• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: 5t School

5T School
5-T ସ୍କୁଲ ନାଁରେ କେଳେଙ୍କାରୀର କଳା ଫର୍ଦ୍ଦ; ସାର ଦୋକାନ ନାଁରେ ହୋଇଛି ସିମେଣ୍ଟ କିଣା ବିଲ୍ !

ପୁଣି ଫାଇଭ୍-ଟି ସ୍କୁଲ ନାଁରେ କେଳେଙ୍କାରୀର କଳା ଫର୍ଦ୍ଦ ! ୯୦ ବର୍ଷୀୟ ବୃଦ୍ଧଙ୍କୁ ନାଁରେ ଉଠିଛି ମନରେଗା ଟଙ୍କା ! ବାଲେଶ୍ବର ଜିଲ୍ଲାରେ ୫ କୋଟିର ଦୁର୍ନୀତି ଅଭିଯୋଗ ହୋଇଛି । 

5T School
ଉପର ଚକଚକିଆ, ଭିତର ଫମ୍ପା

ବିଜେଡି ସରକାର ଗଲା ପରେ ଖୋଲୁଛି ଫାଇଭ୍ ଟି ସ୍କୁଲ ରୁପାନ୍ତୀକରଣ ପୋଲ୍। କେଉଁଠି ୫୦ ଲକ୍ଷ ଟଙ୍କାରେ ରଙ୍ଗ ମାରି ଚକ ଚକିଆ କରି ଦେଇଛନ୍ତି ହେଲେ ସ୍କୁଲରୁ ପାଣି ଗଳୁଛି ତ, କେଉଁଠି ପୁରା ଟଙ୍କା ନେଇ ଫେରାର ଠିକାଦାର।

5T School
ବିଜେଡି ସରକାର ଗଲା ପରେ ଖୋଲୁଛି 5T ସ୍କୁଲ ଗୁମର

ବିଜେଡି ସରକାର ଗଲା ପରେ ଖୋଲୁଛି ଫାଇଭ୍ ଟି ସ୍କୁଲ ରୁପାନ୍ତୀକରଣ ପୋଲ୍। କେଉଁଠି ୫୦ ଲକ୍ଷ ଟଙ୍କାରେ ରଙ୍ଗ ମାରି ଚକ ଚକିଆ କରି ଦେଇଛନ୍ତି ହେଲେ ସ୍କୁଲରୁ ପାଣି ଗଳୁଛି ତ, କେଉଁଠି ପୁରା ଟଙ୍କା ନେଇ ଫେରାର ଠିକାଦାର।

Odisha CM Mohan Majhi
ରାଜ୍ୟର ପ୍ରତି ପଞ୍ଚାୟତରେ ହେବ ମଡେଲ୍ ପ୍ରାଥମିକ ସ୍କୁଲ: ମୁଖ୍ୟମନ୍ତ୍ରୀ

ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଗୁରୁଦିବସ ଅବସରରେ ଓଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Student Protest
ତାତିଲେ ହାଇସ୍କୁଲ ଛାତ୍ରଛାତ୍ରୀ, କାଦୁଅ ରାସ୍ତାରେ ଚାଲିଲେ ବିଡିଓ ଓ ତହସିଲଦାର

ମାତ୍ର କେଇ ଘଣ୍ଟା ଭିତରେ ଅଫିସରଙ୍କୁ ବି ପାଣି ପିଆଇଦେଲେ ହାଇସ୍କୁଲ୍ ଛାତ୍ରଛାତ୍ରୀ । ପିଲାଙ୍କ ସହ କାଦୁଅ ପଚ୍ ପଚ୍ ପାଣି ରାସ୍ତାରେ ଚାଲିଲେ ବିଡିଓ ଓ ତହସିଲଦାର ।

