୃଷ୍ଟିକୋଣରୁ ଏଭଳି ଘଟଣା ଘଟାଇଛନ୍ତି ସେମାନଙ୍କୁ ଛଡାଯିବନି ।'
‘କିଟ୍’ ପ୍ରସଙ୍ଗରେ ଯିଏ ବି ଦୋଷୀ ହେବେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଓଟିଭି ଫୋରସାଇଟରେ ଯୋଗ ଦେଇଥିବା ଜଣେ ଦର୍ଶକଙ୍କ ପ୍ରଶ୍ନରେ ଏକଥା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ଖୁବ୍ ଶୀଘ୍ର ହେବ ସାଲିଆ ସାହି ବାଇ ପାସ୍ ରୋଡ୍ । ୨୦୦ ଫୁଟିଆ ରୋଡ୍ କାମକୁ ଖୁବ୍ ଶୀଘ୍ର ଶେଷ କରାଯିବ । ଏଥିନିମନ୍ତେ ଦେଖାଦେବନି କୌଣସି ସମସ୍ୟା। ସାହି ବସ୍ତି ବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଏଥିସହ ଖୁବଶୀଘ୍ର ଏ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି।
ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ହେବା ଘଟଣାକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି, ଏହି ଘଟଣାରେ ପୋଲିସ୍ ସବୁ ଦିଗକୁ ନେଇ ତଦନ୍ତ ଜାରି ରଖିଛି ।
ହୁଣ୍ଡି ସ୍ଥାନାନ୍ତରଣ ପ୍ରକ୍ରିୟା ପାଇଁ କିଛି ଅନୁମତି ଆବଶ୍ୟକ ଅଛି । ସେହି ପ୍ରକ୍ରିୟା ସରିବା ପରେ ଧାଡ଼ି ଦର୍ଶନ ପାଇଁ ଷ୍ଟ୍ରକଚର ଇନଷ୍ଟଲ କରାଯିବ ।
ଚାଲେଞ୍ଜ, କାଉଣ୍ଟର ଚାଲେଞ୍ଜ । ପୁଣି ରାଜନୀତିରେ ନବ ଦାସ ହତ୍ୟା ପ୍ରସଙ୍ଗ। ମୁହାଁମୁହିଁ ଦୀପାଳି ଏବଂ ପୃଥ୍ୱୀରାଜ ହରିଚନ୍ଦନ। ସିବିଆଇ ତଦନ୍ତକୁ ନେଇ ତେଜିଲା ରାଜନୀତି।
ଚାଲେଞ୍ଜ, କାଉଣ୍ଟର ଚାଲେଞ୍ଜ । ପୁଣି ରାଜନୀତିରେ ନବ ଦାସ ହତ୍ୟା ପ୍ରସଙ୍ଗ। ମୁହାଁମୁହିଁ ଦୀପାଳି ଏବଂ ପୃଥ୍ୱୀରାଜ ହରିଚନ୍ଦନ। ସିବିଆଇ ତଦନ୍ତକୁ ନେଇ ତେଜିଲା ରାଜନୀତି।
ଶହେ ଟଙ୍କାରେ ପେଟପୂରା ମହାପ୍ରସାଦ । ମିଳିବ ଅନ୍ନ,ଡାଲି, ବେସର, ମହୁର ଓ ଖଟା । ୧୦୦ ଟଙ୍କାରେ ଅବଢ଼ା କିଣି, ଜଣେ ଭକ୍ତ ଖାଇ ଯେମିତି ଶାନ୍ତି ହେବ ତା ଉପରେ ସରକାର ବିଚାର ବିମର୍ଶ କରୁଥିବା ନେଇ ଖୋଦ୍ ଆଇନମନ୍ତ୍ରୀଙ୍କ ସୂଚନା ପରେ ଆଶ୍ବସ୍ତ ହୋଇଛନ୍ତି ଜଗନ୍ନାଥ ପ୍ରେମୀ ।
ଭିଡ଼ ନିୟନ୍ତଣ ହେଉ କି ଶୃଙ୍ଖଳିତ ଦର୍ଶନ । ଆତଙ୍କବାଦୀ ଆକ୍ରମଣଠୁ ଅଗ୍ନିକାଣ୍ଡ ପରି ଅଘଟଣ । ଶ୍ରୀମନ୍ଦିରରେ ଏସବୁ ମୁକାବିଲା ପାଇଁ ନିୟୋଜିତ ହେବେ ସ୍ବତନ୍ତ୍ର ବାଟାଲିୟନ ।
ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ବିଜେପି ଜିଲ୍ଲା ସଭାପତିଙ୍କ ସହ ସମସ୍ତ ବିଧାୟକ ଏବଂ ବିଧାୟକ ପ୍ରାର୍ଥୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।
କାର୍ତ୍ତିକ ମାସ ପାଇଁ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହୋଇ ନ ଥିଲା । କାର୍ତ୍ତିକ ମାସ ଶେଷ ହୋଇଥିବାରୁ ଏଏସ୍ଆଇ ମରାମତି ଆରମ୍ଭ କରିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି, ନୂଆବର୍ଷରୁ ରତ୍ନଭଣ୍ଡାର ଗଣତି ମଣତି ହେବ ।
ତିରୁପତି ବାଲାଜୀ ମନ୍ଦିର ଲଡୁ ବିବାଦ ପରେ ପୁରୀ ଜଗନ୍ନାଥ ମନ୍ଦିରକୁ ନେଇ ଯତ୍ନବାନ ରାଜ୍ୟ ସରକାର । ଶ୍ରୀମନ୍ଦିର ରୋଷ ଘରକୁ ଯାଉଥିବା ଘିଅ ସହ ଅନ୍ୟ ସାମଗ୍ରୀ ଓ ସେଠୁ ବାହାରୁଥିବା ଅବଢ଼ାର ମାନ ଯାଞ୍ଚ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ ।
ରୋଷ ଘରକୁ ଯାଉଥିବା ସାମଗ୍ରୀ ଓ ବାହାରୁଥିବା ଅବଢ଼ାର ମାନ ଯାଞ୍ଚ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଏଥିସହ ଶ୍ରୀମନ୍ଦିରରେ ଏକ ସମୟରେ ଯେପରି ୪ ହଜାରରୁ ସାଢ଼େ ୪ ହଜାର ଶ୍ରଦ୍ଧାଳୁ ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ, ସେଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ଚାଲିଛି ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
କଟକ ଓ ଖୋର୍ଦ୍ଧାକୁ ବି ହେଲିକପଟରରେ ଉଡିଥିଲେ ପାଣ୍ଡିଆନ୍ । RTI ତଥ୍ୟରେ ୩ ନିର୍ବାଚନ ମଣ୍ଡଳୀରେ ହେଲିପ୍ୟାଡ୍ ଖର୍ଚ୍ଚ ୭୫ ଲକ୍ଷ । ପ୍ରାବଧାନ ନଥାଇ କିଏ ଦେଇଥିଲା ଅନୁମତି ?
ଲୋକସେବା ଭବନରେ ଦାୟିତ୍ବ ନେବା ପରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା । କହିଲେ, ନିର୍ଦ୍ଦିଷ୍ଟ ସମୟରେ ଖୋଲାଯିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ମହାପ୍ରଭୁଙ୍କ ଅଳଙ୍କାର ଓ ଅନ୍ୟ ସମ୍ପତ୍ତିର ଗଣତି କରାଯିବ ।
ଆଇନ ମନ୍ତ୍ରୀ କହିଛନ୍ତି, ଯଦିଓ ଏବେ ଶ୍ରୀମନ୍ଦିର ପରିଚାଳନାରେ କୌଣସି ତ୍ରୁଟି ହୋଇନାହିଁ, କିନ୍ତୁ ସ୍ଥାୟୀ ପ୍ରଶାସକ ନିଯୁକ୍ତିର ଆବଶ୍ୟକତା ଅଛି । ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସକ ନିଯୁକ୍ତି ନେଇ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ମଧ୍ୟ ରହିଛି ।