Special Story
5T ନାଁରେ ବଦଳିଗଲା ସ୍କୁଲର ରଙ୍ଗ....ଖସିଲା ଟାଇଲ୍‌, ଫାଟିଲା ମୁଣ୍ଡ

ସରକାର କା ମାଲ୍‌ ଦରିଆ ମେ’ ଡାଲ୍‌ । 5T ନାଁରେ ବଦଳିଗଲା ସ୍କୁଲର ରଙ୍ଗ । ଆଉ ତା’ ପରେ ଖସିଲା ଟାଇଲ୍‌, ଫାଟିଲା ମୁଣ୍ଡ । ସାଜସଜ୍ଜାରେ ଲକ୍ଷ ଲକ୍ଷ ଟଙ୍କା ଉଠାଇ ଖର୍ଚ୍ଚ କରାଗଲା, ହେଲେ ମାତ୍ର କେତେଟା ବର୍ଷ ଯାଇଛି କି ନାହିଁ ସାମ୍ନାକୁ ଆସିଲା ଅସଲ ଚିତ୍ର ।

5T School
ସ୍କୁଲ ନାଁ 5T... ଛାତ୍ର ସଂଖ୍ୟା ୨୩୦... ଶିକ୍ଷକ ଜଣେ

ପୁଣି ପଦାରେ ପଡ଼ିଲା 5T ସ୍କୁଲର ବିକଳ ଚିତ୍ର । ପୂର୍ବ ସରକାରଙ୍କ 5T ସ୍କୁଲ ଓ ତା’ର କଳା ସତ ବର୍ତ୍ତମାନ ପଦାରେ ପଡ଼ିଛି । ବିକାଶ ନାଁରେ ଡିଣ୍ତିମ ପିଟୁଥିଲେ ନବୀନ ସରକାର । କୁନି କୁନି ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ସହ ଚାଲିଥିଲା ଖେଳ ।

Scam at 5T School
ସ୍କୁଲ ରୂପାନ୍ତରୀକରଣ ନାଁରେ 'ଷ୍ଟିକର୍' ସ୍କାମ୍ ! ବିନା ଟେଣ୍ଡରରେ କାମ ଦେଇ ୮ କୋଟି ହରିଲୁଟ୍ !

ସ୍କୁଲ ରୂପାନ୍ତରୀକରଣ ନାଁରେ ସାଂଘାତିକ 'ଷ୍ଟିକର୍' ସ୍କାମ୍ ! ବିନା ଟେଣ୍ଡରରେ କାମ ଦେଇ ୮ କୋଟି ଟଙ୍କା ହରିଲୁଟ୍ ! କେନ୍ଦୁଝର ଜିଲ୍ଲାରେ DMF କେଳେଙ୍କାରୀର କଳା ଫର୍ଦ୍ଦ !

5T School
ଉପର ଚିକ୍କଣ ଭିତର ଫମ୍ପା; ଗଳି ପଡ଼ିଲା 5T ହାଇସ୍କୁଲ ଛାତ, ଅଳ୍ପକେ ବର୍ତ୍ତିଲେ ପିଲା

ସରକାରୀ ସ୍କୁଲ୍ ରୂପାନ୍ତୀକରଣ ନାଁରେ ଯେଉଁ ଭୁରୁଡ଼ି ମାରୁଥିଲେ ପୂର୍ବତନ ରାଜ୍ୟ ସରକାର, ଧିରେ ଧିରେ ତାର ଅସଲ ରୂପ ପଦାକୁ ଆସୁଛି । 5T ନାଁରେ ଚୂନ ଏବଂ ରଙ୍ଗ ବୋଳି ଚଳାଇଥିବା ତୁଚ୍ଛା ଆତ୍ମପ୍ରଚାର ଧରାପଡ଼ିଛି ।

5T School
ବିଲ୍ ଟଙ୍କା ମିଳିଲାନି; 5T ସ୍କୁଲରେ ତାଲା ପକାଇଲେ ଠିକାଦାର

ଫାଇଭ୍ ଟି ସ୍କୁଲର କାମ କରିଥିଲେ ଠିକାଦାର। କାମ ସରିବାର ବର୍ଷେ ପରେ ମଧ୍ୟ ବିଲ୍ ଟଙ୍କା ମିଳିନାହିଁ। ପ୍ରତିବାଦରେ ସ୍କୁଲରେ ତାଲା ପକାଇଲେ ଠିକାଦାର।

5T School
ପଦାରେ ପଡ଼ିଲା 5T ସ୍କୁଲର ଅସଲ ରୂପ 

ସରକାରୀ ସ୍କୁଲ୍ ରୂପାନ୍ତୀକରଣ ନାଁରେ ଯେଉଁ ଭୁରୁଡ଼ି ମାରୁଥିଲେ ରାଜ୍ୟ ସରକାର, ଧିରେ ଧିରେ ତାର ଅସଲ ରୂପ ପଦାକୁ ଆସୁଛି। 5T ନାଁରେ ଚୂନ ଏବଂ ରଙ୍ଗ ବୋଳି ଚଳାଇଥିବା ତୁଚ୍ଛା ଆତ୍ମପ୍ରଚାର ଧରାପଡ଼ିଛି। ଏହିକ୍ରମରେ ଏମିତି ଏକ ସ୍କୁଲର ଅଭାବନୀୟ ଦୃଶ୍ୟ ଦେଖାଉଛୁ, ବୋଧହୁଏ ପୂର୍ବରୁ ଆପଣ କେବେ ଦେଖିନଥିବେ। ମାତ୍ର ୨ଟି କ୍ଲାସରୁମରେ ଚାଲିଛି ୧୦ଟି ଶ୍ରେଣୀର ପାଠପଢ଼ା। 

5T School
ରୂପାନ୍ତୀକରଣ ନାଁରେ ଧୂଆଁବାଣ; ୧୦ଟି ଶ୍ରେଣୀକୁ ଦୁଇ କ୍ଲାସରୁମ୍, ଶିକ୍ଷାଦାନର ବିଦ୍ରୁପ ଚିତ୍ର !   

ରୂପାନ୍ତରଣ ନାଁରେ ଭୂଆଁ ବୁଲାଣର ଭଣ୍ଡାଭୋଡ୍ । ସରକାରୀ ସ୍କୁଲର ଭିତ୍ତିଭୂମି ବିକାଶ ନାଁରେ 5Tର ଧୂଆଁବାଣ । ବାହାରେ ଚମକୁଛି ସବୁଜ ରଙ୍ଗ । ଚକାଚକ୍ ଦିଶୁଛି ସରକାରୀ ସ୍କୁଲ୍ । ହେଲେ ଭିତରକୁ ଗଲେ ଶିକ୍ଷାଦାନର ବିକଳ ଚିତ୍ର ଦେଖି ମୁଣ୍ଡ ଘୁରେଇବ।

5T school
ଶୋଚନୀୟ ଅବସ୍ଥାରେ ସଲଙ୍ଗାବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟ

5T ମାଧ୍ୟମରେ ସ୍କୁଲ ରୂପାନ୍ତରଣ କରି ଶୈଖିକ ବାତାବରଣ ସୃଷ୍ଟି କରାଯାଉଥିବା ନେଇ ଦାବି ହେଉଛି । ହେଲେ ତାହାର ପୋଲ୍ ଖୋଲି ଦେଇଛି ସଲଙ୍ଗାବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟ

5T School
ଆମ ସାର୍‌ ନାହାନ୍ତି, ଚିକ୍କଣ ଚେୟାର ଟେବୁଲ କ’ଣ ଆମକୁ ପାଠ ପଢ଼ାଇବ ?

ଫାଇଭ୍ ଟି ସ୍କୁଲର ପୋଲ ଖୋଲିଲେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ । ମୁଣ୍ଡ ଉପରେ ମାଟ୍ରିକ ପରୀକ୍ଷା । ହେଲେ ଶିକ୍ଷକ ନଥିବାରୁ ଏଯାଏଁ ସିଲାବସ ସରିନି ।

5T School
ବିଭିନ୍ନ ହାଇସ୍କୁଲରୁ ଆସୁଛି 5Tକୁ ଉପହାସ ଚିତ୍ର

ବାହାର ଭିତର ସବୁ ଚକାଚକ୍ କରିଦେଲେ । କୋଟି କୋଟି ଖର୍ଚ୍ଚ କରି ଭିତ୍ତିଭୂମି ସଜାଡିଦେଲୁ କହି ଜୋରସୋର ପ୍ରଚାର ବି କଲେ । ହେଲେ ମୂଳ ସମସ୍ୟା ଯେଉଁଠି କି ସେଇଠି । ରାଜ୍ୟରେ ବିଭିନ୍ନ ହାଇସ୍କୁଲରୁ ଯେଉଁ ସବୁ ଚିତ୍ର ଆସୁଛି ତାହା 5Tକୁ ଉପହାସ କଲା ଭଳି ।

Odisha Politics
ପାଣ୍ଡିଆନଙ୍କ ଅନ୍ଧ ଉପାଖ୍ୟାନର କଡ଼ା ଜବାବ ରଖିଲେ ବିଜେପି-କଂଗ୍ରେସ

ବିଭିନ୍ନ ସ୍ଥାନରେ 5T ସ୍କୁଲ ରୂପାନ୍ତରଣକୁ ନେଇ ଅସନ୍ତୋଷ । ନିମ୍ନମାନର ନିର୍ମାଣ କାମକୁ ନେଇ ଆସିଲା ଅଭିଯୋଗ । 

5T school
ନାଁକୁ 5T ସ୍କୁଲ; କଲ୍ୟାଣମଣ୍ଡପରେ ପଢ଼ୁଛନ୍ତି ପିଲା

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଆଛୁଲି ପଞ୍ଚାୟତରୁ ଆସିଛି ଅବ୍ୟବସ୍ଥାର ଭିନ୍ନ କାହାଣୀ । 5T ନାଁକୁ ନେଇ ନାନା ଅସୁଧା ଭୋଗୁଛନ୍ତି ଚଢ଼ିଆପଲ୍ଲୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ।

Student Protest
ଶିକ୍ଷକ ନିଯୁକ୍ତି ଦାବି କରି ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ

ସ୍କୁଲରେ ତାଲା ପକାଇ ଛାତ୍ରଛାତ୍ରୀ ଦେଲେ ଧାରଣା ।

5T School
ରାଜ୍ୟରେ ସାଂଘାତିକ ଶିକ୍ଷକ ମରୁଡ଼ି ! ହାଇସ୍କୁଲରେ ଅଷ୍ଟମରୁ ଦଶମ ଯାଏଁ ଜଣେ ସାର୍

ଅତିଥି ଶିକ୍ଷକଙ୍କ ଭରସାରେ ବ୍ରହ୍ମପୁର କେ.ସି. ଟାଉନ୍ ହାଇସ୍କୁଲ । ରାଜ୍ୟରେ ଖାଲି ପଡ଼ିଛି ୨୪ ହଜାର ଶିକ୍ଷକ ପଦବୀ ।

Students
5T ସ୍କୁଲ ରୂପାନ୍ତରଣକୁ ଖୋଲା ଉପହାସ ! ବର୍ଷ ବର୍ଷ ଧରି ଗଛ ମୂଳେ ପଢୁଛନ୍ତି ପିଲା

୮ଟି କ୍ଲାସର ୧୫୬ ପିଲାଙ୍କ ପାଇଁ ଗୋଟିଏ ଶ୍ରେଣୀଗୃହ । କେବେ ବଦଳିବ ତୁମୁଡ଼ିବନ୍ଧ ଝିରିପାଣି ଉଚ୍ଚ ବିଦ୍ୟାଳୟର ଭାଗ୍ୟ ?

Odisha’s Lamtaput 5T school
ଗାଁରେ ରହିଛି ଫାଇଭ୍ ଟି ସ୍କୁଲ ଯିବାକୁ ନାହିଁ ରାସ୍ତା

ଗାଁର ରାସ୍ତା ସମସ୍ୟା ନେଇ ଅନେକ ବାର ପ୍ରଶାସନ ନିକଟରେ ଗୁହାରୀ କରିଛନ୍ତି ଲୋକେ । ପ୍ରଶାସନ କିନ୍ତୁ ଦାବି ଶୁଣି ଚୁପ୍ ବସି ଯାଉଥିବା ଅଭିଯୋଗ ହୋଇଛି...

Fake teachers caught in 5t school
ସ୍କୁଲ୍ 5T, ଶିକ୍ଷକ ଫୋର ଟ୍ୱେଣ୍ଟି

ରାଜ୍ୟରେ ବଢ଼ିଚାଲିଛି ନକଲି ଶିକ୍ଷକଙ୍କ ତାଲିକା । ନକଲି ସାର୍ଟିଫିକେଟ ଦେଇ 5T ସ୍କୁଲରେ ଚାକିରୀ । କେମିତି ନକଲି ଶିକ୍ଷକମାନେ ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଚାକିରି କଲେ ? ନିଯୁକ୍ତି ସମୟରେ କିଭଳି ଯାଞ୍ଚ ହେଉଥିଲା ?

5T ସ୍କୁଲର ୪ ନକଲି ଶିକ୍ଷକ
ପିଲାଙ୍କ ଭବିଷ୍ୟତ ସହ ସାଂଘାତିକ ଖେଳ: ଦିନକରେ ଧରାପଡ଼ିଲେ 5T ସ୍କୁଲର ୪ ନକଲି ଶିକ୍ଷକ

ସବୁଠୁ ଆଶ୍ଚର୍ଯ୍ୟର କଥା ସମସ୍ତେ ହେଉଛନ୍ତି ଫାଇଭ୍-ଟି ସ୍କୁଲର ଶିକ୍ଷକ। ଅର୍ଥାତ ଯେଉଁଠି ସ୍ୱଚ୍ଛତା ରହିବା କଥା ସେଠି ଚାଲିଛି ନକଲି ସାର୍ଟିଫିକେଟ୍ କାରସାଦି।

5T school
5T ସ୍କୁଲ ଯିବାକୁ ପକ୍କା ରାସ୍ତା ନଥିବାରୁ ସମସ୍ୟାରେ ଛାତ୍ରଛାତ୍ରୀ

ବାହାରେ ଚକାଚକ ଭିତରେ ବି ଚକାଚକ । ହେଲେ ଏହି ହାଇଫାଇ 5t ସ୍କୁଲ ଯିବାକୁ ପକ୍କା ରାସ୍ତା ନଥିବାରୁ ସମସ୍ୟାରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ..

5T School
ପ୍ରତିଦିନ ଖୋଲୁଛି 5T ନାଁରେ ସ୍କୁଲ ରୂପାନ୍ତୀକରଣର ପୋଲ୍

5T ସ୍କୁଲରେ ବିକଳ ଚିତ୍ର । କେଉଁଠି ଛାତରୁ ପ୍ଲାଷ୍ଟର ଖସି ଶିକ୍ଷକ ଆହତ ହେଲେଣି ତ, କେଉଁଠି ଶିକ୍ଷକ ମରୁଡି । ରୂପାନ୍ତୀକରଣ ନାଁରେ କୋଟି କୋଟି ଖର୍ଚ୍ଚ କଲେ । ରଙ୍ଗ ମାରି 5Tର ପ୍ରଚାର ପ୍ରସାର କଲେ । ହେଲେ ପ୍ରତିଦିନ ବିଭିନ୍ନ ସ୍ଥାନରୁ ଆସୁଥିବା ସାଙ୍ଘାତିକ ଚିତ୍ର ଖୋଲି ଦେଇଛି 5T ରୂପାନ୍ତୀକରଣର ପୋଲ।